Categories
ଆଜିର ଖବର ରାଜ୍ୟ ଖବର

ବାର୍ଡ ଫ୍ଲୁ ସଂକ୍ରମଣ: ଚିଲିକା ଅଂଚଳରେ ପ୍ରତିଷେଧକ ପଦକ୍ଷେପ

ଭୁବନେଶ୍ଵର: ପୁରୀ ଜିଲ୍ଲାର ପିପିଲି ଓ ସତ୍ୟବାଦୀ ବ୍ଲକ ଅଂଚଳରେ ବାର୍ଡ ଫ୍ଲୁ ଭୁତାଣୁ ନିୟନ୍ତ୍ରଣ ହୋଇପାରୁନାହିଁ। ଅନ୍ୟାନ୍ୟ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଦେବା ପରେ ବାର୍ଡ ଫ୍ଲୁ ସଂକ୍ରମଣ ପରିପ୍ରେକ୍ଷୀରେ ଚିଲିକା ହ୍ରଦ ରେ ଥିବା ପକ୍ଷୀ ମାନଙ୍କୁ ଏବଂ ସାଧାରଣ ଲୋକ କୁ ଯେପରି ଏହା ସଂକ୍ରମିତ ହୋଇନପାରିବ ସେଥିପାଇଁ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶରେ ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସକ ଡା ଦେବୀ ଦତ୍ତ ମାଝୀ ଓ ବାଲୁଗାଁ ବ୍ଲକ ପ୍ରାଣୀ ଚିକିତ୍ସାଳୟର ଡାକ୍ତର ସମାପିକା ମହାପାତ୍ର ଙ୍କ ନେତୃତ୍ୱରେ ଏକତ୍ୱରିତ ଟିମଗଠନ କରାଯାଇ ଚିଲିକା ବ୍ଲକ ଅଧୀନରେ ସମଗ୍ର ଚିଲିକା କୂଳରେ ଥିବା ବିଭିନ୍ନ କୁକୁଡ଼ା ଫାର୍ମରୁ କୁକୁଡ଼ା ମାନଙ୍କର ସାମ୍ପୁଲ କଲେକ୍ସନ କରାଯାଇ ପଠାଯାଇଥିବା ଜଣାଯାଇଛି।

ଏଥି ସହିତ ଟାଙ୍ଗୀ ପାର୍ଶ୍ୱ ବର୍ତ୍ତି ଏକ ଶହରୁ ଅଧିକ କୁକୁଡ଼ା ଫାର୍ମ ସହିତ ଏଥିରେ ଚିଲିକା କୂଳଠାରୁ ଦଶ କିଲୋମିଟର ପରିଧି ମଧ୍ୟରେ ଥିବା ବିଭିନ୍ନ କୁକୁଡ଼ା ଫାର୍ମ ଅନ୍ତର୍ଭୁକ୍ତ। ସମସ୍ତ ରକ୍ତ ନମୁନା ଖୋର୍ଦ୍ଧା ଜିଲ୍ଲାର ପ୍ରାଣୀ ଚିକିତ୍ସାଳୟ ମାର୍ଫତ ରେ କଟକ ରେ ଥିବା ମୁଖ୍ୟ ପ୍ରାଣୀ ନିର୍ଦେଶାଳୟ ର ଲାବ୍ରୋଟାରୀ ଓ କେନ୍ଦ୍ରସରକାର ଙ୍କ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ହାଇ ସିକୁରିଟ ଡିଜିଜେସ କୁ ଭୁତାଣୁ ଚିନ୍ହଟ ପାଇଁ ପଠାଯାଇଛି।ସେଠାରୁ ଯଦି ପୋଜେଟିଭ ରିପୋର୍ଟ ଆସେ ତେବେ ଚିଲିକା ଅଞ୍ଚଳରେ ଥିବା ସମସ୍ତ କୁକୁଡ଼ା ଫାର୍ମ ଗୁଡିକ ଉପରେ ତ୍ୱରିତ ପଦକ୍ଷେପ ନିଆଯିବ।ସଂକ୍ରମିତ କୁକୁଡ଼ାଙ୍କ ସଂସ୍ପର୍ଶରେ ଆସି କୋୖଣସି ବ୍ୟକ୍ତି ଗତ ଜ୍ୱର ରେ ଆକ୍ରାନ୍ତ ହେଲେ ତାଙ୍କୁ ଆଇସଲେସନ ରଖାଯିବା ସହିତ ତାଙ୍କ ରକ୍ତ ନମୁନା ପରୀକ୍ଷା କରିବାକୁ ସରକାରଙ୍କ ମାର୍ଗ ଦର୍ଶିକା ରହିଛି।ଏହି ସଂକ୍ରମଣ ଯେପରି ମନୁଷ୍ୟ ଶରୀରକୁ ନ ବ୍ୟାପେ ସେଥିପାଇଁ ସତର୍କତା ଅବଲମ୍ବନ କରାଯାଉଛି।

ଚିଲିକା ହ୍ରଦ ନିକଟରେ ଥିବା ବିଭିନ୍ନ କୁକୁଡ଼ା ଫାର୍ମ ଓ ସଂକ୍ରମଣ ସ୍ଥିତି ଉପରେ ସତର୍କ ନଜର ରଖିବାକୁ ପ୍ରାଣୀ ନିର୍ଦେଶକ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ତୁହକୁ ତୁହା ବର୍ଷା ଲାଗିରହିଲେ ତାପମାତ୍ରା ହ୍ରାସ ପାଇବା ସହ ଫ୍ଲୁ ବ୍ୟାପକ ଭାବେ ବୃଦ୍ଧି ପାଇବାର ଆଶଙ୍କା ରହିଛି।ଏଥି ସହ ବିଭିନ୍ନ ସ୍ଥାନରେ ପ୍ରାଣୀ ମାନଙ୍କୁ ଲାଂଫି ଭୁତାଣୁ ସଂକ୍ରମଣ ଯୋଗୁଁ ବିଭିନ୍ନ ଗାଈ ଗୋରୁ ମଡକ ଆସିପାରେ ସେଥିପାଇଁ ଉପକୂଳ ଓଡ଼ିଶାରେ ଟୀକାକରଣ ଜୋରରେ ଚାଲିଛି।

ଚିଲିକା ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେଲେ ପରିସ୍ଥିତି ଭୟାବହ ହେବ।କାରଣ ଚିଲିକା କୂଳ କୁ ଲାଗି ଥିବା ସମସ୍ତ କୁକୁଡ଼ା ଫାର୍ମ ର କୁକୁଡ଼ା ମରା ଅଭିଯାନ ଓ ବିଶୋଧନ ପକ୍ରିୟା ତ୍ୱରିତ ସମୟ ମଧ୍ୟରେ ହେବ କାରଣ ଚିଲିକା ର ଦଶ କିଲୋମିଟର ପରିଧି ମଧ୍ୟରେ ଏଯାବତ ବିଦେଶୀ ପକ୍ଷୀ ବିଚରଣ କରୁଥିବା ବେଳେ ସେମାନେ ଯେପରି ଏଥିରେ ସଂକ୍ରମିତ ନ ହୁଅନ୍ତି ସେଥିପ୍ରତି ମଧ୍ୟ ପଦକ୍ଷେପ ନିଆଯିବ। ଚିଲିକା ହ୍ରଦ ସମସ୍ତ ପକ୍ଷୀ ଅଭୟାରଣ୍ୟରେ ଥିବା ସମସ୍ତ ପକ୍ଷୀ ଙ୍କୁ ଯେପରି ଏହା ନ ବ୍ୟାପେ ସେମାନଙ୍କର ମଧ୍ୟ ବାଧ୍ୟତାମୂଳକ ଭାବେ ସମ୍ପୁଲ ଟେଷ୍ଟ କରାଯିବ।

ପୁରୀ ଜିଲ୍ଲା ଉପକୂଳରେ ଏହି ସଂକ୍ରମଣ ବ୍ୟାପିଥିବାରୁ ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାର ଚିଲିକା କୂଳ ଅଂଚଳରେ ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି।ପୁରୀ ଜିଲ୍ଲାର ଚିଲିକାକୁ ସଲନଗ୍ନ କରୁଥିବା ପାର୍ଶ୍ଵ ବର୍ତି କଣାସ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସ୍ଥିତ ମଙ୍ଗଳା ଯୋଡି, ସୋରଣ ଆଦି ଅଞ୍ଚଳରେ ପକ୍ଷୀମାନେ ବିଚରଣ କରୁଥିବା ବେଳେ ସେଇ ଅଂଚଳରେ ମଧ୍ୟ କୁକୁଡ଼ା ଫାର୍ମ ଗୁଡିକ ରହିଛି।

ଏପଟେ ବାର୍ଡ ଫ୍ଲୁ ସଂକ୍ରମଣ ପରିପ୍ରେକ୍ଷୀରେ ଦୀର୍ଘ ୧୦ ଦିନ ଧରି ଚିଲିକା ଅଞ୍ଚଳରେ ଚିକେନ୍ ବ୍ୟବସାୟ ଧିମା ପଡିଯାଇଛି।ଆଗଭଳି ଲୋକଙ୍କ ଆଉ ଚିକେନ୍ ଦୋକାନ ଆଗରେ ଗହଳି ହେଉନାହିଁ ବୋଲି ବେପାରୀ ମାନେ କହୁଛନ୍ତି। ଚିଲିକା ଅଞ୍ଚଳ ର ବହୁ ଫାର୍ମ ମାଲିକ ମାନେ ଗୋଟା କୁକୁଡ଼ା କୁ ବହୁ ଶସ୍ତାରେ ଦେଉଥିବା ବେଳେ,ବାର୍ଡ ଫ୍ଲୁ ସଂକ୍ରମିତ ଭୟରେ ବହୁ ସ୍ଥାନରେ ଚିକେନ୍ ଦୋକାନ ବନ୍ଦ ରହିଛି।ବାର୍ଡ ଫ୍ଲୁ କାରଣରୁ ଚିକେନ୍ ବେପାର ମାନ୍ଦା ପଡିଯିବା ଯୋଗୁଁ ଚିଲିକା ମାଛ ବହୁତ ଦର ଉଚ୍ଚା ରହିଛି।

Categories
ଆଞ୍ଚଳିକ

ବାଣପୁର ଓ ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବହୁ ଆଡ଼ମ୍ବରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରାତଃ କାଳରେ ରାମଧୁନ ଗାନ କରିବାସହ ପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପରେ ଅଧ୍ୟକ୍ଷାଙ୍କ ସମେତ ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ସମସ୍ତ କର୍ମଚାରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟମାନେ ପ୍ରଭାତଫେରୀ କରି ଗାନ୍ଧିଛକ ନିକଟ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏନଏସି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଓ ସମ୍ପର୍କୀୟ,ଜରାନିବାସ ଅନ୍ତେବାସୀ ମାନଙ୍କୁ ଫଳ, କ୍ଷୀର ପ୍ୟାକେଟ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରାଯାଇଥିଲା।ଅପରାହ୍ନରେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ସଭାପତିତ୍ୱରେ କାର୍ଯ୍ୟାଳୟ ସଭା ଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ସ୍ୱଚ୍ଛ ସାଥି, କର୍ମଚାରୀଙ୍କ ସମେତ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।

ଏନଏସି ଅନ୍ତର୍ଗତ ୧୧ ଟି ୱାର୍ଡର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରାଯାଇଥିଲା। ଏନଏସିକୁ ସରସ ସୁନ୍ଦର କରି ଗଢିତୋଳିବା ପାଇଁ ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। ସଭା ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ଏହିଅବସରରେ ସହର ମୁଖ୍ୟ ରାସ୍ତା ଓ ଗୋପବନ୍ଧୁ ନଗରରେ ନିର୍ମିତ ଫେବର ବ୍ଲକ ରାସ୍ତାକୁ ଉଦଘାଟନ କରାଯିବାସହ ଇନଣ୍ଡୋର ଷ୍ଟାଡିୟମ ନିକଟରେ ସର୍ବସାଧାରଣଙ୍କ ନିମିତ୍ତ ଶୌଚାଳୟ ଓ ଚିଲିକା କୁଳ ଜେଟି ଠାରେ ଆସ୍ପିରେସିନାଲ ଟଏଲେଟ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ଅନୁରୂପ ଭାବେ ବାଣପୁର ଏନଏସି ରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଉକ୍ତ ଦିବସ ପାଳିତ ହୋଇଯାଇଛି।

Categories
ଆଞ୍ଚଳିକ ଖେଳ

ବାଲୁଗାଁରେ ଜାତୀୟ କ୍ରୀଡ଼ା ଦିବସ ପାଳିତ, ବିଭିନ୍ନ କ୍ରୀଡାବିତଙ୍କୁ ସମ୍ମାନିତ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଭାରତୀୟ କ୍ରୀଡ଼ାଜଗତର କିମ୍ବଦନ୍ତୀ ପୁରୁଷ ତଥା ହକିର ମହାନାୟକ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନରେ ବାଲୁଗାଁରେ ଜାତୀୟ କ୍ରୀଡ଼ା ଦିବସ ଅନୁଷ୍ଠିତ ହୋଇଯାଇଛି l ବାଲୁଗାଁ କ୍ରୀଡ଼ା ଓ ସାଂସ୍କୃତିକ ପରିଷଦ ଓ ସ୍ବେଛାସେବୀ ଅନୁଷ୍ଠାନ ବିହଙ୍ଗ ଫାଉଣ୍ଡେସନର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସମାରୋହରେ ଡକ୍ଟର ମାନସ ମୋହନ ବଳିୟାରସିଂହ ସଭାପତିତ୍ୱ କରିଥିଲେ।

ଅତିଥିମାନେ ଧ୍ୟାନଚାନ୍ଦଙ୍କ ଫଟୋ ରେ ମାଲ୍ୟାର୍ପଣ କରିବା ପରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବାଲୁଗାଁର ସୁନାମଧନ୍ୟ ଫୁଟବଲ ଓ ବ୍ୟାଡମିଣ୍ଟନ ଖେଳାଳୀ ହମିଦ ଖାଁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ କ୍ରୀଡ଼ାବିତ ବିଭୁତି ଭୂଷଣ ସାମନ୍ତରାୟ,ବୈରାଗୀ ଚରଣ ବଳ ଓ ରବିନାରାୟଣ ନାୟକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ଖାଁ ବାଲୁଗାଁର କ୍ରୀଡ଼ା ଇତିହାସ ରୋମନ୍ଥନ କରିବା ସହ ନିଜ ଛାତ୍ର ଅବସ୍ଥାର ସଂଘର୍ଷମୟ କ୍ରୀଡ଼ା ଅନୁଭୂତି ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ କ୍ରୀଡ଼ା ଜୀବନକୁ ଶୃଙ୍ଖଳିତ, ଧୈର୍ଯ୍ୟବାନ ଓ ଏକନିଷ୍ଠ କରିଥାଏ। ଏହା ଜଣେ ଖେଳାଳିର ସମଗ୍ର ଜୀବନକୁ ପରିଚାଳିତ ଓ ନିୟନ୍ତ୍ରଣ କରିଥାଏ। କ୍ରୀଡ଼ାବିତ ବିଭୁତି ଭୂଷଣ ସାମନ୍ତରାୟ ବାଲୁଗାଁ ଅଂଚଳର ଫୁଟବଲ ଖେଳର ଉତ୍କର୍ଷତା ଓ ଗାରିମା ବର୍ଣ୍ଣନା କରିଥିଲେ।

କ୍ରୀଡ଼ା ପ୍ରଶିକ୍ଷକ ବୈରାଗୀ ଚରଣ ବଳ କ୍ରୀଡ଼ା ସହିତ ସାମ୍ପ୍ରତିକ ସମୟର କ୍ରୀଡ଼ା ପ୍ରୋତ୍ସାହନ ଓ ରୋଜଗାର ପନ୍ଥାର ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରାକ୍ତନ ଲକି ଷ୍ଟାର ଫୁଟବଲ ଖେଳାଳି ବିଜୟ କୁମାର ବେହେରା, ଲିଙ୍ଗରାଜ ଜାଲି, ଜାତୀୟ ଫୁଟବଲ କୋଚ ପ୍ରସନ୍ନ ବେହେରା, ଜାତୀୟ କରାଟେ କୋଚ ଦୀପକ ସାମନ୍ତରା, କ୍ରୀଡ଼ାବିତ କ୍ରିଷ୍ଣl ଶିକାରୀ ପ୍ରମୁଖ ସେମାନଙ୍କର କ୍ରୀଡ଼ା ଅନୁଭୂତି ସହିତ ବାଲୁଗାଁ ବାଣପୁର ଅଂଚଳ ରେ କ୍ରୀଡାର ବିକାଶ ପାଇଁ ସ୍ବପ୍ନ ଉପସ୍ଥାପନ କରିଥିଲେ। ଏହାପରେ କାର୍ଯ୍ୟକ୍ରମ ସଂଯୋଜକ ତଥା ବିହଙ୍ଗ ଫାଉଣ୍ଡେସନର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ମହାରଣlଙ୍କ ପରିଚାଳନାରେ କ୍ରୀଡ଼ା ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା।

ଏହି ସମ୍ବର୍ଦ୍ଧନା ସମାରୋହରେ ଅନ୍ତର୍ଜାତୀୟ କରାଟେ ଖେଳାଳୀ ଦୀପକ କୁମାର ସାମନ୍ତରାୟ, ଅନ୍ତର୍ଜାତୀୟ ଭଲିବଲ ଖେଳାଳୀ ଆଶିଷ ସ୍ୱାଇଁ, ଫୁଟବଲ କୋଚ ପ୍ରସନ୍ନ କୁମାର ବେହେରା, ହେମନ୍ତ କୁମାର ବେହେରା, ଜାତୀୟ ଭଲିବଲ କୋଚ ବିଭୂ୍ଧେନ୍ଦୁ ମାନସିଂହ, ଜାତୀୟ ଭଲିବଲ ଖେଳାଳୀ କଳ୍ପଶ୍ରୀ ପ୍ରଧାନ, ଅର୍ଚନା ବେହେରା, ଲିଙ୍କି ବରାଳ, ଜାତୀୟ ଶକ୍ତି ଉତ୍ତୋଳନକାରୀ ଖେଳାଳୀ ସୌମେନ ସେନାପତି, ଜାତୀୟ ସ୍ବର୍ଣ୍ଣ ପଦକ ବିଜୟିନୀ କରାଟେ ଖେଳାଳୀ ସଲୋନୀ ପାତ୍ର, ଜାତୀୟ କବାଡି ଖେଳାଳୀ ଆଦର୍ଶ ପ୍ରୀତମ ବେହେରା, କରାଟେ ଜୁନିଅର ଜାତୀୟ ଖେଳାଳୀ ଦିବ୍ୟାଙ୍ଗନା ସାମନ୍ତରାୟ, ଦୀପଶିଖା ସାମନ୍ତରାୟ ଓ ଜାତୀୟବ୍ୟାଡ଼ମିଣ୍ଟନ ଖେଳାଳୀ ରଜତ ମହାନ୍ତି ଙ୍କୁ ମୁଖ୍ୟ ଅତିଥି ହମିଦ ଖାଁ ଓ ଅନ୍ୟ ଅତିଥିମାନେ ମାନପତ୍ର, ଉତ୍ତରୀୟ ଓ କ୍ରୀଡ଼ା ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସଭାପତି ଡକ୍ଟର ମାନସ ମୋହନ ବଳିୟାରସିଂହ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିରେ ସହଯୋଗ କରିଥିଲେ ବିଏସସିସି ଓ ବିହଙ୍ଗ ଫାଉଣ୍ଡେସନର ସଦସ୍ୟମାନେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଆରପିଏଫ ର ଖଲ୍ଲିକୋଟ ଷ୍ଟେସନରେ ଚଢାଉ, ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ବୁଧବାର ମଧ୍ୟରାତ୍ରିରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଏକ ଟିମ ଖଲିକୋଟ ରେଳ ଷ୍ଟେସନ ପରିସରରେ ଚଢ଼ାଉ କରିଥିଲେ। ପାଖପାଖି ରାତି 3.10 ସମୟରେ ଉକ୍ତ ଟିମ ଦୁଇ ସଂନ୍ଦିଗ୍ଧଙ୍କୁ ଖଲିକୋଟ ରେଳ ଷ୍ଟେସନରୁ କାବୁ କରିଥିଲେ।

ଉକ୍ତ ସଂନ୍ଦିଗ୍ଧ ଇଷ୍ଟ କୋଷ୍ଟ ଏକ୍ସପ୍ରେସରୁ ଖଲିକୋଟ ଷ୍ଟେସନରେ ଓଲ୍ହାଇବା ବେଳେ ଧରା ପଡ଼ିଥିଲେ। ସେମାନଙ୍କ ତଲାସି ନିଆଯିବାରୁ ଉଭୟଙ୍କ ନିକଟରୁ 4 ଗୋଟି ଚୋରା ମୋବାଇଲ ଜବତ ହୋଇଛି।

ଅଭିଯୁକ୍ତ ଦ୍ବୟ ହେଲେ ଖଲିକୋଟ ଥାନା ଅଞ୍ଚଳର ଜଗନ୍ନାଥ ମଲିକ(32) ଏବଂ ଭାଗବତ ଦାସ(22)। ଚୋରା ମୋବାଇଲ ଫୋନ ଗୁଡିକର ଆନୁମାନିକ ମୂଲ୍ୟ 35 ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଅଭିଯୁକ୍ତ ମାନେ ସାଧାରଣତଃ ରାତ୍ରିକାଳିନ ଟ୍ରେନରେ ପାସେଞ୍ଜର ମାନଙ୍କୁ ଟାର୍ଗେଟ କରୁଥିଲେ।

ରାତିରେ ପାସେଞ୍ଜର ମାନେ ମୋବଇଲକୁ ଚାର୍ଜ ପାଇଁ ବସାଇ ଶୋଇପଡ଼ିଲା ବେଳେ ଉକ୍ତ ଅଭିଯୁକ୍ତ ମାନେ ଫୋନ ଚୋରି କରି ନେଉଥିଲେ ବୋଲି ବାଲୁଗାଁ ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୋଧରେ ବ୍ରହ୍ମପୁର ଜିଆରପି ଷ୍ଟେସନରେ କେସ ନମ୍ବର 94/24 ରେ ଏକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Categories
ଆଞ୍ଚଳିକ

ବାଣପୁର: ବିପୁଳ ପରିମାଣରେ ମହୁଲି ଜବତ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମହୁଲି ଜବତ ହୋଇଛି।  ସୂଚନା ମୁତାବକ ଶାଳିଆ ଡ୍ୟାମ ନିକଟସ୍ଥ ପଣସଡିହ ଗ୍ରାମର ଅଭିଯୁକ୍ତ ରବି ଶବର ନିଜ ଘରେ ବେଆଇନ ଭାବେ ମହୁଲି କାରବାର କରୁଥିବାର ଖବର ପାଇ ଆଜି ମଧ୍ୟାହ୍ନରେ ଉଭୟ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ସମୁଦାୟ ୧୦ କୁଇଣ୍ଟାଲ ମହୁଲି ଜବତ ହୋଇଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଲୁଗାଁ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଜଣାପଡିଛି। ଉକ୍ତ ଚଢ଼ାଉରେ ବାଣପୁର ଆଇଆଇସି ରମେଶ କୁମାର ଦେବତ୍ତା ଏବଂ ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁଗାଁ: ସାପ କାମୁଡ଼ାରେ ଭଉଣୀ ମୃତ, ଭାଇ ଗୁରୁତର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଥାନା ଅନ୍ତର୍ଗତ ସିଙ୍ଗେଶ୍ୱର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ସାପ କାମୁଡ଼ାରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି।

ଖବର ମୁତାବକ ସିଙ୍ଗେଶ୍ୱର ଗ୍ରାମର ରୂପାଲି ବାରିକ (୧୦) ଓ ଭାଇ ଆୟୁଷ୍ମନ ବାରିକ (୭) ଗତକାଲି ରାତିରେ ଘରେ ଶୋଇଥିବା ବେଳେ ସକାଳୁ ଉଠିବା ବେଳକୁ ଉଭୟଙ୍କ ମୁଣ୍ଡ ବୁଲାଇବା ଓ ପାଟିରୁ ଫେଣ ବାହାରୁଥିବା ଦେଖି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଚିକିତ୍ସା ପରେ ବିଷଧର ସାପ କାମୁଡିଥିବା ଜାଣି ପ୍ରାଥମିକ ଚିକିତ୍ସା କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ। ମାତ୍ର ମେଡ଼ିକାଲରେ ରୂପାଲିର ମୃତ୍ୟୁ ହୋଇଥିବା ବେଳେ ଆୟୁଷ୍ମନ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

Categories
ଆଞ୍ଚଳିକ

ବାଲୁଗାଁରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ସଚେତନତା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ବାଲୁଗାଁରେ ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ନେତୃତ୍ୱରେ ଉକ୍ତ ଅଭିଯାନରେ ବିଭାଗ ପକ୍ଷରୁ ଖାଦ୍ୟ ପରୀକ୍ଷା ଲାବରୋଟରୀ ଯୁକ୍ତ ଭ୍ରାମ୍ୟମାଣ ଗାଡି ବୁଲିବା ସହ ୧୫ ଟି ହୋଟେଲରୁ ୨୫ ଗୋଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିଲା।

ବିଶେଷ କରି ହୋଟେଲ, ରେଷ୍ଟୁରାଣ୍ଟ, ଢାବା ମାନଙ୍କରେ ଖାଦ୍ୟରେ କେମିକାଲ, ରଙ୍ଗ ଆଦି ନିଷିଦ୍ଧ ଏବଂ ବାସି ଖାଦ୍ୟ ବିକ୍ରି ନକରିବା ନେଇ ତାଗିଦ କରିବାସହ ସଚେତନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ଖାଦ୍ୟ ନମୁନା ସଂଗ୍ରହ କରି ଉକ୍ତ ଭ୍ରାମ୍ୟମାଣ ଗାଡିରେ ଖାଦ୍ୟ ନିରୀକ୍ଷକଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। ତେବେ ପ୍ରାୟତଃ ହୋଟେଲରେ ଖାଦ୍ୟର ମାନ ଠିକ ରହିଥିବା ବେଳେ ଜନସାଧାରଣ ଓ ହୋଟେଲ ମାଲିକଙ୍କୁ ସଚେତନ କରିବା ମୂଳ ଲକ୍ଷ୍ୟ ବୋଲି ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଶ୍ରୀ ବଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଲୁଗାଁ ଇସ୍କନରେ ଧୂମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ, ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁସ୍ଥିତ ଇସ୍କନ ଠାରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଦିନତମାମ ଭଜନ ସମାରୋହ ସାଙ୍ଗକୁ ହରେ ରାମ ହରେ କୃଷ୍ଣ ଧ୍ୱନୀରେ ପରିସର କମ୍ପି ଉଠୁଥିଲା।

ସନ୍ଧ୍ୟା ଆଳତିରେ ରାଜ୍ୟ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ମନ୍ତ୍ରୀଙ୍କ ସହ ପୂର୍ବତନ ଚିଲିକା ବିଧାୟକ ଡା ବିଭୁତି ଭୂଷଣ ହରିଚନ୍ଦନ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରାଙ୍କ ସମେତ ବହୁ ଆଗ ଧାଡ଼ିର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

ସାନ୍ଧ୍ୟ ଅଧିବେଶନରେ ଶ୍ରୀକୃଷ୍ଣ ଜନ୍ମ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ଭକ୍ତଙ୍କ ନିମିତ୍ତ ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ହଜାର ହଜାର ସଂଖ୍ୟକ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ଇସ୍କନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁଗାଁରେ ପ୍ରତିଷ୍ଠିତ ଆୟୁର୍ବେଦିକ କଂପାନୀ ଝାଣ୍ଡୁ ପକ୍ଷରୁ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ବାଲୁଗାଁ: ଦେଶର ପୁରାତନ ଆୟୁର୍ବେଦିକ ଔଷଧ ନିର୍ମାତା ଝାଣ୍ଡୁ ତରଫରୁ ଆଜି ପୂର୍ବାହ୍ନ ରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ହୋଟେଲ ଦିଗନ୍ତିକା ସଭାକକ୍ଷ ରେ କମ୍ପାନୀ ର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ସୁରକ୍ଷା ରେ ଆୟୁର୍ବେଦିକ ତଥ୍ୟ ଓ ଔଷଧର ଉପଯୋଗୀତା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ଆୟୁର୍ବେଦିକ ଚିକିତ୍ସାର ଦାର୍ଶନିକ ଓ ବୈଜ୍ଞାନିକ ପୃଷ୍ଟ ଭୁମି ଉପରେ ବରିଷ୍ଠ ଆୟୁର୍ବେଦିକ ଚିକିତ୍ସକ ଡା ଦେବରାଜ ଦାସ, ଓଡ଼ିଶା ଆୟୁଷ ବିକାଶ ପରିଷଦ ସଂପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା, ଡା ସ୍ୱପ୍ନାରାଣୀ ପଟ୍ଟନାୟକ, ଓଡ଼ିଶା ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଙ୍ଘ ସଭାପତି ଡା ସଞ୍ଜୟ ମହାପାତ୍ର, ରାଜ୍ୟ ଆୟୁଷ ସଂଘ ପରିଚାଳନା କମିଟି ସଦସ୍ୟ ଡା ବିଦ୍ୟା ପଟ୍ଟନାୟକ, ଡା ସୃଜନୀ ପ୍ରଜ୍ଞା ଦାସ, ଡା ମାନସ ଦୀକ୍ଷିତ, ଡା ବେବି ସିଲନ, ଡା ନର୍ମଦା ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ପ୍ରତିକ ଚଳଣିରେ ଦେଖାଦେଇଥିବା ଦୁରାରୋଗ୍ୟ ବ୍ୟାଧି ମଧୁମେହ, ହୃଦରୋଗ, ମାନସିକ ଅବସାଦ, ଉଚ୍ଚରକ୍ତଚାପ,ବିଭିନ୍ନ ସନ୍ଧି ବାତ ରୋଗ, ଓଜ କ୍ଷୟ,ଏବଂ ସ୍ତ୍ରୀ ରୋଗ ରେ ବିଭିନ୍ନ ପ୍ରଦର ରୋଗ, ଜରାୟୁ ଗତ ଆଦି ରୋଗ ରେ ଆୟୁର୍ବେଦିକର ଶାସ୍ତ୍ରୀୟ ଔଷଧ ସେବନ କଲେ କିଭଳି ସୁଫଳ ମିଳୁଛି ସେ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ।

ଏଥି ସହିତ ଆୟୁର୍ବେଦ ର ଶାସ୍ତ୍ରୀୟ ଔଷଧ ଓ ସ୍ୱାସ୍ଥ୍ୟ ପରାମର୍ଶ କୁ ପାଶ୍ଚାତ୍ୟ ବୈଜ୍ଞାନିକ ମାନେ କିଭଳି ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ପ୍ରଦାନ କରିଛନ୍ତି ସେ ସମ୍ପର୍କରେ ଉପସ୍ଥିତ ଆୟୁର୍ବେଦ ଡାକ୍ତର ମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଝାଣ୍ଡୁ କମ୍ପାନୀ ପକ୍ଷରୁ ବିଶୁଦ୍ଧ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ ନେଇ ଏକ ଡ଼କୁମେଣ୍ଟ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା।

ରାଜ୍ୟରେ ଆୟୁର୍ବେଦିକ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉପସ୍ଥିତ ଡାକ୍ତର ଙ୍କୁ ମାନପତ୍ର ଓ ଔପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁରେ ଭାରତ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ମରାଳମାଳିନୀ ନିଳାମ୍ବୁ ଚିଲିକାରେ ପର୍ଯ୍ୟଟନ ସେବା ବୃଦ୍ଧି ଏବଂ ପ୍ରୋତ୍ସାହନ ନିମିତ୍ତ ଭାରତ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଉମାମହେଶ୍ୱର ବଣିକ ସଙ୍ଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ୍ବ ସ୍ଥାନୀୟ ଡଙ୍ଗା ଚାଳକ,ସହ ଚାଳକ,ପର୍ଯ୍ୟଟନ ବିଶେଷଜ୍ଞ, ମୋଟର ବୋଟ ଆସୋସିଏସନ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ଚିଲିକା ହ୍ରଦରେ ପର୍ଯ୍ୟଟନକୁ ବୃଦ୍ଧି କରିବା ଏବଂ ଚିଲିକା ହ୍ରଦର ସ୍ଥାୟୀ ବିକାଶରେ ସହଯୋଗ କରିବା ପାଇଁ ଡଙ୍ଗା ଚାଳକମାନଙ୍କୁ ଅତ୍ୟାବଶ୍ୟକ ଶୈଳୀ ଏବଂ ଜ୍ଞାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଯାହାକି ପ୍ରଶିକ୍ଷଣ ଅଧିବେଶନରେ ଆତିଥ୍ୟ ଗ୍ରହଣର ସର୍ବୋତ୍ତମ ଅଭ୍ୟାସ, ପର୍ଯ୍ୟଟକଙ୍କ ସହ ପ୍ରଭାବଶାଳୀ ଯୋଗାଯୋଗ, ଜଳରାଶିରେ ସୁରକ୍ଷା ବ୍ୟବସ୍ଥା, ପରିବେଶ ଅନୁକୂଳ ବୋଟିଂ ଅଭ୍ୟାସକୁ ପ୍ରୋତ୍ସାହିତ କରିବା, ଚିଲିକା ହ୍ରଦର ଅନନ୍ୟ ଇକୋସିଷ୍ଟମ୍ ସଂରକ୍ଷଣ, ସାମଗ୍ରିକ ପର୍ଯ୍ୟଟନ ଅଭିଜ୍ଞତାକୁ ବ୍ୟକ୍ତିଗତ ସେବା ଏବଂ ସାଂସ୍କୃତିକ ସମ୍ବେଦନଶୀଳତା ସହିତ ବ୍ୟତିକ୍ରମପୂର୍ଣ୍ଣ ଗ୍ରାହକ ଅଭିଜ୍ଞତା ପ୍ରଦାନ ଉପରେ ବିଶେଷଜ୍ଞମାନେ ମତପୋଷଣ କରିଥିଲେ। ଏଥିସହିତ ଡଙ୍ଗା ଚାଳକମାନେ ଯେ କୌଣସି ପରିସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରସ୍ତୁତ ରହିବା, ସ୍ଥାନୀୟ ସାଂସ୍କୃତିକ ଉପାଦାନଗୁଡ଼ିକୁ ପର୍ଯ୍ୟଟନ ଅଭିଜ୍ଞତାରେ ଯୋଡିବା, ଡଙ୍ଗା ଚାଳକମାନେ ସାଂସ୍କୃତିକ ଉପସ୍ଥାପନା ମାଧ୍ୟମରେ ପରିଦର୍ଶକମାନଙ୍କ ସହିତ ସେମାନଙ୍କର ପାରସ୍ପରିକ ସମ୍ପର୍କକୁ ସମୃଦ୍ଧ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଭାରତ ପର୍ଯ୍ୟଟନ ମନ୍ତ୍ରଣାଳୟ ଆଞ୍ଚଳିକ ନିର୍ଦ୍ଦେଶକ (ପୂର୍ବାଞ୍ଚଳ) ପ୍ରଣବ ପ୍ରକାଶ,ଭାରତ ଟୁରିଜିମ ଭୁବନେଶ୍ୱର ସହକାରୀ ନିର୍ଦ୍ଦେଶିକା ରଶ୍ମୀ ସୋନିଆ ତିର୍କି, ଭୁବନେଶ୍ୱର ପର୍ଯ୍ୟଟନ ସୂଚନା ଅଧିକାରୀ ଜଗନ୍ନାଥ ବେହେରା, ଭୁବନେଶ୍ୱର ଆଇଏଚ୍ଏମ୍ ଅଧ୍ୟାପକ ପ୍ରମଥଦୀପ କର, ଆଭାସ ସମ୍ପାଦକ ସୁଶାନ୍ତ କୁମାର ଦାସ, ମା’ କାଳିଜାଇ ମୋଟର ବୋଟ ଆସୋସିଏସନ ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ସୂଚନା ଅଧିକାରୀ ଶ୍ରୀ ବେହେରା, ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଶ୍ରୀ କର ଡଙ୍ଗା ଚାଳକ ଓ ସହ ଚାଳକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।ସକରାତ୍ମକ ପରିବର୍ତ୍ତନ ଆଣିବା ଏବଂ ଚିଲିକା ହ୍ରଦ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ହିତାଧିକାରୀ, ପର୍ଯ୍ୟଟନ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ମଧ୍ୟରେ ନିରନ୍ତର ସହଯୋଗ ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁର ବିଭିନ୍ନ ଦୋକାନରେ ଜିଲ୍ଲାସ୍ତରୀୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡର ଚଢ଼ାଉ, ଜରିମାନା ଆଦାୟ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଞ୍ଚଳରେ କୋଟପା ଅଧିନିୟମକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏକାଧିକ ପାନ ମସଲା ଦୋକାନରେ ଚଢ଼ାଉ କରାଯାଇଥିଲା। ଲକ୍ଷ୍ୟ ଥିଲା ସର୍ବସାଧାରଣ ସ୍ଥାନରେ ଗୁଟଖା, ସିଗାରେଟ ଆଦି ତମାଖୁ ଜନିତ ଜିନିଷ ବିକ୍ରି ନିଷିଦ୍ଧ କରିବା ସହ ଜନସାଧାରଣଙ୍କୁ ସଚେତନ କରାଇବା। ସହରରେ ଅବସ୍ଥିତ ଥିବା କଲେଜ, ସ୍କୁଲ, ମନ୍ଦିର ନିକଟରେ ବିଭିନ୍ନ ପାନ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା ଏବଂ ସର୍ବସାଧାରଣ ସ୍ଥାନରେ ଗୁଟଖା, ସିଗାରେଟ ଆଦି ମାଦକ ଦ୍ରବ୍ୟ ବିକ୍ରିକୁ ନିଷିଦ୍ଧ ବୋଲି ଦୋକାନୀମାନଙ୍କୁ ଅବଗତ କରାଇବା ସହ ସଚେତନ କରାଯାଇଥିଲା।

ଆଜି ସହରର ୨୮ ଗୋଟି ପାନ ମସଲା ଦୋକାନ ଉପରେ ଚଢ଼ାଉ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୩୧୦୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଅଣ ସଂକ୍ରମକ ରୋଗ ସହକାରୀ ସଂଯୋଜକ ସୁ୍ଦେଶନା ସେନାପତି, ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ, ଖୋର୍ଦ୍ଧା ରେଞ୍ଜ ଡ୍ରଗ ଇନ୍ସପେକ୍ଟର ସୁଶାନ୍ତ ସାହୁ, ବାଲୁଗାଁ ଅବକାରୀ ଅଧିକାରୀଣି ସ୍ମିତା ପଣ୍ଡା,ବାଲୁଗାଁ ଥାନା ଏସଆଇ ପ୍ରସନ୍ନ ପରିଡ଼ା ପ୍ରମୁଖ ସାମିଲ ଥିଲେ। ତେବେ ଉକ୍ତ ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଉକ୍ତ ଅଧିକାରୀମାନେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁନାଖେଳା ଓଭର ବ୍ରିଜ ନିକଟରେ ଅଘଟଣ: ଅଟୋରୁ ଖସି ଗଞ୍ଜାମ ମହିଳା ଶ୍ରମିକଙ୍କ ମୃତ୍ୟୁ

ଚିଲିକା (ସୀତାରାମ ଅଗ୍ରୱାଲ): ଅଟୋରୁ ଖସି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସକାଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡା ଗ୍ରାମର ବିପ୍ର ପାହନଙ୍କ ସ୍ତ୍ରୀ ପିତା ପାହନ (୫୨) ବିଲ କାମ କରିବାକୁ ଅଟୋ ଯୋଗେ ନାଚୁଣି ଅଭିମୁଖେ ଯାଉଥିବା ବେଳେ କୌଣସି କାରଣ ବଶତଃ ସୁନାଖେଳା ଓଭର ବ୍ରିଜ ନିକଟରେ ଅଟୋରୁ ଖସି ପଡ଼ିଥିଲେ।

ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ସେହି ଅଟୋରେ ସାଥି ଶ୍ରମିକଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ପିତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ପାଇ ପରିବାର ବର୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିବାବେଳେ ଏନେଇ ନାଚୁଣି ଥାନାରେ ଅଭିଯୋଗ କରିଥିଲେ। ନାଚୁଣି ପୋଲିସ ମୃତ ଶରୀର ଜବତ କରି ୨୬୩/୨୪ ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ ଶରୀର ପରିବାରକୁ ହସ୍ତାନ୍ତର କରାଯିବା ନେଇ ଆଇଆଇସି ଚନ୍ଦ୍ର ଶେଖର ଜେନା କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବଧୁ ହତ୍ୟା ମାମଲା: ଶାଶୁ ଶଶୁରଙ୍କୁ ଗିରଫ କଲା ବାଲୁଗାଁ ପୋଲିସ, ସ୍ବାମୀ ଫେରାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବଧୁ ହତ୍ୟା ମାମଲାରେ ଶାଶୁ ଶଶୁରକୁ ଗିରଫ କରିଛି ବାଲୁଗାଁ ପୋଲିସ।ଖବର ମୁତାବକ ଚଳିତ ମାସ ୧୩ ତାରିଖରେ ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମରେ ବଧୁ ହତ୍ୟା ନେଇ ମୃତକଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ପକ୍ଷରୁ ୨୫୪/୨୪ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିଲା।

ତେବେ ଆଜି ମୃତକଙ୍କ ଶାଶୁ ଶଶୁରଙ୍କୁ ପୋଲିସ ଗିରଫ କରିଥିବା ବେଳେ ସ୍ୱାମୀ ଅଦ୍ୟାବଧି ଫେରାର ରହିଥିବା ସୂଚନା ମିଳିଛି। ଅଭିଯୋଗ ମୁତାବକ ବାଣପୁର କୁମାରଙ୍ଗ ଗ୍ରାମର ଅଜିତ ସେଠୀଙ୍କ ଝିଅ ମାମୁନି ଛଅ ବର୍ଷ ତଳେ ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମର ପ୍ରଫୁଲ୍ଲ ସେଠୀଙ୍କ ସାନ ପୁଅ ମନୋଜକୁ ବୈଦିକ ରୀତିରେ ବିବାହ କରିଥିଲେ।

ବିବାହ ସମୟରେ ଦାବି ମୁତାବକ ଯାନି ଯୌତୁକ ଦେଇଥିଲେ ସୁଦ୍ଧା ଶାଶୁ ଘର ପକ୍ଷରୁ ଆଉ ଦୁଇ ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ଟଙ୍କା ନଦେବାରୁ ଝିଅକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବାସହ ବିଷ ଦେଇ ମାରି ଦେଇଥିବା ମାମୁନିର ବାପା ଅଜିତ ଥାନାରେ ଅଭିଯୋଗ କରିଥିଲେ।

ଏନେଇ ବାଲୁଗାଁ ଥାନା ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଆଜି ଅଭିଯୁକ୍ତ ଶାଶୁ ବିବି ସେଠି ଓ ଶଶୁର ପ୍ରଫୁଲ ସେଠିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅତିଶୀଘ୍ର ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯିବା ନେଇ ଆଇଆଇସି ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ଆଳୁ ଗୋଦାମ ଓ ଦୋକାନରେ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚଢ଼ାଉ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ସୋମବାର ଅପରାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବାଲୁଗାଁର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଖୁଚୁରା ବଜାରରେ ଦିନକୁଦିନ ଚଢା ଦରରେ ଆଳୁ ବିକ୍ରୟ କରାଯାଉଥିବା ବେଳେ ଗୋଦାମରେ ଆଳୁ ରଖି ବଜାରରେ ପର୍ଯ୍ୟାପ୍ତ ପରିମାଣର ଆଳୁ ନମିଳିବା ଯୋଗୁଁ ଖୁଚୁରା ବ୍ୟବସାୟୀଙ୍କ ସମେତ ଖାଉଟି ହନ୍ତସନ୍ତ ହେଉଥିବା ବାରମ୍ବାର ଅଭିଯୋଗ ହେଇ ଆସୁଥିଲା। ଏନେଇ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ଆଳୁ ଗୋଦାମ ଓ ଦୋକାନରେ ଚଢ଼ାଉ କରାଯାଇଛି।

ଅଧିକ ଦାମରେ ଆଳୁ ବିକୁଥିବା ଅସାଧୁ ବ୍ୟବସାୟୀଙ୍କୁ ସଚେତନତା କରାଯିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କୁହାଯାଇଛି। ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁଚୁରା ବିକ୍ରୟ କେନ୍ଦ୍ର ମାନଙ୍କରେ ସୁଲଭ ମୂଲ୍ୟରେ ଆଳୁ ବିକ୍ରୟ କରାଯାଉଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହିଅବସରରେ କିଛି ଖୁଚୁରା ବ୍ୟବସାୟୀ ଅଧିକ ମୂଲ୍ୟରେ ଆଳୁ କିଣୁଥିବାରୁ ଦର ଉଚ୍ଚା ରହୁଥିବା କହିଛନ୍ତି।

ଏହି ଚଢ଼ାଉରେ ଯୋଗାଣ ଅଧିକାରୀ ଅରୁଣ କୁମାର ଲେଙ୍କାଙ୍କ ସମେତ ଖୁଚୁରା ବିକ୍ରୟ କେନ୍ଦ୍ରର ଡିଲର ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମୁଖ୍ୟରାସ୍ତା ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବ୍ୟସ୍ତବହୁଳ ତଥା ବ୍ୟବସାୟିକ ପେଣ୍ଠସ୍ଥଳ ବାଲୁଗାଁ ସହରର ମୁଖ୍ୟରାସ୍ତା ସମ୍ପ୍ରସାରଣ ନେଇ ଗୁରୁବାର ଦିନ ପୂର୍ତ୍ତ ବିଭାଗ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ମୁଖ୍ୟ ରାସ୍ତା ସଂକୀନ୍ନ ଥିବାରୁ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଅହରହ ଭିଡ଼ ସାଙ୍ଗକୁ ଦୈନନ୍ଦିନ ବଜାରରେ ପ୍ରବଳ ଭିଡ ଯୋଗୁଁ ଟ୍ରାଫିକ ସମସ୍ୟା ଉଦବେଗ ପରିସ୍ଥିତିରେ ରହିଛି। ଏନେଇ ଦୀର୍ଘ ଦିନ ଧରି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ରାସ୍ତା ସମ୍ପ୍ରସାରଣ କରିବାକୁ ଦାବି ହୋଇଆସୁଥିଲା।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଓ ବିଭାଗ ପକ୍ଷରୁ ଏହାର ସମାଧାନ ଲାଗି ବାଲୁଗାଁ ବଜାର ମୁଖ୍ୟ ରାସ୍ତା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଠାରୁ ସୋମନାଥ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଦୀର୍ଘ ଦୁଇ କିମି ୪ ଲେନ ବିଶିଷ୍ଟ କରିବାନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ସମ୍ପ୍ରସାରଣ କାର୍ଯ୍ୟଭାର ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଦିଆଯାଇଥିବା ବେଳେ ଆଜି ବଜାର ମଧ୍ୟରେ ଥିବା ପୂର୍ତ୍ତ ବିଭାଗ ଜାଗାକୁ ଚିହ୍ନଟ କରାଯାଇଛି।

ସରକାରୀ ଜାଗା ଚିହ୍ନଟ କରାଯାଇଥିବା ବେଳେ ଆବଶ୍ୟକ ବେସରକାରୀ ଜାଗା ମାଲିକଙ୍କୁ ନୋଟିସ କରାଯିବା ନେଇ ପୂର୍ତ୍ତ ବିଭାଗ ସହ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ ପାଳିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଗତକାଲି ବାଣପୁର ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ ବଡକୁଳସ୍ଥ ଓଡି ଆର୍ଟ ସେଣ୍ଟରରେ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବତନ ସଭାପତି ନନ୍ଦକିଶୋର ମିଶ୍ର ନୂତନ ସଭାପତି ଶ୍ୟାମସୁନ୍ଦର ପୃଷ୍ଟିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ନୂତନ ସଂପାଦକ ଅଶୋକ କୁମାର ନାୟକ ଚଳିତ ବର୍ଷ ପ୍ରାରମ୍ଭରୁ ଭିନ୍ନ ଭିନ୍ନ ଦିବସରେ ଭିନ୍ନ ସ୍ଥାନମାନଙ୍କରେ ବୃକ୍ଷ ରୋପଣ, ଅନ୍ନପୂର୍ଣ୍ଣା ଦିଵସ ପାଳନ ଅଵସରରେ ଜରାନିଵାସରେ ଖାଦ୍ୟ ଓ ବସ୍ତ୍ରାଦି ପ୍ରଦାନ ଏବଂ ରକ୍ତଦାନ ଶିବିର ଆୟୋଜନ କରି ଯଥେଷ୍ଟ ପରିମାଣର ରକ୍ତ ସଂଗ୍ରହ କରିଥିବା ପ୍ରକାଶ କରିବା ସହିତ ଆଗାମୀ ଯୋଜନା ବିଷୟରେ ବିଶଦ ବିବରଣୀ ଦେଇଥିଲେ।

ମୂଖ୍ୟ ଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୨ର ପ୍ରାକ୍ତନ ପ୍ରା୍ନ୍ତପାଳ ଦେବାଶୀଷ ମିଶ୍ର ଯୋଗଦାନ କରି ବିଗତ ୩୭ ବର୍ଷରେ କ୍ଳବ ଦ୍ବାରା ହୋଇଥିବା କାର୍ଯ୍ୟ ମାନଙ୍କର ପ୍ରଶଂସା କରିଵା ସହିତ ବରିଷ୍ଠ ସଭ୍ଯ ଡାକ୍ତର ଯୋଗୀନ୍ଦ୍ର ସେନାପତି, ଓମ ପ୍ରକାଶ ଅଗ୍ରୱାଲ, ଵିଜୟ କୁମାର ନନ୍ଦଙ୍କ ଯଥେଷ୍ଟ ଅବଦାନ ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାଵରେ ଚିଲିକା ବନ୍ଯପ୍ରାଣୀ ଡିଭିଜନର ଡି ଏଫ ଓ ଅମ୍ଳାନ ନାୟକ, ଅତିରିକ୍ତ ପ୍ରାନ୍ତପାଳ ଵନ୍ଦିତା ତ୍ରିପାଠୀ ଯୋଗଦେଇ କ୍ଳବ ଦ୍ବାରା କରାଯାଉଥିବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହିତ ସହଯୋଗ କରିଵେ ଵୋଲି କହିଥିଲେ।

ପୂର୍ବତନ ସଭାପତି ଅନଙ୍ଗଭୀମ ବିଶ୍ବାଳ, ଧୀରେନ୍ଦ୍ରନାଥ ପାତ୍ର, ରଵିନାରାୟଣ ନାୟକ, ଓ ଗୋପାଳଚନ୍ଦ୍ର ନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସମାଜସେବୀ ସୁନୀତା ପାତ୍ରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। କ୍ଳବର ପତ୍ରିକା ସାଳିଆ ର ସଂପାଦକ ରବୀନ୍ଦ୍ରନାଥ ପ୍ରଧାନଙ୍କ ଦ୍ବାରା ସଂପାଦିତ ପତ୍ରିକା ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ନୂତନ ସଦସ୍ୟ ଭାବରେ ପ୍ରାଧ୍ୟାପକ ଡ ସୁନୀଲ କୁମାର ପଟ୍ଟନାୟକ ଓ ଚାଟାର୍ଡ ଆକାଉଣ୍ଟ ମନୋରଞ୍ଜନ ଵାରିକଙ୍କୁ ମୂଖ୍ଯ ଅତିଥି ଶପଥ କରାଇଥିଲେ।

ପୂର୍ବତନ ସଭାପତି ଜଗଦୀଶ ଲାଖୋଟିଆ ଧନ୍ୟବାଦ ଦେବାପରେ ସଭା ସାଙ୍ଗ କରାଯାଇଥିଲା। ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଭ୍ୟ ସୁନୀଲ କୁମାର ପାତ୍ର, ହିମାଂଶୁ କୁମାର ପାତ୍ର ପ୍ରମୂଖ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଧକ୍କା ଯୋଗୁଁ ଦୁଇ ଦିନ ମଧ୍ୟରେ ୪୫ ଗୋରୁ ମୃତ

ଖୋର୍ଦ୍ଧା: ବୁଧବାର ଭୋରରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନାଭଲ ଛକ ଠାରୁ ସୁନଖେଳା ଛକ ଦୀର୍ଘ ସତର କିଲୋମିଟର ଦୂରତା ମଧ୍ୟରେ ଦୁର୍ଘଟଣା ଯୋଗୁଁ ୪୫ ଗୋରୁଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥର ବେଲପଡା, ବାଲୁଗାଁ ଓଭର ବ୍ରିଜ, ବିଷ୍ଣୁଡିହ, କୋତରି, ସୋଲାରୀ, ନାଚୁଣି, ସୁନଖେଳା ଆଦି ସ୍ଥାନରେ ନୀରିହ ପ୍ରାଣୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ସହିତ କିଛି ଜୀଵିତ ପ୍ରାଣୀ ଅତ୍ୟନ୍ତ ଦୟନୀୟ ଓ ମୁର୍ମୁଷୁ ଅବସ୍ଥାରେ ପଡିଛନ୍ତି।

ସେମାନଙ୍କୁ ଉଦ୍ଧାର କରି କିଛି ଜୀବ ପ୍ରେମୀ ଓ ସ୍ଥାନୀୟ ଜନସାଧାରଣ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଛନ୍ତି। କିନ୍ତୁ ସେଠାରେ ଦୁର୍ଘଟଣାଗ୍ରସ୍ତ ପ୍ରାଣୀଙ୍କୁ ସୁ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି। ଯାହାଫଳରେ ସାଧାରଣ ଲୋକ ଖର୍ଚ୍ଚରେ ଗାଡି ଭଡାକରି ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ଗୋଶାଳାକୁ ପଠାଯାଉଥିବା ଜଣାପଡିଛି।

ଜାତୀୟ ରାଜପଥ ପ୍ରାଧିକରଣ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ପ୍ରାଣୀମାନଙ୍କୁ ଜାତୀୟ ରାଜପଥ ଉପରୁ ଚିକିତ୍ସା କେନ୍ଦ୍ର କିମ୍ବା ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ତ୍ୱରିତ ପ୍ରାଣୀ ଚିକିତ୍ସାଳୟକୁ ନେବା ପାଇଁ କୌଣସି ପ୍ରକାରରେ ଆଗ୍ରହ ପ୍ରକାଶ କିମ୍ବା ସହାୟତା କରିବା ଦେଖାନାହିଁ। ସେହିଭଳି ଦୁର୍ଘଟଣାରେ ମୃତ ପ୍ରାଣୀ ଶରୀରକୁ ରାସ୍ତା ଉପରୁ ହଟାଇବା ପାଇଁ କୌଣସି ପ୍ରକାର ସହଯୋଗ ମିଳୁନାହିଁ। ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସକ, ଜିଲ୍ଲାପାଳ, ପ୍ରାଣୀକଲ୍ୟାଣ ନିର୍ଦ୍ଦେଶକ ତୁରନ୍ତ ଦୁର୍ଘଟଣା ଗ୍ରସ୍ତ ପ୍ରାଣୀମାନଙ୍କୁ ଉଦ୍ଧାର କରି ନେବାପାଇଁ ଆମ୍ବୁଲାନ୍ସ ତୁରନ୍ତ ଯୋଗାଇବାକୁ ଦାବୀ ହେଉଛି।

ଚିଲିକା ଅଞ୍ଚଳରେ ବିଭିନ୍ନ ଗ୍ରାମ ଅଞ୍ଚଳରେ ଥିବା ବୁଲା ଗାଈ ଗୋରୁଙ୍କୁ ଫସଲ ଖାଉଥିବା ଅଭିଯୋଗ କରି ରାତ୍ରିରେ କିଛି ମୁଷ୍ଟିମେୟ ଲୋକ ଷୋହଳ ନମ୍ବର ଜାତୀୟ ରାଜପଥ ଉପରକୁ ଏହି ଗାଈଗୋରୁଙ୍କୁ ତଡୁଥିବା ଦେଖାଯାଉଛି। ତେବେ ବେଲ ପଡ଼ା, ଧୁଆଁଳ, କୋତରୀ, ସୁନାଖେଳା, ବଡ଼କୁଳ ଆଦି ଛକ ନିକଟସ୍ଥ ରାସ୍ତା କଡରେ ଏହି ଗାଇଗୋରୁ ଆଶ୍ରୟ ନେଇଥିବା ବେଳେ ମଧ୍ୟ ରାତ୍ରିରେ ବେପାରୁଆ ଭାବେ ଷୋହଳ ନମ୍ବର ଜାତୀୟ ରାଜପଥ ଉପରେ ଗାଡି ଚଳାଉଥିବା ଡ୍ରାଇଭରମାନେ ସେମାନଙ୍କୁ ଜାଣି ଶୁଣି ଦୁର୍ଘଟଣା କରାଉଛନ୍ତି।

ଚିଲିକା ଅଞ୍ଚଳରେ ଗୋ ଶାଳା ଅଭାବ ଯୋଗୁଁ ବହୁ ସଂଖ୍ୟକ ରୋଗାକ୍ରାନ୍ତ ଗାଈ ଗୋରୁ ଖାଦ୍ୟ ଅଭାଵ ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ବାଲୁଗାଁ ବଜାର ଓଭର ବ୍ରିଜ ଉପରେ ଆଶ୍ରୟ ନେଇଥାନ୍ତି। ମଧ୍ୟ ରାତ୍ରିରେ ଜାତୀୟ ରାଜପଥ ଉପରେ ପୋଲିସର ପାଟ୍ରୋଲିଂ ହେଉନଥିବା ବେଳେ ଏହି ସବୁ ଘଟଣା ଘଟୁଥିବା ଜଣାପଡିଛି।

ଷୋହଳ ନମ୍ବର ଜାତୀୟ ରାଜପଥର କିଛି ସ୍ଥାନ ବାଣପୁର ଥାନା ଉପରେ ଓ କିଛି ଅଂଶ ବାଲୁଗାଁ ଥାନା ଅଂଚଳରେ ଥିବାରୁ ମଧ୍ୟ ରାତ୍ରିରେ ଅସାମାଜିକ ମଦୁଆ ଗାଡି ଡ୍ରାଇଭର ଦୁର୍ଘଟଣା ଘଟାଇ ଅତି ସହଜରେ ଚାଲିଯାଉଛନ୍ତି। ବାଲୁଗାଁ ବାଣପୁର ଓଭର ବ୍ରିଜ ପାଖରେ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ପୋଲିସ ଚୌକି ଥିବା ବେଳେ ରାତ୍ରିରେ ବନ୍ଦ ରହୁଛି।

ରାତ୍ରୀ ସମୟରେ ଏହି ଚୌକି ଖୋଲା ରହିଲେ ଜାତୀୟ ରାଜପଥ ଉପରେ ଘଟୁଥିବା ଘଟଣା ଉପରେ ସତର୍କ ନଜର ସହିତ ବିଭିନ୍ନ ଦୁର୍ଘଟଣାକୁ ରୋକାଯାଇପାରନ୍ତା। ପ୍ରତ୍ୟହ ସକାଳୁ ଷୋଳ ନମ୍ବର ଜାତୀୟ ରାଜପଥ ନିରୀହ ପ୍ରାଣୀ ମାନଙ୍କ ରକ୍ତରେ ରଞ୍ଜିତ ହୋଇପଡୁଛି। ଏହି ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସକ ଦେବୀ ଦତ୍ତ ମାଝୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ ଚୁପ ରହୁଥିବା ଜଣାପଡିଛି।

ବାଲୁଗାଁ ସରକାରୀ ପ୍ରାଣୀ ଚିକିତ୍ସାଳୟରେ ବ୍ଲକ ଭେଟନାରୀ ଡାକ୍ତର ପୋଷ୍ଟ ଖାଲି ପଡ଼ିଛି।ଆଉ ତିନି ଜଣ ପ୍ରାଣୀ ଚିକିତ୍ସା ଡାକ୍ତର ପୋଷ୍ଟ ଖାଲି ରହିଛି। କେବଳ ଜଣେ ମାତ୍ର ଏଲ ଆଇ ଙ୍କ ଭରସାରେ ବାଲୁଗାଁ ଅଂଚଳରେ ପ୍ରାଣୀ ଚିକିତ୍ସା ଚାଲିଛି।

ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ପ୍ରାଣୀ ମାନଙ୍କ ଚିକିତ୍ସା ପାଇଁ ଜରୁରୀ କୋୖଣସି ଔଷଧ କି ଇଂଜେକସନ ଔଷଧ ଟିକେ ମିଳୁନାହିଁ। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡା ଦେବୀ ଦତ୍ତ ମାଝୀଙ୍କୁ ଅବଗତ ପରେ ସେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ୫ ଜୁଆଡି ଗିରଫ, ୧୪ ହଜାର ଟଙ୍କା ସହ ୩ ମୋବାଇଲ ଜବତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ପ୍ରବଳ ମାତ୍ରାରେ ଜୁଆ ଖେଳ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଥିଲା। ବାଲୁଗାଁ କୁଲାକୁଣ୍ଢେଇ ନିକଟ ଏକ ପରିତ୍ୟକ୍ତ ଘରେ ଜୁଆ ଖେଳ ହେଉଥିବା ଖବରପାଇ ଚଢ଼ାଉ ବେଳେ ୫ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୪ ହଜାର ଟଙ୍କା, ୩ଟି ମୋବାଇଲ ଓ ଗୋଟିଏ ତାସ ମୁଠା ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଅଶୋକ ନଗରର ନିଳାଞ୍ଚଳ ବିଶ୍ୱାସ (୩୮), ଚକ୍ରଧରପୁରର ପ୍ରତାପ କୁମାର ପ୍ରଧାନ (୪୮), ବଡ଼କୁଳର ଦୀପକ କୁମାର ସାହୁ (୩୭), ସୁବୁଦ୍ଧି ପାଟଣାର ଗଣେଷ ସାହୁ (୫୦) ଓ ଛେଡାପଦରର ଗଣେଷ ବେହେରା (୩୦)।

ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୨୨୮/୨୪ ରେ ମାମଲା ରୁଜୁକରି ଆସନ୍ତାକାଲି କୋର୍ଟ ଚାଲାଣ କରାଯିବା ନେଇ ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ମେଧାବୀ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବାଲୁଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧିକ ମଣ୍ଡପରେ ମେଧାବୀ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁର୍ଯ୍ୟୋଧନ ସ୍ଵାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନି, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ଅନନ୍ତ ପ୍ରସାଦ ସେଠି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ପ୍ରହଲ୍ଲାଦ ଦାଶ ସ୍ୱାଗତ ଅଭିଭାଷଣ ରଖିଥିଲେ।

ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରୀ ପଦ୍ମାଳୟା ପ୍ରଧାନ ଚଳିତ ବର୍ଷ ସାରା ରାଜ୍ୟରେ ମେଧାବୃତ୍ତି ପରୀକ୍ଷାରେ ଷଷ୍ଠ ସ୍ଥାନ ଏବଂ ଶ୍ରୀଭାରତୀକୃଷ୍ନ ଗଣିତ ପରୀକ୍ଷାରେ ସପ୍ତମ ସ୍ଥାନ ଅଧିକାର କରିଥିଲେ।

ଏହିପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟ ପକ୍ଷରୁ ପଦ୍ମାଳୟାଙ୍କୁ ମେଧାବୀ ଭାବେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଭିନନ୍ଦନ ଜଣାଇବା ସହ ସଂମାନିତ କରିଥିଲେ। ଏଥିସହିତ ବିଦ୍ୟାଳୟର ସାମଗ୍ରିକ ଉର୍ଣ୍ଣତି କ୍ଷେତ୍ରରେ ମହତ ଅବଦାନ ଥିବା ସମାଜସେବୀ ସୁକାନ୍ତ କୁମାର ବିଶ୍ବାଳ ଓ ରବୀନ୍ଦ୍ର କୁମାର ବଳିଜେନାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ପ୍ରହଲ୍ଲାଦ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଶିଶୁ ଶ୍ରମିକ ନିରାକରଣ ସଚେତନତା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବୁଧବାର ପୂର୍ବାହ୍ନରେ ବାଲୁଗାଁ ଚିଲିକା କୁଳ ସ୍ଥିତ କାଳିଜାଇ ମୋଟର ବୋଟ ଆସୋସିଏସନ ସଭା ଗୃହରେ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମାନଙ୍କୁ କୌଣସି କାମରେ ନିୟୋଜିତ ନକରିବା ପାଇଁ ସଚେତନ କରିବା ସହ ଶିଶୁ ଶ୍ରମ ମୁକ୍ତ ଓଡିଶା ସଂକଳ୍ପ ନେଇ ଶିଶୁ ଶ୍ରମିକ ନିରାକରଣ ସଚେତନତା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବାଲୁଗାଁ ସହ ଶ୍ରମ ଅଧିକାରୀ ସୌମ୍ୟ ରଞ୍ଜନ କର, ଖୋର୍ଦ୍ଧା ଜିଲ୍ଲା ସହ ଶ୍ରମ ଅଧିକାରୀ ବିକାଶ କୁମାର ନାୟକ, ଶିଶୁ ସୁରକ୍ଷା ଅଧିକାରିଣୀ ଵାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷା ରଞ୍ଜିତା ପଣ୍ଡା, ମତ୍ସ୍ୟ ସମ୍ପଦ ଅଧିକାରୀ ମନୋଜ ଦାସ, କାଳିଜାଇ ମୋଟର ବୋଟ ଆସୋସିଏସନ ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ଶିଶୁ ସୁରକ୍ଷା କର୍ମକର୍ତ୍ତା, ବଚପନ ବଚାଓ ଆନ୍ଦୋଳନ କର୍ମକର୍ତ୍ତା, ସମାଜସେବୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ୧୮ ମଇଁଷି ଉଦ୍ଧାର, ୫ ଟାଟା ଏସି ଜବତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବୁଧବାର ସନ୍ଧ୍ୟାରେ ୧୬ ନଂ ଜାତୀୟ ରାଜପଥ ବାଲୁଗାଁ ବାଇପାସ ଠାରେ ପାଞ୍ଚଟି ଟାଟା ଏସି ଗାଡି ଜବତ କରିବାସହ ସେଥିରୁ ୧୮ ଟି ମଇଁଷି ଉଦ୍ଧାର କରାଯାଇଛି। ଖବର ମୁତାବକ କୌଣସି ସୂତ୍ରରୁ ବାଲୁଗାଁ ବଜରଙ୍ଗୀ ଦଳ ଟାଙ୍ଗୀ ଅଞ୍ଚଳରୁ ବ୍ରହ୍ମପୁର ହଳଦିଆପଦର ଗୋରୁ ବୋଝେଇ ହୋଇ ଯାଉଥିବା ଖବର ପାଇବା ପରେ ବାଲୁଗାଁ ବାଇପାସ ଠାରେ ଛକି ବସିଥିଲେ।

ସନ୍ଧ୍ୟା ସମୟରେ ଆଗପଛ ହୋଇ ଯାଉଥିବା ପାଞ୍ଚଟି ଟାଟା ଏସି ଗାଡିକୁ ଅଟକ ରଖିବାରୁ ସେଥିରେ ଅତି ଅମାନୁଷିକ ଭାବେ ମଇଁଷି ବନ୍ଧା ହୋଇଥିବା ଦେଖିବାରୁ ତୁରନ୍ତ ଗାଡି ଚାଳକ ଓ ହେଲ୍ପର ମାନଙ୍କୁ ଅଟକ ରଖିବାସହ ବାଣପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ବାଣପୁର ପୋଲିସ ଫୋର୍ସ ସହିତ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ମଇଁଷି ବୋଝେଇ ଗାଡିକୁ ଜବତ କରିବା ସହିତ ୧୮ ଟି ମଇଁଷି ଉଦ୍ଧାର କରି ସ୍ଥାନୀୟ ଶୋଲରୀ ସ୍ଥିତ ଗୋଶାଳାକୁ ପଠାଇ ଦିଆଯାଇଛି।

ଘଟଣା ସ୍ଥଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବାଣପୁର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।