Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର୍ ଘଟଣା: ନାକଟିଦେଉଳରୁ ଧରିଲା ପୋଲିସ୍

କନ୍ଦର୍ପ ବେହେରା
ରେଢାଖୋଲ: ଗତ୧୬ ତାରିଖ ରାତିରେ ରେଢାଖୋଲ ଥାନା ରଥତଇଲା ଗ୍ରାମରେ ନିଜ ପତ୍ନୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରି ସ୍ୱାମୀ ଫେରାର୍ ହୋଇଯାଇଥିଲା। ଆଜି ରେଢାଖୋଲ ପୋଲିସ୍ ନାକଟିଦେଉଳରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ୍ କହିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ରଥତଇଲା ଗ୍ରାମରେ ବସନ୍ତ ବେହେରାଙ୍କ ଘରେ ରହି ପଶ୍ଚିମବଙ୍ଗ ରାଜ୍ୟର ଅବଦୁଲ୍ ଖାନ୍ ଇଟା କାରଖାନାରେ କାମ କରୁଥିଲା। ରେଢାଖୋଲ ଅଂଚଳର ସାଲମି ମିଞ୍ଜକୁ ସେ ଦ୍ୱିତୀୟ ବିବାହ କରିଥିବା ବେଳେ ସାଲିମି ମିଞ ମଧ୍ୟ ଦ୍ୱିତୀୟ ବିବାହ କରିଥିଲେ ଅବଦୁଲ୍ କୁ। କୈାଣସି କାରଣରୁ ଗତ କାଲି ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସେ ଏକ ଠେଙ୍ଗାରେ ସ୍ତ୍ରୀ ସାଲମୀ କୁ ପିଟିପଟି ହତ୍ୟା କରି ସକାଳେ ନାକଟିଦେଉଳ ପଟେ ଫେରାର୍ ମାରିଥିଲା। ମୃତକ ମହିଳାର ଦେଢ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ରହିଛି। ସେ ପତ୍ନୀକୁ ହତ୍ୟା କରି ଡିମିରିକୁଦା ନିକଟରୁ ଏକ ଘରୋଇ ବସ୍‌ରେ ନାକଟିଦେଉଳ ପଟେ ଫେରାର୍ ହୋଇଯାଇଥରଲା। ସଙ୍ଗରେ ଦେଢ ବର୍ଷର ଶିଶୁ ପୁତ୍ର ଥିବାରୁ ସେ ବେଶି ଦୂର ପର୍ଯ୍ୟନ୍ତ ଯାଇ ପାରି ନ ଥିଲା।

ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଆଜି ନାକଟିଦେଉଳରୁ ଗିରଫ କରିଥିଲା। ଦେଢ ବର୍ଷର ଶିଶୁ ପୁତ୍ରକୁ ମଧ୍ୟ ପୋଲିସ୍ ଆଣି ସମ୍ବଲପୁରର ଏକ ସ୍ୱେଚ୍ଛାସେବୀ ସଂଗଠନକୁ ହସ୍ତାନ୍ତର କରିଛି। ହତ୍ୟାକାରୀକୁ ଆଜି କୋର୍ଟ ଚାଲାଣ କରିଥିବା ବେଳେ ତା ନାମରେ ରେଢାଖୋଲ କେସ୍ ନଂ ୧୪୩ ତା ୧୭/୬/୨୦୨୩ ୟୁ/ଏସ୍ ୪୯୮ –ଏ/୩୦-୨ ଆଇପିସି ଧାରାରେ ମାମଲା ରୁଜୁ ହୋଇଛି।