Categories
ବିଶେଷ ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଯ୍ୟସିଟ, ୯ କୋଟି ଟଙ୍କାର ସଂପତ୍ତି ଠାବ

ଭୁବନେଶ୍ବର: ଆଜି ରାଜ୍ୟ ଭିଜିଲାନସ ବିଭାଗ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ପୃଷ୍ଠାର ଚାର୍ଯ୍ୟସିଟ ଦାଖଲ କରାଯାଇଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଏହି ଚାର୍ଯ୍ୟସିଟ ଦାଖଲ ହୋଇଛି। ତାଙ୍କ ବିରୋଧରେ ଆୟ ବହିଭୂତ ସଂପତ୍ତି ଅଭିଯୋଗ ଆସିଥିଲା। ସେହି ଅନୁସାରେ ଭିଜିଲାନସ ତାଙ୍କର ୯ କୋଟି ୧୮ ଲକ୍ଷ ଟଙ୍କା ଆୟ ବର୍ହିଭୂତ ସଂପତ୍ତି ରହିଛି ବୋଲି ଏହି ଚାର୍ଯ୍ୟସିଟରେ ଉଲ୍ଲେଖ କରାଯାଇଛି।

ଏଥିରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ତାଙ୍କର ଧର୍ମପତ୍ନୀ ସୁଜାତା ପାଣିଗ୍ରାହୀଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ପ୍ରଦୀପ ଟାଟା କଂପାନୀରେ ଚାକିରୀ କରାଇଦେବା ନାମରେ ବେକାରୀଙ୍କଠାରୁ ଟଙ୍କା ଠକିଥିଲେ। ସେହି ଆଧାରରେ ଭିଜିଲାନସ ତାଙ୍କୁ ୨୦୨୦ ଡିସେମ୍ବର ମାସରେ ଗିରଫ କରାଯାଇଥିଲା।

ତାଙ୍କ ବିରୋଧରେ ମାମଲା ରୁଜୁ ହେବାପରେ ୨୦୨୧ ମସିହାରେ ଲୋକାୟୁକ୍ତ ଆଇନ ୨୦୧୪ର ଅଧିନିୟମ ୨୦ ଅନୁସାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା। ଏଥିରେ ପ୍ରଦୀପ ପାଣିଗ୍ରାହୀ କ୍ଷମତାରେ ଥାଇ ୯ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଜଣା ପଡ଼ିଥିଲା। ପ୍ରଦୀପ ମଧ୍ୟ ଏହି ସମ୍ପତ୍ତି ବବାଦରେ କିଛି ସଠିକ ତଥ୍ୟ ଦେଇ ପାରି ନ ଥିଲେ ବୋଲି ଭିଜିଲାନସ ଉଲ୍ଲେଖ କରିଛି।

ପ୍ରଦୀପ ପାଣିଗ୍ରାହୀ ନିଜର ଗିରଫ ବିରୋଧରେ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ। ଏହାପରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ସେ ୨୦୨୧ ମସିହା ଜୁନ ମାସରେ ଜେଲରୁ ବାହାରିଥିଲେ। ଏହି ମମାଲାରେ ଗିରଫ ହେବା ପରେ ପ୍ରଦୀପଙ୍କୁ ବିଜେଡି ପକ୍ଷରୁ ଦଳରୁ ବହିଷ୍କୃତ କରଯାଇଥିଲା। ବର୍ତ୍ତମାନ ଚାର୍ଯ୍ୟସିଟ ଦାଖଲ ପରେ କୋର୍ଟ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିିଛି।