Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ପବିତ୍ର ମାଘ ସପ୍ତମୀ ଉପଲକ୍ଷେ କୋଣାର୍କ ଚନ୍ଦ୍ରଭାଗାରେ ଭକ୍ତଙ୍କ ଭିଡ

କୋଣାର୍କ: ଆଜି ହେଉଛି ମାଘ ସପ୍ତମୀ। ଏହିଦିନ କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇଲେ ପୂଣ୍ୟ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ଦିନ କୋଣାର୍କ ଚନ୍ଦ୍ରଭାଗା କୂଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁ ମାନେ ଗତକାଲି ରାତିରୁ ଆସି ସେଠାରେ ଭିଡ କରିଥିଲେ। ଆଜି ସୂର୍ଯ୍ୟ ଉଇଁବା ପରେ ସେମାନେ ସ୍ନାନ କରି ବୁଡି ପକାଇଛନ୍ତି।

ପୁରାଣ କାଳରୁ ବିଶ୍ବାସ ରହିଛି ଯେ, କୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଏହି ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥିଲେ। ଏହାପରେ ସେ ଶାପମୁକ୍ତ ହୋଇ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେହିଦିନଠାରୁ ଶ୍ରଦ୍ଧାଳୁମାନେ ଏହି ମାଘ ସପ୍ତମୀରେ ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥାନ୍ତି।