Categories
ଆଜିର ଖବର ରାଜ୍ୟ ଖବର

ଆଜି ହେଉଛି ପହିଲି ରଜ :  କରୋନା ପାଇଁ ଗାଁଠୁ ସହର ଯାଏ ଜାରି ହୋଇଛି ରଜ କଟକଣା

ଭୁବନେଶ୍ବର : ଆଜି ହେଉଛି ପହିଲି ରଜ । ଓଡ଼ିଶାର ଲୋକପ୍ରିୟ ପର୍ବମାନଙ୍କ ମଧ୍ୟରୁ ଏହି ପର୍ବ ଅନ୍ୟତମ । ତିନି ଦିନବ୍ୟାପୀ ପାଳିତ ହେଉଥିବା ରଜ ପର୍ବ ଉପକୂଳବର୍ତ୍ତୀ ଓଡ଼ିଶାରେ ଏହା ବେଶ୍‌ ଲୋକପ୍ରିୟ । ସାମାଜିକ, ସାଂସ୍କୃତିକ, ଧାର୍ମିକ ଦୃଷ୍ଟିକୋଣରୁ ଏହି ପର୍ବର ଗୁରୁତ୍ୱ ରହିଛି । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ରଜ ପର୍ବ ଉତ୍ସାହ ନାହିଁ । ସଟ୍‌ଡାଉନ୍‌ରେ ସଜବାଜ ହୋଇଥିବାବେଳେ ଲକ୍‌ ଡାଉନ୍‌ରେ ପାଳିତ ହେଉଛି ରଜ। ରଜ ସମୟରେ ଅଧିକ ଗହଳି ନ ହେବା ପାଇଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲାରେ ରଜ କଟକଣା ଜାରି ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ରଜ କଟକଣା ଜାରି କରାଯାଇଛି ।

ଗାଁ ଠୁ ସହର ଯାଏଁ ସର୍ବସାଧାରଣ ସ୍ଥଳରେ ରଜ ଦୋଳି ନାହିଁ କି ଖେଳ ପ୍ରତିଯୋଗିତା ନାହିଁ । ସେହିପରି ରଜ ପର୍ବରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ହେଉଥିବା ରଜ ମଉଜ ମଧ୍ୟ ଚଳିତ ଥର ଦେଖିବାକୁ ମିଳିବ ନାହିଁ । ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ଥିବାବେଳେ ସମସ୍ତ ପାର୍କ, ରେୁଷ୍ଟରାଣ୍ଟ ମଲ୍‌ ଆଦି ବନ୍ଦ ରହିଛି । ଏହି ଭଳି ଏକ ପରିସ୍ଥିତିରେ ଆଜି ସାରା ରାଜ୍ୟରେ ରଜ ପର୍ବ ପାଳନ ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ଅନୁସାରେ ସାରା ରାଜ୍ୟରେ ରଜ ପର୍ବ ପାଳନ ହେଉଛି । ସର୍ବସାଧାରଣସ୍ଥଳରେ ରଜ ପର୍ବ ପାଳନ ଅପେକ୍ଷା ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହିଛନ୍ତି ।ତେଣୁ ରାଜ୍ୟରେ ସାମୁହିକ ସମାବେଶ, ରଜଦୋଳି, ବାଗୁଡ଼ି, ତାସ ଖେଳ ଉପରେ କଟକଣା ଲାଗୁ ହୋଇଛି। ଗୋଟିଏ ସ୍ଥାନରୁ 7ରୁ ଅଧିକ ଲୋକ ଏକାଠି ହେବାକୁ ବାଣଣ କରାଯାଇଛି । ସେହିପରି ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଲାଗୁ ହୋଇଥିବା ସଟଡାଉନ ରଜ ପର୍ବରେ ଅଧିକ ପ୍ରଭାବ ପକାଇଛି ।

ଓଡ଼ିଶାର ଲୋକପ୍ରିୟ ପର୍ବ ରଜରେ ଏବେ ସମେସ୍ତ ଘରେ ରହି ପର୍ବକୁ ପାଳନ କରିବା ପୂର୍ବକ କରୋନାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ରଜ ବାହାନାରେ କରୋନାକୁ ନିମନ୍ତ୍ରଣ ନ କରି ରଜ ସମୟରେ ନିଜ ପରିବାର ଲୋକଙ୍କ ସହ ଏକାଠି ସମୟ କାଟନ୍ତୁ ଓ କରୋନାକୁ ଦୂରେଇ ଦିଅନ୍ତୁ ।

Categories
ଆଜିର ଖବର ରାଜ୍ୟ ଖବର

ରଜ କଟକଣା ଜାରି କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରଓ୍ବାଲ
ବାଣପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ରଜ ପର୍ବ ପାଳନ ଉପରେ କଟକଣା ଜରି କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଉଛି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଶୁଂ କୁମାର ରାଉତ ଏକ ବିଜ୍ଞପ୍ତି ଜରିଆରେ ରଜ କଟକଣା ଜାରି କରିଛନ୍ତି । ଦିନକୁ ଦିନ ଖୋର୍ଦ୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ରଜ ସମୟରେ ସାମାଜିକ ଏକତ୍ରୀକରଣ ଦ୍ବାରା ଏହି ଭାଇରସ୍‌ ବ୍ୟାପିବାର ସମ୍ଭାବନା ଅଧିକ ରହିଛି ।

ଭାଇରସ୍‌ ବ୍ୟାପିବାର ଆଶଙ୍କାକୁ ପ୍ରତିହତ କରିବା ପାଇଁ ସମସ୍ତ ସାଂସ୍କୃତିକ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି । ଏହା ସହିତ ଏକତ୍ର ହୋଇ ତାସ୍‌ ଖେଳିବା, ରଜ ଦୋଳି ଏବଂ ଅନ୍ୟାନ୍ୟ ସମସ୍ତ କ୍ରୀଡା ଇଭେଣ୍ଟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆସନ୍ତ 14 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏହି ନିୟମର ଉଲ୍ଲଂଘନ କରାଗଲେ ଆଇପିସିର ଧାରା 188 ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗଞ୍ଜାମ, କେନ୍ଦୁଝର, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏନେଇ କଡା କଟକଣା ଜାରି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରଜ କଟକଣା ଜାରି କଲେ ଜଗତସିଂହପୁର ଜିଲ୍ଲାପାଳ

ରମେଶ ମହାନ୍ତି

ଜଗତସିଂହପୁର : ରଜ ପାଇଁ  ବିଭିନ୍ନ ଜିଲ୍ଲାରେ କଟକଣା ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ କଟକଣା ଜାରି କରାଯାଇଛି । ଏହି କ୍ରମରେ ସାଂସ୍କୃତିକ ପର୍ବ ପାଳନ ବେଳେ 7ରୁ ଅଧିକ ଉପସ୍ଥିତ ରହିବେନି। ସମସ୍ତ ବ୍ୟକ୍ତି ସାମାଜିକ ଦୂରତ୍ୱ ମାନିବେ, ମୁହଁରେ ମାସ୍କ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଅତି କମ୍‌ରେ 6 ଫୁଟର ଦୂରତା ରକ୍ଷା କରିବେ ନେଇ ନିର୍ଦ୍ଦେଶ ଜାରି ରହିଛି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଶାସନ ତରଫରୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।  ପୂର୍ବରୁ ଗଞ୍ଜାମ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏନେଇ କଡା କଟକଣା ଜାରି କରାଯାଇଛି।

ସୂଚନାଯୋଗ୍ୟ, ଆଜି ଜିଲ୍ଲାରେ ନୂତନ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 143ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ 86 ଜଣ ସୁସ୍ଥ ହୋଇଥିବାବେଳେ 57ଟି ସକ୍ରିୟ ମାମଲା ରହିଛି ।