Categories
ଆଜିର ଖବର ରାଜ୍ୟ ଖବର

ଲିମକାବୁକ୍ ଅଫ୍ ରେକର୍ଡ଼ ଶିଶୁ ସାହିତ୍ୟ ପତ୍ରିକା “ସୁନାଭଉଣୀ” ଉନ୍ମୋଚିତ: ଜଗତସିଂହପୁରର ପ୍ରତି ବିଦ୍ୟାଳୟକୁ ଯୋଗାଇ ଦିଆଯିବ

ରମେଶ ମହାନ୍ତି

ଜଗତସିଂହପୁର: ପ୍ରଥମକରି ଜିଲ୍ଲାର ପ୍ରତି ବିଦ୍ୟାଳୟର ପାଠାଗାରକୁ ଯୋଗାଇ ଦିଆଯିବାକୁ ଥିବା ଲିମକାବୁକ୍ ଅଫ୍ ରେକର୍ଡ଼ସରେ ସ୍ଥାନୀତ ମାସିକ ଶିଶୁ ସାହିତ୍ୟ ପତ୍ରିକା “ସୁନାଭଉଣୀ” ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସୁନାଭଉଣୀର ସମ୍ପାଦିକା ବିଜୟଲକ୍ଷ୍ମୀ ମହାପାତ୍ର, ସହ-ସମ୍ପାଦିକା ସୁଶ୍ରୀ ବିଜୟିନୀ ୟ ମହାପାତ୍ର, ଅଧ୍ୟାପକ ଭଗବାନ ଦାଶ, ପୁର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ ଗୋବିନ୍ଦ ଓଝା ଓ ସାମ୍ବାଦିକ ନିରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସାଧାରଣତଃ ଶିଶୁର ଶୈକ୍ଷିକ ଓ ବୌଦ୍ଧିକ ବିକାଶ ପାଇଁ ଶିଶୁ ସାହିତ୍ୟ ପତ୍ରିକା ବେଶ୍ ଗୁରୁତ୍ବ ବହନ କରିଥାଏ଼। ସ୍ୱର୍ଗତ ବିଜୟ କୁମାର ମହାପାତ୍ରଙ୍କ ନିଷ୍ଠାପର ଉଦ୍ୟମରେ ସୃଷ୍ଟି ହୋଇଥିବା ଶିଶୁ ସାହିତ୍ୟ ପତ୍ରିକା ସୁନାଭଉଣୀ ପାଠକମାନଙ୍କ ଦ୍ବାରା ଆଦୃତ ହେବା ସହିତ ସମଗ୍ର ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି ଚଳିତବର୍ଷ ପତ୍ରିକାଟିିର ପ୍ରକାଶନ ଅବସରରେ ପ୍ରଥମକରି ଜିଲ୍ଲାର ବିଦ୍ୟାଳୟ ପାଠାଗାର ମାନଙ୍କୁ ଯୋଗାଇଦ଼େବା ପାଇଁ ପ୍ରଚେଷ୍ଟା ହୋଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିବା ସହିତ ପତ୍ରିକାଟିର ପ୍ରକାଶକ ଶିଶୁ ସାହିତ୍ୟିକ ତଥା କର୍ମକର୍ତାଙ୍କୁ ସୁଭେଚ୍ଛା ଜଣାଇଥିଲେ।