ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ 102 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସର୍ବମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 978ରେ ପହଞ୍ଚିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି :
ରାଜ୍ୟରେ ସର୍ବାଧିକ କରେନା ଆକ୍ରାନ୍ତ ଗଞ୍ଜାମରୁ ଚିହ୍ନଟ ହୋଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ଗଞ୍ଜାମରୁ କେହି ଚିହ୍ନଟ ହୋଇ ନାହାନ୍ତି । ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 307ରେ ପହଞ୍ଚିଥିବାବେଳେ 89 ଜଣ ସୁସ୍ଥ ହୋଇଛନ୍ତି ଓ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଏବେ 216 ଜଣ ଚିକିତ୍ସାଧୀନ ରହିଛନ୍ତି ।
ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ 168 ରହିଥିବାବେଳେ 55ଜଣ ସୁସ୍ଥ ହୋଇଛନ୍ତି ଓ 113 ଜଣ ଏବେ ଆକ୍ଟିଭ୍ ରହିଛନ୍ତି । ଜଗତସିଂହପୁରରୁ ଗତକାଲି ଅପରାହ୍ନରେ 20 ଚିହ୍ନଟ ହୋଇଥିବାବେଳେ ଆଜି ତିନି ଜଣ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ସର୍ବମୋଟ 28 ଥିବାବେଳେ 5 ଜଣ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାରେ 23ଟି ଆକ୍ଟିଭ୍ କେସ୍ ରହିଛି । ଭଦ୍ରକରେ ସର୍ବମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 95ରେ ପହଞ୍ଚିଥିବାବେଳେ 21 ଜଣ ସୁସ୍ଥ ହୋଇଛନ୍ତି ଓ 74 ଜଣ ଚିକିତ୍ସାଧୀନ ରହିଛନ୍ତି ।
ବାଲେଶ୍ବରରେ ସର୍ବମୋଟ କରୋନା ଆକ୍ରାନ୍ତ 121 ଜଣ ଚିହ୍ନଟ ହୋଇଥିବାବେଳେ 25 ଜଣ ସୁସ୍ଥ ହୋଇଛନ୍ତି ଓ 96 ଜଣ ଚିକିତ୍ସାଧୀନ ରହିଛନ୍ତି । କେନ୍ଦ୍ରାପଡାରୁ ଆଜି 8 ଜଣ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 38ରେ ପହଞ୍ଚିଛି । ଏବେ ଜିଲ୍ଲାରେ 35 ଜଣ ଆକ୍ଟିଭ୍ ରହିଛନ୍ତି ।
କଟକରୁ ମୋଟ୍ 27 ଜଣ ଆକ୍ରାନ୍ତ ରହିଥିବାବେଳେ ଦୁଇଜଣ ସୁସ୍ଥ ହୋଇଛନ୍ତି ଓ ଜଣକର ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ସକ୍ରିୟ ରହିଛନ୍ତି 24 ଜଣ ।
ପୁରୀରୁ ସମୁଦାୟ 33 ଜଣ ଚିହ୍ନଟ ହୋଇଥିବାବେଳେ ଜଣେ ମାତ୍ର ସୁସ୍ଥ ହୋଇଛନ୍ତି । 32 ଜଣ ଚିକିତ୍ସାଧୀନ ରହିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ଆଜି 4 ଜଣ ଚିହ୍ନଟ ହେବା ପରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 64ରେ ପହଞ୍ଚିଛି । ଜିଲ୍ଲାରୁ 48 ଜଣ ସୁସ୍ଥ ହୋଇଥିବାବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଏବେ ସର୍ବମୋଟ 14 ଜଣ ଚିକିତ୍ସାଧୀନ ରହିଛନ୍ତି ।
ସେହିପରି ଅନୁଗୁଳରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 17କୁ ବୃଦ୍ଧି ପାଇଥିବାବେଳେ କେହି ସୁସ୍ଥ ହୋଇନାହାନ୍ତି। ସମ୍ବଲପୁରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ରହିଥିବାବେଳେ କେହି ସୁସ୍ଥ ହୋଇନାହାନ୍ତି। ସେହିପରି ନୟାଗଡରେ ସଂକ୍ରମିତଙ୍କ ସଂଖ୍ୟା 10କୁ ବୃଦ୍ଧି ପାଇଥିବାବେଳେ କେହି ସୁସ୍ଥ ହୋଇ ନାହାନ୍ତି ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ଜାରି ହୋଇଥିବା କରୋନା ଅପଡେଟ୍ ସୂଚୀ:
Positive Cases
District |
Positive |
Recovered |
Active |
Deceased |
Ganjam |
307 |
89 |
216 |
2 |
Jajpur |
168 |
55 |
113 |
0 |
Balasore |
121 |
25 |
96 |
0 |
Bhadrak |
95 |
21 |
74 |
0 |
Khurdha |
64 |
48 |
14 |
2 |
Kendrapara |
38 |
3 |
35 |
0 |
Puri |
33 |
1 |
32 |
0 |
Jagatsinghpur |
28 |
5 |
23 |
0 |
Cuttack |
27 |
2 |
24 |
1 |
Sundergarh |
27 |
13 |
14 |
0 |
Angul |
17 |
0 |
17 |
0 |
Mayurbhanj |
11 |
4 |
7 |
0 |
Nayagarh |
10 |
0 |
10 |
0 |
Keonjhar |
8 |
2 |
6 |
0 |
Balangir |
6 |
2 |
4 |
0 |
Boudh |
5 |
0 |
5 |
0 |
Sambalpur |
3 |
0 |
3 |
0 |
Deogarh |
2 |
1 |
1 |
0 |
Jharsuguda |
2 |
2 |
0 |
0 |
Kalahandi |
2 |
2 |
0 |
0 |
Kandhamal |
2 |
0 |
2 |
0 |
Dhenkanal |
1 |
1 |
0 |
0 |
Koraput |
1 |
1 |
0 |
0 |