Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଘୋଷଣା ହେଲା ଟି-୨୦ ବିଶ୍ଵକପର ତାରିଖ: ୟୁଏଇ ଏବଂ ଓମାନରେ ଖେଳାଯିବ ମ୍ୟାଚ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭାରତରେ ହେବାକୁ ଥିବା ଚଳିତ ବର୍ଷ ଟି-୨୦ ବିଶ୍ଵକପ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତରଣ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେବା ପରେ ଆଇସିସି ଏହାର ଖେଳ ସୂଚୀ ଜାରି କରିଛି। ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଟି-୨୦ ବିଶ୍ଵକପ ଖେଳାଯିବ। ଏହା ୟୁଏଇ ଏବଂ ଓମାନରେ ଆୟୋଜନ କରାଯିବ।

ତେବେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଟି କ୍ଵାଲିଫାଇଂ ଟିମ ଭାଗ ନେବେ। ଏଥିରୁ ୪ ଟି ଟିମ ସୁପର-୧୨ କୁ ଉନ୍ନତି ହେବେ। କ୍ଵାଲିଫାଇଂ ଟିମ ଗୁଡିକ ହେଲେ- ବାଂଲାଦେଶ, ଶ୍ରୀଲଙ୍କା, ଆୟାରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ନାମିବିୟା, ଓମାନ ଏବଂ ପାପୁଆ ନ୍ୟୁ ଗିନୀ । ଏହି ୮ ଟିମ ମଧ୍ୟରୁ ୪ ଟି ଟିମ ଆଗାମୀ ପର୍ଯ୍ୟାୟ ତଥା ସୁପର-୧୨ରେ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବେ। ଟି-୨୦ ବିଶ୍ଵକପର ଫାଇନାଲ ମ୍ୟାଚ ନଭେମ୍ବର ୧୪ ତାରିଖରେ ଅନୁଷ୍ଠିତ ହେବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିସିସିଆଇ ବୈଠକରେ ନିଷ୍ପତ୍ତି: ୟୁଏଇରେ ଖେଳାଯିବ ଆଇପିଏଲର ବାକି ମ୍ୟାଚ

ଭୁବନେଶ୍ବର: ଆଇପିଏଲ-୧୪ ର ବାକି ମ୍ୟାଚଗୁଡିକ ୟୁଏଇରେ ଖେଳାଯିବ। ଏନେଇ ବିସିସିଆଇର ବୈଠକରେ ନିଷ୍ପତ୍ତି ହୋଇଛି। ଆଇପିଏଲରେ ଆହୁରି ୩୧ ଟି ମ୍ୟାଚ ଖେଳାଯିବା ବାକି ଅଛି। ହେଲେ କେଉଁ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ, ତାହା ବିସିସିଆଇ ସ୍ପଷ୍ଟ କରିନି।

ତେବେ ବିସିସିଆଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର-ଅକ୍ଟୋବର ମାସରେ ଖେଳାଯିବା ପାଇଁ ନିଷ୍ପତ୍ତି ହୋଇଛି। ଆଇପିଏଲକୁ ପୁଣିଥରେ ଆରମ୍ଭ କରିବା ପାଇଁ ଏସଜିଏମ ବୈଠକରେ ସମସ୍ତ ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ନିର୍ଣ୍ଣୟ ନିଆଯାଇଛି।