Categories
ଆଜିର ଖବର ରାଜ୍ୟ ଖବର

ବିଜେଡିର ମିଶ୍ରଣ ପର୍ବରେ ଯୋଗଦେଲେ ଶତାଧିକ କର୍ମକର୍ତ୍ତା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ବିଜେଡିର ମିଶ୍ରଣ ପର୍ବରେ ଯୋଗଦେଲେ ଶତାଧିକ କର୍ମକର୍ତ୍ତା। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ଏହି ମିଶ୍ରଣ ପର୍ବ ଆୟୋଜିତ କରାଯାଇଛି। ଆସନ୍ତାକାଲି ଭବାନୀପାଟଣା ଠାରେ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାରେ ଯୋଗଦେଇ କଳାହାଣ୍ଡିର ହିତାଧିକାରିମାନଙ୍କୁ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି।

ଆଜି ଜୁନାଗଡ଼ ବ୍ଲକ ମଥୁରାରୁ ଜୁନାଗଡ଼ ମିଶ୍ରଣ ପର୍ବ ସଭାସ୍ଥଳ ପର୍ଯ୍ୟନ୍ତ ବାଇକ ରେଲିରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ବିଶାଳ ମଟର ସାଇକେଲ ରେଲି ଆସିଥିଲେ। ଏହି ମିଶ୍ରଣ ପର୍ବରେ କଳାହାଣ୍ଡି ଜିଲ୍ଲା କଲମପୁର, କୋକସରା, ଜୁନାଗଡ଼ ତଥା ବିଭିନ୍ନ ବ୍ଲକରୁ ବିଭିନ୍ନ ରାଜନୈତିକ ଦଳରୁ ଶତାଧିକ କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ରାଜ୍ୟ ସଭା ସଦସ୍ୟ ସୁଜିତ୍ କୁମାର ସମେତ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ଶତାଧିକ ଜନ ପ୍ରତିନିଧି ସମେତ ଶତାଧିକ ସାଧାରଣ ଲୋକ ବିଜେଡି ରେ ଯୋଗ ଦେଇଥିଲେ। ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ଏବଂ ଲୋକ ସମ୍ପର୍କ ବୃଦ୍ଧି ହେତୁ ବିରୋଧିଙ୍କ ଚକ୍ଷୁ ଶୂଳ ହେବାକୁ ପଡୁଛି ବୋଲି ମତ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ କଳାହାଣ୍ଡି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଥିବା ବେଳେ ହଜାର ହଜାର ଜନ ସାଧାରଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଦେଖିବାକୁ ମିଲିଛି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ: ବିଜେଡିରେ ମିଶିଲେ ଶତାଧିକ ବିଜେପି କର୍ମୀ

ପିପିଲି, ଆଜି ପିପିଲି ବ୍ଲକର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ସେମାନେ ହେଲେ ପୁରୀ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଈଶ୍ୱର ପ୍ରସାଦ ଦାଶ ମହତାବ, ପୂର୍ବତନ ବ୍ଲକ ମହିଳା ମୋର୍ଚ୍ଚା ସଭାପତି ଓ ପୂର୍ବତନ ଜିଲ୍ଲା ପରିଷଦ ପାର୍ଥିନୀ ମମତା ମଞ୍ଜରୀ ମହାନ୍ତି।

ସେହିପରି ଶଙ୍କର୍ଷଣ ସ୍ୱାଇଁ, ଧୀରେନ୍ଦ୍ରନାଥ ଦଳେଇ, ଅଭିରାମ ବେହେରା, ବୈକୁଣ୍ଠନାଥ ପାତ୍ରଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ଉପସ୍ଥିତି ଥିଲେ। ପିପିଲି ଉପ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଏପରି ମିଶ୍ରଣ ପର୍ବ ବିଜେଡିକୁ ଶକ୍ତିଶାଳି କରିଛି।