Categories
ଆଜିର ଖବର ଧର୍ମ

ଆଜି ହେଉଛି ଶାମ୍ବ ଦଶମୀ, ଉଚିତ ପଦ୍ଧତିରେ ପୂଜା କଲେ ସନ୍ତାନର ହୁଏ ମଙ୍ଗଳ

ଭୁବନେଶ୍ବର: ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-“ଅଇଲା ଚିତୋଉ ନାନୀ, ବାରଓଷା ପର୍ବ ସଙ୍ଗରେ ଘେନି, ଶମ୍ବର ଦଶମୀ ଅଲଣାଦାଉ, ସବୁ ଓଷା ବାର ଏଇଠି ଥାଉ ।”

ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ । ଓଡ଼ିଆଙ୍କ ସୁସ୍ୱାଦୁ, ସୁମିଷ୍ଟ, ତୃପ୍ତିକର ଖାଦ୍ୟ ପ୍ରସ୍ତୁତି ଦକ୍ଷତାର ଅସଲ ନିଦର୍ଶନା କଥା ଅଛି-“ଶାମ୍ବର ଦଶମୀରେ ମଣିଷ ଗୋଟିଏକୁ ପିଠା ଗୋଟିଏ ।” କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟ ପନିପରିବାର ପ୍ରାଚୁର୍ଯ୍ୟର ସମୟ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ “ଘଡ଼ଘଡ଼ା ତିଅଣ” କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ ।

ପୂଜାବିଧି

ନାରୀମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି। ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ। ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ। ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି।

ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି। ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ। ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ। ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ। ଏହି ଧୂପରେ ମଧ୍ୟ ଏଣ୍ଡୁୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ।

Categories
MakarSankrati ଆଜିର ଖବର ଧର୍ମ

ମକର ସଂକ୍ରାନ୍ତିରେ ଶ୍ରୀଜଗନ୍ନାଥଙ୍କ ପାଇଁ ମଧ୍ୟ ହୁଏ ଭିନ୍ନ ପ୍ରକାରର ମକର ଚାଉଳ, କରାଯାଏ ନବାଙ୍କ ବେଶ

ଭୁବନେଶ୍ବର: ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯାଇଥାଏ। ଏହି ଦିନ ଶ୍ରୀଜିୟୁଙ୍କ ପାଖରେ ମକର ଭୋଗ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ମଙ୍ଗଳା ଆରତି ଓ ଅବକାଶ ନୀତି ପରେ ଶ୍ରୀଜିଉମାନଙ୍କର ପଟା ପହରଣ  ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂରଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥାଏ । ଗୋପାଳବଲ୍ଲଭ ଓ ସକାଳ ଧୂପ ପରେ ମଇଲମ ମହାସ୍ନାନ ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକର ବେଶ ବଢ଼ିଥାଏ ।

ଏହାପରେ ମକର ଚାଉଳ ପ୍ରସ୍ତୁତ କରାଯାଇଥାଏ। ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରରେ ଏହା ପ୍ରସ୍ତୁତ କରାଯାଏ। ଏହା କୁଡ଼ୁଆରେ ସଜଡ଼ା ଯାଇଥାଏ। ସୁଦୁ ସୁଆର ସେବକ ମକରଚାଉଳ ପ୍ରସ୍ତୁତ କରି ରଖିଥାନ୍ତି । ଏହାପରେ ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ ବା ପନ୍ତିବଡ଼ୁ ମୁହଁରେ କନା ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ତଳିଚ୍ଛୁଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢ଼ିଥାନ୍ତି ।

ହଡ଼ପ ନାୟକ ସେବକ ଘରଠାରୁ ଘଣ୍ଟ ଛତା କାହାଳୀ ପଟୁଆରରେ ମୁଖ୍ୟ ମନ୍ଦିର ଭିତର ବେଢ଼ାକୁ ଏକଥର ବୁଲି ଭୋଗ ବାଢ଼ିବା ନିମନ୍ତେ ମହାସୁଆରକୁ ଦେଇ ଥାଆନ୍ତି । ଏହାପରେ ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ତିନି ବାଡ଼ରେ ତିନି ପୂଜାପଣ୍ଡା ପଞ୍ଚୋପଚାରରେ ମଣୋହି କରନ୍ତି । ଭୋଗ ସରିବା ପରେ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯାଏ ।

ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପବିତ୍ର ନବାଙ୍କ ବେଶ ସହ ଚାଉଳ ମେଲଣ ଓ ଫୁଲ ମେଲଣ ଉତ୍ସବ ମଧ୍ୟ ଅନୁଷ୍ଠିତ ହୁଏ । ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ଶ୍ରୀବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ସହ ଶଙ୍ଖ,ଚକ୍ର,ହଳ ଓ ମୂଷଳ ଇତ୍ୟାଦି ଧାରଣ କରିଥାନ୍ତି ।

Categories
MakarSankrati ଆଜିର ଖବର ଧର୍ମ

ମକର ସଂକ୍ରାନ୍ତି ଦିନ କଣ କରିବା ଉଚିତ୍, ଜାଣନ୍ତୁ ଏହି ତିନୋଟି କଥା, ମିଳିବ ସଫଳତା

Makar Sankranti:  ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତିଙ୍କ ପର୍ବ । ମକର ସଂକ୍ରାନ୍ତି ପର୍ବ ସମଗ୍ର ଦେଶରେ ବିଭିନ୍ନ ରୂପରେ ଏବଂ ଭିନ୍ନ ଉପାୟରେ ପାଳନ କରାଯାଇଥାଏ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି। ଏଥର ମକର ସଂକ୍ରାନ୍ତି ପର୍ବ 14 ଜାନୁଆରୀରେ ପାଳନ କରାଯିବ । ପରମ୍ପରା ଅନୁଯାୟୀ, ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରବେ ଏବଂ ଏହି ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୁଏ।  ପୂଜା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ, ମାଙ୍ଗଳିକ ଭଳି କାର୍ଯ୍ୟ ମକର ସଂକ୍ରାନ୍ତିରେ ଆରମ୍ଭ ହୁଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମକର ସଂକ୍ରାନ୍ତି ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ମକର ସଂକ୍ରାନ୍ତି ଦିନ, ଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଏହି ଦିନ ପବିତ୍ର ନଦୀ କିମ୍ବା ପାଣିରେ ସ୍ନାନ କରି ଦାନ ଦକ୍ଷିଣା ପ୍ରଦାନ କରାଯାଏ। ଶାସ୍ତ୍ର ଅନୁଯାୟୀ, ଯଦି ମକର ସଂକ୍ରାନ୍ତି ଦିନ କିଛି ବିଶେଷ ଜିନିଷ ଦାନ କରାଯାଏ। ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ ଏପରି କିଛି ବିଶେଷ ଜିନିଷ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯଦି ଆପଣ ମକର ସଂକ୍ରାନ୍ତିରେ ଦାନ କରନ୍ତି, ତେବେ ଏହା ଆପଣଙ୍କ ଜୀବନରେ ସୁଖ ଆଣିଦେବ ।

ମକର ସଂକ୍ରାନ୍ତି ଦିନ ଏହି ଜିନିଷ ଦାନ କରନ୍ତୁ 

ମକର ସଂକ୍ରାନ୍ତି ପର୍ବରେ କଦଳୀ ଏବଂ ତେଲ ଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଯଦି ଆମେ ଶାସ୍ତ୍ର ଅନୁଯାୟୀ ଦେଖୁ, ମକର ସଂକ୍ରାନ୍ତି ଦିନରେ ଗୁଡ ଏବଂ ତେଲ ଦାନ କରନ୍ତୁ, ତେବେ ଏହା ରାଶିଫଳରେ ସୂର୍ଯ୍ୟ ଏବଂ ଶନିଙ୍କ ସ୍ଥିତିକୁ ଦୃଢ କରିଥାଏ । ଏହି ଜିନିଷ ଦାନ କରି ସୂର୍ଯ୍ୟ ଭଗବାନ ମଧ୍ୟ ପ୍ରସନ୍ନ ହୁଅନ୍ତି । ସମାଜରେ ସମ୍ମାନ ବୃଦ୍ଧି ହୁଏ, କେବଳ ଏତିକି ନୁହେଁ, ଆପଣଙ୍କର କାର୍ଯ୍ୟରେ ମଧ୍ୟ ସଫଳତା ମିଳିଥାଏ । ସମସ୍ତ କାର୍ଯ୍ୟ ଠିକରେ ସମାପ୍ତ ହେବ ।

ଖେଚିଡି ଦାନ-ଯଦି ତୁମେ ମକର ସଂକ୍ରାନ୍ତି ପର୍ବରେ ଖେଚୁଡି ଦାନ କରନ୍ତି, ତେବେ ଏହା ଜୀବନର ଅନେକ ଅସୁବିଧା ଦୂର କରିବ । ଆପଣ ଜାଣିଥିବେ ମକର ସଂକ୍ରାନ୍ତି ଖେଚିଡି ପର୍ବ ଭାବରେ ମଧ୍ୟ ଜଣାଶୁଣା । ଏହି ଦିନ ପ୍ରସାଦ ଆକାରରେ ଖେଚିଡି ବିତରଣ କରିବାର ଏକ ପରମ୍ପରା ମଧ୍ୟ ଅଛି । ବିଶ୍ବାସ କରାଯାଏ ଯେ ମକର ସଂକ୍ରାନ୍ତି ଦିନ ଖେଚି଼ଡି ଦାନ କରିବା ଦ୍ୱାରା ଜୀବନରେ ସୁଖ ଏବଂ ଶାନ୍ତି ଆସିଥାଏ । କେବଳ ଏତିକି ନୁହେଁ, ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ ।

ଲୁଣ ଦାନ- ଯଦି ଆପଣ ମକର ସଙ୍କ୍ରାନ୍ତି ଦିନ ଲୁଣ ଦାନ କରନ୍ତି, ତେବେ ଏହା ଆପଣଙ୍କର ଖରାପ ସମୟ ସମାପ୍ତ କରେ ।

ରାଶିତେଲ- ଶନି ଦେବଙ୍କୁ ରାଶି ତେଲ ଦାନ କରନ୍ତୁ । ଯେହେତୁ ଆମେ ସମସ୍ତେ ଜାଣୁ ଶନି ଦେବତା ସବୁଠାରୁ କ୍ରୋଧିତ ଦେବତା ବୋଲି ବିବେଚନା କରାଯାଏ । ଯଦି ସେମାନଙ୍କର ଖରାପ ଦୃଷ୍ଟି ଶକ୍ତି ଜଣେ ବ୍ୟକ୍ତିଙ୍କ ଉପରେ ପଡ଼େ, ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଉପୁଜିବାକୁ ଲାଗେ, କିନ୍ତୁ ଯେଉଁ ବ୍ୟକ୍ତିଙ୍କ ସହ ଶନି ଦେବ ସନ୍ତୁଷ୍ଟ ହୁଅନ୍ତି, ସେହି ବ୍ୟକ୍ତିର ସମସ୍ତ ଦୁଃଖ ଦୂର ହୋଇଯାଏ ।

ଶନିଙ୍କର ଯଦି କୈଣସି ବ୍ୟକ୍ତିର ପ୍ରଭାବ ଥାଏ, ତେବେ ଏପରି ପରିସ୍ଥିତିରେ, ସେହି ଲୋକମାନେ ମକର ସଂକ୍ରାନ୍ତି ଦିନ ଏକ ତମ୍ବା ପାତ୍ରରେ କଳା ତେଲ ଏକ ଗରିବ ଲୋକକୁ ଦାନ କରିବା ଉଚିତ୍ । ଯଦି ଆପଣ ଏହି ପ୍ରତିକାର କରନ୍ତି, ଏହା ଆପଣଙ୍କ ରାଶିରେ ଶନି ଦୋଷକୁ ଅପସାରଣ କରିଥାଏ ।

Categories
MakarSankrati ଆଜିର ଖବର ରାଜ୍ୟ ଖବର

ମକର ସଂକ୍ରାନ୍ତି ପାଇଁ ରାଜ୍ୟ ସରକାର ଜାରି କଲେ କଟକଣା, ଘରେ ପାଳନ କରିବାକୁ ପରାମର୍ଶ

ଭୁବନେଶ୍ବର: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଳନ ଉପରେ କଟକଣା କରିଛନ୍ତି। ସାଧାରଣତଃ ଏହି ଦିନ ଶ୍ରଦ୍ଧାଳୁମାନେ ସମୁଦ୍ର ତଟ, ନଦୀ, ପୁଷ୍କରିଣୀ ଆଦିରେ ବୁଡ ପକାଇଥାନ୍ତି। ହେଲେ ଏଥର ଏସବୁକୁ ବାରଣ କରାଯାଇଛି।

ସେହିପରି ମନ୍ଦିରରେ ସର୍ବସାଧାରଣଙ୍କ ପୂଜାର୍ଚ୍ଚନାକୁ ମଧ୍ୟ ବାରଣ କରାଯାଇଛି। ସମସ୍ତଙ୍କୁ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ଏହି ନିର୍ଦ୍ଦେଶନାମା ସମସ୍ତ ଜିଲ୍ଲାପାଳ ତଥା ଏସପିଙ୍କୁ ଅବଗତ କରାଯାଇଛି।

Categories
MakarSankrati ଆଜିର ଖବର ଧର୍ମ

ପାଖେଇଲା ମକର ସଂକ୍ରାନ୍ତି, ସୂର୍ଯ୍ୟଦେବ ମକର ରାଶିରେ କରିବେ ପ୍ରବେଶ, ଜାଣନ୍ତୁ କଣ କରିବା ଉଚିତ

ଭୁବନେଶ୍ବର: ଚଳିତ ବର୍ଷ ମକର ସଂକ୍ରାନ୍ତି ଆସନ୍ତା 14 ତାରିଖ ଶୁକ୍ରବାର ଦିନ ପଡୁଛି। ଏହି ଦିନଟି ହିନ୍ଦୁ ଶାସ୍ତ୍ର ଅନୁସାରେ ବେଶ ମହତ ରଖେ। କାରଣ ଏହି ଦନ ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରିବେ। ପ୍ରତିବର୍ଷ ଜାନୁୟାରୀ ମାସରେ ଏହି ସଂକ୍ରାନ୍ତି ପଡିଥାଏ। ଏହିଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ।

ଜାନୁୟାରୀ 14 ତାରିଖ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବ ଅପରାହ୍ନ 2 ଟା 27 ମନିଟରେ ମକର ରାଶିରେ ପ୍ରବେଶ କରିବେ। ଏହି ରାଶିରେ ସୂର୍ଯ୍ୟ ମାର୍ଚ୍ଚ 14 ରାତ୍ରୀ 12 ଟା 15 ପର୍ଯ୍ୟନ୍ତ ରହିବେ। ସେଥିପାଇଁ ଏହି ଦିନ ଭୋରରୁ ସ୍ନାନ କରି ପୂଜାପାଠ କରିବାରେ ବିଧାନ ରହିଛି। ଏହିଦିନ ଦାନଧର୍ମ କଲେ ବେଶ ସୁଫଳ ମିଳିଥାଏ।

Categories
MakarSankrati ଧର୍ମ ବିଶେଷ ଖବର ସଂସ୍କୃତି

ମକର ସଂକ୍ରାନ୍ତି ଦିନ ଆୟୋଜିତ ହେବ ବିଶ୍ୱବ୍ୟାପୀ ସୂର୍ଯ୍ୟ ନମସ୍କାର

ନୂଆଦିଲ୍ଲୀ: ଆୟୁଷ ମନ୍ତ୍ରଣାଳୟ  ଜାନୁୟାରୀ ୧୪ତାରିଖ ମକର ସଂକ୍ରାନ୍ତି ଦିନ ବିଶ୍ୱବ୍ୟାପୀ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଆୟୋଜନ କରୁଛି। ଏହି ପ୍ରଦର୍ଶନ କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ଯୋଗ ଦେବେ।

ଏହି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଉତ୍ତମ ସ୍ୱାସ୍ଥ୍ୟ, ଧନ ଓ ସୁଖମୟ ଜୀବନ ପାଇଁ ପ୍ରକୃତି ମାତାଙ୍କୁ ଏହିଦିନ ଧନ୍ୟବାଦ ଅର୍ପଣ କରାଯାଇଥାଏ। ପ୍ରକୃତିର ସମସ୍ତ ଜୀବନ୍ତ ପଦାର୍ଥ ଏବଂ ପ୍ରାଣୀଜଗତ ଉପରେ ସୂର୍ଯ୍ୟଙ୍କର କିରଣ ପଡି ସେମାନଙ୍କୁ ପ୍ରାଣବନ୍ତ କରୁଥିବାରୁ ସୂର୍ଯ୍ୟ ନମସ୍କାର ମାଧ୍ୟମରେ ସୂର୍ଯ୍ୟଙ୍କୁ କୃତଜ୍ଞତା ପ୍ରକାଶ କରାଯାଏ।  ସୂର୍ଯ୍ୟ ସମସ୍ତ ଶକ୍ତିର ମୌଳିକ ଉତ୍ସ ହୋଇଥିବାରୁ ଜଟିଳ ଖାଦ୍ୟ ଶୃଙ୍ଖଳର ପରିଚାଳନା ସହିତ ମନୁଷ୍ୟମାନଙ୍କ ଶରୀର ଓ ମନକୁ ଶକ୍ତି ଯୋଗାଇଥାଏ। ବୈଜ୍ଞାନିିକ ଦୃଷ୍ଟି କୋଣରୁ ଦେଖାଯୋଏ ଯେ ସୂର୍ଯ୍ୟ ନମସ୍କାର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଗତ ମହାମାରୀ ସମୟରେ ଏହାର ଗୁରୁତ୍ୱ ଉପଲବ୍‌‌ଧି କରାଯାଇଥିଲା। ଶରୀରରେ ସୂର୍ଯ୍ୟକିରଣ ପଡିଲେ ଭିଟାମିନ୍ ଡି’ ସୃଷ୍ଟି ହୋଇଥାଏ। ବିଶ୍ୱବ୍ୟାପୀ ସମସ୍ତ ଚିକିତ୍ସା ଶାସ୍ତ୍ର ଓ ପଦ୍ଧତି ଏହାକୁ ସ୍ୱୀକାର କରିଛନ୍ତି।

ସାମୂହିକ ଭାବରେ ସୂର୍ଯ୍ୟ ନମସ୍କାର ଦ୍ୱାରା ଏହି ବାର୍ତ୍ତା ବିଶ୍ୱକୁ ଦିଆଯାଉଛି ଯେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଘଟୁଛି। ଆଜିର ବିଶ୍ୱର ତାପମାତ୍ରା ବୃଦ୍ଧି ଦୃଷ୍ଟିରୁ ଦୈନନ୍ଦିନ ଜୀବନରେ ସୌରଶକ୍ତି ବ୍ୟବହାର କରି ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଛାଡିବା ପ୍ରକ୍ରିୟା ହ୍ରାସ କରାଯିବା ଉଚିତ। ଅଙ୍ଗାରକାମ୍ଳ ପୃଥିବୀ ପ୍ରତି ବିପଦ ସୃଷ୍ଟି କରିଛି।

ମକର ସଂକ୍ରାନ୍ତି ଦିନଟିର ଗୁରୁତ୍ୱ ଆମର ସାଂସ୍କୃତିକ, ପରମ୍ପରା ଏବଂ ଅଧ୍ୟାତ୍ମିକ ଜୀବନରେ ରହିଛି। ସୂର୍ଯ୍ୟ ନମସ୍କାରରେ ୮ଟି ଆସନକୁ ୧୨ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ କରାଯାଇଥାଏ। ଏହାଦ୍ୱାରା ଶରୀର ଓ ମନ ମଧ୍ୟରେ ସମନ୍ୱୟ ସ୍ଥାପନ ହୋଇଥାଏ। ଏହାକୁ ପ୍ରତ୍ୟୁଷରୁ ଅଭ୍ୟାସ କରାଯିବା ଉଚିତ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ମକର ସଂକ୍ରାନ୍ତିରେ ଗୁଡି ଉଡାଇଲେ ଗୃହ ମନ୍ତ୍ରୀ ଅମିତ ସାହା, ଜଗନ୍ନାଥ ମନ୍ଦିରରେ କଲେ ପୂଜା ଅର୍ଚ୍ଚନା

ଅହମ୍ମଦାବାଦ, କେନ୍ଦ୍ର ଗୃହମନ୍ତ୍ରୀ ବର୍ତ୍ତମାନ ନିଜ ରାଜ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି। ମକର ସଂକ୍ରାନ୍ତି ଉପଲକ୍ଷେ ସେ ଅହମ୍ମଦାବାଦରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ଆଜି ସକାଳୁ ଶ୍ରୀଜଗନ୍ନାଥ ମନ୍ଦିରରେ ତିନିଠାକୁରଙ୍କୁ ଦର୍ଶନ କରିଛନ୍ତି। ଏଥିସହିତ ସେଠାରେ ସେ ମକର ସଂକ୍ରାନ୍ତି ଉପଲକ୍ଷେ ଗୋ ପୂଜା ମଧ୍ୟ କରିଛନ୍ତି। ଏଥିରେ ସେ ପରିବାର ସହ ଏହି ପୂଜାରେ ସାମିଲ ହୋଇଥିଲେ।

ସେହିପରି ମକର ସଂକ୍ରାନ୍ତିରେ ଗୁଡି ଉଡା ଏକ ପର୍ବ ଭାବରେ ରହିଆସିଛି। ସେହି ଗୁଡି ଉଡା କାର୍ଯ୍ୟକ୍ରମରେ ମଧ୍ୟ ଅମିତ ସାହା ଯୋଗ ଦେଇଥିଲେ। ଅହମ୍ମଦାବାଦର ତାଙ୍କର ଜଣେ ପୁରୁଣା ବନ୍ଧୁଙ୍କ ଘରକୁ ଯାଇ ଛାତରେ ଏହି ଗୁଡି ଉଡାଇଥିଲେ। ତାଙ୍କର ଗସ୍ତକୁ ନେଇ ଅହମ୍ମଦାବାଦରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

Categories
ଫଟୋ ଖବର

ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ମକର ଚାଉଳ ଭୋଗଲାଗି କରିବା ପାଇଁ କରାଯାଇଛି ପ୍ରସ୍ତୁତ

ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରର ଏହି ଅବସରରର ଅନ୍ୟ ବିଶେଷ ନୀତି ଅନୁଷ୍ଠିତ ହେବା ସହ ମହାପ୍ରଭୁଙ୍କୁ ମକର ଚାଉଳ ଭୋଗଲାଗି ହୋଇଥାଏ ।

Categories
ଧର୍ମ ବିଶେଷ ଖବର

ଆଜି ହେଉଛି ମକର ସଂକ୍ରାନ୍ତି, ଜାଣନ୍ତୁ ଏହି ବିଶେଷ ଦିନରେ କଣ କଲେ ଆପଣଙ୍କୁ ମିଳିବ ସଫଳତା

ଭୁବନେଶ୍ବର, ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତିଙ୍କ ପର୍ବ । ମକର ସଂକ୍ରାନ୍ତି ପର୍ବ ସମଗ୍ର ଦେଶରେ ବିଭିନ୍ନ ରୂପରେ ଏବଂ ଭିନ୍ନ ଉପାୟରେ ପାଳନ କରାଯାଇଥାଏ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି। ଏଥର ମକର ସଂକ୍ରାନ୍ତି ପର୍ବ 14 ଜାନୁଆରୀରେ ପାଳନ କରାଯିବ । ପରମ୍ପରା ଅନୁଯାୟୀ, ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରବେ ଏବଂ ଏହି ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୁଏ।  ପୂଜା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ, ମାଙ୍ଗଳିକ ଭଳି କାର୍ଯ୍ୟ ମକର ସଂକ୍ରାନ୍ତିରେ ଆରମ୍ଭ ହୁଏ ।