Categories
ଆଜିର ଖବର ଖେଳ

ଯୁବରାଜଙ୍କ ଅନୁରୋଧରେ ବ୍ୟାଟିଂ ଭିଡିଓ ସେୟାର କଲେ ବୁମ୍‌ରା : ଭିଡିଓ ଭାଇରାଲ୍‌

ମୁମ୍ବାଇ : ଭାରତୀୟ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରା ନିଜ ବ୍ୟାଟିଂର ଏକ ଭିଡିଓ ସେୟାର କରିଛନ୍ତି । ଯୁବରାଜ ସିଂଙ୍କ ଅନୁରୋଧରେ ବୁମ୍‌ରା ଏହି ଭିଡିଓଟିକୁ ପୋଷ୍ଟ କରିଥିବା ବେଳେ ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଉଭୟଙ୍କ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ ଚାଟ୍‌ ସମୟରେ ଯୁବରାଜ ବୁମ୍‌ରାଙ୍କ ବ୍ୟାଟିଂର ମଜାକ୍‌ ଉଡାଇଥିଲେ । ଗୋଆ ବିପକ୍ଷ ଏକ ରଣଜୀ ଟ୍ରଫି ମ୍ୟାଚ୍‌ରେ ବୁମ୍‌ରା 20 ବଲ୍‌ରୁ 42 ରନ୍‌ ସଂଗ୍ରହ କରିଥିଲେ ।

blob:https://www.facebook.com/f79ecf56-3e73-46ce-a97e-f2d7c2b93805
ଉଲ୍ଲେଖଯୋଗ୍ୟ ଯେ, ଦିନିକିଆ ଏବଂ ଟେଷ୍ଟରେ 10 ବୁମ୍‌ରାଙ୍କ ସର୍ବାଧିକ ସ୍କୋର ହୋଇଥିବା ବେଳେ ଆଇପିଏଲ୍‌ରେ ତାଙ୍କର ସର୍ବାଧିକ ସ୍କୋର 16 ରନ୍‌ ରହିଛି । ଭିଡିଓଟିକୁ ସେୟାର କରିବା ସହିତ ଯୁବରାଜଙ୍କ ଅନୁରୋଧରେ ଭିଡିଟିକୁ ସେୟାର କରୁଥିବା ଲେଖିଛନ୍ତି ବୁମ୍‌ରା ।

Categories
ଆଜିର ଖବର ଖେଳ

ଧୋନୀ ଯୁଗର ଅବସାନ : ବିସିସିଆଇ କଣ୍ଟ୍ରାକ୍ଟରୁ ବାଦ ପଡିଲେ କ୍ୟାପ୍‌ଟେନ୍‌ କୁଲ୍‌

ମୁମ୍ବାଇ : ଧୋନୀ ଫ୍ୟାନ୍‌ ମାନଙ୍କ ପାଇଁ ଦୁଃସମ୍ବାଦ । କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ବିଶ୍ବକପ୍‌ ପରଠାରୁ ଭାରତୀୟ ଜର୍ସିରେ ନଜର ଆସିନଥିବା ବେଳେ ବର୍ତ୍ତମାନ ବିସିସିଆଇର ବାର୍ଷିକ ଚୁକ୍ତିରୁ ବାଦ ପଡିଛନ୍ତି । 2019-20 ବର୍ଷ ପାଇଁ ବିସିସିଆଇ ପକ୍ଷରୁ ଘୋଷିତ ଚୁକ୍ତିନାମାରେ ସମୁଦାୟ 27 ଜଣ ଖେଳାଳିଙ୍କୁ 4ଟି ବର୍ଗରେ ସାମିଲ ରଖାଯାଇଛି । ଏ ପ୍ଲସ୍‌ ବର୍ଗରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍‌ରା ସ୍ଥାନ ପାଇଛନ୍ତି । ସେହିପରି ପ୍ରଥମ ଥର ପାଇଁ ନବଦୀପ ସାଇନି, ମୟଙ୍ଗ ଅଗ୍ରଓ୍ବାଲ, ଶ୍ରେୟସ୍‌ ଆୟାର, ଓ୍ବାଶିଂଟନ୍‌ ସୁନ୍ଦର ଏବଂ ଦୀପକ ଚହର ପ୍ରଥମ ଥର ପାଇଁ ବିସିସିଆଇର ବାର୍ଷିକ ଚୁକ୍ତିରେ ସାମିଲ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ. ଏ+ ବର୍ଗରେ ବାର୍ଷିକ 7 କୋଟି ବେତନ  ମିଳୁଥିବା ବେଳେ ଏ, ବି ଏବଂ ସି ବର୍ଗରେ ଖେଳାଳିଙ୍କୁ ଯଥାକ୍ରମେ 5, 3 ଏବଂ 1 କୋଟି ଲେଖାଏଁ ବେତନ ମିଳିଥାଏ ।

ଗ୍ରେଡ୍‌ ଏ+ : ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ୍‌ ବୁମ୍‌ରା
ଗ୍ରେଡ୍‌ ଏ : ରବିଚନ୍ଦ୍ରନ ଅଶ୍ବିନ୍‌, ରବୀନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ, କେ ଏଲ୍‌ ରାହୁଲ, ଶିଖର ଧଓ୍ବନ୍‌, ମହମ୍ମଦ ସାମି, ଇଶାନ୍ତ ଶର୍ମା, କୁଲଦୀପ ଯାଦବ ଏବଂ ଋଷଭ ପନ୍ତ ।
ଗ୍ରେଡ୍‌ ବି : ରିଦ୍ଧିମାନ ଶାହା, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମୟଙ୍କ ଅଗ୍ରଓ୍ବାଲ
ଗ୍ରେଡ୍‌ ସି: କେଦାର ଯାଦବ, ନବଦୀପ ସାଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍‌ ଆୟାର ଏବଂ ଓ୍ବାଶିଂଟନ୍‌ ସୁନ୍ଦର (ଏଜେନ୍ସି)

Categories
ଆଜିର ଖବର

ବୁମ୍‌ରାଙ୍କ ଫିଟ୍‌ନେସ୍‌ ଟେଷ୍ଟ : ଦ୍ରାବିଡଙ୍କୁ ଟ୍ବିଟ୍ଟରରେ ସମାଲୋଚନା

ନୂଆଦିଲ୍ଲୀ,21/12 : ପେସ୍‌ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଫିଟନେସ୍‌ ଟେଷ୍ଟ ପ୍ରତ୍ୟାଖ୍ୟାନ କରିଥିବା କାରଣରୁ ଏନ୍‌ସିଏ ମୁଖ୍ୟ ରାହୁଲ ଦ୍ରାବିଡଙ୍କୁ ଟ୍ବିଟ୍ଟରରେ ସମାଲୋଚନା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିୟମ ଅନୁସାରେ ଖେଳାଳି ଆହତ ହେଲେ ଜାତୀୟ କ୍ରିକେଟ ଏକାଡେମୀରେ ରହି ସୁସ୍ଥ ହୁଅନ୍ତି । ମାତ୍ର ବୁମ୍‌ରା ବ୍ୟକ୍ତିଗତ ଭାବରେ ଚିକିତ୍ସିତ ହୋଇଥିବାରୁ ଶୁକ୍ରବାର ପରୀକ୍ଷଣ ପାଇଁ ଏନ୍‌ସିଏ ପକ୍ଷରୁ ମନା କରି ଦିଆଯାଇଥିଲା । ବ୍ୟକ୍ତିଗତ ଭାବରେ ବୁମ୍‌ରାଙ୍କୁ ନିଜର ସ୍ବାସ୍ଥ୍ୟଗତ ସାର୍ଟିଫିକେଟ୍‌ ଆଣିବା ପାଇଁ ଏନ୍‌ସିଏ ମୁଖ୍ୟ ରାହୁଲ ଦ୍ରାବିଡ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଟ୍ବିଟ୍ଟରରେ ଦ୍ରାବିଡଙ୍କୁ କ୍ରୀଡାପ୍ରେମୀଙ୍କ ପକ୍ଷରୁ ସମାଲୋଚନା କରାଯାଇଥିଲା । ବିସିସିଆଇର ନିର୍ଦ୍ଦେଶରେ ବୁମ୍‌ରା ବିଶାଖାପଟ୍ଟନମ ଯାଇ ନେଟ୍‌ସରେ ବୋଲିଂ କରିଥିଲେ । ଏହାପରେ ବିସିସିଆଇ ପକ୍ଷରୁ ଏନ୍‌ସିଏ ନିକଟରୁ ସ୍ବାସ୍ଥ୍ୟଗତ ସାର୍ଟିଫିକେଟ୍‌ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବିସିସିଆଇ ସିଭାପତି ସୌରଭ ଗାଙ୍ଗୁଲି ଏହି ମାମଲାରେ ଦ୍ରାବିଡଙ୍କ ସହିତ କଥା ହେବେ ବୋଲି କହିଥିବା ବେଳେ ଦ୍ରାବିଡଙ୍କ ପ୍ରତିକ୍ରିୟା ଜଣାପଡି ନାହିଁ । (ଏଜେନ୍ସୀ)

Categories
ଆଜିର ଖବର

5 ଭାରତୀୟ ଖେଳାଳିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ଧଓ୍ବନ୍‌

ନୂଆଦିଲ୍ଲୀ,6/12: ଭାରତୀୟ ଓପ୍‌ନର ଶିଖର ଧଓ୍ବନ 5 ଭାରତୀୟ ଖେଳାଳିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଧଓ୍ବନ 5 ସାଥୀ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ସ୍ପିଡଷ୍ଟର ଜସ୍‌ପ୍ରୀତ୍‌ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ଶ୍ରେୟସ୍‌ ଆୟାର, କରୁଣ ନାୟାର ଏବଂ ଆରପି ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧଓ୍ବନ୍‌ । ଧଓ୍ବନଙ୍କ ବ୍ୟତୀତ ଭିଭିଏସ୍‌ ଲକ୍ଷ୍ମଣ ଏବଂ କେ ଏଲ୍‌ ରାହୁଲ୍‌ ଅନ୍ୟ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଟପ୍‌ ଟେନ୍‌ରେ ପ୍ରବେଶ କଲେ ମହମ୍ମଦ ସାମି

ନୂଆଦିଲ୍ଲୀ,4/12: ଭାରତୀୟ ପେସ୍‌ ବୋଲର ମହମ୍ମଦ ସାମି ଆଇସିସି ରାଙ୍କିଙ୍ଗର ଶ୍ରେଷ୍ଠ 10 ମଧ୍ୟରେ ପ୍ରବେଶ କରିଛନ୍ତି । ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ ପରେ ସାମିଙ୍କୁ ଏହି ପୁରସ୍କାର ମିଳିଛି । ବୁଧବାର ଆଇସିସି ପକ୍ଷରୁ ପ୍ରକାଶିତ ତାଲିକାରେ ସାମି 10 ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ 13ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ବାଂଲାଦେଶ ବିପକ୍ଷ ସିରିଜ୍‌ରେ 9ଟି ଓ୍ବିକେଟ ଅକ୍ତିଆର କରିଥିଲେ । ପ୍ୟାଟ୍‌ କମିନ୍‌ସ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ଅଶ୍ବିନ୍‌ ନବମ ଏବଂ ବୁମ୍‌ରା ତୃତୀୟ ସ୍ଥାନରେ ରହିଛନ୍ତି ।