Categories
ଆଜିର ଖବର

ପ୍ରକାଶ ପାଇଲା ମହାରାଷ୍ଟ୍ର ରାୟ : ବୁଧବାର ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ,26/11:  ଆସନ୍ତାକାଲି ହେବ ମହାରାଷ୍ଟ୍ର ବିଧାନସଭାର ସଂଖ୍ୟା ଗରିଷ୍ଠତା ପ୍ରମାଣ। ବୁଧବାର ଅପରାହ୍ନ 5ଟା ସୁଦ୍ଧା ଫଡନବିସ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ। ଏହିପରି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ବଡି ସକାଳୁ ଦେବେନ୍ଦ୍ର ଫଡନାବିସ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଶପଥ ପାଠକୁ ନେଇ ମାମଲା ଋଜୁ କରାଯାଇଥିଲା। ଏହି ମାମଲା କଂଗ୍ରେସ, ଏନସିପି ଏବଂ ଶିବସେନା ତରଫରୁ କରାଯାଇଥିଲା। ତାହାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଏଥିରେ କୋର୍ଟ କହିଛନ୍ତି ଯେ, ଏହି ଫ୍ଲୋର ଟେଷ୍ଟ ଗୁପ୍ତ ନୁହେଁ ମୁକ୍ତ ଭୋଟିଂ ମାଧ୍ୟମରେ ହେବ। ପ୍ରଥମେ ବିଧାନସଭାରେ ବିଧାୟକମାନେ ଶପଥ ଗ୍ରହଣ କରିବେ। ସେଥିପାଇଁ ଜଣେ ଅସ୍ଥାୟୀ ବାଚସ୍ପତି ମନୋନିତ କରାଯିବ। ଏହାପରେ ଅପରାହ୍ନରେ ଫ୍ଲୋର ଟେଷ୍ଠ କରାଯିବ। ଅପରାହ୍ନରେ ହେବାକୁ ଥିବା ମୁକ୍ତ ଭୋଟିଂ ପ୍ରକ୍ରିୟାର ସିଧା ପ୍ରସାରଣ କରିବାକୁ ତିନି ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବା ପାଇଁ ଗୁପ୍ତ ଭୋଟ ହୋଇ ଆସୁଥିଲା। ଫଳରେ କେଉଁ ବିଧାୟକ କାହାକୁ ଭୋଟ ଦେଲେ ତାହା ଜଣାପଡୁ ନ ଥିଲା। ଫଳରେ ଘୋଡା ବେପାର ହେବାର ସମ୍ଭାବନା ରହୁଥିଲା। ବର୍ତ୍ତମାନ ବିଧାୟକମାନେ କାହାକୁ ଭୋଟ ଦେଲେ ତାହା ପ୍ରକାଶ କରିପାରିବେ ବୋଲି ବୋଲି ସୁପ୍ରିମ କୋର୍ଟ କହିବା ପରେ ଏହି ଘୋଡା ବେପାର ହେବ ନାହିଁ ବୋଲି ଆଶା କରାଯାଉଛି। ( ଏଜେନ୍ସି)