Categories
ଆଜିର ଖବର ରାଜ୍ୟ ଖବର

ଠିକା କର୍ମଚାରୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର: ପ୍ରଥମ ବର୍ଷରୁ ପାଇବେ ଏଭଳି ସୁବିଧା

ଭୁବନେଶ୍ବର: ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟ ବଡ ନିଷ୍ପତ୍ତି ନେଇଛି। ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦ ପ୍ରତିଶତ ଦରମା ମିଳିବା ଲାଗି କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏଥିପାଇଁ ବାର୍ଷିକ ୨୫୦ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ନିୟମିତ କର୍ମଚାରୀଙ୍କ ଭଳି ନୂତନ ଭାବେ ଯୋଗ ଦେଉଥିବା କର୍ମଚାରୀମାନେ ମେଡିକାଲ ଖର୍ଚ୍ଚ ପାଇବେ। କିନ୍ତୁ ପୂର୍ବ ନିୟମାନୁସାରେ ୬ ବର୍ଷ ପରେ ଠିକା କର୍ମଚାରୀମାନେ ନିୟମିତ ହେବେ। ଏନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

BIG NEWS: ଓଡିଶାରେ ଇଲେଟ୍ରିକ ଗାଡି କିଣିଲେ ମିଳିବ ରିହାତି, ରାଜ୍ୟ କ୍ୟାବିନେଟରେ ନିଆଗଲା ନିଷ୍ପତି

ଭୁବନେଶ୍ବର, ଓଡିଶାରେ ଇଲେଟ୍ରିକ ଯାନକୁ ମିଳିବ ରିହାତି, ଏ ନେଇ ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି ବଡ ନିଷ୍ପତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ 2025 ସୁଦ୍ଧା 20 ପ୍ରତିଶତ ଇଲେଟ୍ରିକ ଯାନ ରାଜ୍ୟରେ ବିକ୍ରି କରାଯିବାକୁ ଉତ୍ସାହିତ କରାଯିବ। ସେଥିପାଇଁ ଓଡିଶା ଇଲେଟ୍ରିକ ଭେଇକଲ ଆଇନ 2021କୁ ସ୍ବୀକୃତି ପ୍ରଦାନ କରାଯାଇଛି।

ସେହିପରି ଏହି ଇଲେଟ୍ରିକ ଯାନ ଓଡିଶାରେ ବିକ୍ରି ବୃଦ୍ଧି ପାଇଁ ରାଜ୍ୟ ସରକାର ଉତ୍ସାହିତ କରିବେ। ଅନ୍ୟପକ୍ଷରେ ଏହି ଶିଳ୍ପକୁ ମଧ୍ୟ ରାଜ୍ୟ ସରକାର ପ୍ରତ୍ସାହିତ କରିବେ ବୋଲି କ୍ୟାବିନେଟରେ ନିଷ୍ପତି କରାଯାଇଛି। ରାଜ୍ୟରେ ଏହି ଗାଡି ନିର୍ମାଣ ପାଇଁ କଂପାନୀ ଆଗ୍ରହୀ ହେଲେ ସେମାନଙ୍କୁ ପର୍ଯ୍ୟାପ୍ତ ସୁବିଧା ସରକାର ଯୋଗାଇବେ।

ଏଥିସହିତ ଓଡିଶାରେ ଏହି ଯାନ ଉପରେ ଗବେଷଣା ତଥା ବିକାଶ ପାଇଁ ମଧ୍ୟ ରାଜ୍ୟ ସରକାର ସୁବିଧା ସୁଯୋଗ ଯୋଗାଇ ଦେବେ। ଯେଉଁମାନେ ଏହି ଗାଡି କ୍ରୟ କରିବେ ସେମାନଙ୍କୁ ରାଜ୍ୟ ସରକାର ବିକ୍ରୟ ରିହାତି ମଧ୍ୟ ଘୋଷଣା କରିଛନ୍ତି। ଏପରିକି ଋଣ କରି ଗାଡି କିଣିଲେ ସେହି ଋଣର ସୁଧ ଉପରେ ରାଜ୍ୟ ସରକାର ରିହାତି ପ୍ରଦାନ କରିବେ।

ଏହି ଗାଡିର ବୀମାଭୁକ୍ତ ପର୍ଯ୍ୟନ୍ତ ରୋଡ ଟ୍ୟାକ୍ସ ଏବଂ ରେଜିଷ୍ଟ୍ରେସନ ଫି ମଧ୍ୟ ଛାଡ କରିବା ପାଇଁ ନବୀନ ସରକାର ବଡ ନିଷ୍ପତି ଗ୍ରହଣ କରିଛନ୍ତି। ଏହାଦ୍ବାରା ଲୋକମାନେ ଏହି ଗାଡି କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ। ସେହିପରି ଏମଏସଏମଇ ବିଭାଗ ଦ୍ବାରା ଏହି କ୍ଷେତ୍ରରେ ଷ୍ଟାର୍ଟଅପ କୁ ଉତ୍ସାହିତ କରିବା ପାଇଁ ମଧ୍ୟ କ୍ୟାବିନେଟ ନିଷ୍ପତି ଗ୍ରହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ଗ୍ରାମାଞ୍ଚଳ ଉନ୍ନୟନ ପାଇଁ ନିଆଯାଇପାରେ କିଛି ନିଷ୍ପତି

ଭୁବନେଶ୍ବର, ଆଜି ରାଜ୍ୟ କ୍ୟାବିନେଟର ବୈଠକ ବସିବ। ଅପରାହ୍ନ 5ଟା 30 ମିନଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁୟାଲ ମାଧ୍ୟମରେ ଏହି ବୈଠକ ହେବ। ଯେଉଁ ମନ୍ତ୍ରୀମାନେ ଜିଲ୍ଲାରେ ଅଛନ୍ତି ସେମାନେ ଜିଲ୍ଲା କାର୍ଯ୍ୟାଳୟରେ ଭିସିରେ ରହିବେ। ତେବେ ଏହି ବୈଠକରେ 12ଟି ଆଜେଣ୍ଡା ଅଛି ବୋଲି ଜଣାପଡିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରେ ଗ୍ରାମାଞ୍ଚଳ ଉନ୍ନତି ଉପରେ କିଛି ନିଷ୍ପତି ହେବ ବୋଲି ଜଣାପଡିଛି। ତେବେ ଏ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ସରିଲା ରାଜ୍ୟ କ୍ୟାବିନେଟରେ ବୈଠକ: ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କଂଫରେନ୍ସ ଦ୍ଵାରା ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି।

ପ୍ରଥମତଃ ରାଜ୍ୟରେ ଟୀକା ପାଇଁ ଗ୍ଲୋବାଲ ଟେଣ୍ଡରକୁ ଅନୁମୋଦନ ମିଳିଛି। ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ସ୍ଵଦେଶୀ ଟୀକା କମ୍ପାନୀ ଭାଗ ନେଇପାରିବେ। ଦ୍ଵିତୀୟରେ ମଦ ଦୋକାନ ଏବଂ ବାରରୁ ଲାଇସେନ୍ସ ଫି’ ଛାଡ ହେବ। ଗତ ଗୋଭିଡରେ ବନ୍ଦ ଥିବା ମଦ ଦୋକାନ ଏବଂ ବାରରୁ ଲାଇସେନ୍ସ ଫି ଛାଡ ହେବ। ଗ୍ରେଡ଼େସନ କରାଯାଇ ଫି’ ଛାଡ କରାଯିବ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟରେ 10 ଟି ପ୍ରସ୍ତାବକୁ ଲାଗିଲା ମୋହର: ସ୍ୱାସ୍ଥ୍ୟ ସେବା ପାଇଁ ୨ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ 10 ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କ୍ୟାବିନେଟର ୯ ଟି ପ୍ରାସ୍ତାବ ମଧ୍ୟରୁ ସ୍ୱାସ୍ଥ୍ୟସେବା ଉପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଭୁବନେଶ୍ବରରେ ବାଗଚୀ- ଶ୍ରୀଶଙ୍କର କ୍ୟାନ୍ସର ହସ୍ପିଟାଲ ନିର୍ମିତ ହେବ।

ଏହି ହସ୍ପିଟାଲ ପାଇଁ ବାଗଚୀ ଦମ୍ପତି ୨୧୦ କୋଟି ଟଙ୍କା ଦେବେ। ସୁବ୍ରତ ବାଗଚୀ ଏବଂ ସୁସ୍ମିତା ବାଗଚୀ ଏଥିପାଇଁ ୨୧୦ କୋଟି ଟଙ୍କା ଦେବେ। ୨୦୨୪ ମସିହା ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ଇନଫୋସିଟି ଭ୍ୟାଲି-୨ରେ ୨୦ ଏକର ଜମି ଯୋଗାଇଦେବ। ୨୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ।

ଏତଦବ୍ୟତୀତ ଭୁବନେଶ୍ବରରେ ବାଗଚୀ ପଲିଆଟିଭ କେୟାର ସେଣ୍ଟର ଖୋଲିବ। ସେଥିପାଇଁ ବାଗଚୀ ଦମ୍ପତି ମଧ୍ୟ ୧୩୦ କୋଟି ଟଙ୍କା ଦେବେ। ରାଜ୍ୟ ସରକାର ଏଥିପାଇଁ ୨୦ ଏକର ଜମି ମଧ୍ୟ ଯୋଗାଇଦେବେ। ଏହି ପଲିଆଟିଭ କେୟାର ସେଣ୍ଟରରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟ, ନିଆଯିବ ଏକ ବଡ ନିଷ୍ପତି

ଭୁବନେଶ୍ବର, ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବ ପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନ 5ଟା 30 ମିନିଟରେ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ। ସେହିପରି କେତେକ ମନ୍ତ୍ରୀ ଲୋକସେବା ଭବନରେ ଏବଂ ଜିଲ୍ଲାପାଳଙ୍କ ଅଫିସରେ ରହି ଏହି ବୈଠକରେ ଯୋଗଦେବେ।

ତେବେ ଏହି ବୈଠକରେ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ବଡ ଘୋଷଣା କରାଯିବ ବୋଲି ଜଣାପଡିଛି। ସେହିପରି ସମବାୟ ବିଭାଗ ପରି ପ୍ରାୟ 12ଟି ପ୍ରସଂଗରେ ଆଲୋଚନା ହେବ ବୋଲି ଜଣପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ସୋମବାର ଅପରାହ୍ନରେ ରାଜ୍ୟ କ୍ୟାବିନେଟ, ହୋଇପାରେ ଏକ ବଡ ଘୋଷଣା

ଭୁବନେଶ୍ବର, ସୋମବାର ଅପରାହ୍ନ 5ଟା 30ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ। ଏ ନେଇ ମନ୍ତ୍ରୀମାନଙ୍କୁ ଅବଗତ କରାଯାଇଛି। ସଚିବାଳୟରେ କେତେକ ମନ୍ତ୍ରୀ ଯୋଗଦେବାର ବ୍ୟବସ୍ଥା କରାଯାଇଛି। ସେହିପରି କେତେକ ମନ୍ତ୍ରୀ ଜିଲ୍ଲାପାଳଙ୍କ ଅଫିସରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ। ତେବେ ଏହି ବୈଠକରେ ସାତୋଟି ପ୍ରସଂଗରେ ଆଲୋଚନା ହେବାର ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ବଡ ନିଷ୍ପତି ନିଆଯିବ। ସେହିପରି ସମବାୟ ବିଭାଗର ମଧ୍ୟ ଏକ ନିଷ୍ପତିର କ୍ୟାବିନେଟ ମୋହର ବାଜିବ।