Categories
ଆଜିର ଖବର ଜାତୀୟ ଖବର

ଉପହାର ସିନେମା ହଲ୍‌ ଅଗ୍ନିକାଣ୍ଡ ମାମଲା : ଅଂଶଲ ଭ୍ରାତାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି

ନୂଆଦିଲ୍ଲୀ : ଉପହାର ସିନେମା ହଲ ଅଗ୍ନିକାଣ୍ଡରେ ଅଂଶଲ ଭ୍ରାତାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି ମିଳିଛି । ଗୁରୁବାର ସୁପ୍ରିମକୋର୍ଟଙ୍କ ରିହାତି ପରେ ଅଂଶଲ ଭ୍ରାତା ଜେଲ୍‌ ନଯିବା ପ୍ରାୟ ସ୍ପଷ୍ଟ ହୋଇଛି । ଉପହାର ସିନେମା ହଲ୍‌ ଅଗ୍ନିକାଣ୍ଡରେ 23 ଶିଶୁଙ୍କ ସମେତ 59 ଜଣଙ୍କ ପ୍ରାଣହାନି ଘଟିଥିଲା । ଏହି ମାମଲାରେ ଅଂଶଲ ଭ୍ରାତା 30 କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିବା ବେଳେ ଉଭୟଙ୍କ ଗିରଫ କରିବା ପାଇଁ କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇଥିଲା । ତିନି ଜଣିଆ ଖଣ୍ଡପୀଠ ଏହି କ୍ୟୁରେଟିଭ୍‌ ଯାଚିକାକୁ ଖାରଜ କରିବା ପରେ ଅଂଶଲ ଭ୍ରାତା ଗିର ନହେବା ସ୍ପଷ୍ଟ ହୋଇଛି । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ, ଜଷ୍ଟିସ୍‌ ଏନ୍‌ ଭି ରମନ୍ନା ଏବଂ ଜଷ୍ଟିସ୍‌ ଅରୁଣ ମିଶ୍ର ଏହି ଖଣ୍ଡପୀଠର ସଦସ୍ୟ ରହିଥିଲେ । ରିଅଲ ଇଷ୍ଟେଟ୍‌ ଟାଇକୁନ୍‌ ସୁଶୀଲ ଅଂଶଲ ଏବଂ ଗୋପାଲ ଅଂଶଲ ଉପହାର ସିନେମା ହଲ୍‌ରେ ଆବଶ୍ୟକତା ଠାରୁ ଅଧିକ ସିଟ୍‌ ରଖିବା ଫଳରେ ଅଗ୍ନିକାଣ୍ଡରେ 59 ଜଣଙ୍କ ପ୍ରାଣହାନି ଘଟିଥିଲା । (ଏଜେନ୍ସି)