Categories
ବିଶେଷ ଖବର

ନିର୍ବାଚନର ସମୟ ଆସିଗଲା, ଏବେ ଦଳବଦଳ ଋତୁର ଆରମ୍ଭ

ପଞ୍ଚାନନ କାନୁନଗୋ

ଭାରତରେ ବହୁଦିନ ଧରି ଗୋଟିଏ ଗଣତାନ୍ତ୍ରିକ ବିଡ଼ମ୍ବନା ଦୃଶ୍ୟମାନ ହେଲା । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଅସ୍ଥିରତା ଦେଖାଦେଲା । ନିର୍ବାଚିତ ପ୍ରତିନିଧିମାନେ ବାରମ୍ବାର ଦଳ ବଦଳ କରି ଅସ୍ଥିରତା ସୃଷ୍ଟି କଲେ । ଫଳତଃ ଗୋଟିଏ ନବବାର୍ତ୍ତା “ଆୟାରାମ ଗୟାରାମ”ର ସୁତ୍ରପାତ ହେଲା । ଏପରି ଏକ ଲଜ୍ଜାଜନକ ପରିସ୍ଥିତିରୁ ମୁକୁଳିବା ପାଇଁ ଦେଶବ୍ୟାପୀ ସଚେତନତା ସୃଷ୍ଟି ହେଲା । ପରିଣାମ ସ୍ୱରୂପ ସମ୍ବିଧାନର ଧାରା ୧୦୨(୨) ଏବଂ ୧୯୨(୨)କୁ ସଜଡ଼ାଯାଇ ଦଳବିରୋଧି ଆଇନ ପ୍ରସ୍ତୁତ ହେଲା । ଏହା ସଂବିଧାନର ୧୦ମ ପରିଚ୍ଛଦରେ ସ୍ଥାନିତ ହେଲା । ପୋଲିସ୍ ଡାଳେ ଡାଳେ ଗଲେ, ଚୋରମାନେ ପତରେ ପତରେ ଯିବାର ବାଟ ଖୋଜିଲାପରି ନୀତିହିନ ରାଜନେତାମାନେ ଏବେ ନୂଆ ବାଟମାନ ବାହାର କଲେଣି । ଦଳବଦଳର ଏକ ସୁଚିନ୍ତିତ ପ୍ରକ୍ରିୟା ଜାହିର କରି ଲୋକ ପ୍ରତିନିଧିମୂଳକ ବ୍ୟବସ୍ଥାକୁ ଅସ୍ଥିର କରି ନିଜ ଇଚ୍ଛାରେ ଚଳାଇବାର ବ୍ୟବସ୍ଥା କଲେଣି ।

ଏବେ ତାର ପ୍ରମାଣ ଗୋଆ ଓ ରାଜସ୍ଥାନରେ ମିଳି ସାରିଲାଣି । ପୁନଶ୍ଚ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଉଦ୍ୟମ ଆରମ୍ଭ ହେଲା । ସଂଖ୍ୟାହୀନ ଥାଇ ସରକାର ଗଢ଼ିଥିବା ବି.ଜେ.ପି. ସରକାର ଅନ୍ୟଦଳ ମାନଙ୍କର ସହାୟତା ନେଇଛି । କାଳେ କେହି କ୍ଷୁଦ୍ରଦଳ ହାତ ଛାଡ଼ିଦେଲେ ସରକାର ଭାଙ୍ଗିଯିବ, ସେହି ଭୟରେ ମୁଖ୍ୟ ଦାବୀଦାର ଦଳ, କଂଗ୍ରେସର 4ଜଣ ସଦସ୍ୟଙ୍କୁ କେବଳ ଦଳରୁ ନୁହେଁ, ବିଧାନସଭାରୁ ଇସ୍ତଫା ଦେଇଦେଲେ, ଫଳତଃ ଏମାନେ ବହିଷ୍କୃତ ନ ହୋଇ ପୁନଃ ନିର୍ବାଚିତ ହେବାର ସୁଯୋଗ ପାଇଲେ । ଦାବୀଦାର ଦଳଙ୍କ କଂଗ୍ରେସର ସଂଖ୍ୟା କମାଇ ଦିଆଗଲା । ଯେଉଁଠି ସରକାର ଅଛି ତାକୁ ଭାଙ୍ଗିବାକୁ ହେଲେ ସରକାରରେ ଥିବା ଦଳ ବା ଗଠବନ୍ଧନର ସଂଖ୍ୟା କମାଇଦେବାର ପ୍ରଚେଷ୍ଟା ଚାଲୁଛି । ସେଥିରୁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଅର୍ଥାତ୍ ଦଳର ୨/୩ଅଂଶ ସଦସ୍ୟ ଅଲଗା ହେବାର ଇଚ୍ଛା ପ୍ରକାଶ ନକଲେ କିଛି ସଦସ୍ୟଙ୍କୁ ଇସ୍ତଫା କରେଇ ଦିଆଯାଉଛି । ଗୃହର ମୋଟ ସଂଖ୍ୟା କମେଇ ଦେଇ ନୂଆ ସରକାର ଗଠନର ହୀନ ଓ ଅଗଣତାନ୍ତ୍ରିକ ଉଦ୍ୟମ ଆରମ୍ଭ ହେଉଛି ଏବଂ ଯେକୌଣସି ପ୍ରକାରରେ ସରକାର ଗଠନ ହେବା ପରେ ଏହି ଖାଲି ପଡ଼ିଥିବା ସ୍ଥାନମାନଙ୍କରେ ଉପନିର୍ବାଚନ କରାଯାଉଛି । ସରକାରରେ ଥିବା ଦଳ ନିଜ ପକ୍ଷର ପ୍ରାର୍ଥୀଙ୍କୁ ଜିତାଇ ଆଣିବା ଦେଖାଯାଉଛି । ଏପରି ଅବସ୍ଥା ଯେ ସରକାର ଗଠନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳ ମଧ୍ୟରେ ଦେଖାଯାଉଛି ତା ନୁହେଁ । ଏପରି ହୀନ ଚକ୍ରାନ୍ତ ମଧ୍ୟ ଗୋଟିଏ ଦଳର ଆଭ୍ୟନ୍ତରୀଣ କ୍ଷମତା କନ୍ଦଳ ହେତୁ ଘଟୁଥିବା ଦେଖାଯାଉଛି । ଓଡ଼ିଶା ବିଧାନସଭାରେ ବିରୋଧି ଦଳର ମାନ୍ୟତା ହାସଲପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୧୪+, ସେହି ଆଧାରରେ ବିରୋଧି ଦଳ ନେତା ଭାବେ ଥିବା ଶ୍ରୀ ନରସିଂହ ମିଶ୍ରଙ୍କୁ ହଟାଇବାର ଚକ୍ରାନ୍ତ ହେଲା । ଜଣେ ସଦସ୍ୟ ଶ୍ରୀ ସଗରିଆ ହଠାତ୍ ବିଧାନସଭା ପଦରୁ ଇସ୍ତଫା ଦେଇଦେଲେ । ଆବଶ୍ୟକ ସଂଖ୍ୟା ନ ରହିଲେ ଶ୍ରୀ ନରସିଂହ ମିଶ୍ର ବିଦା ହୋଇ ଯାଇଥାନ୍ତେ । ହେଲେ ତାଙ୍କର ଭାଗ୍ୟକୁ ଜଣେ ସ୍ୱାଧୀନ ସଦସ୍ୟ (ସମତାକ୍ରାନ୍ତି)ର ଶ୍ରୀ ଜର୍ଜ ତିର୍କୀ ହଠାତ୍ କଂଗ୍ରେସରେ ମିଶିଗଲେ । ଆବଶ୍ୟକ ସଂଖ୍ୟକ ସଦସ୍ୟ ଥିବାରୁ ଶ୍ରୀ ମିଶ୍ର ବିରୋଧି ଦଳର ନେତାଭାବେ  ପୂର୍ବ ସ୍ଥାନ ସୁରକ୍ଷିତ ରଖିପାରିଲେ ।

ଏପରି ହଟଚମଟ ପ୍ରକ୍ରିୟା ଯେ ‘ଦଳବଦଳ’ କୁପ୍ରଥାକୁ ବଞ୍ଚାଇ ରଖିଛି, ଏ କଥା ଧରିନେବାକୁ ହେବ ।

ଏଥି ସହିତ ନିର୍ବାଚନ ସମୟର ଘଟଣା ଏକ ଚିରାଚରିତ ଋତୁ ପରି ଆସିଯାଇଥାଏ । ବିଭିନ୍ନ ଦଳରୁ ବିଧାୟକ ଥା’ନ୍ତୁ ବା ନଥାନ୍ତୁ ନେତାମାନେ ବେଳକାଳ ଉଣ୍ଡି ଅନ୍ୟ ଦଳରେ ଯୋଗ ଦେଇଥାନ୍ତି । ଏଥିରେ କାହାରି କିଛି ଆପତ୍ତି କରିବାର ନାହିଁ । କାରଣ ସେ ନିଜ ଦଳର ଆଦର୍ଶଗତ ବିଚ୍ୟୁତି ହେତୁ ହେଉ ଅବା ନିଜର ଆତ୍ମସମ୍ମାନ ଜନିତ କାରଣ ହେତୁ ହେଉ ଦଳ ଛାଡ଼ିପାରନ୍ତି । ଏଥିରେ ଲୋକମତର ଦ୍ୱାହୀ ଦେଇଥିବା ବ୍ୟକ୍ତି ଜାଣିବା ଦରକାର ଯେ ଏହା କିପରି ସେ ସଂଗ୍ରହ କଲେ ତାର ଚିତ୍ର ପରିଷ୍କାର କରିବା ଦରକାର । ନଚେତ୍ ସେ ଯେ ନିଜର କୌଣସି ସୁବିଧାପାଇଁ ଏହା କରୁଛନ୍ତି ସେପରି ବୁଝିବାକୁ ହୋଇଥାଏ । ଗୋଟିଏ ଦଳ ଏହାଦ୍ୱାରା ହଠାତ୍ ଚମକି ଉଠିଥାଏ ଏବଂ  ସେହି ସମୟର ନିର୍ବାଚନ ପ୍ରକ୍ରିୟାରେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ହୁଏ । ନିଜର ଘର ଭୁଷୁଡ଼ି ପଡ଼ୁଥିବାରୁ ଜନସାଧାରଣ ଦୂରେଇ ରହିବାର ଆଶଙ୍କା ଥାଏ । ଏଥିପାଇଁ ଦଳଟି କ୍ଷତି ସହିବାର ଆଶଙ୍କା ଥାଏ । ଅବଶ୍ୟ ଗଣତାନ୍ତ୍ରିକ ପରମ୍ପରାରେ ଲୋକମାନଙ୍କ ରାୟ ବା ସିଦ୍ଧାନ୍ତ ହେଉଛି ସର୍ବୋଚ୍ଚ । ସେମାନେ ଏପରି ଆଚରଣ କରୁଥିବା ନେତାମାନଙ୍କୁ ପାନେ ଚଖାଇଥାନ୍ତି । ଓଡ଼ିଶାରେ ତାର ଏକ ଉଦାହରଣ ଅଛି । ଗତ ୨୦୧୪ ନିର୍ବାଚନବେଳେ ଏପରି ଦଳବଦଳ କରିଥିବା ବ୍ୟକ୍ତିକୁ ତାଙ୍କ ନିର୍ବାଚନମଣ୍ଡଳୀର ଭୋଟଦାତାମାନେ ପରାଜୟର ସ୍ୱାଦ ଚଖାଇଥିଲେ । ସେ ପୂର୍ବରୁ ଯେଉଁ ଦଳର ପ୍ରାର୍ଥୀଭାବେ ତିନିଥର ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜିତିଥିଲେ, ଯୋଗ ଦେଇଥିବା ନୂଆ ଦଳର ଅନୁକୁଳ ପରିସ୍ଥିତିରେ ଅତ୍ୟନ୍ତ ଅଧିକ ସୁବିଧା ପାଇ ମଧ୍ୟ ହାରିଗଲେ । ସେ ଥିଲେ କଂଗ୍ରେସ ଦଳର ବ୍ରଜରାଜନଗର ସଦସ୍ୟ ଶ୍ରୀ ଅନୁପ ସାଏ । ଏପରି ଏକ ଗଣତାନ୍ତ୍ରିକ ବିଡ଼ମ୍ବନାକୁ ଏଡ଼େଇବାକୁ ହେଲେ ଲୋକ ପ୍ରତିନିଧିମୂଳକ ଆଇନର ପରିବର୍ତ୍ତନ ହେବା ଆବଶ୍ୟକ । ଜଣେ ଦଳ ତ୍ୟାଗକରି ଅନ୍ୟ ଦଳରେ ସାମିଲ ହେବାକୁ ଚାହିଁଲେ ଯେଉଁ ଦଳରେ ଅଛନ୍ତି ସେହି ଦଳର ସଦସ୍ୟ ପଦରୁ ଅନ୍ତତଃ ୬ମାସ ପୂର୍ବରୁ ଛାଡ଼ିଥିବେ । ତା’ର ପ୍ରମାଣପତ୍ର ନଦେଲେ କୌଣସି ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ । ପ୍ରାର୍ଥୀ ହେବା ନିମନ୍ତେ ଏହା ତାଙ୍କର ଅଯୋଗ୍ୟତା ବୋଲି ବିଚାର କରିବାକୁ ହେବ । ଅଧିକନ୍ତୁ କୌଣସି ବ୍ୟକ୍ତି ନିର୍ବାଚନ ଘୋଷଣାର ୬ ମାସ ପୂର୍ବରୁ ଦଳର ପ୍ରାଥମିକ ସଦସ୍ୟ ନ ହୋଇଥିଲେ ତାଙ୍କର ପ୍ରାର୍ଥୀପତ୍ର ଯାଞ୍ଚ୍ ବେଳେ କାଟ୍ ଖାଇବା ଦରକାର । ଏଥିପାଇଁ ଲୋକ ପ୍ରତିନିଧିମୂଳକ ଆଇନରେ ଆବଶ୍ୟକ ସଂଶୋଧନ ହେବା ଦରକାର ।

ଏମ୍.-୭୧, ମଧୁସୂଦନ ନଗର, ଭୁବନେଶ୍ୱର-୭୫୧୦୦୧

ମୋ. : ୯୪୩୮୩୬୦୮୪୯

Categories
ବିଶେଷ ଖବର

ନିର୍ବାଚନ ସର୍ବେକ୍ଷଣ; ରାଜନୈତିକ ବ୍ୟବସାୟ ମାତ୍ର

କେଦାର ମିଶ୍ର 

ନିର୍ବାଚନ ଯେତେ ପାଖେଇ ଆସିବ, ନିର୍ବାଚନରେ ଗଣିତ କଷୁଥିବା ବେପାରୀ ମାନଙ୍କର ଲାଭ ସେତେ ବଢୁଥିବଗତ ଦଶ ବର୍ଷ ଧରି ଆମ ଦେଶର ଗଣମାଧ୍ୟମ କରିଥିବା ଗୋଟିଏ ବି ଜନମତ ସର୍ବେକ୍ଷଣ ସତ ପ୍ରମାଣିତ ହୋଇନାହିଁସବୁବେଳେ ଶାସକ ଦଳକୁ ସୁହାଇଲା ପରି ଓ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ଧରି କାମ କରୁଥିବା ସର୍ଭେ ବ୍ୟବସାୟୀ ମାନେ ପ୍ରତି ନିର୍ବାଚନରେ ନିଜର ଦୋକାନ ଖୋଲି ବଢିଆ ବ୍ୟବସାୟ କରୁଛନ୍ତିନିର୍ବାଚନ ପଣ୍ଡିତ ବୋଲାଉଥିବା ଏହି ବ୍ୟବସାୟୀମାନେ ଏବେ ବେଶ ସକ୍ରିୟ। ଏବଠୁ ଆସନ୍ତା ମଇ, ୨୦୧୯ ପର୍ଯନ୍ତ ସର୍ଭେ ବେପାର ଭଲ ଜମିବା। ଟେଲିଭିଜନ ଚ୍ୟାନେଲ ଗୁଡିକ ଏହାକୁ ବିକି ବେଶ ଭଲ ରୋଜଗାର କରିବେ

ଏହି ବ୍ୟବସାୟର ଅଂଶ ବିଶେଷ ଭାବରେ ସବୁ ରାଜନୈତିକ ଦଳ କିଛି କିଛି ଜନମତ ର ଗରାଖ ହେବାକୁ ବାଧ୍ୟ। ଭଲ ପଇସା ଦେଇ ନିଜ ସପକ୍ଷରେ ହାୱା ସୃଷ୍ଟି କରିବାକୁ ସବୁ ଦଳ ଏମିତି କିଛି କିଛି ପୋଷା ସଂସ୍ଥା ରଖିଛନ୍ତିଏକଦା ଭାରତୀୟ ନିର୍ବାଚନ ସର୍ବେକ୍ଷଣର ଅନ୍ୟତମ ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବ କହିଥିଲେ, ପ୍ରତ୍ୟେକ ଜନମତ ସର୍ଭେ ରେ ଭାରତୀୟ ଜନତା ପାର୍ଟିକୁ ବଢେଇ ଚଢେଇ ଦେଖେଇବା ଆମର ପରମ୍ପରା ପାଲଟିଛିକିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ସବୁ ଜନମତ ସର୍ଭେ ଓ ଏଗଜିଟ ପୋଲ କୁ ଭୁଲ ପ୍ରମାଣିତ କରି ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇଥିଲା

ନିକଟରେ ଓଡିଶା ରାଜନୀତିର ଗଣିତ କୁ ନେଇ କିଛି ସର୍ଭେ ଫଳାଫଳ ଆସିଛି। ପ୍ରାୟ ସବୁ ଜନମତ ସର୍ଭେ କହୁଛି, ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳର ସରକାର ପୁଣିଥରେ ଗଠିତ ହେବ, କିନ୍ତୁ ବିଜେପି ଲୋକସଭା ଆସନ ଅଧିକ ଜିତିବ। ଏ ପ୍ରକାର ଭବିଷ୍ୟବାଣୀର ଆଧାର କଣ? ୨୦୦୪,୨୦୦୯ ଓ ୨୦୧୪ ରେ ଓଡିଶାରେ ଲୋକସଭା ଓ ବିଧାନସଭା ପାଇଁ ଏକା ସାଙ୍ଗରେ ନିର୍ବାଚନ ଅନୁଷ୍ଠିତ ହୋଇଛି ଓ ସବୁଥର ଲୋକସଭା ଓ ବିଧାନସଭାର ବିଜୟହାର ସମାନ ରହିଛି। ରାଜ୍ୟରେ ଯିଏ ବିଧାନସଭା ନିର୍ବାଚନ ଜିତିଛି, ଲୋକ ସଭା ରେ ସେ ଦଳକୁ ଅଧିକ ଆସନ ମିଳିଛି।

୨୦୦୪ ରେ ବିଜେଡି-ବିଜେପି ମେଣ୍ଟ ବିଧାନସଭାରେ ୯୩ ଆସନ ପାଇଥିବା ବେଳେ ଲୋକସଭାରେ ୧୮ ଆସନ ଜିତିଥିଲେ। ସମାନ ଧାରା ୨୦୦୯ ୦ ୨୦୧୪ ରେ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୦୯ ରେ ବିଜେଡି ବିଧାନସଭାରେ ୧୦୩ ଓ ଲୋକସଭାରେ ୧୪ ଆସନ ପାଇଥିଲା। ୨୦୧୪ ରେ ପ୍ରବଳ ମୋଦୀ ହାୱା ସତ୍ତ୍ୱେ ଓଡିଶାରେ ବିଜେଡି ବିଧାନସଭାରେ ୧୧୭ ଓ ଲୋକସଭାରେ ୨୦ ଟି ଆସନ ପାଇଥିଲାସେହି ଧାରା ସହ ତୁଳନା କରି ଦେଖିଲେ ଏଥର ରାଜ୍ୟରେ ବିଜେଡି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଲେ ଲୋକସଭାରେ ଏହାର ସଭ୍ୟ ସଂଖ୍ୟା କମିବ କେମିତି?

ସି-ଭୋଟର ସର୍ଭେରେ ବିଜେପି କୁ ଓଡିଶାରେ ୧୨ ଟି ଲୋକସଭା ଆସନ ମିଳିବ ବୋଲି କୁହାଯାଇଛିଓଡିଶାର ରାଜନୈତିକ ଜୀବନ ବିଷୟରେ ଜାଣିଥିବା ଯେକୌଣସି ସାଧାରଣ ଲୋକ ମଧ୍ୟ ଏ ପ୍ରକାର ଭବିଷ୍ୟବାଣୀକୁ ଅନ୍ତତଃ ବର୍ତ୍ତମାନ ବିଶ୍ଵାସ କରିବନାହିଁଏପରିକି ଖୋଦ ରାଜ୍ୟ ବିଜେପି ନେତାମାନେ ଏ ପ୍ରକାର ଆକଳନକୁ ବିଶ୍ଵାସ କରିପାରୁନାହାନ୍ତି

ତେବେ ୨୦୧୪ ରେ ଓଡିଶା ପାଇଁ ଯେଉଁ ସର୍ଭେ ପ୍ରସ୍ତୁତ ହୋଇଥିଲା ସେଥିରୁ ଗୋଟିଏ ମଧ୍ୟ ସଠିକ ପ୍ରମାଣିତ ହୋଇନଥିଲା। ଅଗଷ୍ଟ ୨୦୧୩ ରୁ ଏପ୍ରିଲ ୨୦୧୪ ମଧ୍ୟରେ ୬ ଟି ଜନମତ ସର୍ଭେରେ ବିଜେଡି ଅତି ବେଶୀରେ ୧୨ ଟି ଲୋକସଭା ଆସନରେ ଜିତିପାରେ ବୋଲି କୁହାଯାଇଥିଲା। ପ୍ରତ୍ୟେକ ସର୍ଭେ କଂଗ୍ରେସ କୁ ଆପାତତଃ ୭ ଟି ଓ ବିଜେପି ୩ ଟି ଆସନ ଜିତିବା କଥା କହିଥିଲେ। -ଟାଇମ୍ସ ନାଓ-ସି-ଭୋଟର ର ଆକଳନ ଥିଲା- ବିଜେଡି ୧୨, କଂଗ୍ରେସ ୯, ଇଣ୍ଡିଆ ଟୁଡେ- ସି ଭୋଟର- ବିଜେଡି ୧୩, କଂଗ୍ରେସ ୮, ସିଏନଏନ-ଲୋକନୀତି, ବିଜେଡ଼ି ୧୦-୧୬, ବିଜେପି-୩-୭, କଂଗ୍ରେସ ୦-୪ ଆସନ ପାଇବେ ବୋଲି କହିଥିଲେ

ଚୂଡାନ୍ତ ଫଳାଫଳ ବେଳକୁ ବିଜେଡି ୨୦, ବିଜେପି ୧ ଓ କଂଗ୍ରେସ ୦ ଆସନ ପାଇଥିଲେ। ତେଣୁ କୌଣସି ଗୋଟିଏ ବି ସର୍ବେକ୍ଷଣ ର ସଠିକତା ନଥିଲା। ଆଜି ମଧ୍ୟ ଯାହା ସି-ଭୋଟର ଯାହା କହିଛି, ତାହା କେବଳ ଗାଲୁଆମୀ ଓ ସେଥିରେ ସଠିକତା ନାହିଁ ବୋଲି କୁହାଯାଇପାରେ। ଓଡିଶାରେ ଯେଉଁ ଦଳ ବିଧାନସଭାରେ ଭଲ କରିବ, ସେହି ଦଳ ଲୋକସଭାରେ ମଧ୍ୟ ସଂଖ୍ୟା ଗରିଷ୍ଠ ଆସନ ଜିତିବ