Categories
ଆଜିର ଖବର ଜାତୀୟ ଖବର

ପ୍ରବାସୀଙ୍କ ରେଳଭଡାକୁ ନେଇ ରାଜନୀତି ବନ୍ଦ କରନ୍ତୁ ସୋନିଆ : ଶିବ ଗୋପାଳ

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକ ମାନଙ୍କୁ ନେବା ପାଇଁ ଚାଲୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ର ଭଡାକୁ ନେଇ ସୋନିଆ ରାଜନୀତି କରନ୍ତୁ ନାହିଁ ବୋଲି ରେଳବାଇ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ 115ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌କୁ ମଞ୍ଜୁରୀ ଦିଆଯାଇଥିବା ବେଳେ ରେଳବାଇ କର୍ମୀଙ୍କ କଠିନ ପରିଶ୍ରମ କାରଣରୁ ଏହା ସଫଳ ହୋଇ ପାରୁଛି । ଏଭଳି ମହାମାରୀ ସମୟରେ ରେଳ ଚଳଚାଳ ଅସମ୍ଭବ ଲାଗୁଥିଲେ ମଧ୍ୟ ତାହା କରାଯାଉଛି । ତେଣୁ ଏଭଳି ସ୍ଥିତିରେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଶସ୍ତା ରାଜନୀତି ବନ୍ଦ କରନ୍ତୁ ବୋଲି ମିଶ୍ର କହିଛନ୍ତି । ଯାତ୍ରୀଙ୍କ ଟିକେଟ ଖର୍ଚ୍ଚର 85 ପ୍ରତିଶତ କେନ୍ଦ୍ର ସରକାର ଏବଂ 15 ପ୍ରତିଶତ ରାଜ୍ୟ ସରକାର ବହନ କରୁଛନ୍ତି । ଏତଦ ବ୍ୟତିତ ଖାଦ୍ୟପେୟ, ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଖର୍ଚ୍ଚ ରେଳବାଇ ବହନ କରୁଛି ତେଣୁ କଂଗ୍ରେସର ଅନ୍ତରୀଣ ସଭାପତି ଶସ୍ତା ରାଜନୀତି କରିବା ବନ୍ଦ କରନ୍ତୁ ବୋଲି ମତ ଦେବା ସହିତ ସୋନିଆଙ୍କୁ ଚିଠି ଲେଖିଛନ୍ତି ଶିବ ଗୋପାଳ ମିଶ୍ର । (ଏଜେନ୍ସି)