Categories
ଆଜିର ଖବର ରାଜ୍ୟ ଖବର

ମୋଦି ଆଦାନୀ ସଂପର୍କ ନେଇ ପ୍ରତ୍ୟେକ ଜିଲ୍ଲାରେ ଆନ୍ଦୋଳନ କରିବ ଅଣ ବିଜେପି ଦଳ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରସାଦ ହରିଚନ୍ଦନଙ୍କ ଆବାହକତ୍ୱରେ ଅଣବିଜେପି ଦଳମାନଙ୍କର ଭୁବନେଶ୍ୱରରେ ଏକ ବୈଠକ ବସିଥିଲା ।

ଏହି ବୈଠକରେ ସମସ୍ତ ଦଳର ନେତୃବୃନ୍ଦମାନେ ସ୍ଥିର କଲେ ଯେ ନରେନ୍ଦ୍ର ମୋଦି ଓ ଆଦାନୀଙ୍କ ସଂପର୍କ ଏବଂ ୨୦ ହଜାର କୋଟି ଟଙ୍କା କାହାର ଏବଂ ବିଦେଶରେ ପରିଚାଳିତ ସେଲ କମ୍ପାନୀ ମାନଙ୍କର କାହିଁକି ଇଡି ଦ୍ୱାରା ତଦନ୍ତ କରାଯାଉ ନାହିଁ ଏ ସମସ୍ତ ପ୍ରସଙ୍ଗକୁ ନେଇ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ନେତୃତ୍ୱରେ ଆସନ୍ତା ଅପ୍ରେଲ ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ଜୟ ଭାରତ ସତ୍ୟାଗ୍ରହ କାର‌୍ୟ୍ୟକ୍ରମ ଏବଂ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଘେରାଉ କରାଯିବ।

ଏହି କାର‌୍ୟ୍ୟକ୍ରମରେ ସମସ୍ତ ସମଭାବାପନ୍ନ ଅଣବିଜେପି ଦଳର ନେତାମାନେ ଯୋଗଦାନ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଆଜିର ଏହି ବୈଠକରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସମେତ ସିପିଆଇ,ସିପିଆଇ (ଏମ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ସିପିଆଇ ଏମଏଲ (ଲିବରେସନ), ସିପିଆଇଏମଏଲ (ରେର୍ଡଷ୍ଟାର), ଏନସିପି, ସମାଜବାଦିପାର୍ଟି ଯୋଗଦେଇଥିଲେ।

ସେହିପରି ଆରଜେଡି, ଆମଆଦିମପାର୍ଟି, ସମୃଦ୍ଧ ଓଡ଼ିଶା, ଆରପିଆଇ,ଯେଏମଏମ ର ଶିର୍ଷ ନେତୃବୃନ୍ଦ ଓ କର୍ମକର୍ତା ସର୍ବଶ୍ରୀ ଅଭୟ ସାହୁ, ଆଶିଶ କାନୁନଗୋ, ଅଳିକିଶୋର ପଟ୍ଟନାୟକ, ସୁର ଜେନା, ଜ୍ୟୋତି ରଞ୍ଜନ ମହାପାତ୍ର, ଯୁଧିଷ୍ଠୀର ମହାପାତ୍ର, ପ୍ରମିଳା ବେହେରା, ରବି ବେହେରା, ସୁଦର୍ଶନ ପ୍ରଧାନ, ହେମନ୍ତ କୁମାର, ରଙ୍ଗା ଚରଣ ପ୍ରଧାନ, ଯତୀଶ ମହାନ୍ତି, ସେକ୍ ଅବଦୁଲ ୱାଲି,ଶିବାଜୀ ମୌଲିକ ପ୍ରମୁଖ ବୈଠକରେ ସୁଚିନ୍ତିତ ମତାମତ ଦେଇଥିଲେ ।