Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣର ଗଞ୍ଜେଇ ଜବତ୍, ବିହାରୀ ଡ଼୍ରାଇଭର ଅଟକ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପାଟପୁର ଥାନା ଏସ୍ ଆଇ ଶ୍ରୀନିବାସ ଦାସ ଥାନାର ଅନ୍ୟ କର୍ମଚାରୀଙ୍କ ସହ ପାଟ୍ରୋଲିଂ କରୁଥିବା ସମୟରେ ପୁଡାମାରୀ ରାଜନାପଲୀ ରାସ୍ତାରେ ବିହାର ରାଜ୍ୟର ରେଜିଷ୍ଟ୍ରେସନ ଏକ ମାଲବାହୀ ଟ୍ରକକୁ ଅଟକାଇ ପଚରାଉଚୁରା କରିଥିଲେ। ଡ଼୍ରାଇଭର ମଧୁସୂଦନ ସିଂ ର କଥାରେ ସନ୍ଦେହ ଲାଗିବାରୁ ଗାଡ଼ିର ମାଲ ବସ୍ତା ଗୁଡ଼ିକ ତଳକୁ ଓହ୍ଲେଇ ଯାଞ୍ଚ କରିବା ବେଳକୁ ଉପରେ ଦୋଭଜା ଓ ଭିତରେ ୧୭ ବସ୍ତା ଗଞ୍ଜେଇ ମିଳିଥିଲା।

ଏହି ଘଟଣା ବିଷୟରେ ଏସ୍ ଆଇ ଶ୍ରୀନିବାସ ଦାସ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶନାରେ ପାଟପୁର ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞେଇ ଓଜନ କରିଥିଲେ। ଯାହାର ପରିମାଣ ୫ ଶହ ୭୯ କିଲୋ ୫୦୦ ଗ୍ରାମ୍ ଜଣାପଡିଛି। ଆଜି ଗଞେଇ ଓ ଗାଡ଼ି କୁ ଜବତ କରିବା ସହ ଡ଼୍ରାଇଭର ମଧୁସୂଦନ କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲିି ଥାନା ସୁତ୍ରରୁ ଜଣାପଡିଛି।