Categories
ଆଜିର ଖବର ଆଞ୍ଚଳିକ

ଭୂଷଣ୍ଡପୁର ମା’ ଉଗ୍ରତାରା ପୀଠରେ ସୌରଚାଳିତ ଆଲୋକିକରଣକୁ ସାଂସଦ ଅପରାଜିତା କଲେ ଉଦଘାଟନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବହୁଦିନ ପ୍ରତିକ୍ଷାର ଅନ୍ତ ଘଟିଛି। ଆଜି ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁରର ଶକ୍ତିପୀଠ ମା’ ଉଗ୍ରତାରାଙ୍କ ପୀଠକୁ ସୌରଚାଳିତ ବିଦ୍ୟୁତ ଆଲୋକିକରଣର ଶୁଭ ଉଦଘାଟନ ହୋଇଯାଇଛି। ଏହାକୁ ଉଦଘାଟନ କରିଛନ୍ତି ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ। ଜାତୀୟ ରାଜପଥ ଠାରୁ ମା ଉଗ୍ରତାରା ପୀଠ ରାସ୍ତାର ଦୁଇ ପାର୍ଶ୍ଵରେ ୧୦୦ଟି ସୌର ଚାଳିତ ଷ୍ଟ୍ରିଟ ଲାଇଟ ଲାଗିଥିବା ବେଳେ ଦୁଇଟି ବଡ ହାଇମାକ୍ସ ଲାଇଟ ମନ୍ଦିର ପରସରରେ ଲାଗିଛି।

ଏଜିଏମ ଗ୍ରୀନ ଏନର୍ଜି ସହଯୋଗ ରେ ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କ ସାସଂଦ ପାଣ୍ଠି ଅନୁଦାନରେ ୨୫ଲକ୍ଷ ଟଙ୍କା ବ୍ୟୟବରାଦରେ ଆଲୋକିକରଣର ବ୍ୟବସ୍ଥା ହୋଇଛି। ଏହା ସହିତ ମା ଉଗ୍ରତାରାଙ୍କ ପୀଠରେ ଥିବା ପୋଖରୀର ପୁନ୍ଃରୁଦ୍ଧାର କରିବା ପାଇଁ ମଧ୍ୟ ସାସଂଦଙ୍କ ପାଣ୍ଠିରୁ ବ୍ୟୟବରାଦ କରାଯାଇଥିବା ସାସଂଦ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଂଜନ ମହାପାତ୍ର, ସାଂସଦ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଶିଷ ବରିସଲ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।