Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ରଥଯାତ୍ରା ମନ୍ଦିର ପ୍ରଶାସନର ବ୍ୟବସାୟ ନୁହେଁ, ଏହାର ସିଧା ପ୍ରସାରଣ ଲାଗି ନିଲାମ ଡାକିବା ଏକ ନିର୍ବୋଧ ନିଷ୍ପତ୍ତି
ମତାମତ

ରଥଯାତ୍ରା ମନ୍ଦିର ପ୍ରଶାସନର ବ୍ୟବସାୟ ନୁହେଁ, ଏହାର ସିଧା ପ୍ରସାରଣ ଲାଗି ନିଲାମ ଡାକିବା ଏକ ନିର୍ବୋଧ ନିଷ୍ପତ୍ତି

June 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଶେଷରେ ଆମେ କ୍ରିକେଟ ଓ ରଥଯାତ୍ରାକୁ ଗୋଟିଏ ବ୍ରାଣ୍ଡ ବୋଲି ଗ୍ରହଣ କରିନେଲୁ!କ୍ରିକେଟର ଯେମିତି ତେଲି ପ୍ରସାରଣ ଅଧିକାର ନିଲାମ ହୁଏ, ଏବେ ରଥଯାତ୍ରାର ବି ସେଯା ହେବାକୁ ଯାଉଛି। ଯେତେବେଳେ ଶ୍ରୀମନ୍ଦିର ପ୍ରଶାସନ କହିଲେ ଯେ ପୁରୀର ରଥଯାତ୍ରା ପ୍ରସାରଣ ଲାଗି ନିଲାମ ଡକାଯିବ ଓ ଯିଏ ଅଧିକ ଦର ହାଙ୍କିବ ତାକୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ଦିଆଯିବ। ତେବେ ଏହା କେବଳ ଟେଲିକାଷ୍ଟ ପାଇଁ ସୀମିତ ନା ଏହା ୱେବ କାଷ୍ଟ ପାଇଁ ମଧ୍ୟ ଲାଗୁ ହେବ, ସେ ବିଷୟରେ ସ୍ପଷ୍ଟତା ନାହିଁ। ତେବେ ଏକ ଧାର୍ମିକ ଯାତ୍ରାର ବ୍ୟାବସାୟିକ ପ୍ରସାରଣ ଲାଗି ସରକାର ବା ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇପାରିବେ କି? ଟେଲି ପ୍ରସାରଣ ସହିତ ବ୍ୟାପକ ପ୍ରାୟୋଜକ ଅର୍ଥ ଜଡିତ ରହୁଥିବାରୁ ଏହାର ଲାଭ ମନ୍ଦିର ପ୍ରଶାସନ ପାଇବା ଉଚିତ ବୋଲି କେହି କେହି କହୁଛନ୍ତି। ତେବେ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଟେଲିଭିଜନ କମ୍ପାନୀମାନେ ଯେତିକି ପୁଞ୍ଜି ବିନିଯୋଗ କରନ୍ତି, ସେଇ ଅନୁସାରେ ତାଙ୍କୁ ଲାଭ ମିଳେ କି? ବିଜ୍ଞାପନ ବାବଦକୁ ଚାନେଲ ଗୁଡିକ ଯେତିକି ଅର୍ଥ ପାଆନ୍ତି ତାର ଏକ ନିରପେକ୍ଷ ଆକଳନ ମନ୍ଦିର ପ୍ରଶାସନ କରିଛି କି?

ପ୍ରଥମତଃ ଏହା ଏକ ଧାର୍ମିକ ଉତ୍ସବ ହୋଇଥିବାରୁ ଏହାର ପ୍ରସାରଣ ଅଧିକାରକୁ ବ୍ୟବସାୟର ନିୟମରେ ଦେଖା ଯାଇ ପାରିବ ନାହିଁ। ତେବେ ଟେଲିଭିଜନ ଚାନେଲ ଗୁଡିକ ଏଥିରୁ ବ୍ୟାବସାୟିକ ଲାଭ ଉଠାଉଥିବାରୁ ସେମାନେ ନିଜର ଲାଭାଂଶ ମନ୍ଦିର ପ୍ରଶାସନକୁ ଦେବା କଥା, କୁହାଯାଉଛି। ହେଲେ ବାସ୍ତବରେ ଏ ଲାଭ କେତେ? ଯଦି ଗୋଟିଏ ସଂସ୍ଥାକୁ ଏହି ଅଧିକାର ଦିଆଯାଏ, ସେ ଏହାକୁ ନେଇ ଏକଚାଟିଆ କାରବାର କରିବ। ରଥଯାତ୍ରାକୁ ନେଇ ଯେଉଁ ବିବିଧ ଅନୁଭବ ଓ ସାଂସ୍କୃତିକ ମୂଲ୍ୟବୋଧ ରହିଛି, ତାହା ଗୋଟିଏ କମ୍ପାନୀର ଅକ୍ତିଆର ରେ ରହିବ। ଯେ ଅଧିକ ପଇସା ଦେଲା ସେ ହିଁ ରଥଯାତ୍ରାର ଦୃଶ୍ୟାବଳୀର ମାଲିକ ହୋଇଯିବ। ଆସନ୍ତାକାଲି ହୁଏତ ସାଧାରଣ ଭକ୍ତଟିଏ ଆଉ ନିଜ ମୋବାଇଲରେ ଫୋଟୋଟିଏ ମଧ୍ୟ ଉଠାଇପାରିବ ନାହିଁ। ରଥଯାତ୍ରାରେ ସାର୍ବଜନୀନତାର ଯେଉଁ ମୂଳ ବାର୍ତ୍ତା ଟି ରହିଛି ଏହା ଦ୍ଵାରା ସେଥିରେ ଆମେ ଗଭୀର ପ୍ରହାର କରୁଛୁ।

ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ ଏହା ରଥଯାତ୍ରାର କର୍ପୋରେଟିକରଣ ବୋଲି କୁହାଯାଇପାରେ। ନିଲାମ ମାଧ୍ୟମରେ କେବଳ ବଡ କର୍ପୋରେଟ ମାନେ ଏହାର ସିଧା ପ୍ରସାରଣ ଅଧିକାର ପାଇବେ ଓ ଓଡିଶାର ଛୋଟ ଛୋଟ ଗଣମାଧ୍ୟମ ସଂସ୍ଥା ଏଥିରୁ ବଞ୍ଚିତ ହେବେ। ଓଡିଆ ଭାଷାରେ ଯେଉଁ ଗଣମାଧ୍ୟମ ସଂସ୍ଥା ଗୁଡିକ ଅଛନ୍ତି, ସେମାନଙ୍କ ପ୍ରତି ଏହା ସିଧାସଳଖ ଅନ୍ୟାୟ। ଓଡିଶାରେ ରହି ଓଡିଆ ଭାଷାରେ ସମ୍ବାଦ ପରିବେଷଣ କରୁଥିବା ସଂସ୍ଥା ଗୁଡିକ ପ୍ରବଳ ଆର୍ଥିକ ଚାପରେ ରହୁଛନ୍ତି। ପରୋକ୍ଷରେ ରଥଯାତ୍ରାର ସିଧା ପ୍ରସାରଣ ସେମାନଙ୍କୁ ହୁଏତ କିଛିଟା ଲାଭ ଦେଉଛି। ସେହି ନାମମାତ୍ର ଲାଭ ଉପରେ ମନ୍ଦିର ପ୍ରଶାସନ ଆଖି ପକାଇବା, ସଂପୂର୍ଣ୍ଣ ରୂପେ ଅନୁଚିତ।

କୌଣସି ପ୍ରସଙ୍ଗରେ ସବୁ ଦିଗକୁ ତର୍ଜମା ନକରି ସିଧା ସିଧା ମନ୍ତବ୍ୟ ଦେବାର ଏକ ସାଧାରଣ ପ୍ରବୃତ୍ତି ଏବେ ସୋସିଆଲ ମିଡିଆର ସବୁଠୁ ବଡ ଅବଦାନ। ଏହି ପ୍ରସଙ୍ଗରେ ମଧ୍ୟ ଏମିତି ପ୍ରତିକ୍ରିୟା ଆସୁଛି, ସଟେକି ରଥଯାତ୍ରା ପ୍ରସାରଣରୁ ହଜାର ହଜାର କୋଟି ଟଙ୍କା ଗଣମାଧ୍ୟମ ସଂସ୍ଥା ଖାଇ ଯାଉଛନ୍ତି। ବାସ୍ତବତା ତାହାଠାରୁ ଯଥେଷ୍ଟ ଭିନ୍ନ। ବିଜ୍ଞାପନ ଅର୍ଥକୁ ନେଇ କମ୍ପାନୀମାନଙ୍କ ସହ ମିଡିଆ ପରିଚାଳକଙ୍କ ମୂଲଚାଲ ଦେଖିଥିବା ଲୋକ କେବେହେଲେ ଏକଥା ବିଶ୍ଵାସ କରିବା ନାହିଁ। କମ୍ପାନୀ ଗୁଡିକ ଏଥିରେ ନିଜର ଯେତିକି ଅର୍ଥ ଓ ମାନବ ସମ୍ବଳ ବିନିଯୋଗ କରନ୍ତି, ସେହି ତୁଳନାରେ ଲାଭ ଖୁବ ଗୋଟେ ବିରାଟ ଉପଲବ୍ଧି ନୁହେଁ।

ଏବେ ହୁଏତ ରିଲାଏନ୍ସ କିମ୍ବା ଅନ୍ୟ କୌଣସି ଜାତୀୟ କମ୍ପାନୀ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ପାଇବେ। ସେମାନଙ୍କ ସହିତ ଓଡିଆ ଗଣମାଧ୍ୟମ ସଂସ୍ଥା ପ୍ରତିଯୋଗିତା କରିପାରିବେ ନାହିଁ। ଏହା ପ୍ରତ୍ୟକ୍ଷ ଭାବରେ ମନ୍ଦିର ପ୍ରଶାସନର କାର୍ପୋରେଟିକରଣ ଓ ଏହାକୁ ସବୁସ୍ତରରେ ବିରୋଧ କରାଯିବା ନିହାତି ଉଚିତ।

bahuda Jagannath Puri rathyatra temple
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026

ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି: ବାଣିଜ୍ୟ ଚୁକ୍ତି ଏବଂ ପ୍ରତିରକ୍ଷା ବିଷୟରେ ହେଲା ଆଲୋଚନା

September 30, 2026

କ୍ୟାବିନେଟ୍‌ ର ବଡ଼ ନିଷ୍ପତ୍ତି: ଗହମ ସମେତ ଏହି ୬ ଟି ଫସଲର ବଢିଲା ଏମଏସପି

September 30, 2026
Latest News

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.