Categories
ଆଞ୍ଚଳିକ

ମନ୍ଦିର ପାଇଁ ଉଦ୍ଧିଷ୍ଟ ଜମିରେ ବ୍ୟାପକ ବୃକ୍ଷ ରୋପଣ

କୁଜଙ୍ଗ: କୁଜଙ୍ଗ ବ୍ଲକ ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନ ପକ୍ଷରୁ ଏହି ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଭବ୍ୟ ଜଗନ୍ନାଥ ମନ୍ଦିରର ପରିସରରେ ବ୍ୟାପକ ଫଳ ବୃକ୍ଷ ରୋପଣ କରାଯାଇଛି। ଏହି କାର‌୍ୟ୍ୟକ୍ରମକୁ ତିର୍ତ୍ତୋଲ ଅରିଲୋରୁ ସାଧୁ ନରହରି ଦାସ ଓ କୁଜଙ୍ଗ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପରିଡାଙ୍କ କର କମଳରେ ଶୁଭାରମ୍ଭ କରାଯାଇଛି।

ଏହି ବୃକ୍ଷ ରୋପଣରେ ଉନ୍ନତ କିଷମ ଆମ୍ବ ସହ ପଣସ, ସପେଟା, ବିଭିନ୍ନ କୋଳି ଗଛ, ଔଷଧିୟ ବୃକ୍ଷ ଓ ବଉଳ ଗଛ ରୋପଣ କରାଯାଇଥିଲା। ମିଶନ ପକ୍ଷରୁ ସମାଜସେବୀ ସୁଦର୍ଶନ ଦାସ ଅତିଥି ତଥା ସହଯୋଗ କରିଥିବା ଅଞ୍ଚଳର ଯୁବକ ଓ ମୁରବୀ ମାନଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ବର୍ଷା ପରେ ଏହି ପରିସରେ ହେବାକୁ ଥିବା ଭବ୍ୟ ମନ୍ଦିର ନିର୍ମାଣ ସହ ସାଧୁ ସନ୍ଥଙ୍କ ନିବାସ ସ୍ଥଳି ଓ ବୃଦ୍ଧା ଶ୍ରମକୁ ଅଖି ଆଗରେ ରଖି ବ୍ୟାପକ କାର‌୍ୟ୍ୟକ୍ରମ କରାଯାଉଛି ବୋଲି ସୂଚନା ମିଳିଛି।