Categories
ଆଜିର ଖବର ରାଜ୍ୟ ଖବର

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ଶିକ୍ଷକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ଶିକ୍ଷକ ମଞ୍ଚ ପକ୍ଷରୁ ବିଭିନ୍ନ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ମଞ୍ଚ ଦାବି ପତ୍ର ପ୍ରଦାନ କରିଛି। ଏଥିରେ ବିଭିନ୍ନ ଦାବି ଯଥା ସପ୍ତମ ବେତନ କମିଶନଙ୍କ ସୁପାରିଶ ଗ୍ରହଣ କରିବା, କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଅନ୍ୟ ରାଜ୍ୟ କର୍ମଚାର ମାନେ କମିଶନରଙ୍କ ସୁପାରିଶ କ୍ରମେ ସ୍ବାସ୍ଥ୍ୟ ସମ୍ବନ୍ଧିତ ଭତା ପାଉଥିବା ବେଳେ ଆମ ରାଜ୍ୟର ସେବା ନିବୃତ କର୍ମଚାରୀମାନେ ସେଥିରୁ ବଞ୍ଚିତ ହେଉଛନ୍ତି। ଏତଦବ୍ୟତୀତ ଅନ୍ୟ ରାଜ୍ୟ ମାନଙ୍କରେ ବୟସ ଅନୁପାତରେ ବିଭିନ୍ନ ସୁବିଧା ଆମ ରାଜ୍ୟରେ ମଧ୍ୟ ଲାଗୁ କରିବା ପାଇଁ ଏହି ଦାବି ପତ୍ରରେ ଉଲ୍ଲେଖ ରହିଛି।

ଗଂଜାମ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉକ୍ତ ଦାବିପତ୍ର ପ୍ରଦାନ ବେଳେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ଶିକ୍ଷକ ମଞ୍ଚ ସଭାପତି ରଜନୀକାନ୍ତ ମଣ୍ଡଳଙ୍କ ସମେତ ରାଜେନ୍ଦ୍ର ପଣ୍ଡା, କାମରାଜୁ ମହାରଣା, ଶ୍ୟାମସୁନ୍ଦର ଖାଡଙ୍ଗା, ସୁବାଷ ଚନ୍ଦ୍ର ମିଶ୍ର, କେ କ୍ରୁଷ୍ଣମୂର୍ତ୍ତି ଓ କବିରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।