Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କୋରୋନା ଚିକିତ୍ସା ପାଇଁ କ୍ଲୋରୋକ୍ବିନ୍‌ ବ୍ୟବହାର କରୁଛି ଆମେରିକା : ଟ୍ରମ୍ପ

ଓ୍ବାଶିଂଟନ୍‌ : କୋରୋନା ଭାଇରସ୍‌ର ମୁକାବିଲା ପାଇଁ ମ୍ୟାଲେରିଆ ଜ୍ବରର ଔଷଧ ବ୍ୟବହାର କରୁଛି ଆମେରିକା । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏହି ଘୋଷଣା କରିଛନ୍ତି । ମ୍ୟାଲେରିଆ ଜ୍ବରର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା କ୍ଲୋରୋକ୍ବିନ୍‌କୁ ଆମେରିକାରେ ବ୍ୟବହାର କରାଯାଉଛି । କୋଭିଡ୍‌-19 ପାଇଁ ଅଦ୍ୟାବଧି କୌଣସି ଟୀକାର ଆବିଷ୍କାର ହୋଇନଥିବା ବେଳେ ଆମେରିକୀୟ ଚିକିତ୍ସାବିଜ୍ଞାନୀ ମାନେ କ୍ଲୋରୋକ୍ବିନ୍‌ର ବ୍ୟବହାର କରୁଛନ୍ତି । ଦୁଇ ଦିନ ପୂର୍ବରୁ ଟେସ୍‌ଲାର ପ୍ରତିଷ୍ଠାତା ଏଲନ୍‌ ମସ୍କ ସରକାରଙ୍କୁ ଏହି ପରାମର୍ଶ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, 1944 ମସିହାରୁ ମ୍ୟାଲେରିଆର ଚିକିତ୍ସା ପାଇଁ କ୍ଲୋରୋକ୍ବିନ୍‌ ବ୍ୟବହୃତ ହେଉଛି । କୋଭିଡ୍‌-19 ଚିକିତ୍ସା ପାଇଁ ଏଭଳି ଉପାୟ ଅବଲମ୍ବନ ବିଶ୍ବରେ ପ୍ରଥମ ନୁହେଁ । ପୂର୍ବରୁ ରାଜସ୍ଥାନର କିଛି ଚିକିତ୍ସକ ଏଡ୍‌ସ ଔଷଧର ବ୍ୟବହାର କରି ତିନି ଜଣ ସଂକ୍ରମିତଙ୍କୁ ସୁସ୍ଥ କରିଥିଲେ । (ଏଜେନ୍ସି)