Categories
ଆଞ୍ଚଳିକ

ବାଲୁଗାଁ: ବାପା, ମା’କୁ ଆକ୍ରମଣ ଅଭିଯୋଗରେ ପୁଅ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ ସରନଇ ଗ୍ରାମରେ ବାପାକୁ ଆକ୍ରମଣ ଅଭିଯୋଗରେ ପୁଅକୁ ଗିରଫ କରିଛି ବାଲୁଗାଁ ପୋଲିସ।

ଖବର ମୁତାବକ ସରନଇ ଗ୍ରାମର ନନ୍ଦ କିଶୋର ମହାରଣାଙ୍କ ସାନ ପୁଅ ଗଣେଶ ମହାରଣା (୩୨) ଦୈନନ୍ଦିନ ସାଥୀ ସାଙ୍ଗମାନଙ୍କ ସହ ମଦ୍ୟପାନ କରି ବିଳମ୍ବିତ ରାତିରେ ଘରକୁ ଆସୁଥିବା ବେଳେ ଗାଳି ଗୁଲଜ କରିବା ସହ ବାପା ଓ ମାକୁ ମାରିବାକୁ ଧମକ ଦେଇ ଆସୁଥିଲା। ଯାହାକି ଗତକାଲି ସନ୍ଧ୍ୟାରେ ପୁଅ କାଠ ଫାଳିଆରେ ଉଭୟ ବାପା ମାଙ୍କୁ ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଯାହାଫଳରେ ନନ୍ଦ କିଶୋର ଓ ସ୍ତ୍ରୀ ଙ୍କ ମସ୍ତିଷ୍କରେ ଆଘାତ ଲାଗି ଉଭୟ ଗୁରୁତର ଆହତ ହୋଇଛନ୍ତି।

ଏନେଇ ବାଲୁଗାଁ ଥାନାରେ ଅଭିଯୋଗ କରିବାରେ କେଶ ନଂ ୨୧୩/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ ଗଣେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।