Categories
ଜାତୀୟ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଟଙ୍କା ଏପର୍ଯ୍ୟନ୍ତ ଆକାଉଣ୍ଟକୁ ଆସିନାହିଁ କି?, ତେବେ ଏଭଳି କରନ୍ତୁ କ୍ଳେମ୍

ନୂଆଦିଲ୍ଲୀ: କୃଷକମାନଙ୍କୁ ସହାୟତା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ବାର୍ଷିକ ଛଅ ହଜାର ଟଙ୍କା ସହାୟତା ପଠାଯାଏ। କେନ୍ଦ୍ର ସରକାର ଏହି ଛଅ ହଜାରକୁ ତିନି କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ଦୁଇ ହଜାର ଟଙ୍କା ଲେଖାଏଁ ପଠାନ୍ତି। ଏଭଳି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଏହି ସ୍କିମ୍ ମାଧ୍ୟମରେ ଲାଭବାନ ହୋଇପାରୁ ନାହାନ୍ତି ଏବଂ ଟଙ୍କା ଆପଣଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ପହଞ୍ଚି ନାହିଁ, ତେବେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ।

ପ୍ରତି ୪ ମାସରେ ଥରେ କୃଷକଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କାର ଏକ କିସ୍ତି ଆସେ। ପ୍ରଧାନମନ୍ତ୍ରୀ କିଷାନ ପୋର୍ଟ ଅନୁଯାୟୀ ଏହି ଯୋଜନାର ପ୍ରଥମ କିସ୍ତି ଡିସେମ୍ବର ୧ ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଆସିଥାଏ। କୃଷକମାନଙ୍କ ପାଇଁ, ଦ୍ୱିତୀୟ କିସ୍ତି ଏପ୍ରିଲ ୧ ରୁ ଜୁଲାଇ ୩୧ ତାରିଖ ମଧ୍ୟରେ ଆକାଉଣ୍ଟରେ ଜମା ହେବ। ଯଦି ଆମେ ତୃତୀୟ କିସ୍ତି ବିଷୟରେ ଆଲୋଚନା କରିବା, ତେବେ ଏହା ଅଗଷ୍ଟ ୧ ରୁ ନଭେମ୍ବର ୩୦ ତାରିଖ ମଧ୍ୟରେ କୃଷକଙ୍କ ଆକାଉଣ୍ଟକୁ ପଠାଯାଏ।

ଅନେକ ଥର ଦେଖାଯାଇଛି ଯେ, ହିତାଧିକାରୀମାନଙ୍କ ଟଙ୍କା ଆକାଉଣ୍ଟରେ ପହଞ୍ଚି ପାରୁନାହିଁ। ଏଭଳି ପରିସ୍ଥିତିରେ ହିତାଧିକାରୀଙ୍କୁ ଏଥିପାଇଁ ଦାବି କରିବାକୁ ପଡିବ। ଅନେକ ଥର ହିତାଧିକାରୀମାନେ ନିଜର କାଗଜପତ୍ର ଅପଡେଟ କରିଥିଲେ ମଧ୍ୟ ଟଙ୍କା ଆକାଉଣ୍ଟକୁ ଆସିନଥାଏ। ଏଭଳି ପରିସ୍ଥିତିରେ ହିତାଧିକାରୀ ତାଙ୍କ ଆକାଉଣ୍ଟକୁ ସଠିକ ଭାବେ ରଖିବା ଉଚିତ୍।

ଯଦି ଆପଣ କିସ୍ତି ଗ୍ରହଣ କରିନାହାଁନ୍ତି, ତେବେ ସର୍ବପ୍ରଥମେ ଆପଣଙ୍କୁ ନିଜ ଅଞ୍ଚଳର ଆକାଉଣ୍ଟାଣ୍ଟ ଏବଂ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ପଡିବ। ସେହି ଅଧିକାରୀମାନଙ୍କୁ ଏକତ୍ର ଏହି ବିଷୟରେ ସୂଚନା ଦେବାକୁ ପଡିବ। ଯଦି କୌଣସି କାରଣରୁ ଆପଣଙ୍କ ମାମଲାର ଶୁଣାଣି ନହୁଏ, ତେବେ ଆପଣଙ୍କୁ ଏମ କିଷାନ ହେଲ୍ପ ଡେସ୍କ ର ମେଲ ଆଇଡି କିମ୍ବା ଫୋନ ମାଧ୍ୟମରେ ଯୋଗେ ଯୋଗାଯୋଗ କରିବାକୁ ପଡ଼ିବ।

ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରନ୍ତୁ:

କିସ୍ତିର ଦେୟ ନଥିବା କ୍ଷେତ୍ରରେ, ଆପଣ ହେଲ୍ପଲାଇନ ନମ୍ବର ୦୧୧-୨୩୩୮୧୦୯୨ କୁ ଫୋନ କରିପାରିବେ। ଏହି ସୁବିଧା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଉପଲବ୍ଧ। ଏହା ବ୍ୟତୀତ ଆପଣ pmkisan [email protected] ଇ-ମେଲରେ ପିଏମ କିଷାନ ହେଲ୍ପ ଡେସ୍କ ସହିତ ଯୋଗାଯୋଗ କରିପାରିବେ। ଏହା ବ୍ୟତୀତ, ଆପଣ ମୋବାଇଲ୍ ଆପ୍ ମାଧ୍ୟମରେ ଆପଣଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

କଳାହାଣ୍ଡି ରେ ପି.ସି.ଭି. ଟୀକାକରଣର କାର୍ଯ୍ୟକ୍ରମ ଶୁଭାରମ୍ଭ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭାରତ ସରକାରଙ୍କ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ଆଉ ଏକ ଫର୍ଦ୍ଦ ଭାବେ ନିମୋକୋକାଲ କଞ୍ଜୁଗେଟ ଟିକା ବା ପି.ସି.ଭି. କୁ ଯୋଡ଼ା ଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ମାନ୍ୟବର ଶିଳ୍ପ, ଶକ୍ତି, ଗୃହ ଏମ.ଏସ.ଏମ.ଇ. ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ରାଜ୍ୟବ୍ୟାପୀ ଏହି ଯୋଜନା ଆଜିଠାରୁ ଆରମ୍ଭ କରାଯିବା ପରେ ରାଜ୍ୟର ପାଖାପାଖି ଆଠ ଲକ୍ଷ ଶିଶୁ ଉପକୃତ ହେବେ। ଏହି ଟୀକା ଶିଶୁ ମାନଙ୍କୁ ପ୍ରଥମ ଡୋଜ ଜନ୍ମ ହେବାର ଦେଢ଼ ମାସ, ଦ୍ୱିତୀୟ ଡୋଜ୍ ସାଡେ ତିନି ମାସ ଓ ତୃତୀୟ ଡୋଜ ୯ ମାସ ବ୍ୟବଧାନରେ ଦିଆଯିବା ଯୋଜନା କରାଯାଇଛି। ପ୍ରତି ସପ୍ତାହର ବୁଧବାର ଦିନ ଏହି ଟୀକା ପିଲାଙ୍କୁ ନିୟମିତ ଟୀକାକରଣ ଦିଆଯିବ। ଏହି ଟିକାର ସେଭଳି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।

ନିମୋକୋକଲ ଜୀବାଣୁ ସଂକ୍ରମଣ ଫଳରେ, ନିମୋନିଆ ହେବା ଯୋଗୁଁ ପ୍ରତି ହଜାରେ ଶିଶୁ ମଧ୍ୟରେ ୫୪ ଶିଶୁ ମୃତ୍ୟୁବରଣ କରୁଥିଲେ। ତେବେ ଏହି ଟୀକାକରଣ ଦ୍ଵାରା ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରେ ଶିଶୁମୃତ୍ୟୁ ହାର କମ କରିବାରେ ସରକାର ସଫଳ ହେବେ ବୋଲି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରତାପ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ କନ୍ଫରେନ୍ସ ହଲ ଠାରେ ଆୟୋଜିତ ପ୍ରେସ କନ୍ଫରେନ୍ସରେ ବିବୃତି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଏମଓ ଡାକ୍ତର ଜଳନ୍ଧର ମେହେର, ଏଡିପିଏଚଓ ଡା. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁଦର୍ଶନ ସାହୁଙ୍କୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସଂବର୍ଦ୍ଧନା

ଭୁବନେଶ୍ବର: ନିକଟରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ ଓଡିଶାର ସୁନାମଧନ୍ୟ ସ୍ଥପତି ସୁଦର୍ଶନ ସାହୁଙ୍କୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସଂବର୍ଦ୍ଧିତ କରାଯାଇଛି। ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଓ ଭାରତ ସରକାରଙ୍କ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ସୁଦର୍ଶନ ସାହୁଙ୍କୁ ଫୁଲଗଛ ଓ ଉତରିୟ ଦେଇ ସମ୍ମାନିତ କରିଥିଲେ।

ପରେ ସୁଦର୍ଶନ ସାହୁଙ୍କ ଧର୍ମପତ୍ନୀ ଅର୍ଣ୍ଣପୂର୍ଣ୍ଣା ସାହୁଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଶିଳ୍ପୀ ଓ ବୁଣାକାର ମଧ୍ୟ ଶ୍ରୀଯୁକ୍ତ ସାହୁଙ୍କୁ ନିଜ ହାତ ତିଆରି ହସ୍ତକଳା, ଉତରିୟ ଓ ଫୁଲଗଛ ପ୍ରଦାନ କରି ସମ୍ମାନିତ କରିଛନ୍ତି। ଏହି ଅବସରରେ ଜୟଦେବ ବିହାର ସ୍ଥିତ ସୁଦର୍ଶନ ଆର୍ଟ ଓ କ୍ରାଫ୍ଟ ପରିସରରେ ଏକ ସଂବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।

ଉକ୍ତ ସଭାରେ ଅଧ୍ୟକ୍ଷତା କରି ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ନିଜ ବକ୍ତବ୍ୟରେ ସୁଦର୍ଶନ ସାହୁଙ୍କ ସୁକ୍ଷ୍ମ କଳାକାରିଗରୀର ଉଚ୍ଚ ପ୍ରଶଂସା କରିଛନ୍ତି। ତତ ସହିତ ଓଡିଶା ଶିଳ୍ପୀ ମହାସଘର ମୁଖ୍ୟ ଉପଦେଷ୍ଟା ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୟନ କରାଯାଇଥିବାରୁ ଭାରତ ସରକାରଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କର ନିଜ ବକ୍ତବ୍ୟରେ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ସମାଜିକ ସୁରକ୍ଷା ପାଇଁ ସୁଦର୍ଶନ ସାହୁଙ୍କ ଦୀର୍ଘଦିନର ପ୍ରଚେଷ୍ଟା ସଂପର୍କରେ ଆଲୋକପାତ କରିଥିଲେ। ଯେଉଁ ପୁରସ୍କାର ତାଲିକାରେ ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ନାମ ରହିଛି, ସେହିଥିରେ ରାଜ୍ୟର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସହୁଙ୍କ ନାମ ରହିବା ଆମ ଶିଳ୍ପୀ ଓ ବୁଣାକାର ଜାତି ପାଇଁ ଏକ ଗର୍ବଗୈାରବର ବିଷୟ ବୋଲି ଶ୍ରୀ କର କହିଛନ୍ତି।

ସୂଚନା ଥାଉକି, ୧୯୮୮ ମସିହାରେ ପଦ୍ମଶ୍ରୀ ସମ୍ମାନ, ୨୦୧୧ ମସିହାରେ ଉତ୍କଳ ୟୁନିଭରସିଟି ଅଫ କଲଚର ଦ୍ୱାରା ଡକ୍ଟରେଟ ଉପାଧୀ, ୨୦୧୨ ମସିହା ପାଇଁ ଧର୍ମପଦ ପୁରସ୍କାର ସହ ୨୦୧୮ ମସିହା ମାର୍ଚ୍ଚ ୨୨ ତାରିଖରେ ସୁଦର୍ଶନ ସାହୁ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ଏହି ଅବସରରେ ଓଡିଶା ଶିଳ୍ପୀ ମହାସଂଘର ମୁରବି ଭାବେ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୟନ ଓଡିଶାର ହସ୍ତକଳାକୁ ବିଶ୍ୱ ଦରବାରରେ ପରିଚିତ କରାଇବାସହ ଆମ ଓଡିଆଙ୍କୁ ଗର୍ବିତ କରିଛି ବୋଲି ନିଜ ବକ୍ତବ୍ୟରେ ଜାତିୟ ପୁରସ୍କାର ପ୍ରାପ୍ତ ତାଳପତ୍ର ଖୋଦେଇ ଶିଳ୍ପୀ ଶରତ ପ୍ରଧାନ କହିଥିଲେ।

ଏମାନଙ୍କ ବ୍ୟତୀତ ଯତୀନ ସାହୁ, ଅଶୋକ ସାହୁ, ବିକାଶ ଆୟୁକ୍ତ ହସ୍ତଶିଳ୍ପଙ୍କ ସହ ନିର୍ଦ୍ଦେଶିକା କୁମାରୀ ଶୈଳଜା ପ୍ରମୁଖ ନିଜ ବକ୍ତବ୍ୟରେ ସୁଦର୍ଶନ ସାହୁଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଶୁଭେଚ୍ଛା ଓ ସଂବର୍ଦ୍ଧନା କାର୍ଯ୍ୟକ୍ରମକୁ ମହାସଂଘର କୋଷାଧ୍ୟକ୍ଷ ଅଶୋକ ଗୁଇଁ, ସଂଗଠନ ସଂପାଦିକା ସରୋଜିନୀ ଦାସଙ୍କ ସହ ସନ୍ତୋଷ ଓଝା, ସନ୍ତୋଷ ସାଥୁଆ, ପ୍ରତାପ ସିଂହ, ଜମ୍ବେଶ୍ୱର ବେହେରା,ଡଲି ଦାସ,ବାସନ୍ତି ନାୟକ, ଲକ୍ଷ୍ମୀଧର ଚାନ୍ଦ, ବିପିନ ସାହୁ, ଡଲି ଦାସ, ସୈାଦାମିନୀ ସ୍ୱାଇଁ, ଗୋବିନ୍ଦ ସାମଲ ଓ ଜୟନ୍ତି ନାୟକ ପ୍ରମୁଖ ପରିଚାଳନା କରିଥିଲେ।