Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କୋରୋନା ଭାଇରସ୍‌ ସମ୍ପର୍କରେ ଅଧ୍ୟୟନ ପାଇଁ 100 ମିଲିୟନ୍‌ ଦାନ କଲେ ଜ୍ୟାକ୍‌ ମା

ବେଜିଂ : କୋରୋନା ଭାଇରସ୍‌ ସମ୍ପର୍କରେ ଅଧିକ ଅଧ୍ୟୟନ ନିମନ୍ତେ ଅଲୀବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମା 100 ମିଲିଅନ୍‌ ୟୁଆନ୍‌ ପ୍ରଦାନ କରିଛନ୍ତି । ଚୀନ୍‌ରେ କୋରୋନା ଭାଇରସ୍‌ ପ୍ରଭାବରେ 132 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 6 ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ର ସର୍ବବୃହତ କମ୍ପାନୀ ଅଲୀବାବାର ମୁଖ୍ୟ ଜ୍ୟାକ୍‌ ମା ଗୁରୁବାର ଦିନ ଏହି ଘୋଷଣା କରିଛନ୍ତି । ଅଲୀବାବାକୁ ଏକ ନମ୍ବର କମ୍ପାନୀ ଭାବରେ ପ୍ରତିଷ୍ଠିତ କରିବାରେ ଚୀନ୍‌ ବାସୀଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ତେଣୁ ଏପରି ସମୟରେ ଚୀନ୍‌ବାସୀଙ୍କ ସହାୟତା କରିବା ଅଲୀବାବାର ଦାୟିତ୍ବ ବୋଲି ଜ୍ୟାକ୍‌ ମା କହିଛନ୍ତି । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

କୋରୋନା ଭାଇରସ୍‌ ଆତଙ୍କ : ଚୀନ୍‌କୁ ବିମାନ ବାତିଲ କଲା ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ପ୍ରଭାବରେ ଚୀନ୍‌ରେ 132 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 6 ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଏହାର ପ୍ରଭାବରେ ଇଣ୍ଡିଗୋ ଏୟାର ଲାଇନ୍ସ ଏବଂ ଏୟାର ଇଣ୍ଡିଆ ଚୀନ୍‌କୁ ଯାତ୍ରା କରୁଥିବା ନିଜର ବିମାନର ଯାତ୍ରା ବାତିଲ କରିଛନ୍ତି । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଫେବୃୟାରୀ 1ରୁ ଫେବୃୟାରୀ 20 ମଧ୍ୟରେ ଚୀନ୍‌କୁ ଯାତ୍ରା କରିବାକୁ ଥିବା ସମସ୍ତ ବିମାନ ଯାତ୍ରା ବାତିଲ କରାଯାଇଛି । ଏହା ସହିତ ହଂକଂକୁ ମଧ୍ୟ ବିମାନ ଯାତ୍ରା ବାତିଲ୍‌ କରିଛି ଇଣ୍ଡିଗୋ । ଅପରପକ୍ଷରେ ଏୟାର ଇଣ୍ଡିଆ ଜାନୁୟାରୀ 31ରୁ ଫେବୃୟାରୀ 14 ମଧ୍ୟରେ ଚାଲିବାକୁ ଥିବା ସମସ୍ତ ବିମାନକୁ ବାତିଲ କରିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 132କୁ ବୃଦ୍ଧି

ବେଜିଂ : କୋରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍‌ରେ କୋରୋନା ଭାଇରସ୍‌ର ଆତଙ୍କରେ ମୃତ୍ୟକୁ ସଂଖ୍ୟା 132ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 6 ହଜାରରେ ପହଞ୍ଚିଛି । ଚୀନ୍‌ର 31 ପ୍ରଦେଶରେ ସମୁଦାୟ 5974 ଜଣ ନୋଭେଲ୍‌ କୋରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ବୋଲି ଚୀନ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ବୁଧବାର ଦିନ 25 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 840 ଜଣ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସେହିପରି ଚୀନ୍‌ରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 6000ରେ ପହଞ୍ଚିଥିବା ଜଣାପଡିଛି । ସଂକ୍ରମିତଙ୍କ ମଧ୍ୟରୁ 1239ଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚୀନ୍‌ରେ କୋରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1287କୁ ବୃଦ୍ଧି

ବେଜିଂ : ଚୀନ୍‌ରେ କୋରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍‌ରେ ଦେଖାଦେଇଥିବା ନୋଭେଲ୍‌ କୋରୋନା ଭାଇରସ୍‌ ପ୍ରଭାବରେ ବର୍ତ୍ତମାନ ସୁଦ୍ଧା 41 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1287 ଜଣ ସଙ୍କ୍ରମିତ ହୋଇଛନ୍ତି । ଶନିବାର ଚୀନ୍‌ର ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ଶୁକ୍ରବାର 444 ଜଣ ନୂତନ ସଂକ୍ରମିତ ବ୍ୟକ୍ତି ଭର୍ତ୍ତି ହୋଇଥିବା ଜଣାପଡିଛି । ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ 237 ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ 38 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା 15197 ଜଣ ଲୋକଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡା ନଜର ରଖାଯାଇଛି । (ଏଜେନ୍ସୀ)

Categories
ବିଶେଷ ଖବର ସ୍ବାସ୍ଥ୍ୟ

ବ୍ୟାପୁଛି କୋରୋନା: ଆସନ୍ତୁ ଜାଣିବା ଏହି ଭାଇରସ୍‌ ସମ୍ପର୍କରେ ଅଧିକ ତଥ୍ୟ

ସମୀକ୍ଷା ବ୍ୟୁରୋ: କୋରୋନା ଭାଇରସ୍‌ ବର୍ତ୍ତମାନ ସମଗ୍ର ବିଶ୍ବକୁ କବଳିତ କରିବାକୁ ଯାଉଛି। ଚୀନ୍‌ର ଉହାନ୍‌ ପ୍ରଦେଶରେ ଏହି ଭାଇରସ୍‌ର ପ୍ରଭାବ ଦେଖିବାକୁ ମିଳିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଏହି ଭାଇରସ୍‌ ପ୍ରଭାବରେ ଅଦ୍ୟାବଧି ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୦୦ରୁ ଅଧିକ ସଙ୍କ୍ରମିତ ହୋଇଛନ୍ତି। ଏହି ଭାଇରସ୍‌ କାରଣରୁ ଚୀନ୍‌ର ୧୪ ଟି ସହରକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। କୋରୋନା ଭାଇରସ୍‌ର ନାମଟି ଦୁଇଟି ଶବ୍ଦରୁ ଆସିଅଛି। ଲାଟିନ୍‌ ଶବ୍ଦ କୋରୋନା ଏବଂ ଗ୍ରୀକ୍‌ ଶବ୍ଦ କୋରୋନେ (ଫୁଲହାର)ରୁ କୋରୋନା ଭାଇରସ୍‌ ନାମଟି ସୃଷ୍ଟି। ଏହି ଶବ୍ଦର ଅନ୍ୟାନ୍ୟ ଅର୍ଥ ହେଉଛି ସୌରମଣ୍ଡଳ ଏବଂ ମୁକୁଟ।

ଅର୍ଥୋକୋରୋନାଭାଇରିନ୍‌ ପ୍ରଜାତିରୁ ସୃଷ୍ଟ ଏହି ଭାଇରସ୍‌ ଦ୍ବାରା ଉଭୟ ପଶୁ ପକ୍ଷୀ ଏବଂ ମନୁଷ୍ୟ ପ୍ରଭାବିତ ହୋଇଥାନ୍ତି। ଗାଇ, ଘୁଷୁରୀ ଏବଂ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଏହି ଭାଇରସ୍‌ ପ୍ରଭାବରେ ଡାଇରିଆ ହେଉଥିବା ବେଳେ ପକ୍ଷୀ ଏବଂ ମନୁଷ୍ୟଙ୍କର ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ମନୁଷ୍ୟ ମାନଙ୍କ ଦ୍ବାରା ସଙ୍କ୍ରମିତ ହେଉଥିବା ୭ ପ୍ରକାରର କୋରୋନା ଭାଇରସ୍‌ ରହିଛି। ସେହିପରି ପଶୁପକ୍ଷୀଙ୍କ ଦ୍ବାରା ୪ ପ୍ରକାରର କୋରୋନା ଭାଇରସ୍‌ ସଙ୍କ୍ରମିତ ହୋଇଥାଏ। ସାଧାରଣ ଥଣ୍ଡା ଜ୍ବର ହେଉଥିଲେ ମଧ୍ୟ ଏହି ଭାଇରସ୍‌ ମନୁଷ୍ୟର ରାଇବୋ ନ୍ୟୁକ୍ଲିକ୍‌ ଏସିଡ୍‌(ଆରଏନ୍‌ଏ) ଦ୍ବାରା ବିସ୍ତାର ହୋଇଥାଏ। ଏହି ଭାଇରସ୍‌କୁ ସମଗ୍ର ବିଶ୍ବର ବୃହତମ ଆରଏନ୍‌ଏ ଭାଇରସ୍‌ ଭାବରେ ବିବେଚନା କରାଯାଏ। ବେଟା କୋରୋନା ଶ୍ରେଣୀର ଏହି ଭାଇରସ୍‌ ଆରଏନ୍‌ଏରେ ଉପଲବ୍ଧ ପ୍ରୋଟିନ୍‌ ହେମାଗ୍ଲୁଟିନ୍‌ ଇଷ୍ଟ୍ରିଜ୍‌ ଦ୍ବାରା ସଙ୍କ୍ରମିତ ହୋଇଥାଏ।

ଏହି ଭାଇରସ୍‌କୁ ପ୍ରଥମେ ୧୯୬୦ ମସିହାରେ ଚିହ୍ନଟ କରାଯାଇଥିଲା। କୁକୁଡା ଠାରେ ପ୍ରଥମେ ଏହି ଭାଇରସ୍‌ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ମଣିଷଙ୍କ ଠାରେ ମଧ୍ୟ ଏହି ଭାଇରସ୍‌କୁ ଚିହ୍ନଟ କରାଯାଇଥିଲା। ମନୁଷ୍ୟଙ୍କ ଠାରେ ମିଳୁଥିବା ଭାଇରସ୍‌କୁ ପ୍ରଥମେ ହ୍ୟୁମାନ କୋରୋନା ଭାଇରସ୍‌ ୨୨୯ଇ ଭାବରେ ନାମିତ କରାଯାଇଥିଲା। ୨୦୦୩ ପରଠାରୁ କ୍ରମାଗତ ତିନି ବର୍ଷ ଧରି ଏହି ଭାଇରସ୍‌ ବ୍ୟାପିଥିବା ବେଳେ ୨୦୧୨ରେ ଏହା ପୁନର୍ବାର ପ୍ରଭାବ ବିସ୍ତାର କରିଥିଲା। ପୁନର୍ବାର ଚଳିତ ବର୍ଷ ଏହି ଭାଇରସ୍‌ ପ୍ରତ୍ୟାବର୍ତ୍ତନ କରିଛି। ଏହି ଭାଇରସ୍‌ଟି ସହଜରେ ଚିହ୍ନଟ ହୋଇନଥାଏ। କାରଣ ଭାଇରସ୍‌ ପ୍ରଭାବରେ ସାଧାରଣ ଥଣ୍ଡା ହିଁ ହୋଇଥାଏ। ଥଣ୍ଡା ରୋଗର ଚିକିତ୍ସା ଯେପରି କରାଯାଏ ଏହି ଭାଇରସ୍‌ ସଙ୍କ୍ରମିତ ହେଲେ ଚିକିତ୍ସା ପ୍ରଣାଳୀ ସମାନ ରହିଥାଏ।