Categories
ଆଞ୍ଚଳିକ

ରେଢାଖୋଲ ପୋଲିସ ପକ୍ଷରୁ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ

କନ୍ଦର୍ପ ବେହେରା
ରେଢାଖୋଲ: ଆଗାମୀ ଦିନରେ ହେବାକୁ ଥିବା ଦୁର୍ଗାପୂଜା ଅବସରରେ ଏହା ପୂର୍ବରୁ ଦୁର୍ଗା ପୂଜା କିପରି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ ଏଥିପାଇଁ ରେଢାଖୋଲ ପୋଲିସ ପକ୍ଷରୁ ରବିବାର ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରେଢାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ (ଏସଡିପିଓ) ପ୍ରଶାନ୍ତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଢାଖୋଲ ଏନଏସି ଅଧ୍ୟକ୍ଷ ଶିଵ ରାମ ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଚାରମାଳ ପୂଜା କମିଟିର ଉଦିତ ତ୍ରିପାଠୀ, କିସିଣ୍ଡା ପୂଜା କମିଟିର ବିପିନ ପ୍ରଧାନ, ଜାମୁଜୋରି ପୂଜା କମିଟିର ସାଗର ସାହୁଙ୍କ ସମେତ ବଡବାହାଳ, ଶିମିଳିପାଳ, ଚାରମାଳ, କୁଞ୍ଜାମୁରା, ଜାମୁଜୋରି, ଚନ୍ଦ୍ରପୁର, ନାକଟିଦେଉଳ, ବାଟଗାଁ, ରେଢାଖୋଲ, ଘୋଷରାମାଳ ଆଦି ପୂଜା କମିଟିର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ କିପରି ଶାନ୍ତି ଶୃଙ୍ଖଳା ଓ ସମାରୋହରେ ଏହି ପାର୍ବଣ ଅନୁଷ୍ଠିତ ହେବ ଏଥିପାଇଁ ନିଜର ମତାମତ ପ୍ରଦାନ କରିଥିଲେ।

ଏହି ବୈଠକରେ ରେଢାଖୋଲ ଥାନା ଆଇଆଇସି ସୁରୁବାବୁ ଛତ୍ରିଆ , ଚାରମାଳ ଆଇଆଇସି ବସନ୍ତ କୁମାର ଦଳେଇ, ନାକଟିଦେଉଳ ଆଇଆଇସି ବିଭୂତି ଭୂଷଣ ଦଳେଇ ଓ କିସିଣ୍ଡା ଆଇଆଇସି ପ୍ରଶାନ୍ତ କୁମାର ସାମଲ ପ୍ରମୁଖ ଯୋଗ ଦେଇ ପୋଲିସ ପାର୍ବଣ ସମୟରେ ପୋଲିସର ନୀତି ନିୟମ ଉପରେ ପ୍ରକାଶ କରିଥିଲେ। ଜାତୀୟ ରାଜପଥ କିମ୍ବା ଅନ୍ୟ ରାସ୍ତା ଆଦିରେ ବେଆଇନ ଚାନ୍ଦା ଆଦାୟ, ପୂଜା ମଣ୍ଡପ ଓ ବିସର୍ଜନ ସମୟରେ ଡିଜେ ସାଉଣ୍ଡ ନ ବଜାଇବାକୁ ଅନୁରୋଧ କରିଥିଲେ। ହେଲେ ପୋଲିସ ନିର୍ଦ୍ଦେଶକୁ ଯଦି ଅବମାନନା କରି ବେଆଇନ ଚାନ୍ଦା ଆଦାୟ ଓ ଡିଜେ ସାଉଣ୍ଡ ବଜା ଯାଏ ତାହେଲେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।