Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରେଳ ଚଳାଚଳ ବନ୍ଦ ବେଳେ ମଞ୍ଚେଶ୍ବର ୱାର୍କସପ କର୍ମଚାରୀ କରୋନା ସୁରକ୍ଷା ସାମଗ୍ରୀ କଲେ ପ୍ରସ୍ତୁତ

ଭୁବନେଶ୍ବର, ଏକ ନୂଆ ଉଦାହରଣ ସୃଷ୍ଟି କରିଛି ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା। ଲକଡାଉନ ସମୟରେ ଏଥିରେ ରେଳଡବା ମରାମତି ସହିତ କୋଭିଡି ସମ୍ପର୍କିତ ସୁରକ୍ଷା ଓ ଜନ ମଙ୍ଗଳକାରୀ ଉପକରଣ ପ୍ରସ୍ତୁତ କରି ସମୟ ବିନିଯୋଗ କରିଛି। ଏଥିରେ କର୍ମଚାରୀମାନେ ଯାହାଯାହା ଉତ୍ପାଦନ କରିଛନ୍ତି ତାହା ହେଲା.

● ଲକ ଡାଉନ ସମୟରେ କୋଭିଡ୍ ରୋଗୀଙ୍କ ପାଇଁ ୫୧ ଟି ଆଇସୋଲେସନ କୋଚ ପ୍ରସ୍ତୁତ
● ୩୭୪୩ ଲିଟର ସାନିଟାଇଜର ଏବଂ ୭୭୩୨ ମାସ୍କ ପ୍ରସ୍ତୁତ
● କୋଭିଡ୍ ରୋଗୀଙ୍କ ପାଇଁ ଫୋମ୍ ସହିତ ୧୦୪ ଟି ବେଡ୍ ପ୍ରସ୍ତୁତ
● ୬୧ ଟି ଅମ୍ଳଜାନ ସିଲିଣ୍ଡର ଷ୍ଟାଣ୍ଡ ଏବଂ ୧୦ଟି ମେଡିକାଲ ଉପକରଣ ଟ୍ରଲି ପ୍ରସ୍ତୁତ
● ୩୫ ଟି ପେଡାଲ ବ୍ୟବହୃତ ସାନିଟାଇଜର ଡିସପେନସର୍ ଏବଂ ୨୧ ପେଡାଲ ବ୍ୟବହୃତ ଅପରେଟେଡ୍ ହ୍ୟାଣ୍ଡ୍ ୱାଶ୍ ବେସିନ ପ୍ରସ୍ତୁତ
● ୩୧୬ ଟି ରେଳ କୋଚ୍ ମରାମତି କରାଯାଇ ବିଭିନ୍ନ ରେଳମଣ୍ଡଳକୁ ପଠାଯାଇଛି

ଲକଡାଉନ୍ ସମୟରେ, ଯେତେବେଳେ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା ସେତେବେଳେ କେବଳ କିଛି ସ୍ପେଶାଲ୍ ଟ୍ରେନ୍ ଏବଂ ଶ୍ରମିକ ସ୍ପେଶାଲ୍ ଟ୍ରେନ ଚଳାଚଳ କରାଯାଇ ପ୍ରବାସୀମାନଙ୍କୁ ସେମାନଙ୍କ ଘରକୁ ପଠାଯାଉଥିଲା। ଏହା ବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବା ପାଇଁ ମାଲ ପରିବହନ ଏବଂ ପାର୍ସଲ ଟ୍ରେନ ଚଳାଚଳକୁ ଗୁରୁତ୍ୱ ଦିଆଯାଇଥିଲା। ଅତିରିକ୍ତ କାର୍ଯ୍ୟ ବୃଦ୍ଧି ପାଇଁ ପୂର୍ବତଟ ରେଳପଥ ସୁଚିନ୍ତିତ ପଥରେ ଏହି ଲକଡାଉନ୍ ସମୟକୁ ଭଲଭାବେ ବିନିଯୋଗ କରିପାରିଛି।

ଏପ୍ରିଲ ରୁ ଜୁଲାଇ ମଧ୍ୟରେ ଲକ ଡାଉନ ସମୟ ମଧ୍ୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା କୋଭିଡି-୧୯ ସମ୍ବନ୍ଧୀୟ ଉପକରଣକୁ ନିଜ ୱାର୍କସପ ରେ ନିର୍ମାଣ କରିଛି। ଏହି ସମୟ ମଧ୍ୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ବିଶ୍ୱ ମହାମାରୀ ଭାଇରସ ଯେପରି ଅନ୍ୟ ଲୋକମାନଙ୍କୁ ସଂକ୍ରମିତ ନହେବ ସେଥିପ୍ରତି ଧ୍ୟାନଦେଇ କୋଭିଡି ସଂକ୍ରମିତ ରୋଗୀମାନଙ୍କ ପାଇଁ ୫୧ଟି କୋଚ କୁ ଆଇସୋଲେସନ କୋଚ ରେ ରୂପାନ୍ତରିତ କରିଥିଲା।

ଏହି ଅବଧି ମଧ୍ୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ରେଳକର୍ମଚାରୀ ମାନଙ୍କ ପାଇଁ ୩୭୪୩ ଲିଟର ସାନିଟାଇଜର ଓ ୭୭୩୨ ଟି ମାସ୍କ ତିଆରି କରିଥିଲା ଓ ସଂକ୍ରମିତ ରୋଗୀ ମାନଙ୍କ ପାଇଁ ଏହି ୱାର୍କଶପ ଗାଡି ସହିତ ୧୦୪ ଟି ଶଯ୍ୟା ତିଆରି କରିପାରିଥିଲା।