Categories
ଆଜିର ଖବର ରାଜ୍ୟ ଖବର

ରେଳ ମଦଦ ପୋର୍ଟାଲରେ ଅଭିଯୋଗ ପରେ ଟ୍ରେନରେ ଛାଡିଯାଇଥିବା ବ୍ୟାଗ ଫେରିପାଇଲେ ଯାତ୍ରୀ

ଭୁବନେଶ୍ବର: ସମ୍ବଲପୁର – ରାୟଗଡା ଇଣ୍ଟର ସିଟି ଏକ୍ସପ୍ରେସରେ ବରପାଲିରୁ କେସିଙ୍ଗା ଯାତ୍ରା କରୁଥୁବା ବିମଲ କୁମାର ବିଦ୍ୟାଧର ନାମକ ଏକ ଯାତ୍ରୀ ଆଜି ରେଳ ମଦଦ ପୋର୍ଟାଲ ଦ୍ୱାରା ତାଙ୍କର ବ୍ୟାଗ ଛାଡିଯାଇଥିବା ଅଭିଯୋଗ କରିଥିଲେ।

ରେଳବାଇ ଏହି ଅଭିଯୋଗ ଆଧାରରେ ତତକ୍ଷଣ କାର୍ଯ୍ୟକାରୀ କରି ଶ୍ରୀ ବିଦ୍ୟାଧରଙ୍କୁ ତାଙ୍କର ବ୍ୟାଗ ଖୋଜିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବ। ଏହା ପରେ ମୁନିଗୁଡା ଓ ସମ୍ବଲପୁର ରେଳବାଇ ସୁରକ୍ଷା ବଳ ଅଧୁକାରୀମାନଙ୍କୁ ଏହି ସମ୍ବନ୍ଧରେ ଅବଗତ କରାଯାଇଥିଲା। ପରେ ମୁନିଗୁଡା ସ୍ଥିତ ଆରପିଏଫ ଦଳ ଟ୍ରେନରେ ଖୋଜିବା ଆରମ୍ଭ କରି ଛାଡିଯାଇଥିବା ବ୍ୟାଗକୁ ନିଜ ଅକ୍ତିଆରକୁ ନେଇ ସଠିକ ଯାଞ୍ଚ ପରେ ଯାତ୍ରୀଙ୍କୁ ତାଙ୍କ ଛାଡିଯାଇଥିବା ବ୍ୟାଗକୁ ହସ୍ତାନ୍ତର କରିଥିଲେ।

ଯାତ୍ରୀ ତାଙ୍କ ବ୍ୟାଗ ଫେରିପାଇ ରେଳ ମନ୍ତ୍ରଣାଳୟ ଓ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଅଭିଯୋଗର ତ୍ୱରିତ କାରବାଇ ପାଇଁ ଧନ୍ୟବାଦ ଦେବା ସହିତ ଯାତ୍ରୀମାନଙ୍କ ପାଇଁ ଏହି ପୋର୍ଟାଲ ବିକଶିତ କରିଥିବାରୁ ଭୁୟସୀ ପ୍ରଶଂସା କରିଥିଲେ।