ଭୁବନେଶ୍ବର : ରାଜ୍ୟରେ ଆଉ 120 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 33 ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିରୁ 18 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୋନପୁରରୁ 13 ଜଣ, ବାଲେଶ୍ବରରୁ 12 ଜଣ, ବଲାଙ୍ଗୀର ଏବଂ ଖୋର୍ଦ୍ଧାରୁ 8 ଜଣ, ମୟୁରଭଞ୍ଜରୁ 7 ଜଣ, କଟକରୁ 4 ଜଣ, ଯାଜପୁର, ନୟାଗଡ ଓ ନୂଆପଡାରୁ 3 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଢେଙ୍କାନାଳ, ପୁରୀ ଓ ରାୟଗଡାରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କେନ୍ଦ୍ରାପଡା ଏବଂ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜିର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ 2594 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Tag: corona
ହାଇଦ୍ରାବାଦ : ତେଲେଙ୍ଗାନାର ଜଣେ ବିଧାୟକ କରୋନା ଦ୍ବାର ଆକ୍ରାନ୍ତ ହୋଇଥିବା ବେଳେ ଅର୍ଥମନ୍ତ୍ରୀ ହୋମ୍ କ୍ବାରେଣ୍ଟିନ୍ରେ ରହିଛନ୍ତି । ଶାସକ ଦଳ ଟିଆର୍ଏସ୍ର ଓ୍ବାରାଙ୍ଗଲ ବିଧାୟକ କରୋନାରେ ଆକ୍ରାନ୍ତ ହୋଇ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅର୍ଥମନ୍ତ୍ରୀ ଟି ହରିଶ୍ ରାଓ ହୋମ୍ କ୍ବାରେଣ୍ଟିନ୍ରେ ରହିଛନ୍ତି । ଟି ହରିଶ ରାଓଙ୍କ ପିଏ କରୋନା ପଜିଟିଭ୍ ସାବ୍ୟସ୍ତ ହେବା ପରେ ନିଜ ପରିବାର ସମେତ ହୋମ କ୍ବାରେଣ୍ଟିନ୍ରେ ରହିଛନ୍ତି । ସେହିପରି ଓ୍ବାରାଙ୍ଗଲ ବିଧାୟକଙ୍କ ପରିବାର ବର୍ଗ ଏବଂ କର୍ମଚାରୀଙ୍କୁ ମଧ୍ୟ କ୍ବାରେଣ୍ଟିନ୍ରେ ରଖାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : କରୋନା ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 49.47%ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ସୁଦ୍ଧା 1,47,194 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 1,41,842 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । କେବଳ ଗତ 24 ଘଣ୍ଟା ମଧ୍ୟରେ 6,166 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଦ୍ଵିଗୁଣିତ ହେବା ହାର ମଧ୍ୟ ହ୍ରାସ ପାଇଛି । ଲକଡାଉନ ଆରମ୍ଭରେ ଆକ୍ରାନ୍ତଙ୍କ ସଂଖ୍ୟା 3.4 ଦିନରେ ଦ୍ଵିଗୁଣିତ ହେଉଥିବା ବେଳେ ଏବେ ଏହା 17.4 ଦିନରେ ଦ୍ଵିଗୁଣିତ ହେଉଛି । ଦେଶରେ ବର୍ତ୍ତମାନ 877 ପରୀକ୍ଷାଗାରରେ ନମୂନା ପରୀକ୍ଷଣ କରାଯାଉଛି । ବିଗତ 24 ଘଣ୍ଟା ମଧ୍ୟରେ 1,50,305 ନମୁନା ପରୀକ୍ଷଣ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ 53,63,445 ନମୁନା ପରୀକ୍ଷଣ ହୋଇଛି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଉ 120 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏହି ସୂଚନା ପ୍ରକାଶ ପାଇଛି । ଗଞ୍ଜାମରୁ ସର୍ବାଧିକ 30 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ 19, ବାଲେଶ୍ବରରୁ 14, ବଲାଙ୍ଗୀରରୁ 12, ଢେଙ୍କାନାଳାରୁ 9, ନୟାଗଡ ଓ ସୁନ୍ଦରଗଡରୁ 7 ଜଣ ଲେଖାାଏଁ, ଅନୁଗୁଳରୁ 6 ଜଣ, କେନ୍ଦୁଝରରୁ 5 ଜଣ, ଜଗତସିଂହପୁର ଓ ପୁରୀରୁ 4 ଜଣ ଲେଖାଏଁ ଏବଂ ଦେବଗଡ, କେନ୍ଦ୍ରାପଡା, ଝାରସୁଗୁଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ 2474 ଜଣ ଆକ୍ରାନ୍ତଙ୍କ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ଆଉ 72 ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର : ରାଜ୍ୟରେ ଆଉ 72 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 2354 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 17 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୋନପୁରରୁ 9 ଜଣ, ଜଗତସିଂହପୁରରୁ 6 ଜଣ, କଟକ,କଳାହାଣ୍ଡି ଓ ସୁନ୍ଦରଗଡରୁ 5 ଜଣ ଲେଖାଏଁ, ବାଲେଶ୍ବର ଓ ମୟୁରଭଞ୍ଜରୁ 4 ଜଣ ଲେଖାଏଁ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33896 ରହିଥିବା ବେଳେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା 1020 ରହିଛି । (ଏଜେନ୍ସି)
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି 6 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆପୋଲୋ ହସ୍ପିଟାଲର ଜଣେ କର୍ମଚାରୀ ଅଛନ୍ତି । ତାଙ୍କ ବୟସ 38 ବର୍ଷ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ସେହିପରି ଭୁବନେଶ୍ୱର ଏମ୍ସ ହସ୍ପିଟାଲର 3 ଜଣଙ୍କ କର୍ମଚାରୀଙ୍କ ସମେତ ଜଣେ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । 3 ଜଣ କର୍ମଚାରୀଙ୍କ ବୟସ ଯଥାକ୍ରମେ 37, 30 ଏବଂ 31 ରହିଛି । ସେହିପରି ଛାତ୍ରୀ ଜଣକର ବୟସ 24 ବର୍ଷ ରହିଛି । ପୋଖରୀପୁଟରୁ ଚିହ୍ନଟ ଯୁବକଙ୍କ ବୟସ 35 ବର୍ଷ ରହିଥିବା ବେଳେ ସେ ନିକଟରେ କନ୍ଧମାଳରୁ ଫେରିଥିଲେ ।
ଭୁବନେଶ୍ବର : ରାଜ୍ୟରେ ଆଉ 149 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନାରୁ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା 2282କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା 149 ଜଣଙ୍କ ମଧ୍ୟରୁ ଗଞ୍ଜାମରୁ 57, ଖୋର୍ଦ୍ଧାରୁ 26, ବଲାଙ୍ଗୀରରୁ 11, ଜଗତସିଂହପୁରରୁ 8, ବାଲେଶ୍ୱରରୁ 7, ଯାଜପୁରରୁ 70, ନୟାଗଡ଼ରୁ 7, ଭଦ୍ରକରୁ 5, କେନ୍ଦ୍ରାପଡ଼ାରୁ 5, ପୁରୀରୁ 5, ସୁନ୍ଦରଗଡ଼ରୁ 4, କେନ୍ଦୁଝରରୁ 3, କଟକରୁ 2 ଏବଂ ବୈାଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1106 ରହିଛି ।
ରମେଶ ମହାନ୍ତି
ଜଗତସିଂହପୁର : ସକାଳୁ ରାଜ୍ୟରେ 110 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରେ ଜଗତସିଂହପୁରରୁ 33 ଜଣ ଆକ୍ରାନ୍ତ ରହିଛନ୍ତି । ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । 33 ଜଣଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 130ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 68 ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 62 ରହିଛି । ସମସ୍ତ ଆକ୍ରାନ୍ତ ମାନେ ଲକ୍ଷଣ ବିହୀନ ରହିଥିବା ବେଳେ ସମସ୍ତେ ବିଦେଶ ଫେରନ୍ତା ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।
ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁରରୁ 8 ଜଣ ଆକ୍ରାନ୍ତ ରହିଥିବା ବେଳେ କୁଜଙ୍ଗରୁ 3 ଜଣ ଆକ୍ରାନ୍ତ ରହିଛନ୍ତି । ନାଉଗାଁରୁ 18 ଜଣ ଆକ୍ରାନ୍ତ ରହିଥିବା ବେଳେ ରଘୁନାଥପୁର ଏବଂ ତିର୍ତ୍ତୋଲରୁ 2 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍ ସେଣ୍ଟରରେ ରହିଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ ପାରାଦୀପ ଏବଂ କିମ୍ସ କୋଭିଡ୍ ହସ୍ପିଟାଲକୁ ପଠାଯିବାର ବନ୍ଦୋବସ୍ତ କରାଯଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହିତ ସମସ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବର ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ।
ଚେନ୍ନାଇ : କରୋନାରେ ପ୍ରାଣ ହରାଇଛନ୍ତି ଡିଏମ୍କେ ବିଧାୟକ ଜେ ଅମ୍ବଝାଗନ । ବୁଧବାର ନିଜର 62 ତମ ଜନ୍ମ ଦିବସରେ ଅମ୍ବଝାଗନ ପ୍ରାଣ ହରାଇଛନ୍ତି । ଚେନ୍ନାଇର କ୍ରୋମ୍ପେଟ୍ର ରେଲା ଇନ୍ଷ୍ଟିଚ୍ୟୁଟ୍ ଆଣ୍ଡ ମେଡିକାଲ ସେଣ୍ଟରରେ ଚିକିତ୍ସିତ ହେଉଥିବା ଅମ୍ବଝାଗନ୍ ପ୍ରାଣ ହରାଇଛନ୍ତି । ଜୁନ୍ 2ରେ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିବା ବିଧାୟକଙ୍କର ଶ୍ବାସକ୍ରିୟାରେ ସମସ୍ୟା ରହିଥିଲା । ଅମ୍ବଝାଗନଙ୍କ ପରଲୋକ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ କେ ପଲାନିସାମି ଶୋକ ପ୍ରକାଶ କରିଥିବା ବେଳେ ଡିଏମ୍କେ ସଭାପତି ଏମ୍ କେ ଷ୍ଟାଲିନ୍ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 110 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଭାବରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ 97 ଜଣ କ୍ବାରେଣ୍ଟିନ୍ରେ ରହିଥିବା ବେଳେ 13 ଜଣ ସ୍ଥାନୀୟ ବ୍ୟକ୍ତି ବୋଲି ଜଣାପଡିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଗତ ସିଂହପୁରରୁ ସର୍ବାଧିକ 33 ଜଣ ଆକ୍ରାନ୍ତ ରହିଥିବା ବେଳେ କଟକରୁ 20 ଏବଂ ଖୋର୍ଦ୍ଧାରୁ 14 ଜଣ ଆକ୍ରାନ୍ତ ରହିଛନ୍ତି । ରାୟଗଡାରୁ 4, ଝାରସୁଗୁଡାରୁ 1, ନୟାଗଡରୁ 4, ବରଗଡରୁ 2, ଭଦ୍ରକରୁ 1, କଳାହାଣ୍ଡିରୁ 1, ଗଜପତିରୁ 11, ପୁରୀରୁ 7, ବଲାଙ୍ଗୀରରୁ 1, କେନ୍ଦ୍ରାପଡାରୁ 1, ମୟୁରଭଞ୍ଜରୁ 4, କୋରାପୁଟଳ କେନ୍ଦୁଝର ଏବଂ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3250ରେ ପହଞ୍ଚିଛି । ଏହା ମଧ୍ୟରୁ 2133 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1106 ରହିଛି । ସେହିପରି ବୁଧବାର ସୁଦ୍ଧା ରାଜ୍ୟରେ ସମୁଦାୟ 1 ଲକ୍ଷ 85 ହଜାର 410ଟି ନମୂନା ପରୀକ୍ଷଣ କରାଯାଇଛି ।
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ସଙ୍କଟମୟ ରୂପ ନେଉଛି କରୋନା । ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 8852ଟି ନୂତନ ମାମଲା ସମ୍ମୁଖକୁ ଆସିଥିବା ବେଳେ 5129 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବିଗତ 24 ଘଣ୍ଟାମ ମଧ୍ୟରେ 241 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 7719ରେ ପହଞ୍ଚିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 74 ହଜାର 780ରେ ପହଞ୍ଚି ଥିବା ବେଳେ 1,34,166 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1,32,880ରେ ରହିଛି ।
ସେହିପରି ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 7,185,573ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 8 ହଜାର 954ରେ ପହଞ୍ଚିଛି । ବିଶ୍ବବ୍ୟାପୀ ବର୍ତ୍ତମାନ ସୁଦ୍ଧା 3,352,665 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ କ୍ବାରେଣ୍ଟିନ୍ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । ଭଦ୍ରକର କୋରକୋରା ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରବାସୀ ଶ୍ରମିକ ଜଣକ ଗତକାଲି କୋଲକାତାରୁ ଫେରିଥିଲେ । ଗତକାଲି ଫେରିବା ପରେ କୋରକୋରା କ୍ବାରେଣ୍ଟିନ୍ କେନ୍ଦ୍ରରେ ସେ ରହିଥିଲେ । ନୋଡାଲ ଅଫିସର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ଘୋଷଣା କରାଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହା ସହିତ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବାର ନିଷ୍ପତ୍ତି ନିଆଯାଇଛି ।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଅପରାହ୍ନରେ ରାଜ୍ୟରେ 140 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏହା ମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ 11 ଜଣ ଆକ୍ରାନ୍ତ ରହିଛନ୍ତି । ସୁସ୍ଥ ହୋଇଥିବା 11 ଜଣ ଆକ୍ରାନ୍ତଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାକୁ ମିଶାଇ ଜଗତସିଂହପୁରରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା 68ରେ ପହଞ୍ଚିଛି । ଏହା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 29 ରହିଥିବା ନେଇ ଜିଲ୍ଲାପାଳ ଟ୍ବିଟ୍ କରିଛନ୍ତି ।
ନୂଆଦିଲ୍ଲୀ : ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସିନ୍ଧିଆଙ୍କ ସହିତ ତାଙ୍କ ମା ମାଧବୀ ରାଜେ ସିନ୍ଧିଆ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ ବିଗତ 4 ଦିନ ଧରି ମାକ୍ସ ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଦିନ ରିପୋର୍ଟ ଆସିବା ପରେ ସିନ୍ଧିଆ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି ।
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ କରୋନା ରିପୋର୍ଟ ଆସିଛି । କେଜ୍ରିଓ୍ବାଲଙ୍କ ରିପୋର୍ଟ ନେଗେଟିଭ୍ ରହିଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି କେଜ୍ରିଓ୍ବାଲଙ୍କ ଅସୁସ୍ଥତା ପରେ ତାଙ୍କୁ କ୍ବାରେଣ୍ଟିନ୍ରେ ରଖାଯାଇଥିବା ବେଳେ ନମୂନା ପରୀକ୍ଷଣ ପାଇଁ ଯାଇଥିଲା । କରୋନା ସନ୍ଦେହ କରାଯାଇଥିବା ବେଳେ ମଙ୍ଗଳବାରର ରିପୋର୍ଟ ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି । ଗତକାଲି କରୋନା ସନ୍ଦେହ କରାଯିବା ପରେ ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ କେଜ୍ରିଓ୍ବାଲ । (ଏଜେନ୍ସି)
ରମେଶ ମହାନ୍ତି
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରୁ ଆଜି ବାହାରିଥିବା 8 ଜଣ ଆକ୍ରାନ୍ତଙ୍କ ସୂଚନା ଜାରି କରିଛି ଜିଲ୍ଲା ପ୍ରଶାସନ । ଆକ୍ରାନ୍ତଙ୍କ ମଧ୍ୟରେ ରଘୁନାଥପୁର ବ୍ଲକରୁ ଜଣେ ମହାରାଷ୍ଟ୍ର ଫେରନ୍ତା, ବିରିଡି ବ୍ଲକର 5ଜଣଙ୍କ ମଧ୍ୟରୁ 4ଜଣ ଗୁଜୁରାଟ ଫେରନ୍ତା ହୋଇଥିବା ବେଳେ ଜଣେ ମହାରାଷ୍ଟ୍ର ଫେରନ୍ତା ଏବଂ ତିର୍ତ୍ତୋଲ ବ୍ଲକରୁ 2ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜିଲ୍ଲା ପ୍ରଶାସନ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତିର୍ତ୍ତୋଲ ବ୍ଲକର ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କୃଷ୍ଣାନନ୍ଦପୁର ପଞ୍ଚାୟତର ହୋଇଥିବା ବେଳେ ଅନ୍ୟ ଜଣେ କୋଲର ପଞ୍ଚାୟତର ବୋଲି ଜଣାପଡିଛି । ଆକ୍ରାନ୍ତ ମାନଙ୍କୁ କିମ୍ସ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ରମେଶ ମହାନ୍ତି
ଜଗତସିଂହପୁର : ଜଗତସିଂହପୁର ପୌର ପରିଷଦ ସ୍ଥିତ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଂଚ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବରିଷ୍ଠ ନାଗରିକ ମଂଚ ପକ୍ଷରୁ କରୋନା ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୩୨ହଜାର ୨ଶହ ୭୬ଟଙ୍କାର ଚେକ୍ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ । ଏହା ସହିତ ଜନସାଧାରଣଙ୍କୁ ସାମାଜିକ ଦୂରତା, ମାସ୍କ, ସାବୁନରେ ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଓ ସ୍ବଚ୍ଛତା ଉପରେ ଧ୍ୟାନ ଦେବା ନିମନ୍ତେ ସଚେତନ କରାଯାଇଥିଲା ।
ସଭାପତି ରଘୁନାଥ ଜେନା, ଉପସଭାପତି ପ୍ରେମାନନ୍ଦ ପଢ଼ିଆରୀ, ସମ୍ପାଦକ ରବୀନ୍ଦ୍ର ନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଅବଧୂତ ନାୟକ, ନିତ୍ୟାନନ୍ଦ ପଢ଼ିଆରୀ, ପ୍ରଦୀପ୍ତ କୁମାର ପଟ୍ଟନାୟକ, ବିଷ୍ଣୁ ଚରଣ ତ୍ରିପାଠୀ, ଦ୍ବାରିକା ନାଥ ପଣ୍ଡା, ଇଶ୍ବର ଚନ୍ଦ୍ର ନନ୍ଦ, ବିଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।
ନୂଆଦିଲ୍ଲୀ : ରାଜ୍ୟରେ ପ୍ରଥମ ଆଇଏଏସ୍ ଅଫିସର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଶାସନିକ ଅଧିକାରୀ ତୁହିନକାନ୍ତ ପାଣ୍ଡେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ସୂଚନା ମିଳିଛି । 1987 ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ଅଫିସର ତୁହିନକାନ୍ତ ପାଣ୍ଡେ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିନିବେଶ ବିଭାଗରେ କାର୍ଯ୍ୟ କରୁଥିବା ତୁହିନଙ୍କୁ କରୋନା ହୋଇଥିବା ନେଇ ପିଟିଆଇ ସୂତ୍ରରୁ ସୂଚନା ମିଳିଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 140 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳୁ 146 ଆକ୍ରାନ୍ତ ସହ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟକା 3 ହଜାର ଅତିକ୍ରମ କରିଥିବା ବେଳେ ଅପରାହ୍ନରେ 140 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ 140 ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ 24 ଜଣ ଆକ୍ରାନ୍ତ ରହିଛନ୍ତି । ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରେ ଗଞ୍ଜାମରୁ 22, ନୂଆପଡାରୁ 21, ଯାଜପୁରରୁ 11 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ 11, ଜଗତସିଂହପୁର 11, ସୁନ୍ଦରଗଡରୁ 8, ବଲାଙ୍ଗୀର ଓ ଭଦ୍ରକରୁ 7 ଜଣ ଲେଖାଏଁ, ଢେଙ୍କାନାଳରୁ 5 ସୁସ୍ଥ, ବରଗଡ, କେନ୍ଦ୍ରାପଡା ଓ ସମ୍ବଲପୁରରୁ 3 ଜଣ ଲେଖାଏଁ, ବାଲେଶ୍ବର ଓ ପୁରୀରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 2133ରେ ପହଞ୍ଚିଛି ।
ନୂଆଦିଲ୍ଲୀ : କଂଗ୍ରେସ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଜ୍ୟୋତିରାଦିତ୍ୟଙ୍କ ମା ମାଧବୀ ରାଜେ ସିନ୍ଧିଆଙ୍କ ଠାରେ କରୋନାର ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ମାକ୍ସ ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଧବୀଙ୍କ ଠାରେ ଜ୍ବର ଏବଂ ତଣ୍ଟି ଦରଜର ଲକ୍ଷଣ ଦେଖା ଦେଇଥିଲା । ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ନମୂନାର ରିପୋର୍ଟ ଆସିବା ବାକି ରହିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ବେଶ୍ ସଂକଟଜନକ ସ୍ଥିତିରେ ରହିଛି । ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇ ଚାଲିଛି । ସେହିପରି ଗତ ଚବିଶ ଘଣ୍ଟା ମଧ୍ୟରେ ଭାରତରେ ମୋଟ୍ 331 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 9987 ନୂଆ କରୋନା ମାମଲା ଆସିଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 7 ହଜାର 466କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 66 ହଜାର 598କୁ ବୃଦ୍ଧି ହୋଇଛି । ଆକ୍ଟିଭ୍ କେସ୍ 1 ଲକ୍ଷ 29 ହଜାର 917 ରହିଛନ୍ତି । ସୁସ୍ଥ ହୋଇଛନ୍ତି 1 ଲକ୍ଷ 29 ହଜାର 215 । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 88,528ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 3,169 ରହିଛି । ଗୁଜୁରାରେ ମୃତ୍ୟୁ ସଂଖ୍ୟା 1280, ଦିଲ୍ଲୀରେ 874, ମଧ୍ୟପ୍ରଦେଶରେ 414, ପଶ୍ଚିମବଙ୍ଗରେ 405ଜଣଙ୍କର ମୃତ୍ୟୁ ହୋଇଛି ।
କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି :
ରାଜ୍ୟ | ପଜିଟିଭ୍ | ସୁସ୍ଥ | ମୃତ |
---|---|---|---|
ମହାରାଷ୍ଟ୍ର | 88528 | 40975 | 3169 |
ତାମିଲ୍ନାଡୁ | 33229 | 17527 | 286 |
ଦିଲ୍ଲୀ | 29943 | 11357 | 874 |
ଗୁଜୁରାଟ | 20545 | 13956 | 1280 |
ଉତ୍ତରପ୍ରଦେଶ | 10947 | 6344 | 283 |
ରାଜସ୍ଥାନ | 10763 | 8004 | 246 |
ମଧ୍ୟପ୍ରଦେଶ | 9638 | 6536 | 414 |
ପଶ୍ଚିମବଙ୍ଗ | 8613 | 3465 | 405 |
କର୍ଣ୍ଣାଟକ | 5760 | 2519 | 64 |
ବିହାର | 5202 | 2499 | 31 |
ହରିୟାଣା | 4854 | 2134 | 39 |
ଆନ୍ଧ୍ରପ୍ରଦେଶ | 4851 | 2745 | 75 |
ଜମ୍ମୁ ଓ କାଶ୍ମୀର | 4285 | 1324 | 45 |
ତେଲେଙ୍ଗାନା | 3650 | 1710 | 137 |
ଓଡ଼ିଶା | 2994 | 1993 | 9 |
ଆସାମ | 2776 | 665 | 4 |
ପଞ୍ଜାବ | 2663 | 2128 | 53 |
କେରଳ | 2005 | 814 | 16 |
ଉତ୍ତରାଖଣ୍ଡ | 1411 | 714 | 13 |
ଝାଡଖଣ୍ଡ | 1256 | 519 | 7 |
ଛତିଶଗଡ | 1160 | 308 | 4 |
ତ୍ରିପୁରା | 838 | 192 | 0 |
ହିମାଚଳ ପ୍ରଦେଶ | 421 | 227 | 5 |
ଗୋଆ | 330 | 67 | 0 |
ଚଣ୍ଡୀଗଡ | 317 | 273 | 5 |
ମଣିପୁର | 272 | 58 | 0 |
ପୁଡୁୁଚେରୀ | 127 | 52 | 0 |
ନାଗାଲାଣ୍ଡ | 123 | 8 | 0 |
ଲଦାଖ | 103 | 52 | 1 |
ଅରୁଣାଚଳ ପ୍ରଦେଶ | 51 | 1 | 0 |
ମିଜୋରାମ | 42 | 1 | 0 |
ମେଘାଳୟ | 36 | 13 | 1 |
ଆଣ୍ଡାମାନ ନିକୋବର | 33 | 33 | 0 |
ଦାଦ୍ରାନଗର ହାବେଳୀ | 22 | 2 | 0 |
ସିକିମ୍ | 7 | 0 | 0 |