Categories
ଆଜିର ଖବର ଜାତୀୟ ଖବର

ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀ ଠାରେ ଜି – ୨୦ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ରୁଷି ସୁନକଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ସୁନକଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ।

ବିଭିନ୍ନ ଜି -୨୦ ବୈଠକ ଗୁଡିକରେ ଓ କାର୍ଯ୍ୟକ୍ରମରେ ଉଚ୍ଚସ୍ତରୀୟ ଅଂଶଗ୍ରହଣ ଦ୍ୱାରା ଭାରତର ଜି -୨୦ ଅଧ୍ୟକ୍ଷତା ସମୟରେ ବ୍ରିଟେନ୍‌ର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ଭାରତ- ବ୍ରିଟେନ୍ ବ୍ୟାପକ ରଣନୈତିକ ଭାଗିଦାରୀ ତଥା ବିଶେଷ କରି ଅର୍ଥନୀତି, ପ୍ରତିରକ୍ଷା ଓ ନିରାପତ୍ତା, ପ୍ରଯୁକ୍ତି ବିଦ୍ୟା, ସବୁଜ ପ୍ରଯୁକ୍ତି ବିଦ୍ୟା ଏବଂ ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଓ ଗତିଶୀଳତା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଏବଂ ପାରସ୍ପରିକ ସ୍ୱାର୍ଥ ଉପରେ ମଧ୍ୟ ମତ ବିନିମୟ କରିଥିଲେ ।

ଉଭୟ ନେତା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ ଏବଂ ଆଶା ବ୍ୟକ୍ତ କରିଥିଲେ ଯେ ଅବଶିଷ୍ଟ ପ୍ରସଙ୍ଗ ଗୁଡ଼ିକୁ ଯଥାଶୀଘ୍ର ସମାଧାନ କରାଯାଇପାରିବ । ଯାହା ଦ୍ୱାରା ଏକ ସନ୍ତୁଳିତ, ପାରସ୍ପରିକ ଲାଭଦାୟକ ଏବଂ ଆଗୁଆ ଦେଖାଯାଉଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଶୀଘ୍ର ଶେଷ ହୋଇ ପାରିବ ।

ଅଧିକ ବିସ୍ତୃତ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଶୀଘ୍ର, ପାରସ୍ପରିକ ସୁବିଧାଜନକ ସମୟରେ ପାରସ୍ପରିକ ଗସ୍ତ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ସୁନକ ଏହି ନିମନ୍ତ୍ରଣକୁ ଗ୍ରହଣ କରି ଜି-୨୦ ଶିଖର ସମ୍ମିଳନୀ ସଫଳ ହୋଇ ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।