Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ସୁନ୍ଦରଗଡ଼ ହେମଗିରିର ପୂର୍ବତନ ବ୍ଲକ ଅଧ୍ୟକ୍ଷା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୁଧାରାଣୀ ରାଉଡ଼ିଆ ତାଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡି ଦଳ ଛାଡି କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି।

ଏହି ଅବସରରେ ଆଜି ସୁଦରଗଡ଼ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀମତୀ ରାଉଡ଼ିଆ ଙ୍କୁ ସ୍ୱାଗତ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ ।

ଶ୍ରୀ ପଟ୍ଟନାୟକ କହିଲେ ଯେ ଶ୍ରୀମତୀ ରାଉଡ଼ିଆଙ୍କ ଯୋଗଦାନ ଦଳର ବିଶେଷକରି ସୁଦରଗଡ଼ ଜିଲ୍ଲାର ସଂଗଠନକୁ ଆହୁରି ମଜବୁତ କରିବ। ଶ୍ରୀମତୀ ରାଉଡ଼ିଆ ନିଜ ବକ୍ତବ୍ୟରେ କହିଥିଲେ କି ମୁଁ ସର୍ବଦା କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଏ। ବିଜେଡ଼ି ଦଳରେ ମୁଁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ ମଧ୍ୟ କଂଗ୍ରେସ ଦଳ ପ୍ରତି ଥିବା ମୋର ଦୁର୍ବଳତା ଓ ଭଲପାଇବା ଯୋଗୁଁ ଏବଂ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନେତୃତ୍ୱକୁ ଆସ୍ଥା ପ୍ରକଟ କରି ମୁଁ ବିଜେଡ଼ି ଦଳ ତ୍ୟାଗକରି କଂଗ୍ରେସ ଦଳରେ ଯୋଗ ଦେଲି ବୋଲି ସେ କହିଥିଲେ ।

ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜନାର୍ଦନ ଦେହୁରୀଙ୍କ ଅନୁଷ୍ଟିତ ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବାଚସ୍ପତି କିଶୋର ପଟେଲ,ବିଧାୟକ ସିଏସ ରାଜନ ଏକ୍କା,ରାଉଲକେଲା ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପାଢ଼ୀ,ରାଜୁ ଷଡଙ୍ଗୀ,ରଣଜିତ ଭିତିରିଆ,ବେଣୁଧର ତ୍ରିପାଠୀ,ଅମିତା ବିଶ୍ୱାଳ,କୈଳାଶ ସାହୁ,ରବି ରାୟ, ବିରେନ ସେନାପତି,ସବୀର ହୁସେନ,ନରୋତମ ନାୟକ ,ନିର୍ମଳ ନାୟକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ