Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ଆଗୁଆ ଆରମ୍ଭ ହେଲା ବାହୁଡା ପହଣ୍ଡି, ଆଉ କିଛି ସମୟ ପରେ ଛେରା ପହଁରା

ପୁରୀ: ଆରମ୍ଭ ହେଲା ବାହୁଡା ପହଁଣ୍ଡି। ନଅ ଦିନର ଲୀଳା ଶେଷ କରି ତିନିଠାକୁର ଫେରିବେ ଶ୍ରମନ୍ଦିର। ସେଥିପାଇଁ ଆଜି ସେବକମାନେ ପୂର୍ବନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ କରିଛନ୍ତି ପହଁଣ୍ଡି। ପ୍ରଥମେ ସୁଦର୍ଶନଙ୍କୁ ରଥ ବିଜେ କରାଯାଇଥିଲା। ଏହାପରେ ପ୍ରଭୃ ବଡଠାକୁର ହଲି ଦୋହଳି ରଥରେ ପ୍ରବେଶ କରୁଛନ୍ତି।

ତିନିଠାକୁର ରଥରେ ବିଜେ କରିବା ପରେ ଆରମ୍ଭ ହେବ ଛେରା ପହଁରା। ତେବେ ପୂର୍ବ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଛେରା ପହଁରା ମଧ୍ୟ ଆରମ୍ଭ ହୋଇଯିବ। ବାହୁଡା ଦେଖିବା ପାଇଁ ପୁରୀ ବଡ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହେବାରେ ଲାଗିଛି। ଆଜି ପାଗ ଠିକ ଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିରକୁ ବାହୁଡିବେ ତିନିଠାକୁର, ଦିନ ୧୨ଟାରେ ପହଣ୍ଡି ବିଜେ

ପୁରୀ: ଆସନ୍ତ।କାଲି ବୁଧବ।ରରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡିବେ ତିନିଠାକୁର। ସେଥିପ।ଇଁ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ନଅ ଦିନର ଯାତ୍ରା ଶେଷ କରି ପ୍ରଭୃ ରତ୍ନବେଦୀରେ ଦର୍ଶନ ଦେବେ। ଗୁଣ୍ଡିଚା ମନ୍ଦିରରୁ ତିନି ରଥକୁ ଟାଣିବା ପ।ଇଁ ପୁରୀରେ ଜନସମାଗମ ଆରମ୍ଭ ହୋଇଗଲାଣି।

ମନ୍ଦିର ପ୍ରଶାସନ ନିଷ୍ପତି ଅନୁସାରେ ଆସନ୍ତାକ।ଲି ଦିନ ୧୨ଟାରେ ବେଳେ ପହଣ୍ଡି ଆରମ୍ଭ ହେବ। ପ୍ରଥମେ ବଡଠ।କୁର, ପରେ ମା ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ରଥାଋଢ ହେବେ। ଏହି କାର୍ଯ୍ୟ ୨ଟ। ୩୦ ମଧ୍ୟରେ ସମାପନ କରାଯିବ।

ସେହିପରି ଛେରା ପହଁରା ନୀତି ୨ଟ। ୩୦ରୁ ଆରମ୍ଭ ହୋଇ ୩ ଟ। ୩୦ ମଧ୍ୟରେ ଶେଷ ହେବ। ଅପରାହ୍ନ ୪ଟ। ବେଳକୁ ରଥଟଣା ଆରମ୍ଭ ହେବ ବୋଲି ଜଣାପଡିଛି।

Categories
ବିଶେଷ ଖବର ମତାମତ

ରଥଯାତ୍ରା ମନ୍ଦିର ପ୍ରଶାସନର ବ୍ୟବସାୟ ନୁହେଁ, ଏହାର ସିଧା ପ୍ରସାରଣ ଲାଗି ନିଲାମ ଡାକିବା ଏକ ନିର୍ବୋଧ ନିଷ୍ପତ୍ତି

କେଦାର ମିଶ୍ର

ଶେଷରେ ଆମେ କ୍ରିକେଟ ଓ ରଥଯାତ୍ରାକୁ ଗୋଟିଏ ବ୍ରାଣ୍ଡ ବୋଲି ଗ୍ରହଣ କରିନେଲୁ!କ୍ରିକେଟର ଯେମିତି ତେଲି ପ୍ରସାରଣ ଅଧିକାର ନିଲାମ ହୁଏ, ଏବେ ରଥଯାତ୍ରାର ବି ସେଯା ହେବାକୁ ଯାଉଛି। ଯେତେବେଳେ ଶ୍ରୀମନ୍ଦିର ପ୍ରଶାସନ କହିଲେ ଯେ ପୁରୀର ରଥଯାତ୍ରା ପ୍ରସାରଣ ଲାଗି ନିଲାମ ଡକାଯିବ ଓ ଯିଏ ଅଧିକ ଦର ହାଙ୍କିବ ତାକୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ଦିଆଯିବ। ତେବେ ଏହା କେବଳ ଟେଲିକାଷ୍ଟ ପାଇଁ ସୀମିତ ନା ଏହା ୱେବ କାଷ୍ଟ ପାଇଁ ମଧ୍ୟ ଲାଗୁ ହେବ, ସେ ବିଷୟରେ ସ୍ପଷ୍ଟତା ନାହିଁ। ତେବେ ଏକ ଧାର୍ମିକ ଯାତ୍ରାର ବ୍ୟାବସାୟିକ ପ୍ରସାରଣ ଲାଗି ସରକାର ବା ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇପାରିବେ କି? ଟେଲି ପ୍ରସାରଣ ସହିତ ବ୍ୟାପକ ପ୍ରାୟୋଜକ ଅର୍ଥ ଜଡିତ ରହୁଥିବାରୁ ଏହାର ଲାଭ ମନ୍ଦିର ପ୍ରଶାସନ ପାଇବା ଉଚିତ ବୋଲି କେହି କେହି କହୁଛନ୍ତି। ତେବେ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଟେଲିଭିଜନ କମ୍ପାନୀମାନେ ଯେତିକି ପୁଞ୍ଜି ବିନିଯୋଗ କରନ୍ତି, ସେଇ ଅନୁସାରେ ତାଙ୍କୁ ଲାଭ ମିଳେ କି? ବିଜ୍ଞାପନ ବାବଦକୁ ଚାନେଲ ଗୁଡିକ ଯେତିକି ଅର୍ଥ ପାଆନ୍ତି ତାର ଏକ ନିରପେକ୍ଷ ଆକଳନ ମନ୍ଦିର ପ୍ରଶାସନ କରିଛି କି?

ପ୍ରଥମତଃ ଏହା ଏକ ଧାର୍ମିକ ଉତ୍ସବ ହୋଇଥିବାରୁ ଏହାର ପ୍ରସାରଣ ଅଧିକାରକୁ ବ୍ୟବସାୟର ନିୟମରେ ଦେଖା ଯାଇ ପାରିବ ନାହିଁ। ତେବେ ଟେଲିଭିଜନ ଚାନେଲ ଗୁଡିକ ଏଥିରୁ ବ୍ୟାବସାୟିକ ଲାଭ ଉଠାଉଥିବାରୁ ସେମାନେ ନିଜର ଲାଭାଂଶ ମନ୍ଦିର ପ୍ରଶାସନକୁ ଦେବା କଥା, କୁହାଯାଉଛି। ହେଲେ ବାସ୍ତବରେ ଏ ଲାଭ କେତେ? ଯଦି ଗୋଟିଏ ସଂସ୍ଥାକୁ ଏହି ଅଧିକାର ଦିଆଯାଏ, ସେ ଏହାକୁ ନେଇ ଏକଚାଟିଆ କାରବାର କରିବ। ରଥଯାତ୍ରାକୁ ନେଇ ଯେଉଁ ବିବିଧ ଅନୁଭବ ଓ ସାଂସ୍କୃତିକ ମୂଲ୍ୟବୋଧ ରହିଛି, ତାହା ଗୋଟିଏ କମ୍ପାନୀର ଅକ୍ତିଆର ରେ ରହିବ। ଯେ ଅଧିକ ପଇସା ଦେଲା ସେ ହିଁ ରଥଯାତ୍ରାର ଦୃଶ୍ୟାବଳୀର ମାଲିକ ହୋଇଯିବ। ଆସନ୍ତାକାଲି ହୁଏତ ସାଧାରଣ ଭକ୍ତଟିଏ ଆଉ ନିଜ ମୋବାଇଲରେ ଫୋଟୋଟିଏ ମଧ୍ୟ ଉଠାଇପାରିବ ନାହିଁ। ରଥଯାତ୍ରାରେ ସାର୍ବଜନୀନତାର ଯେଉଁ ମୂଳ ବାର୍ତ୍ତା ଟି ରହିଛି ଏହା ଦ୍ଵାରା ସେଥିରେ ଆମେ ଗଭୀର ପ୍ରହାର କରୁଛୁ।

ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ ଏହା ରଥଯାତ୍ରାର କର୍ପୋରେଟିକରଣ ବୋଲି କୁହାଯାଇପାରେ। ନିଲାମ ମାଧ୍ୟମରେ କେବଳ ବଡ କର୍ପୋରେଟ ମାନେ ଏହାର ସିଧା ପ୍ରସାରଣ ଅଧିକାର ପାଇବେ ଓ ଓଡିଶାର ଛୋଟ ଛୋଟ ଗଣମାଧ୍ୟମ ସଂସ୍ଥା ଏଥିରୁ ବଞ୍ଚିତ ହେବେ। ଓଡିଆ ଭାଷାରେ ଯେଉଁ ଗଣମାଧ୍ୟମ ସଂସ୍ଥା ଗୁଡିକ ଅଛନ୍ତି, ସେମାନଙ୍କ ପ୍ରତି ଏହା ସିଧାସଳଖ ଅନ୍ୟାୟ। ଓଡିଶାରେ ରହି ଓଡିଆ ଭାଷାରେ ସମ୍ବାଦ ପରିବେଷଣ କରୁଥିବା ସଂସ୍ଥା ଗୁଡିକ ପ୍ରବଳ ଆର୍ଥିକ ଚାପରେ ରହୁଛନ୍ତି। ପରୋକ୍ଷରେ ରଥଯାତ୍ରାର ସିଧା ପ୍ରସାରଣ ସେମାନଙ୍କୁ ହୁଏତ କିଛିଟା ଲାଭ ଦେଉଛି। ସେହି ନାମମାତ୍ର ଲାଭ ଉପରେ ମନ୍ଦିର ପ୍ରଶାସନ ଆଖି ପକାଇବା, ସଂପୂର୍ଣ୍ଣ ରୂପେ ଅନୁଚିତ।

କୌଣସି ପ୍ରସଙ୍ଗରେ ସବୁ ଦିଗକୁ ତର୍ଜମା ନକରି ସିଧା ସିଧା ମନ୍ତବ୍ୟ ଦେବାର ଏକ ସାଧାରଣ ପ୍ରବୃତ୍ତି ଏବେ ସୋସିଆଲ ମିଡିଆର ସବୁଠୁ ବଡ ଅବଦାନ। ଏହି ପ୍ରସଙ୍ଗରେ ମଧ୍ୟ ଏମିତି ପ୍ରତିକ୍ରିୟା ଆସୁଛି, ସଟେକି ରଥଯାତ୍ରା ପ୍ରସାରଣରୁ ହଜାର ହଜାର କୋଟି ଟଙ୍କା ଗଣମାଧ୍ୟମ ସଂସ୍ଥା ଖାଇ ଯାଉଛନ୍ତି। ବାସ୍ତବତା ତାହାଠାରୁ ଯଥେଷ୍ଟ ଭିନ୍ନ। ବିଜ୍ଞାପନ ଅର୍ଥକୁ ନେଇ କମ୍ପାନୀମାନଙ୍କ ସହ ମିଡିଆ ପରିଚାଳକଙ୍କ ମୂଲଚାଲ ଦେଖିଥିବା ଲୋକ କେବେହେଲେ ଏକଥା ବିଶ୍ଵାସ କରିବା ନାହିଁ। କମ୍ପାନୀ ଗୁଡିକ ଏଥିରେ ନିଜର ଯେତିକି ଅର୍ଥ ଓ ମାନବ ସମ୍ବଳ ବିନିଯୋଗ କରନ୍ତି, ସେହି ତୁଳନାରେ ଲାଭ ଖୁବ ଗୋଟେ ବିରାଟ ଉପଲବ୍ଧି ନୁହେଁ।

ଏବେ ହୁଏତ ରିଲାଏନ୍ସ କିମ୍ବା ଅନ୍ୟ କୌଣସି ଜାତୀୟ କମ୍ପାନୀ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ପାଇବେ। ସେମାନଙ୍କ ସହିତ ଓଡିଆ ଗଣମାଧ୍ୟମ ସଂସ୍ଥା ପ୍ରତିଯୋଗିତା କରିପାରିବେ ନାହିଁ। ଏହା ପ୍ରତ୍ୟକ୍ଷ ଭାବରେ ମନ୍ଦିର ପ୍ରଶାସନର କାର୍ପୋରେଟିକରଣ ଓ ଏହାକୁ ସବୁସ୍ତରରେ ବିରୋଧ କରାଯିବା ନିହାତି ଉଚିତ।