Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

2 ଆମେରିକୀୟ ଏୟାରବେସ୍‌ରେ ଇରାନ୍‌ର ଆକ୍ରମଣ : ଟ୍ବିଟ୍ଟରରେ ଟ୍ରମ୍ପଙ୍କ ପ୍ରତିକ୍ରିୟା

ତେହେରାନ୍‌ : କ୍ୟୁଡ୍‌ସ ଫୋର୍ସର ମୁଖ୍ୟ କମାଣ୍ଡର କାସି ସୋଲେମାନି ହତ୍ୟାର ପ୍ରତିଶୋଧ ସ୍ବରୂପ ଆମେରିକାର ଦୁଇଟି ଏୟାର ବେସ୍‌ ଉପରେ ଆକ୍ରମଣ କରିଛି ଇରାନ୍‌ । ଇରାକ୍‌ରେ ଅବସ୍ଥାପିତ ଦୁଇ ଆମେରିକୀୟ ଏୟାରବେସ୍‌ ଉପରକୁ ମଙ୍ଗଳବାର ମଧ୍ୟରାତ୍ରରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତ୍ରରେ 12ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରାଯାଇଥିବା ଜଣାପଡିଛି । ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଆକ୍ରମଣ ପରେ ଟ୍ରମ୍ପ ଟ୍ବିଟ୍ଟର ଜରିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟ୍ରମ୍ପ କହିଛନ୍ତି ସବୁ ଠିକ୍‌ ଅଛି । ଆମେରିକା ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର । ପରବର୍ତ୍ତୀ ପଦକ୍ଷେପ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହିତ ଆଲୋଚନା କରୁଛନ୍ତି । (ଏଜେନ୍ସୀ)