Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜାତୀୟ ରାଜପଥରେ ଟ୍ରକକୁ ପଛପଟୁ ଧକ୍କା ଦେଲା ବସ, ହେଲପର ମୃତ, ୧୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ଟ୍ରକର ପଛପଟୁ ଧକ୍କା ଦେଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୧୫ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ୧୬ନମ୍ବର ଜାତୀୟ ରାଜପଥ ବରୁଣେଇ ଓଭର ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଓଁ ଶାନ୍ତି ଟ୍ରାଭେଲ୍ସ ନାମକ ଯାତ୍ରୀବାହୀ ବସ୍ ଟି ଆଜି ଭୁବେଶ୍ୱରରୁ ଭଞ୍ଜନଗର ଅଭିମୁଖେ ଯାଉଥିଳା। ହେଲେ ବରୁଣେଇ ଓଭର ବ୍ରିଜ ନିକଟରେ ବସ୍ ଟି ଅଜଣା ଟ୍ରକ୍ କୁ ପଛପଟୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ବାଲିଗଦାରେ ପସି ଯାଇଥିଲା। ବସରୁ ଛିଟିକି ଘଟଣା ସ୍ଥଳରେ ବସ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି।

ସମସ୍ତ ଗୁରୁତରଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।