Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡର ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା: ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌

ସୁନ୍ଦରଗଡ: ସୁନ୍ଦରଗଡରୁ ଗତକାଲି ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରତିଶେଧକ ମୂଳକ ପଦକ୍ଷେପ ଅନୁଯାୟୀ ବିଶ୍ରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି। ଗତକାଲି ଦୁଇ ଜଣ କରୋନା ଆକ୍ରାନ୍ତ ବିଶ୍ରା ଅଞ୍ଚଳରୁ ଠାବ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ଘରୁ ବାହାରିବା ଉପରେ ୪୮ ଘଣ୍ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଉକ୍ତ ଅଞ୍ଚଳରେ ୧୫ଶହ ଘର ରହିଥିବା ବେଳେ ଘର ଘର ବୁଲି କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସୁନ୍ଦରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି।