Categories
ଆଜିର ଖବର

ଦେବେଗୌଡା ମୋଦିଙ୍କ ଠାରୁ ଭଲ ପ୍ରଧାନମନ୍ତ୍ରୀ ଥିଲେ : କୁମାରସ୍ବାମୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାର ସ୍ବାମୀ। ନିଜ ପିତା ଏଚ୍‌ଡି ଦେବେଗୌଡା ମୋଦିଙ୍କ ଠାରୁ ଭଲ ପ୍ରଧାନମନ୍ତ୍ରୀ ଥିଲେ ବୋଲି କହିଛନ୍ତି କୁମାରସ୍ବାମୀ। ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ଏକ ସାକ୍ଷାତକାରରେ କୁମାରସ୍ବାମୀ କହିଛନ୍ତି, ଏଚ୍‌ଡି ଦେବେଗୌଡା ମାତ୍ର ୧୦ ମାସ ପ୍ରଧାନମନ୍ତ୍ରୀ ରହିଥିଲେ ମାତ୍ର କମ୍‌ ସମୟ ମଧ୍ୟରେ ସେ ମୋଦିଙ୍କ ଠାରୁ ଅନେକ ଭଲ କାମ କରିଛନ୍ତି। ଦେଶର ଅନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଦେବେଗୌଡାଙ୍କ ସରକାର ସମୟରେ ସୁଦୃଢ ଥିଲା ବୋଲି କୁମାରସ୍ବାମୀ କହିଛନ୍ତି। ଦେବେଗୌଡାଙ୍କ ସମୟରେ ଗୋଟିଏ ବି ଆତଙ୍କବାଦୀ ଆକ୍ରମଣ ହୋଇନଥିବା ବେଳେ ଦେଶରେ ଶାନ୍ତିର ପରସ୍ଥିତି ରହିଥିଲା। ସୂଚନାଯୋଗ୍ୟ ଯ, ଜେଡିଏସ୍‌ ମୁଖ୍ୟ ଦେବେଗୌଡା ଜୁନ୍‌୧,୧୯୯୬ରୁ ଏପ୍ରିଲ୍‌ ୨୧, ୧୯୯୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦବୀରେ ରହିଥିଲେ। ଦେବେଗୌଡା ପ୍ରଧାନମନ୍ତ୍ରୀ ଥିବା ସମୟରେ କୌଣସି ଆତଙ୍କବାଦୀ ଆକ୍ରମଣ, ବିସ୍ଫୋରଣ ହୋଇନଥିଲେ ମଧ୍ୟ ସେ କେବେବି ଏହାକୁ ନିଜରୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିନଥିଲେ। ମାତ୍ର ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ମୋଦି ଯେପରି ଭାବରେ ନିଜର ନିର୍ବାଚନୀ ପ୍ରଚାରରେ ବ୍ୟବହାର କରୁଛନ୍ତି ତାହା ଅଗ୍ରହଣୀୟ ବୋଲି କୁମାରସ୍ବାମୀ କହିଛନ୍ତି। ପୂର୍ବରୁ ଦେଶର କୌଣସି ପ୍ରଧାନମନ୍ତ୍ରୀ ଏପରି ନୀଚ୍ଚ ସ୍ତରର ରାଜନୀତି କରିନଥିବା କହିଥିଲେ କୁମାରସ୍ବାମୀ। ସେହିପରି ମୋଦି କହିଥିବା ପରିବାର ବାଦ ରାଜନୀତି ମନ୍ତବ୍ୟ ଉପରେ କହିଥିଲେ, ଜନସାଧାରଣଙ୍କ ପସନ୍ଦର ପ୍ରତିନିଧିଙ୍କୁ ଆମେ ସାମ୍ନାକୁ ଆଣିଛୁ ଯଦି ଆମ ପରିବାରର ଲୋକଙ୍କୁ ସାଧାରଣ ଲୋକ ପସନ୍ଦ କରୁଛନ୍ତି ତେବେ ରାଜନୀତି କୁ ଆସିବାରେ ଭୁଲ୍‌ କେଉଁଠି ବୋଲି ପ୍ରଶ୍ନ କରିଥିଲେ କୁମାରସ୍ବାମୀ।