Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୋଟିଏ ପରିବାରର 6 ସଦସ୍ୟଙ୍କୁ ହାଣି ହତ୍ୟା କଲେ ଅଭିଯୁକ୍ତ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗ୍ରାମବାସୀମାନେ ପିଟି ପିଟି ମାରିଲେ

ମଣ୍ଡଲା : ମଧ୍ୟପ୍ରଦେଶରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ପରିବାରର 6 ଜଣ ସଦସ୍ୟଙ୍କୁ ତଲଓ୍ବାଲରରେ କାଟି ନିମର୍ମ ଭାବରେ ହତ୍ୟା କରାଯାଇଛି । ଏହି ଘଟଣା ପରେ ଗ୍ରାମବାସୀମାନେ ବାଡି ଦ୍ବାରା ଅଭିଯୁକ୍ତଙ୍କୁ ଆକ୍ରମଣ କରିଥିଲେ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମାର୍‌ପିଟ୍‌ରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ ମଣ୍ଡଲା ଜିଲ୍ଲା ବୀଜାଣ୍ଡାଣ୍ଡି ଥାନା ଅଞ୍ଚଳର ମନେରୀ ଚୌକିଠାରେ 6 ଜଣଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଥିଲା । ସୋନି ପରିବାରର ଦୁଇ  ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ନେଇ ଏହି ଘଟଣା ଘଟିଥିବାର ସୂଚନା ରହିଛି ।

ଦୁଇ ପରିବାର ମଧ୍ୟରୁ ଜଣେ ଅନ୍ୟ ପରିବାର ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମୃତ୍ୟୁର ଘାଟରେ ପହଞ୍ଚାଇଛନ୍ତି । ମୃତକ ରାଜେନ୍ଦ୍ର ସୋନି ବିଜେପି  ଜଣେ ବରିଷ୍ଠ ନେତା ବୋଲି ସୂଚନା ରହିଛି । ଏହି ହତ୍ୟାକାଣ୍ଡରେ ପରିବାରର 6 ସଦସ୍ୟଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇଟି ଶିଶୁ ମଧ୍ୟ ସାମିଲ୍‌ ରହିଛନ୍ତି। ଏହା ପରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗ୍ରାମବାସୀମାନେ ପିଟି ପିଟି ହତ୍ୟା କରିଦେଇଛନ୍ତି ।

ସମ୍ପତ୍ତି ପାଇଁ ଦୀର୍ଘ ଦିନ ବିବାଦ ଆଜି ଚରମ ରୂପ ନେଇଛି । ମୃତକ ରାଜେନ୍ଦ୍ର ସୋନି ବିଜେପିର ନେତା ଥିବାବେଳେ ତାଙ୍କର ବ୍ୟବସାୟ ରହିଥିଲା । ଦୋକାନରେ ଅଭିଯୁକ୍ତମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ତାଙ୍କ ପରିବାରର ଅନ୍ୟ 5 ସଦସ୍ୟଙ୍କୁ ମଧ୍ୟ ଅଭିଯୁକ୍ତମାନେ ହତ୍ୟା କରିଥିଲେ । ଏହି ଆକ୍ରମଣରେ ଜଣେ 10 ବର୍ଷର ଶିଶୁ ସମେତ 7 ବର୍ଷର ଶିଶୁ ମଧ୍ୟ ମୃତ୍ୟୁବରଣ କରିଛି । ତେବେ ଏହି ହତ୍ୟାକାଣ୍ଡ ପରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ଦୁଇ ଅଭିଯୁକ୍ତ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଫେରାର୍‌ ହେଉଥିବା ସମୟରେ ପୋଲିସ୍‌ ଗୁଳିର ଶିକାର ହୋଇ ଗିରଫ ହୋଇଛି । (ଏଜେନ୍ସି)