Categories
ଆଜିର ଖବର ରାଜ୍ୟ ଖବର

ଭାଲୁ ଆକ୍ରମଣରେ ବୃଦ୍ଧ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢ଼ାଖୋଲ ବନଖଣ୍ଡ ବଡ଼ବାହଲ ରେଞ୍ଜ ଟାଲ୍ ଗ୍ରାମ ଖେସରା ଜଙ୍ଗଲରେ ଆଜି ଭୋରରୁ ଭାଲୁ ଆକ୍ରମଣରେ ଜଣେ ମୃତବରଣ କରିଥିବା ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ଯେ, ଟାଲ ଗ୍ରାମର ଅଭି ସେଠୀ ( ୬୫ ) ପାଖ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶୀକାର ହୋଇ ଗୁରୁତର ହୋଇଥିଲେ। ପରିବାର ଲୋକେ ଖବର ପାଇ ଜଙ୍ଗଲରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ବଂଚାଇ ପାରି ନ ଥିଲେ।

ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଟାଲ ଗ୍ରାମରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଛି। ଦେଢ ବର୍ଷ ମଧ୍ୟରେ ଟାଲ ଗ୍ରାମରେ ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମଣିଷ ଖିଆ ଭାଲୁକୁ କାବୁ କରି ତାକୁ ଅନ୍ୟତ୍ର ପଠାଇବାକୁ ଗ୍ରାମବାସୀ ବନବିଭାଗ ଠାରେ ଦାବୀ କରିଛନ୍ତି।

Categories
ଆଞ୍ଚଳିକ

ଗାଈ ଚରାଇବାକୁ ଯାଇ ନାଳରେ ଭାସିଯାଇ ବୃଦ୍ଧ ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଗାଈ ଚରାଇବାକୁ ଯାଇ ନାଳରେ ଭାସି ଯାଇ ରେଢ଼ାଖୋଲ ଥାନା ମଧୁପୁର ଗ୍ରାମରେ ଜନୈକ ବୃଦ୍ଧ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ଯେ ,ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳିଗଡ ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମର ନାଗାର୍ଜ୍ଜୁନ ପ୍ରଧାନ (୬୧) ଗାଈ ଚରେଇବାକୁ ଯାଇ ପାଖ ଜୁର ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡ଼ିଛି ବୃଦ୍ଧ ଜଣକ ଜଣେ ଚାଷୀ। ଗାଁ ରେ ଲୋକମାନେ ଚାଷଜମିରେ ଗାଇ ଗୋରୁ ନ ପଶିବା ପାଇଁ ସାପ୍ତାହିକ ପାଳି ହିସାବରେ ଗୋରୁ ଗାଈ ଜଙ୍ଗଲକୁ ଚଳାଇବା ପାଇଁ ନେଇଥାନ୍ତି। ଠିକ୍ ପ୍ରତ୍ୟେକ ଦିନ ଭଳି ନାଗାର୍ଜୁନ ମଧ୍ୟ ଗୋରୁଗାଈ ଚରାଇ ପାଖ ଜଙ୍ଗଲକୁ ଯାଇଥିଲେ। ହେଲେ କିଛି ଗାଈଗୋରୁ ଖାଦ୍ୟ ଅନ୍ୱେଷଣରେ କେରାଣ୍ଡି ଜୋର ଡେଇଁ ଆରପାଖକୁ ପଳାଇଥିଲେ। ସେମାନଙ୍କୁ ଘଉଡାଇ ଆଣିବାକୁ ଯାଇ ନାଗାର୍ଜୁନ ମଧ୍ୟ ଜୋରରେ ବଢୁଥିବା ପାଣିର ସ୍ରୋତ କମ୍ ଥିବ ଭାବି ଡେଇଁ ପଡ଼ିଥିଲେ। ହେଲେ ପାଣିର ସ୍ରୋତ ଅଧିକ ଥିବା ହେତୁ ଜୋରରେ ଭାସିଯାଇ ଥିଲେ।

ପରେ ସେଠାରେ ଆଖପାଖ ଲୋକ ଦେଖି ବୃଦ୍ଧ ଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ରେଢ଼ାଖୋଲ ପୋଲିସ୍ ପହଞ୍ଚି ମୃତଦେହ କୁ ଜବତକରି ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ବିଷଧର ସାପ କାମୁଡିବାରେ ବୃଦ୍ଧ ମୃତ

ସିତରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ବିଷଧର ସାପ କାମୁଡିବା ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ ଚିଲିକା ବ୍ଲକ ଅଠର ବାଟିଆ ପଞ୍ଚାୟତ ଅନ୍ତର୍ଗତ ଗବପଦର ଗ୍ରାମର ହଟ କିଶୋର ଜାଲି (୫୫) ଗତ କାଲି ରାତିରେ ଘରେ ଶୋଇଥିବା ବେଳେ ସାପ କାମୁଡି ଦେଇଥିଲା। ଚିତ୍କାର କରିବାରୁ ଘର ଲୋକ ସେଠାରେ ଏକ ବିଷଧର ସାପ ଦେଖିଥିଲେ। ଅବିଳମ୍ବେ ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ପୋଖରୀରେ ବୁଡି ବୃଦ୍ଧ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ ପାଟଣା ସାହିର ମାଗୁଣୀ ବେହେରା ନାମକ ଜଣେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। କିନ୍ତୁ ସେଠାରେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଟାଙ୍ଗୀ ପୋଲିସ ମୃତ ଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ବୃଦ୍ଧ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ବୁରୁବୁଡା ଗ୍ରାମରେ ଜନୈକ ବୃଦ୍ଧ ପୋଖରୀରେ ବୁଡି ମୃତ୍ୟୁବରଣ କରିବା ଭଳି ଘଟଣା ହସ୍ତଗତ ହୋଇଛି। କିସିଣ୍ଡା ପୁଲିସ୍ ସୂତ୍ରରୁ ପ୍ରକାଶ ଯେ ବୁରୁବୁଡା ଗ୍ରାମର ଶ୍ରୀନୀ ରଣବିଡା (୭୦)ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେ ଗାଧୋଉଥିବା ବେଳେ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ପୋଲିସ୍ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛି। ଶବ ବ୍ୟବଛେଦ ପାଇଁ ରେଢାଖୋଲ ପଠାଯାଇଥିବା କିସିଣ୍ଡା ଥାନା ସୂତ୍ରରୁ ପ୍ରକାଶ।