Categories
ଅପରାଧ ଆଜିର ଖବର ଜାତୀୟ ଖବର

ବଦାୟୁଁରେ ଦୁଇ ଶିଶୁଙ୍କୁ ହତ୍ୟା: ଏନକାଉଣ୍ଟରରେ ଅଭିଯୁକ୍ତ ଜାଭେଦ ନିହତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାୟୁଁରେ ଦୁଇ ଶିଶୁଙ୍କୁ ହତ୍ୟା କରାଯାଇଛି। ନିରୀହ ପିଲାଙ୍କୁ କୁରାଢିରେ ହାଣି ହତ୍ୟା କରାଯାଇଛି। ଉତ୍ତେଜିତ ଲୋକମାନେ ଏନେଇ ପୋଲିସ ଷ୍ଟେସନରେ ହଙ୍ଗମା କରିଛନ୍ତି। ଯାନବାହାନ ଭଙ୍ଗାରୁଜା କରି ନିଆଁ ଲଗାଇ ଦିଆଯାଇଛି। ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ଏବଂ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଉଭୟ ଶିଶୁ ହତ୍ୟାର ଅଭିଯୁକ୍ତ ଏନକାଉଣ୍ଟରରେ ନିହତ ହୋଇଛି।

ବରେଲି ଆଇଜି ରାକେଶ କୁମାର କହିଛନ୍ତି ଯେ, “ଆଜି ସନ୍ଧ୍ୟାରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣକ ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ପୋଲିସ ଉପରକୁ ଗୁଳି ଚଳାଇଥିଲା ଏବଂ ପୋଲିସର ପାଲଟା ଆକ୍ରମଣରେ ଅଭିଯୁକ୍ତ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲା। ଅଭିଯୁକ୍ତ ୨୫-୩୦ ବର୍ଷ ବୟସର ଥିଲା।

ଏହି ପ୍ରସଙ୍ଗରେ ବଦାୟୁଁ ଡିଏମ୍ ମନୋଜ କୁମାର କହିଛନ୍ତି ଯେ, “ଆଜି ସନ୍ଧ୍ୟାରେ ବାବା କଲୋନୀରେ ଜଣେ ଯୁବକ ଘରେ ପଶି ଦୁଇ ପିଲାଙ୍କୁ ହତ୍ୟା କରିଥିବା ସୂଚନା ମିଳିଥିଲା। କିଛି ଲୋକ ଏଥିରେ ଉତ୍ତେଜିତ ହୋଇ ହଙ୍ଗାମା କରିଥିଲେ। ମୃତ୍ୟୁବରଣ କରିଥିବା ପିଲାମାନଙ୍କର ବୟସ ପ୍ରାୟ ୧୧ ବର୍ଷ ଏବଂ ୬ ବର୍ଷ ଥିଲା। ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାରଣ ଜଣାପଡିନାହିଁ। ବର୍ତ୍ତମାନ ପୋଲିସ ତଦନ୍ତରେ ନିୟୋଜିତ ଅଛି।”