Categories
ଜାତୀୟ ଖବର ବିଶେଷ ଖବର

ରାମ ମନ୍ଦିର ପ୍ରସଙ୍ଗରେ ଐତିହାସିକ ରାୟ ଦେଇଥିବା ସୁପ୍ରିମକୋର୍ଟର ୫ ଜଣ ବିଚାରପତି କିଏ?

ନୂଆଦିଲ୍ଲୀ: ଭଗବାନ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଅଯୋଧ୍ୟା ସହର ପ୍ରସ୍ତୁତ । ପୂରା ସହରକୁ କନ୍ୟା ଭଳି ସଜ୍ଜିତ କରାଯାଇଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ମଧ୍ୟ ମାତ୍ର ୩ ଦିନରୁ କମ୍ ସମୟ ବାକି ଅଛି । ସେପଟେ ଆଜି ଅର୍ଥାତ୍ ଶୁକ୍ରବାର ଭଗବାନ ରାମଙ୍କ ସନ୍ତାନ କାଳର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା । ୫ ବର୍ଷର ରାମଙ୍କ ମୂର୍ତ୍ତି ଦେଖି ସମସ୍ତେ ଆକର୍ଷିତ ହୋଇଛନ୍ତି । ଏହାପରେ ଭକ୍ତଙ୍କ ଉତ୍କଣ୍ଠା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।

ଏହି କାର୍ଯ୍ୟକ୍ରମରେ ୭୦୦ରୁ ଅଧିକ ଭିଆଇପି ଯୋଗଦେବେ । ଏହି ତାଲିକାରେ ମେଗାଷ୍ଟାର ଅମିତାଭ ବଚ୍ଚନ, କ୍ରିକେଟର ରୋହିତ ଶର୍ମା, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, ମୁକେଶ ଅମ୍ବାନୀଙ୍କ ସମେତ ଅନେକଙ୍କ ନାମ ରହିଛି । କିନ୍ତୁ ଆଜି ଏହି ମନ୍ଦିର ସପକ୍ଷରେ ନିଷ୍ପତ୍ତି ନେଇଥିବା ଅତିଥି ତାଲିକାରେ ଏଭଳି ୫ ଜଣଙ୍କ ନାମ ମଧ୍ୟ ଯୋଡ଼ି ହୋଇଛି । ଏହି କାର୍ଯ୍ୟକ୍ରମରେ ଅଯୋଧ୍ୟା ମାମଲାରେ ରାୟ ଦେଇଥିବା ୫ ଜଣ ବିଚାରପତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ନିମନ୍ତ୍ରିତ ହୋଇଥିବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେ, ପୂର୍ବତନ ବିଚାରପତି ଅଶୋକ ଭୂଷଣ ଓ ଏସ୍ ଅବଦୁଲ ନଜିରଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି । ୨୦୧୯ ନଭେମ୍ବର ୯ତାରିଖରେ ଏହି ୫ଜଣ ବିଚାରପତିମାନେ ଏହି ଐତିହାସିକ ନିଷ୍ପତ୍ତି ନେଇଥିଲେ । ଆସନ୍ତୁ ଜାଣିବା ଏହି ୫ ଜଣ ବିଚାରପତିଙ୍କ ବିଷୟରେ:-

ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

ଅଯୋଧ୍ୟା ରାମ ମନ୍ଦିର ରାୟ ଶୁଣାଇଥିବା ସୁପ୍ରିମକୋର୍ଟର ୫ ଜଣବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠର ନେତୃତ୍ୱ ନେଇଥିଲେ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ୨୦୧୯ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମାମଲାର ଶୁଣାଣି କରୁଥିବା ୫ ଜଣିଆ ଖଣ୍ଡପୀଠର ନେତୃତ୍ୱ ନେଇଥିଲେ । ଏହି ମାମଲାରେ ସେ ୨.୭୭ ଏକର ଜମି ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବାକୁ ରାୟ ଦେଇଥିଲେ । ଏହି ଐତିହାସିକ ରାୟ ବ୍ୟତୀତ ଗୋଗୋଇ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନ୍ୟ ରାୟ ଶୁଣାଇଥିଲେ । ଏଥିରେ ଆସାମର ଏନଆରସି (ଜାତୀୟ ନାଗରିକ ପଞ୍ଜିକା) ସମ୍ବନ୍ଧୀୟ ନିଷ୍ପତ୍ତି ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏନଆରସିକୁ ନେଇ ରଞ୍ଜନ ଗୋଗୋଇ କହିଥିଲେ ଯେ ଏହା ଭବିଷ୍ୟତର ଦସ୍ତାବିଜ । ଐତିହାସିକ ରାମ ମନ୍ଦିର ପ୍ରସଙ୍ଗରେ ରାୟ ଶୁଣାଇବା ପରେ ଗୋଗୋଇ ନଭେମ୍ବର ୧୭ରେ ଅବସର ନେଇଥିଲେ । ଅବସର ନେବାର ୪ ମାସ ପରେ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭା ସାଂସଦଭାବେ ମନୋନୀତ କରାଯାଇଥିଲା ।

ଗୋଗୋଇ ଜଣେ ଓକିଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୮୬ରୁ ୧୯୯୪ ପର୍ଯ୍ୟନ୍ତ ଆସାମ ହାଇକୋର୍ଟରେ ଓକିଲ ଭାବରେ କାର୍ଯ୍ୟ କରିଥିଲେ । ୧୯୯୪ମସିହାରେ ସେ ଆସାମ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୨ରେ ଗୋଗୋଇପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୩ ଅକ୍ଟୋବର ୨୦୧୮ରେ ସେ ଭାରତର ୪୬ତମ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ।

ଗୋଗୋଇଙ୍କ କାର୍ଯ୍ୟକାଳରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିଲେ । ଏଗୁଡ଼ିକ ମଧ୍ୟରେ ରହିଛି:

➤ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମାମଲା
➤ ଅଯୋଧ୍ୟାରେ ବାବ୍ରି ମସଜିଦ ଭଙ୍ଗା ମାମଲା
➤ ନାଗରିକତା ସଂଶୋଧନ ଆଇନ ମାମଲା
➤ ଧନୁଷକୋଡି ମାମଲା

ଭାରତର ପୂର୍ବତନ ପ୍ରଧାନ ବିଚାରପତି ଏସ୍ ଏ ବୋବଡେ

ଦେଶର ୪୭ତମ ପ୍ରଧାନ ବିଚାରପତିଭାବେ ଦେଶର ସେବା କରିଥିବା ଏସ୍ ଏ ବୋବଡେ ମଧ୍ୟ ଅଯୋଧ୍ୟା ମାମଲାରେ ଗଠିତ ୫ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ । ରାୟର ୯ ଦିନ ପରେ ଅର୍ଥାତ୍ ୧୮ ନଭେମ୍ବର, ୨୦୧୯ରେ ରଞ୍ଜନ ଗୋଗୋଇ ଅବସର ନେବା ପରେ ଏସ୍ ଏ ବୋବଡେ ଦେଶର ପ୍ରଧାନ ବିଚାରପତି ହୋଇଥିଲେ । ରଞ୍ଜନ ଗୋଗୋଇଙ୍କ ପରେ ସବୁଠାରୁ ବରିଷ୍ଠ ତମ ବିଚାରପତି ହୋଇଥିବାରୁ ତାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ୨୦୧୨ ଏପ୍ରିଲ ୨୩ରେ ସେ ୧୭ ମାସ ପାଇଁ ଏହି ପଦରେ ରହିଥିଲେ । ତେବେ ଅବସର ପରେ ଏସଏସ ବୋବଡେ ଏଭଳି କୌଣସି ପଦ ଗ୍ରହଣ କରିନଥିଲେ । ମିଳିଥିବା ସୂଚନା ଅନୁଯାୟୀ, ବୋବଡେ ମୁମ୍ବାଇସ୍ଥିତ ମହାରାଷ୍ଟ୍ର ନ୍ୟାସନାଲ ଲ’ ୟୁନିଭର୍ସିଟି ଏବଂ ନାଗପୁରସ୍ଥିତ ନ୍ୟାସନାଲ ଲ’ ୟୁନିଭର୍ସିଟିର କୁଳପତିଭାବେ କାର୍ଯ୍ୟ କରୁଛନ୍ତି ।

ଶରଦ ଅରବିନ୍ଦ ବୋବଡେ ୧୯୫୬ ମସିହା ଏପ୍ରିଲ ୨୪ ତାରିଖରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଥିଲେ । ସେ ନାଗପୁର ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ହାସଲ କରିଥିଲେ । ସେ ୧୯୭୮ ରେ ମହାରାଷ୍ଟ୍ର ବାର୍ କାଉନସିଲରେ ଓକିଲ ଭାବରେ ନାମ ଲେଖାଇଥିଲେ । ସେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ୨୧ ବର୍ଷ କାର୍ଯ୍ୟ କରିଥିଲେ । ସେ ୧୯୯୮ ମସିହାରେ ଜଣେ ବରିଷ୍ଠ ଆଇନଜୀବୀ ହୋଇଥିଲେ ଏବଂ ମାର୍ଚ୍ଚ ୨୯, ୨୦ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ । ୨୦୧୨ ଅକ୍ଟୋବର ୧୬ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ୨୦୧୩ ଏପ୍ରିଲ ୧୨ତାରିଖରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ ।

 ଜଷ୍ଟିସ ବୋବଡେଙ୍କ ବିଷୟରେ କିଛି ରୋଚକ ତଥ୍ୟ:
 ସେ ଭାରତର ୪୭ତମ ପ୍ରଧାନ ବିଚାରପତି ଥିଲେ ।
 ସେ ମହାରାଷ୍ଟ୍ରର ପ୍ରଥମ ପ୍ରଧାନ ବିଚାରପତି ଥିଲେ ।
 ସେ ହେଉଛନ୍ତି ପ୍ରଥମ ପ୍ରଧାନ ବିଚାରପତି ଯିଏ କି ଆତ୍ମଜୀବନୀ ଲେଖିଥିଲେ ।
 ସେ ଜଣେ ଦକ୍ଷ ବକ୍ତା ଓ ଲେଖକ ।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼

ଜଷ୍ଟିସ ଚନ୍ଦ୍ରଚୂଡ଼ ବର୍ତ୍ତମାନ ଭାରତର ବର୍ତ୍ତମାନର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରୁଛନ୍ତି । ଐତିହାସିକ ରାମ ମନ୍ଦିରକୁ ନେଇ ପ୍ରକାଶିତ ରାୟରେ ୨୦୧୯ରେ ଗଠିତ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମଧ୍ୟ ଏହା ଏକ ପ୍ରମୁଖ ଅଂଶ ଥିଲେ । ୟୁୟୁ ଲଳିତଙ୍କ ଅବସର ପରେ ତାଙ୍କୁ ଦେଶର ୫୦ତମ ମୁଖ୍ୟ ବିଚାରପତିଭାବେ ନିଯୁକ୍ତି ଦିଆଯାଇଛି । ରାମ ମନ୍ଦିର ରାୟ ଦେଇଥିବା ସୁପ୍ରିମକୋର୍ଟରେ ୫ ଜଣ ବିଚାରପତିଙ୍କ ମଧ୍ୟରୁ ସେ ହେଉଛନ୍ତି ଏକମାତ୍ର କାର୍ଯ୍ୟରତ ବିଚାରପତି । ସିଜେଆଇ ଚନ୍ଦ୍ରଚୂଡ଼ ଚଳିତ ବର୍ଷ ନଭେମ୍ବରରେ ଅବସର ନେବେ । ତାଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ।

ଡକ୍ଟର ଧନଞ୍ଜୟ ଯଶବନ୍ତ ଚନ୍ଦ୍ରଚୂଡ଼ ୧୧ ନଭେମ୍ବର ୧୯୫୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଯଶବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ ଭାରତର ୧୬ତମ ଏବଂ ଦୀର୍ଘତମ ପ୍ରଧାନ ବିଚାରପତି ଥିଲେ । ଚନ୍ଦ୍ରଚୂଡ଼ ମୁମ୍ବାଇର ସେଣ୍ଟ କୋଲୁମ୍ବା ସ୍କୁଲରୁ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଆଇନ ଡିଗ୍ରୀ ହାସଲ କରିଥିଲେ ।

୧୯୮୧ମସିହାରେ ତାଙ୍କୁ ବାରକୁ ମନୋନୀତ କରାଯାଇଥିଲା । ଜଣେ ଓକିଲ ଭାବରେ ଚନ୍ଦ୍ରଚୂଡ଼ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୯୮୬ରୁ ୧୯୯୮ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ ଓକିଲ ଭାବରେ ଅଭ୍ୟାସ କରିଥିଲେ । ୧୯୯୮ମସିହାରେ ସେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୦୦ମସିହାରେ ଚନ୍ଦ୍ରଚୂଡ଼ଙ୍କୁ ଆହ୍ଲାବାଦ ହାଇକୋର୍ଟର ବିଚାରପତିଭାବେ ନିଯୁକ୍ତି ଦିଆଯାଇଥିଲା । ୨୦୧୩ରେ ସେ ସୁପ୍ରିମକୋର୍ଟର ବିଚାରପତିଭାବେ ନିଯୁକ୍ତି ପାଇଥିଲେ ।

ଏସ୍ ଅବଦୁଲ ନାଜିର

ରାୟ ଶୁଣାଇଥିବା ୫ ଜଣିଆ ଖଣ୍ଡପୀଠରେ ପରବର୍ତ୍ତୀ ନାମ ହେଉଛି ଏସ୍ ଅବଦୁଲ ନଜିର । ରାମ ମନ୍ଦିର ପ୍ରସଙ୍ଗରେ ରାୟ ଶୁଣାଇବା ପରେ ଅବଦୁଲ ନଜିର ୪ ବର୍ଷ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୨୩ ଜାନୁଆରି ୪ତାରିଖରେ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ୬ ବର୍ଷ କାର୍ଯ୍ୟ କରିବା ପରେ ଅବସର ନେଇଥିଲେ । ଅବସର ନେବାର ୨ ମାସ ମଧ୍ୟରେ ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ କରାଯାଇଥିଲା । ବର୍ତ୍ତମାନ ସେ ଏହି ପଦବୀରେ ରହିଛନ୍ତି ।

ନଜିର ଜଣେ ଓକିଲ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ କର୍ଣ୍ଣାଟକ ହାଇକୋର୍ଟରେ ୧୦ ବର୍ଷ ପର୍ଯ୍ୟନ୍ତ ଓକିଲ ଭାବରେ କାର୍ଯ୍ୟ କରିଥିଲେ । ୧୯୯୪ରେ ସେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତିଭାବେ ନିଯୁକ୍ତ ହୋଇଥିଲେ । ୨୦୧୨ରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ନିଯୁକ୍ତି ପାଇଥିଲେ । ୨୦୧୭ରେ ସେ ସୁପ୍ରିମକୋର୍ଟର ବିଚାରପତିଭାବେ ନିଯୁକ୍ତ ହୋଇଥିଲେ ।

ଅବଦୁଲ ନାଜିରଙ୍କ କାର୍ଯ୍ୟକାଳ

➤ ସେ ୧୯୮୬ରୁ ୧୯୯୪ ପର୍ଯ୍ୟନ୍ତ କର୍ଣ୍ଣାଟକ ହାଇକୋର୍ଟରେ ଓକିଲ ଥିଲେ
➤ ୧୯୯୪ ରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି
➤ ୨୦୧୨ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି
➤ ୨୦୧୭ରେ ସୁପ୍ରିମକୋର୍ଟ ବିଚାରପତି
➤ ୨୦୨୩ରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ପୂର୍ବତନ ବିଚାରପତି ଅଶୋକ ଭୂଷଣ

ଅଯୋଧ୍ୟା ମାମଲାରେ ୫ ଜଣିଆ ଖଣ୍ଡପୀଠରେ ପୂର୍ବତନ ବିଚାରପତି ଅଶୋକ ଭୂଷଣଙ୍କ ପରବର୍ତ୍ତୀ ନାମ ରହିଛି । ରାମ ମନ୍ଦିର ପ୍ରସଙ୍ଗରେ ରାୟ ଶୁଣାଇବାର ପ୍ରାୟ ଦୁଇବର୍ଷ ପରେ ୨୦୨୧ ଜୁଲାଇ ୪ତାରିଖରେ ସେ ଅବସର ନେଇଥିଲେ । ଅବସର ନେବା ପରେ ପୂର୍ବତନ ବିଚାରପତି ଅଶୋକ ଭୂଷଣଙ୍କୁ କେନ୍ଦ୍ର ସରକାର ନ୍ୟାସନାଲ କମ୍ପାନୀ ଲ’ ଆପିଲେଟ୍ ଟ୍ରିବ୍ୟୁନାଲ (ଏନସିଏଲଏଟି)ର ଅଧ୍ୟକ୍ଷ କରିଥିଲେ । ସେବେଠାରୁ ସେ ଏହି ପଦରେ ଅଛନ୍ତି ।

ଅଶୋକ ଭୂଷଣ ମଧ୍ୟ ଉତ୍ତରପ୍ରଦେଶର ଜୌନପୁରର ବାସିନ୍ଦା । ୨୦୧୬ରେ ସେ ସୁପ୍ରିମକୋର୍ଟର ବିଚାରପତିଭାବେ ପଦୋନ୍ନତି ପାଇଥିଲେ । ଏହା ପୂର୍ବରୁ ୨୦୦୧ ମସିହାରେ ସେ ଆହ୍ଲାବାଦ ହାଇକୋର୍ଟର ସ୍ଥାୟୀ ବିଚାରପତିଭାବେ ନିଯୁକ୍ତି ପାଇଥିଲେ । ୨୦୧୫ରେ ସେ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ରାଜା ହେବା ପରେ ସମସ୍ତଙ୍କୁ ବରଦାନ କରିଥିଲେ ଭଗବାନ ଶ୍ରୀରାମ, ଜାଣନ୍ତୁ କ’ଣ ମାଗିଥିଲେ ଶତ୍ରୁଘ୍ନଙ୍କ ପତ୍ନୀ

ଉପେନ୍ଦ୍ର ବଳିୟାରସିଂହ

ଶ୍ରୀରାମଙ୍କ ରାଜ୍ୟାଭିଷେକ ହେଲା। ଅଯୋଧ୍ୟା ଧନ୍ୟ ହେଲା। ଚାରିଆଡ଼େ ଅଦ୍ଭୂତ ଉତ୍ସବ ପାଳନ କରାଗଲା। ଭଗବାନ ଶ୍ରୀରାମ ରାଜମହଲ ଭିତରେ ବସିଥିଲେ। ସମସ୍ତ ରାଜକୁଟୁମ୍ବ ଉପସ୍ଥିତ ଥିଲେ। ସେହି ସମୟରେ ଶ୍ରୀରାମ ମା’ କୌଶଲ୍ୟାଙ୍କୁ ସମ୍ବୋଧନ କରି କହିଲେ, “ମା’ ମୁଁ ତ ରାଜା ହୋଇଗଲି, ଏଥିପାଇଁ ଛୋଟମାନଙ୍କୁ କିଛି ଦେବା ପାଇଁ ଚାହୁଁଛି। ତେଣୁ ଅନୁମତି ଦିଅ, ମୋର ପ୍ରିୟ ଭରତ ମୋତେ କିଛି ମାଗୁ। ମୁଁ ଅବଶ୍ୟ ଦେବି।

ଭରତଜୀ ରାମଙ୍କ ଅଭିଷେକରେ ଅତ୍ୟନ୍ତ ପ୍ରସନ୍ନ ଥିଲେ, ହାତ ଯୋଡି କହିଲେ, “ଅଗ୍ରଜ କ’ଣ ଆଉ ମାଗିବି? ଅଶ୍ରୁପୂର୍ଣ୍ଣ ଲୋଟକରେ କହିଲେ, “ପ୍ରଭୁ! ଯଦି ଦେବାକୁ ଚାହାନ୍ତି, ତାହେଲେ ଆପଣଙ୍କର ଚରଣରେ ମୋର ଭକ୍ତି ଦୃଢୀଭୂତ ହେଉ।

ତଥାସ୍ତୁ!!!

ତାପରେ ଭରତଙ୍କ ପତ୍ନୀ ମାଣ୍ଡବୀ ଆସିଲେ। ଶ୍ରୀରାମ କହିଲେ, “ମାଣ୍ଡବୀଜୀ କିଛି ମାଗନ୍ତୁ। ମାଣ୍ଡବୀଜୀ କହିଲେ, “ରଘୁକୁଳରେ ପୁତ୍ର ବଧୁ ହେବାର ସୌଭାଗ୍ୟ ମୋତେ ମିଳିଛି, ଆଉ ତା’ଠାରୁ ଅଧିକ କ’ଣ ଥାଇପାରେ।

ଲକ୍ଷ୍ମଣ ଜୀ ଆସିଲେ, ଏବଂ କହିଲେ,”ମହାରାଜ! ବାଲ୍ୟକାଳରୁ ମୁଁ ଆପଣଙ୍କ ସାଙ୍ଗରେ ରହିଆସିଛି। ଏହି ଜୀବନର ଶେଷ ପର୍ଯ୍ୟନ୍ତ ମୁଁ ସେମିତି ସାଙ୍ଗରେ ରହିଥିବି।

ତଥାସ୍ତୁ!!!

ଊର୍ମିଳା ଜୀଙ୍କୁ ପ୍ରଭୁ ବରଦାନ ମାଗିବା ପାଇଁ କହିଲେ। ଊର୍ମିଳା ଜୀ କହିଲେ, “ମହାରାଜ! ଯେମିତି ବି କଠୋର ପରିସ୍ଥିତି ଆସୁ ମୋର ଧୈର୍ଯ୍ୟ ସର୍ବଦା ଦୃଢୀଭୂତ ହେଉ।

ତଥାସ୍ତୁ!!!

ଶତ୍ରୁଘ୍ନ ଆସିଲେ ଏବଂ ସେ ଭରତଙ୍କର ସେବା ସମର୍ପଣ କରିବା ପାଇଁ ବରଦାନ ମାଗିଲେ।

ଶେଷରେ ଶତ୍ରୁଘ୍ନଙ୍କ ସ୍ତ୍ରୀ ଶ୍ରୁତକୀର୍ତ୍ତି ଆସିଲେ। ଶ୍ରୀରାମ କହିଲେ, “ମାତା ତୁମେ ସବୁଠାରୁ କନିଷ୍ଠ। ତେଣୁ ତୁମେ ସମସ୍ତଙ୍କର ପ୍ରିୟ। ତୁମେ ତୁମର ମନବାଞ୍ଛିତ ବର ମାଗିନିଅ। ଶ୍ରୁତକୀର୍ତ୍ତିଙ୍କ ଚକ୍ଷୁରୁ ଧାର ଧାର ଲୋତକ ବାହାରିଲା। ମାତାମାନେ ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲେ।

ଶ୍ରୁତକୀର୍ତ୍ତି ନିଜକୁ ସମ୍ଭାଳି ନେଇ କହିଲେ, “ପ୍ରଭୁ ମୁଁ ଯାହା ମାଗିବି, ଆପଣ ଦେଇପାରିବେ?

ଶ୍ରୀରାମ କହିଲେ, “ଏହା ହେଉଛି ରଘୁକୁଳ। ଯାହା ବି ମାଗିବ, ଅବଶ୍ୟ ମିଳିବ। ନିଃସଙ୍କୋଚରେ ପ୍ରକାଶ କର।

ଶ୍ରୁତକୀର୍ତ୍ତି କହିଲେ, ” ମୋର ପ୍ରାର୍ଥନା! ଆପଣ ରାଜାଭିଷେକ ପୂର୍ବରୁ ଯେଉଁ  ବନବାସୀ ଭୂଷଣ ପରିଧାନ କରିଥିଲେ। ତାହା ମୋତେ ଦାନ କରନ୍ତୁ। ସେହି ବୃକ୍ଷର ବକଳଗୁଡିକୁ ମୋତେ ପ୍ରଦାନ କରନ୍ତୁ।

ଶ୍ରୀରାମ ସ୍ତମ୍ବିଭୂତ ହୋଇ ପଚାରିଲେ, “ସେଗୁଡିକ ତୁମେ କ’ଣ କରିବ?

ଶ୍ରୁତକୀର୍ତ୍ତି କହିଲେ, “ପ୍ରଭୁ! ଆପଣ ସେସବୁ ମୋତେ ଦାନ ରୂପରେ ଦେଲେ, ଭବିଷ୍ୟତରେ ଆପଣଙ୍କୁ ଆଉ ବନବାସୀ ଜୀବନଯାପନ କରିବାକୁ ପଡିବ ନାହିଁ। ପୁଣି ଯଦି କେବେ ଦୁର୍ଭାଗ୍ୟକୁ ସେସମୟ ଭବିଷ୍ୟତରେ ଉପସ୍ଥିତ ହୁଏ, ଆମେ ଅନାଥ ହୋଇଯିବୁ। ଏହି ଆଶଙ୍କା ଆମମାନଙ୍କୁ ବିଚଳିତ କରିପକାଉଛି।

ପ୍ରଭୁ ଶ୍ରୀରାମ, “ସେସବୁ ବକଳ ଶ୍ରୁତକୀର୍ତ୍ତିଙ୍କୁ ପ୍ରଦାନ କଲେ।

ସମସ୍ତ ରାଜକୁଟୁମ୍ବ ତାଙ୍କୁ ଧନ୍ୟ ଧନ୍ୟ କଲେ।

ଉପେନ୍ଦ୍ର ବଳିୟାରସିଂହ, ଭଗବତ ଚିନ୍ତକ, ବୋରିଗାଁ, ବାଣପୁର, ଖୋର୍ଦ୍ଧା

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ଆଜିର ଖବର

କଲ୍ୟାଣ ସିଂଙ୍କୁ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ: କହିଲେ, ଭଗବାନ ଶ୍ରୀରାମ ତାଙ୍କୁ ପାଦରେ ସ୍ଥାନ ଦିଅନ୍ତୁ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌରେ ପହଞ୍ଚି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।

ମୋଦୀ କହିଛନ୍ତି ଯେ, ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି ହୋଇଛି। କଲ୍ୟାଣ ସିଂ ଜୀଙ୍କର ପିତାମାତା ଦେଇଥିବା ନାମ ସେହି ନାମକୁ ଅର୍ଥପୂର୍ଣ୍ଣ କରିଥିଲା। ସେ ତାଙ୍କ ଜୀବନସାରା ଜନ କଲ୍ୟାଣ ପାଇଁ ବଞ୍ଚିଥିଲେ। ସେ ଜନ କଲ୍ୟାଣକୁ ତାଙ୍କ ଜୀବନ ମନ୍ତ୍ର କରିଥିଲେ। ବିଜେପି, ଜନ ସଂଘ ସମଗ୍ର ପରିବାରକୁ ଗୋଟିଏ ବିଚାରରେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ଜୀବନର ସର୍ବାଧିକ ସମୟ ସର୍ବଦା ଲୋକଙ୍କ କଲ୍ୟାଣ ପାଇଁ ଚେଷ୍ଟା କରିଥିଲେ।

ଦେଶ ଏକ ମୂଲ୍ୟବାନ ବ୍ୟକ୍ତିତ୍ୱ, ଜଣେ ଦକ୍ଷ ନେତା ହରାଇଛି। ମୁଁ ଭଗବାନ ଶ୍ରୀ ରାମଙ୍କୁ ତାଙ୍କ ପାଦରେ ସ୍ଥାନ ଦେବା ପାଇଁ ପ୍ରାର୍ଥନା କରୁଛି ଏବଂ ଏହି ଦୁଃଖଦ ସମୟରେ କ୍ଷତି ସହିବାକୁ ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ।

କଲ୍ୟାଣ ସିଂଙ୍କ ମୃତ୍ୟୁକୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ତିନି ଦିନିଆ ରାଜ୍ୟ ଶୋକ ଘୋଷଣା କରିଛନ୍ତି। ସେ ଅଗଷ୍ଟ ୨୩ ତାରିଖରେ ରାଜ୍ୟରେ ଏକ ଦିନିକିଆ ସାଧାରଣ ଛୁଟି ଘୋଷଣା କରିଛନ୍ତି।

ଏଥି ସହ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କଲ୍ୟାଣ ସିଂଙ୍କ ମୃତ୍ୟୁକୁ ସମବେଦନା ଜଣାଇବା ସହ ଜନସାଧାରଣଙ୍କ ସହ ତାଙ୍କର ଏକ ଚମତ୍କାର ସମ୍ପର୍କ ଥିବା କହିଛନ୍ତି। ଏଥି ସହ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ମୃତ୍ୟୁକୁ ସମବେଦନା ଜଣାଇ ତାଙ୍କୁ ଜାତୀୟତାବାଦୀ ତଥା ଅନନ୍ୟ ନେତା ବୋଲି ବର୍ଣ୍ଣନା କରିଛନ୍ତି।

ସଞ୍ଜୟ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ବାହାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମକୁ କହିଛନ୍ତି, ‘ଆମ ସମସ୍ତଙ୍କ ପାଇଁ ଦୁଃଖଦ ଖବର, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କଲ୍ୟାଣ ସିଂ ଜୀ ଆଉ ନାହାଁନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ କଲ୍ୟାଣ ସିଂ ଶନିବାର ରାତି ପ୍ରାୟ ୯.୧୫ ମିନିଟରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। କଲ୍ୟାଣ ସିଂଙ୍କର ଅନ୍ତିମ ସଂସ୍କାର ଅଗଷ୍ଟ ୨୩ ତାରିଖରେ ଗଙ୍ଗା କୂଳରେ ଥିବା ନରୋରା ଠାରେ ଅନୁଷ୍ଠିତ ହେବ।