Categories
ଆଜିର ଖବର ଜାତୀୟ ଖବର

ରାସ୍ତା ଦାଢରେ ଶିଶୁକନ୍ୟାକୁ ଜନ୍ମ ଦେଲେ ପ୍ରବାସୀ ଶ୍ରମିକ

ତେଲେଙ୍ଗାନା : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ପ୍ରବାସୀ ଶ୍ରମିକ । କିଛି ଶ୍ରମିକ ଚାଲି ଚାଲି ନିଜ ରାଜ୍ୟକୁ ପଳାଉଥିବା ବେଳେ କେହି କେହି ସାଇକେଲ ବା ଅନ୍ୟାନ୍ୟ ମାଧ୍ୟମରେ ଘରେ ପହଞ୍ଚୁଛନ୍ତି । ମଙ୍ଗଳବାର ସେହିପରି ଏକ ଅଭାବନୀୟ ଘଟଣା ଘଟିଛି । ତେଲେଙ୍ଗାନାରୁ ଚାଲି ଚାଲି ଛତିଶଗଡ ଅଭିମୁଖେ ଯାଉଥିବା ଜଣେ ପ୍ରବାସୀ ଶ୍ରମିକ ରାସ୍ତାରେ ସନ୍ତାନ ପ୍ରସବ କରିଛନ୍ତି । ମଙ୍ଗଳବାର ଭୋର 5ଟା ସମୟର ମେଡକର 44 ନମ୍ବର ଜାତୀୟ ରାଜପଥ ନିକଟରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ଗାଡି ମୋଟରର ସୁବିଧା ନଥିବାରୁ ଉକ୍ତ ମହିଳାଙ୍କ ସହକର୍ମୀ ମାନେ ରାସ୍ତା ଦାଢରେ ପ୍ରସବ କରାଇଥିଲେ । ଏହାପରେ ସ୍ଥାନୀୟ ସବ୍‌ ଇନ୍ସପେକ୍ଟର ନରସିଂହ ରାଜେଶ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି ବୋଲି ରାଜେଶ ପ୍ରକାଶ କରିବା ସହିତ ପ୍ରସବ ପୂର୍ବରୁ ମହିଳା ଜଣକ 70 କିମି ବାଟ ଚାଲି ଚାଲି ଆସିଥିଲେ ବୋଲି କହିଛନ୍ତି ।