Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ଆସନ୍ତାକାଲିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ମେମୁ ହେବ ବାତିଲ

ଭୁବନେଶ୍ଵର: 08441/08442 ଭୁବନେଶ୍ୱର – ବ୍ରହ୍ମପୁର – ଭୁବନେଶ୍ୱର ମେମୁ ଉଭୟ ପାର୍ଶ୍ୱରୁ ସେପ୍ଟେମ୍ବର 19 ତାରିଖ ଠାରୁ 22 ତାରିଖ ମଧ୍ୟରେ ବାତିଲ ରହିବ।

08443 ଭୁବନେଶ୍ୱର – ପଲାସା -ଭୁବନେଶ୍ୱର ମେମୁ ଭୁବନେଶ୍ୱର ଠାରୁ ସେପ୍ଟେମ୍ବର 19 ତାରିଖ ଠାରୁ 22 ତାରିଖ ମଧ୍ୟରେ ବାତିଲ ରହିବ।

08444 ପଲାସା – ଭୁବନେଶ୍ୱର -ପଲାସା ମେମୁ ପଲାସା ଠାରୁ ସେପ୍ଟେମ୍ବର 20 ତାରିଖ ଠାରୁ 23 ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।

ମେମୁ ଟ୍ରେନ ଗୁଡିକର ଜରୁରୀକାଳୀନ ମରାମତି ପାଇଁ ଏହି ନିଷ୍ପତ୍ତି ନିଆଯାଇଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସଂକ୍ରମଣକୁ ରୋକିବା ଲାଗି ପୂର୍ବତଟ ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦ ରହିବ ୫ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ ସେବା

ଭୁବନେଶ୍ୱର: କମ୍ ଯାତ୍ରୀ ଓ କରୋନା ସଂକ୍ରମଣ ରୋକିବାକୁ ପୂର୍ବତଟ ରେଳ ବିଭାଗ ବଡ଼ ପଦକ୍ଷେପ ନେଇଛି। ମେ’ ୩୧ ଯାଏଁ ବନ୍ଦ ରହିବ ୫ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ ସେବା। ଭୁବନେଶ୍ୱର-କେନ୍ଦୁଝରଗଡ଼, ଭୁବନେଶ୍ୱର-ଭଦ୍ରକ ଟ୍ରେନ ଉଭୟ ପଟୁ ବାତିଲ ହୋଇଛି। ସେହିପରି କଟକ-ଭଦ୍ରକ, କଟକ-ପାରାଦୀପ ସ୍ପେଶାଲ ଟ୍ରେନ୍‌ ଉଭୟ ପଟୁ ବାତିଲ ହୋଇଛି। ୨୨, ୨୩, ୨୬, ୨୯ ଓ ୩୦ ତାରିଖରେ ୩ ଯୋଡ଼ା ମେମୁ ଟ୍ରେନ୍‌ ବାତିଲ ହୋଇଛି। ସେହିପରି ପୁରୀ-ଅନୁଗୋଳ, ପୁରୀ-କଟକ, ଭୁବନେଶ୍ୱର-ପଲାସା ଉଭୟ ପଟୁ ବାତିଲ୍‌ କରିଛି ପୂର୍ବତଟ ରେଳ ବିଭାଗ।

ପୂର୍ବରୁ ୪ ଯୋଡ଼ା ସ୍ପେଶାଲ ଟ୍ରେନ ସାମୟିକ ଭାବେ ବାତିଲ କରିଥିଲେ ପୂର୍ବତଟ ରେଲୱେ। ମେ’ ୮ରୁ ୨୨ ତାରିଖ ଯାଏଁ ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ ବାତିଲ କରାଯାଇଥିଲା। ସେହିପରି ଆସନ୍ତା ୯ରୁ ୨୩ ତାରିଖ ଯାଏଁ ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ବାତିଲ୍‌, ୮ରୁ ୨୨ ତାରିଖ ଯାଏଁ କିରନ୍ଦୁଲ-ବିଶାଖାପାଟଣା ସ୍ପେଶାଲ ବାତିଲ୍ କରାଯାଇଥିଲା। ସେହିପରି ଗତ ୭ଠୁ ୩୦ ଯାଏଁ ତିରୁପତି-ବିଶାଖାପାଟଣା ସ୍ପେଶାଲ ଟ୍ରେନ ବାତିଲ୍‌ କରାଯାଇଥିଲା। ଗତ ୮ରୁ ୩୧ ତାରିଖ ଯାଏଁ ବିଶାଖାପାଟଣା-ତିରୁପତି ସ୍ପେଶାଲ ଟ୍ରେନ୍‌, ୮ରୁ ୨୯ ଯାଏଁ ସିକନ୍ଦରାବାଦ-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍‌ ଓ ୯ରୁ ୩୦ ତାରିଖ ଯାଏଁ ବିଶାଖାପାଟଣା-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍‌ ବାତିଲ୍ କରାଯାଇଛି

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦୈନିକ ଯାତାୟତ କରୁଥିବା ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, କରୋନା ପାଇଁ ବାତିଲ ହେଲା 6 ଟା ଟ୍ରେନ

ଭୁବନେଶ୍ବର,  ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏବଂ କୋଭିଡ଼୧୯ ସଂକ୍ରମଣ ମାମଲା ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ମଇ ମାସ ୧୦ ଓ ୧୧ ତାରିଖ (ସୋମବାର ଓ ମଙ୍ଗଳବାର) ଦିନ ୦୬ ଯୋଡ଼ା ସ୍ଥାନୀୟ ପସେଞ୍ଜର ଏବଂ ମେମୁ ଟ୍ରେନକୁ ଉଭୟ ଦିଗରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଲା –

୦୧. ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ଼ -ଭୁବନେଶ୍ୱର ବିଶେଷ ଟ୍ରେ

୦୨. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

୦୩. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୪. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

୦୫. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୬. ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ