Categories
ଆଜିର ଖବର

ଛତିଶଗଡରୁ ୬ ମାଓବାଦୀ ଗିରଫ

ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ ସୁରକ୍ଷା କର୍ମୀ ୬ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି। ଗିରଫ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି। ଗିରଫ ୬ ଜଣଙ୍କ ମଧ୍ୟରେ ୪ ଜଣଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରା ଯାଇଥିଲା। ସେମାନଙ୍କ ମଧ୍ୟରେ ୩ ଜଣ ମାଓବାଦୀ ଯବାନମାନଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବେଳେ ଦୂରଦର୍ଶନ ଭିଡିଓ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କୁ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଅଛନ୍ତି। ସମ୍ପୃକ୍ତ ମାଓବାଦୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଦୁଇରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସୁରକ୍ଷା କର୍ମୀଙ୍କୁ ହତ୍ୟା କରିବା, ବସ ଜଳାଇବା ଏବଂ ଦୂରଦର୍ଶନ କ୍ୟାମେରା ଟିମ ଉପରେ ଆକ୍ରମଣ ଓ ସାମ୍ବାଦିକଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ ସେମାନଙ୍କୁ ଖୋଜୁଥିଲା।