Categories
ଆଜିର ଖବର

ବିରିୟାନି ପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାରପିଟ୍‌ : ୯ ଗିରଫ

ବିରିୟାନି ପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜାଫରନଗରରେ। ପୂର୍ବତନ ବିଧାୟକ ମୌଲାନା ଜମିଲଙ୍କ ବାସଭବନରେ ଏକ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା। ଏଥିରେ କଂଗ୍ରେସ ପ୍ରାର୍ଥୀ ନାସିମୁଦ୍ଦିନ ସିଦ୍ଦିକିଙ୍କ ସମର୍ଥକମାନେ ଯୋଗଦେଇଥିଲେ। ସଭା ପରେ କର୍ମୀମାନଙ୍କୁ ବିରିୟାନୀ ବଣ୍ଟନ କରିବାର ବ୍ୟବସ୍ଥା ହୋଇଥିଲା। ଏହି ବିରିୟାନି ବଣ୍ଟନକୁ ନେଇ ଗଣ୍ଡଗୋଳ ହୋଇଯାଇଛି। ସଭା ପୂର୍ବରୁ ବିରିୟାନ୍‌ ପ୍ୟାକଟ୍‌ ଦିଆଯିବାକୁ କେତେକ କର୍ମୀ ଜିଦି ଧରିଥିବାବେଳେ ଆଉ କେତେକ କର୍ମୀ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ହୋଇଥିଲା। ସଭାସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ନିର୍ବାଚନୀ ସଭାରେ ବିରିୟାନି ବଣ୍ଟନ ଉପରେ ନିର୍ବାଚନ ଆୟୋଗ କଟକଣା ଲଗାଇଛନ୍ତି। ଏହି  ସଭାରେ ବିରିୟାନୀ ବଣ୍ଟନ ପାଇଁ ଅନୁମତି ନିଆଯାଇନଥିବାରୁ ଏନେଇ ମଧ୍ୟ ଅଭିଯୋଗ ଦାଖଲ କରାଯାଇ ୯ଜଣଙ୍କୁ ଗିରଫ କରାଯାଇଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )