ରଜ କଟକଣା ଜାରି କଲେ ଜଗତସିଂହପୁର ଜିଲ୍ଲାପାଳ

Published: Jun 13, 2020, 2:17 pm IST

ରମେଶ ମହାନ୍ତି

ଜଗତସିଂହପୁର : ରଜ ପାଇଁ  ବିଭିନ୍ନ ଜିଲ୍ଲାରେ କଟକଣା ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ କଟକଣା ଜାରି କରାଯାଇଛି । ଏହି କ୍ରମରେ ସାଂସ୍କୃତିକ ପର୍ବ ପାଳନ ବେଳେ 7ରୁ ଅଧିକ ଉପସ୍ଥିତ ରହିବେନି। ସମସ୍ତ ବ୍ୟକ୍ତି ସାମାଜିକ ଦୂରତ୍ୱ ମାନିବେ, ମୁହଁରେ ମାସ୍କ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଅତି କମ୍‌ରେ 6 ଫୁଟର ଦୂରତା ରକ୍ଷା କରିବେ ନେଇ ନିର୍ଦ୍ଦେଶ ଜାରି ରହିଛି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଶାସନ ତରଫରୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।  ପୂର୍ବରୁ ଗଞ୍ଜାମ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏନେଇ କଡା କଟକଣା ଜାରି କରାଯାଇଛି।

ସୂଚନାଯୋଗ୍ୟ, ଆଜି ଜିଲ୍ଲାରେ ନୂତନ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 143ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ 86 ଜଣ ସୁସ୍ଥ ହୋଇଥିବାବେଳେ 57ଟି ସକ୍ରିୟ ମାମଲା ରହିଛି ।

Related posts