Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକ, ଖୋର୍ଦ୍ଧାକୁ କଲବଲ କଲାଣି କରୋନା, ପୁଣି ଏହି ଜିଲ୍ଲାରୁ ବାହାରିଲେ ସର୍ବାଧିକ ଆକ୍ରାନ୍ତ

ଭୁବନେଶ୍ବର, ବର୍ତ୍ତମାନ ଓଡିଶାରେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାକୁ କରୋନା କଲବଲ କଲାଣି। ଏହି ଦୁଇ ଜିଲ୍ଲାରୁ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉ ନାହିଁ। ପୂର୍ବରୁ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ହେଲେ ଗତ କିଛି ଦିନ ଧରି ଏହି ଜିଲ୍ଲାର କରୋନା ଗ୍ରାଫ ସ୍ଥିର ରହିଛି। ବର୍ତ୍ତମାନର ତାଜା ସୂଚନା ଅନୁସାରେ ଖୋର୍ଦ୍ଧାରୁ 19 ଶହ 9 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରକୁ ରହିଛି କଟକ ଜିଲ୍ଲା। ଏହି ଜିଲ୍ଲାରୁ  1 ହଜାରେ 73 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏହିପରି

1.Khurda: 1909

2. Cuttack: 1073

3. Angul: 874

4. Sundargarh: 848

5. Kalahandi: 668

6. Mayurbhanj: 586

7. Balasore: 508

8. Dhenkanal: 482

9. Puri: 472

10. Bargarh: 461

11. Jharsuguda: 399

12. Sambalpur: 355

13. Boudh: 347

14. Nawarangpur: 344

15. Ganjam: 340

16. Jajpur: 337

17. Nayagarh: 331

18. Jagatsinghpur: 300

19. Kendrapada: 285

20. Balangir: 274

21. Koraput: 272

22. Rayagada: 198

23. Keonjhar: 180

24. Bhadrak: 151

25. Malkangiri: 114

26. Deogarh: 105

27. Kandhamal: 104

28. Gajapati: 77

29. Nuapada: 70

30. Sonepur: 55

31. State Pool: 333

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ, ଖୋର୍ଦ୍ଧା ଦ୍ବିତୀୟ ଥିବା ବେଳେ କଟକରେ ମଧ୍ୟ ବଢିଲା ସଂଖ୍ୟା

ଭୁବନେଶ୍ବର, ଆଜି ରାଜ୍ୟରୁ ମିଳିଥିବା କରୋନା ପଜେଟିଭି ସଂଖ୍ୟା ଦେଖିଲେ ସୁନ୍ଦରଗଡରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରେ ମୋଟ 1 ହଜାର 9 ଶହ 22 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ 1510 ଏବଂ କଟକରୁ 1052 ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା

1. Angul: 560

2. Balasore: 260

3. Bargarh: 428

4. Bhadrak: 83

5. Balangir: 437

6. Boudh: 178

7. Cuttack: 1052

8. Deogarh: 115

9. Dhenkanal: 177

10. Gajapati: 105

11. Ganjam: 341

12. Jagatsinghpur:

134 13. Jajpur: 302

14. Jharsuguda: 421

15. Kalahandi: 402

16. Kandhamal: 92

17. Kendrapada: 145

18. Keonjhar: 231

19. Khurda: 1510

20. Koraput: 122

21. Malkangiri: 70

22. Mayurbhanj: 175

23. Nawarangpur: 419

24. Nayagarh: 204

25. Nuapada: 286

26. Puri: 454

27. Rayagada: 138

28. Sambalpur: 533

29. Sonepur: 210

30. Sundargarh: 1922

31. State Pool: 301

Categories
ଆଜିର ଖବର ରାଜ୍ୟ ଖବର

ଜାଣନ୍ତୁ ଆଜିର କରୋନା ରିପୋର୍ଟ, ରାଜ୍ୟରୁ ଚିହ୍ନଟ ହେଲେ କେତେ ଆକ୍ରାନ୍ତ

ଭୁବନେଶ୍ବର, ଆଜି କରୋନା ରିପୋର୍ଟ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରକାଶିତ କରାଯାଇଛି। ସେହି ହିସାବରେ ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା 8 ହଜାର 9 ଶହ 14 ଜଣ। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 5 ହଜାର 81 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂସ୍ପର୍ସରୁ 3 ହଜାର 8ଶହ 33 ଜଣ ଅଛନ୍ତି। ଗତକାଲି ଏହି ସଂଖ୍ୟା 8 ହଜାର 15 ଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାମାନ୍ୟ ହ୍ରାସ ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି 8 ହଜାର ପଜେଟିଭ ଚିହ୍ନଟ

ଭୁବନେଶ୍ବର, ଆଜିର ରିପୋର୍ଟ ଅନୁସାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ହେଲେ ପରିସ୍ଥିତି ପୂର୍ବପରି ଉଦବେଗ ଜନକ ରହିଛି। କାରଣ ଆଜିର ରିପୋର୍ଟ ଅନୁସାରେ ରାଜ୍ୟରୁ 8 ହଜାର 15 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 4 ହଜାର 5 ଶହ 68 ରହିଛି। ସେହିପରି ସ୍ଥାନୀୟ ସଂକ୍ରାମଣ ସଂଖ୍ୟା 3 ହଜାର 4 ଶହ 47 ରହିଛି।

ଗତକାଲି ଏହି ସଂଖ୍ୟା 10 ହଜାର ଟପିଯାଇଥିଲା। ଅର୍ଥାତ ସରକାରୀ ରିପୋର୍ଟ ଅନୁସାରେ ଶନିବାର ଦିନ ମୋଟ 10 ହଜାର 413 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା। ଏହି ସଂଖ୍ୟା ଗତକାଲିଠାରୁ ଦଦେଢ ହଜାର କମ ରହିଥିଲେ ମଧ୍ୟ ପରିସ୍ଥିତି ଉଦବେଗଜନକ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୯୩: ସୁସ୍ଥ ହେଲେ ୫୦୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୭୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୫୦୮ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୫୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୭ ହଜାର ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ହଜାର ୧୬୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୬୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୬୦ ହଜାର ୯୬୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୦ ହଜାର ୯୬୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭୯ ଲକ୍ଷ ୯୭ ହଜାର ୨୬୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧ ହଜାର ୧୮୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୮ ଲକ୍ଷ ୧୭ ହଜାର ୩୭୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୯ ଲକ୍ଷ ୭୮ ହଜାର ୭୦୯ ଆକ୍ଟିଭ୍‌ କେସ୍ ରହିଛି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ସଂଗୀନ ହେବାରେ ଲାଗିଛି ଖୋର୍ଦ୍ଧା ଜିଲ୍ଲାର ଅବସ୍ଥା, ଆଜି ସର୍ବାଧିକ 1000 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଯେଉଁ ଆକ୍ରାନ୍ତଙ୍କ ସଂଖ୍ୟା ଆସିଛି ତାହା ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ପ୍ରଥମତଃ ରାଜ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା 6 ହଜାର ଟପି ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜିର ରିପୋର୍ଟ ଅନୁସାରେ ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ  ଏକାଥରେ 1 ହଜାର 132 ଜଣ ଚିହ୍ନଟ ହୋଇଛନ୍ତି। ଦ୍ବିତୀୟ ଲହରର ଯାହା ହେଉଛି ଏକ ରେକର୍ଡ।

ଏହାପରେ ନୂଆପଡାର ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। ଆଜିର ରିପୋର୍ଟ ଅନୁସାରେ ଗତକାଲି ଏହି ଜିଲ୍ଲାରୁ 459 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ତୃତୀୟରେ ରହିଛି କଳାହାଣ୍ଡି ଜିଲ୍ଲା। ଏହି ଜିଲ୍ଲାରୁ 452 ଜଣ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା

1-Khurda: 1132

2-Nuapada: 459

3-Kalahandi: 452

4-Sundargarh: 427

5-Cuttack: 360

6-Jharsuguda: 355

7-Puri: 286

8-Bargarh: 236

9- Sambalpur: 229

10-Balangir: 226

11- Nawarangpur: 207

12- Keonjhar: 205

13-Jajpur: 154

14-Mayurbhanj: 136

15-Angul: 136

16-Ganjam: 135

17-Rayagada: 105

18-Nayagarh: 99

19-Sonepur: 99

20-Balasore: 78

21-Bhadrak: 71

22-Jagatsinghpur: 63

23-Gajapati: 55

24-Kendrapada: 48

25-Koraput: 45

26-Boudh: 38

27-Deogarh: 31

28-Kandhamal: 23

29-Dhenkanal: 17

30-Malkangiri: 16

State Pool: 241

ଆଜି ରିପୋର୍ଟ ଅନୁସାରେ ଗତକାଲି ରାଜ୍ୟରେ 6 ହଜାର 164 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା 4 ହଜାର 851 ଥିଲା। ଅର୍ଥାତ ଗୋଟିଏ ଦିନରେ ଏହା 1 ହଜାର 313 ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି।

ଆଜିର ରିପୋର୍ଟ ଅନୁସାରେ ଗତକାଲି କ୍ବାରଣ୍ଟାଇନରୁ 3 ହଜାର 575 ଜଣ ଏବଂ 2 ହଜାର 589 ଜଣ ସ୍ଥାନୀୟ ସଂକ୍ରାମକ ଅଛନ୍ତି। ଏ ସମସ୍ତଙ୍କର ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ତରଫରୁ ଠାବ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ରାହୁଳ ଗାନ୍ଧୀ ମଧ୍ୟ ହେଲେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, କଂଗ୍ରେସ ନେତା ରାହୁଳ ଗାନ୍ଧୀ ଆଜି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ତାଙ୍କ ଦେହରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା। ସନ୍ଦେହ ହେବାରୁ ସେ କରୋନା ପରୀକ୍ଷା କରିଥିଲେ। ଆଜି ରିପୋର୍ଟ ଆସିବା ପରେ ଜଣାପଡିଲା ଯେ, ସେ କରୋନା ପଜେଟିଭ। ଏ ନେଇ ରାହୁଳ ଗାନ୍ଧୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସଂପ୍ସର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ମଧ୍ୟ ପରୀକ୍ଷା କରାଇ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୁଣି ସେହି ଦୟନୀୟ ଅବସ୍ଥା, ଲକଡାଉନ ଘୋଷଣା ପରେ ଦିଲ୍ଲୀ ବସଷ୍ଟାଣ୍ଡରେ ଶ୍ରମିକଙ୍କର ଭିଡ

ନୂଆଜିଲ୍ଲୀ, ପୁଣି ଥରେ ଦେଶକୁ ସେହି ଦୟନିୟ ଅବସ୍ଥାକୁ ଫେରି ଆସୁଛି। ଦିଲ୍ଲୀରେ ଛଅ ଦିନ ପାଇଁ ଲକ ଡାଉନ ଘୋଷଣା ହେବା ପରେ ଶ୍ରମିକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟରୁ କାମ କରିବାକୁ ଯାଇଥିବା ଶ୍ରମିକମାନେ ବର୍ତ୍ତମାନ ଘରକୁ ଫେରିବା ଆରମ୍ଭ କରିଛନ୍ତି। ଫଳରେ ଦିଲ୍ଲୀର ବିଭିନ୍ନ ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ଶ୍ରମିକଙ୍କର ଭିଡ ଆରମ୍ଭ ହୋଇଯାଇଛି। ଦିଲ୍ଲୀର ଆନନ୍ଦ ବିହାର ବସ ଟରର୍ମିନାଲରେ ଶ୍ରମିକମାନେ ଘରକୁ ଫେରିବା ପାଇଁ ନାହିଁ ନ ଥିବା ଭିଡ କରିଥିଲେ।

ଲକଡାଉନ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା ଶ୍ରମିକଙ୍କୁ ଘରକୁ ନ ଫେରିବା ପାଇଁ ହାତ ଯୋଡି କହିଥିଲେ। ହେଲେ ତାଙ୍କ କଥା କେହି ଶୁଣିବାକୁ ନାରାଜ। ଲକଡାଉନ ପୂର୍ବରୁ କିପରି ଘରକୁ ଫେରିବେ ସେ ନେଇ ଶ୍ରମିକମାନେ ବିଭିନ୍ନ ସ୍ଥାନରେ ଭିଡ ଆରମ୍ଭ କରିଦେଲେଣି। ଏହାକୁ ନେଇ ପୁଣି ଥରେ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଲକ ଡାଉନ ସମୟରେ କଳାବଜାରୀଙ୍କ ଉପରେ କଡା ନଜର ରଖିବାକୁ କେନ୍ଦ୍ରର ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ମହାମାରୀ କାରଣରୁ ଦେଶର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଓ ଲକଡାଉନ ଲାଗୁ ହୋଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ବିଭାଗର ପ୍ରମୁଖ ସଚିବମାନଙ୍କ ସହିତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସୁଶ୍ରୀ ନିଧି ଖାରେ ଏହି ବୈଠକରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ଓ ମୂଲ୍ୟ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟଗୁଡ଼ିକର ବିଭିନ୍ନ ମଣ୍ଡିରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସହିତ ମୂଲ୍ୟ ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପ୍ରଦାନ କରାଯାଇଥିଲା।

ଏହାବ୍ୟତୀତ ଖାଦ୍ୟ ପଦାର୍ଥ, ଔଷଧ, ସ୍ବଚ୍ଛତା ଉତ୍ପାଦ ଏବଂ ଅତ୍ୟାବଶ୍ୟକ ସେବା ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ଏବଂ ଉଚିତ ମୂଲ୍ୟରେ ଏସବୁ ଉପଲବ୍ଧ କରାଇବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଚାହିଦା କିମ୍ବା ଯୋଗାଣରେ ଅସନ୍ତୁଳନ ସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ପ୍ରଭାବୀ ଅନୁଧ୍ୟାନ ଓ ପରିଚାଳନା ଗତିବିଧି ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଆଞ୍ଚଳିକ ତଥା ଜିଲ୍ଲା ସ୍ତରର ଖାଦ୍ୟ ଓ ସାଧାରଣ ବଣ୍ଟନ, ବୈଧ ମାପ ଓଜନ ନିୟନ୍ତ୍ରକ, ଖାଦ୍ୟ ସୁରକ୍ଷା, ସ୍ବାସ୍ଥ୍ୟ ଓ ପୁଲିସର ମିଳିତ ଦଳ ଗଠନ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା। ତରବର ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ଅଧିକ ମାତ୍ରାରେ କ୍ରୟ ଭଳି ସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ ପ୍ରଚାର ଓ ସଚେତନତା ଗତିବିଧି ପରିଚାଳନା ନିମନ୍ତେ ପରାମର୍ଶ ଦିଆଯାଇଥିଲା।

ବୈଠକ ଅବସରରେ ଏଥିପ୍ରତି ଜୋର ଦିଆଯାଇଥିଲା ଯେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀର ନିରନ୍ତର ଯୋଗାଣ ବଜାୟ ରଖିବା ନିମନ୍ତେ ଅସାଧୁ ବ୍ୟବସାୟୀ ଓ ମହଜୁଦକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ରହିଛି।

ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ, ଯୋଗାଣ, ବିତରଣ ଆଦି ଉପରେ ନିୟନ୍ତ୍ରଣ ଆଣିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ର ଧାରା ୩ରେ କ୍ଷମତା ଦିଆଯାଇଛି ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ମଧ୍ୟ ଏହି ଆଇନ ବଳରେ କ୍ଷମତା ପ୍ରଦାନ କରାଯାଇଛି।

କଳାବଜାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ରକ୍ଷଣାବେକ୍ଷଣ ନିବାରଣ ଆଇନ, ୧୯୮୦ର ଧାରା ୩ ଅନ୍ତର୍ଗତ ଜନସାଧାରଣଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଣ ବଜାୟ ରଖିବାରେ ବାଧାସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସର୍ବାଧିକ ୬ ମାସ ପର‌୍ୟ୍ୟନ୍ତ ଜେଲ ଦଣ୍ଡ ଦିଆଯାଇପାରେ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଏବଂ କଳାବଜାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ରକ୍ଷଣାବେକ୍ଷଣ ନିବାରଣ ଆଇନ, ୧୯୮୦କୁ ଉପଭୋକ୍ତା ବ୍ୟାପାର ବିଭାଗ ଲାଗୁ କରିଥାଏ। ଏହି ଦୁଇଟି ଆଇନ ଉପଭୋକ୍ତାମାନଙ୍କୁ ଉଚିତ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବା ଓ ଅସାଧୁ ବ୍ୟବସାୟୀ ଓ ମହଜୁଦକାରୀଙ୍କ ଶୋଷଣରୁ ଉପଭୋକ୍ତାଙ୍କୁ ସୁରକ୍ଷିତ ରଖିବା ଲାଗି ଲାଗୁ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା ନେଇ ଆଜି ସଂଧ୍ୟା 7ଟାରେ ରାଜ୍ୟ ସରକାର କରିବେ ନୂଆ ଘୋଷଣା

ଭୁବନେଶ୍ବର, ଆଜି ସଂଧ୍ୟା 7 ଟାରେ କରୋନା ନେଇ ରାଜ୍ୟ ସରକରାଙ୍କ ତରଫରୁ କିଛି ନୂଆ ନିଷ୍ପତି ଘୋଷଣା କରାଯିବ। ଆଜି ସ୍ବତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା ଏକ ଭିଡିଓ ବାର୍ତ୍ତା ଜାରୀ କରିବେ। ଏ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ କେଉଁ ଉପରେ କହିବେ ସେ ନେଇ କିଛି କୁହାଯାଇ ନାହିଁ।

ତେବେ ବର୍ତ୍ତମାନ ରାଜ୍ୟରେ ଯେପରି ହୁହୁ ହୋଇ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି ସେଥିରେ ରାଜ୍ୟ ସରକାର କିଛି ନୂଆ ତଥ୍ୟ ରଖିପାରନ୍ତି। ପୂର୍ବରୁ ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଭିଡିଓ ବାର୍ତ୍ତା ମାଧ୍ୟମରେ ନାଇଟ କର୍ଫୁ ଘୋଷଣା କରିଥିଲେ। ସେହିପରି ଏସଆରସି ମଧ୍ୟ ଆଜି କିଛି କହିପାରନ୍ତି ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେଳଯାତ୍ରୀଙ୍କ ପାଇଁ ଲାଗିଲା କଟକଣା, ଓଡିଶା ଆସିଲେ ଆଣିବେ ନେଗେଟିଭ ରିପୋର୍ଟ

ଭୁବନେଶ୍ବର, ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀ, ଯେଉଁମାନେ ୧୦ ଏପ୍ରିଲ, ୨୦୧୧ ଠାରୁ ଯାତ୍ରା ଆରମ୍ଭ କରୁଥିବେ ସେମାନେ ଯାତ୍ରା କରିବା ପୂର୍ବରୁ ସର୍ବାଧିକ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡି ଟୀକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ। ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ସାତ ଦିନ ବାଧ୍ୟତାମୂଳକ ଘର କିମ୍ବା ଅନୁଷ୍ଠାନିକ କ୍ଵାରେଣ୍ଟାଇନରେ ରହିବାକୁ ପଡିବ । ଏ ନେଇ ରେଳ ପୂର୍ବତଟ ରେଳବାଇ ନିଷ୍ପତି ଗ୍ରହଣ କରିଛି।

ବର୍ତ୍ତମାନ ବିଭିନ୍ନ ରାଜ୍ୟମାନଙ୍କରେ କରୋନା ଆକ୍ରାନ୍ତ ବଢିବାରେ ଲାଗିଛି। ଫଳରେ ସେଠାରେ ଥିବା ଓଡିଆମାନେ ବର୍ତ୍ତମାନ ଘର ବାହୁଡା ହେବାରେ ଲାଗିଛନ୍ତି।ସେମାନଙ୍କ ଦ୍ବାରା ଓଡିଶାରେ ସଂକ୍ରାମଣ ବଢିବାର ଆଶଙ୍କା ଥିବାରୁ ରେଳବାଇ ଏପରି ନିଷ୍ପତି ଗ୍ରହଣ କରିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କରୋନା 2ୟ ଲହର ପାଇଁ ସତର୍କ ରୁହ, କେନ୍ଦ୍ର ସରକାର ରାଜ୍ୟଗୁଡିକୁ କଣ ଦେଲେ ପରାମର୍ଶ ଜାଣନ୍ତୁ

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର 11ଟି ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହୋଇପଡିଛି। ଏହି ସ୍ଥିତିର ସମୀକ୍ଷା କରିଥିଲେ କ୍ୟାବିନେଟ ସଚିବ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକର ବିସ୍ତୃତ ସମୀକ୍ଷା ପରେ କ୍ୟାବିନେଟ ସଚିବ ଟୀକାକରଣକୁ ବଢାଇବା ଏବଂ କୋଭିଡ ସଂକ୍ରାନ୍ତୀୟ ଉପଯୁକ୍ତ ଆଚରଣର କଡାକଡି କାର୍ଯ୍ୟାନୁଷ୍ଠାନ ସହିତ କଣ୍ଟେନେମେଣ୍ଟଣ୍ଟ ଏବଂ ତଦାରଖ ଉପରେ କଡା କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ ବୋଲି କହିଛନ୍ତି । ରାଜ୍ୟମାନଙ୍କୁ ବିଶେଷ ଭାବରେ ଏ ସଂକ୍ରାନ୍ତରେ କୁହାଯାଇଥିଲା:
● ନିୟମିତ ଭାବେ ପରୀକ୍ଷା ବୃଦ୍ଧି ସହିତ ସକାରାତ୍ମକତା ୫% କିମ୍ବା ୫% ରୁ କମ୍ ବୋଲି ନିଶ୍ଚିତ କରନ୍ତୁ
● ସମୁଦାୟ ପରୀକ୍ଷଣର ୭୦% RT-PCR ନିଶ୍ଚିତ କରିବାକୁ ଧ୍ୟାନ ଦିଅନ୍ତୁ
● ପରୀକ୍ଷା ଲ୍ୟାବ ସହିତ ନିୟମିତ ସମୀକ୍ଷା ସହିତ ପରୀକ୍ଷା ଫଳାଫଳର ଅପେକ୍ଷା ସମୟ ହ୍ରାସ କରନ୍ତୁ
● ଜନବହୁଳ ଅଞ୍ଚଳରେ ଏବଂ ଯେଉଁଠାରେ ନୂଆ କ୍ଲଷ୍ଟରଗୁଡିକ ଉତ୍ପନ୍ନ ହେଉଛି ସ୍କ୍ରିନିଂ ପରୀକ୍ଷଣ ଭାବରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ (RAT) ବ୍ୟବହାର କରନ୍ତୁ
● (RAT) ପରୀକ୍ଷାରେ ଆସୁଥିବା ନକାରାତ୍ମକ ଲକ୍ଷଣଗୁଡିକର ବାଧ୍ୟତାମୂଳକ ଭାବରେ ଜଞ-ଚଉଜ ପରୀକ୍ଷଣର ସମ୍ମୁଖୀନ ହେବ
● ସଂସ୍ଥାର ସୁବିଧା (କୋଭିଡ୍ କେୟାର ସେଣ୍ଟର) ରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ପ୍ରଭାବଶାଳୀ ଏବଂ ତ୍ୱରିତ ପୃଥକ ନିଶ୍ଚିତ କରନ୍ତୁ । ଏହା ନିଶ୍ଚିତ କରନ୍ତୁ ଯେ ଘରେ ବିଚ୍ଛିନ୍ନ ରୋଗୀଙ୍କୁ ପ୍ରତିଦିନ ନଜର ରଖାଯିବ । ଅଲଗା ସଂକ୍ରମିତ ଲୋକଙ୍କୁ ଆବଶ୍ୟକ ସ୍ଥଳେ ତୁରନ୍ତ ସ୍ୱାସ୍ଥ୍ୟ ସୁବିଧାକୁ ସ୍ଥାନାନ୍ତର କରାଯିବ ।
● ନିଶ୍ଚିତ କରନ୍ତୁ ଯେ ପ୍ରତ୍ୟେକ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୫ ରୁ ୩୦ ଏପରି ଘନିଷ୍ଠଙ୍କ ଅନୁସନ୍ଧାନ କରାଯିବ । ୭୨ଘଣ୍ଟା ମଧ୍ୟରେ ସେମନାଙ୍କୁ ଚିହ୍ନଟ ସହିତ ସଂଗରୋଧରେ ରଖାଯିବ । ସମସ୍ତ ନିକଟ ସମ୍ପର୍କୀୟଙ୍କର ପରୀକ୍ଷା କରାଯିବ ।
● ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ କଣ୍ଟେନମେଣ୍ଟଣ୍ଟ ଜୋନ୍ ଏବଂ ମାଇକ୍ରୋ କଣ୍ଟେନମେଣ୍ଟଣ୍ଟ ଜୋନ୍ ପ୍ରତିଷ୍ଠା ହେବ

ରାଜ୍ୟମାନଙ୍କୁ ଡାକ୍ତରଖାନା ୱାରୀ ହେଉଥିବା ମୃତ୍ୟୁର ଅନୁଧାନପାଇଁ କୁହାଯାଇଛି, ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିବାକୁ ଏବଂ ଡାକ୍ତରଖାନାରେ ବିଳମ୍ବରେ ଦାଖଲ ଏବଂ ନ୍ୟାସନାଲ କ୍ଲିନିକାଲ୍ ମ୍ୟାନେଜମେଣ୍ଟଣ୍ଟ ପ୍ରୋଟୋକଲ୍ ପାଳନ କରିବାକୁ କୁହାଯାଇଛି । କେସ୍ ମ୍ୟାପିଂ, ୱାର୍ଡ ଏବଂ ବ୍ଲକ୍ ୱାରୀ ସୂଚକାଙ୍କ ସମୀକ୍ଷା, ୨୪ ଘଣ୍ଟିଆ ଜରୁରୀକାଳୀନ ଅପରେସନ୍ ସେଣ୍ଟର, ଇନସିଡେଣ୍ଟ କମାଣ୍ଡ ସିଷ୍ଟମ୍ ର୍ନିଦ୍ଦିଷ୍ଟ ରାପିଡ୍ ରେସପନ୍ସ ଟିମ୍ ଏବଂ ସୂଚନା ଠିକ୍ ସମୟରେ ବାଣ୍ଟିବା ଉପରେ ଧ୍ୟାନ ଦେଇ ଜିଲ୍ଲା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଦୈନିକ ମୃତ୍ୟୁହାରକୁ କମ୍ କରିବାକୁ ରାଜ୍ୟମାନଙ୍କୁ ସରକାରୀ ତଥା ବେସରକାରୀ ସ୍ୱାସ୍ଥ୍ୟସେବା ସମ୍ବଳକୁ ମଜବୁତ କରିବାକୁ ପରାମର୍ଶ ଦିଆଯାଇଥିଲା । ସେମାନଙ୍କୁ ବିଶେଷ ଭାବରେ କୁହାଯାଇଥିଲା:
● ଆବଶ୍ୟକତା ଅନୁଯାୟୀ ଆଇସୋଲେସନ ଶଯ୍ୟା, ଅମ୍ଳଜାନ ଶଯ୍ୟା, ଭେଣ୍ଟିଲେଟର ଏବଂ ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି କରନ୍ତୁ
● ପର‌୍ୟ୍ୟାପ୍ତ ଅମ୍ଳଜାନ ଯୋଗାଣ ପାଇଁ ଯୋଜନା କରନ୍ତୁ
● ଆମ୍ବୁଲାନ୍ସ ସେବାକୁ ମଜବୁତ କର ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ନିୟମିତ ମନିଟରିଂ ସହିତ ପ୍ରତିକ୍ରିୟା ସମୟ ଏବଂ ପ୍ରତ୍ୟାଖ୍ୟାନ ହାର ହ୍ରାସ କର
● ପର‌୍ୟ୍ୟାପ୍ତ ସଂଖ୍ୟକ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ରୋଷ୍ଟର ଡ୍ୟୁଟି ନିଶ୍ଚିତ କରନ୍ତୁ
● ଏମ୍ସ, ନୂଆଦିଲ୍ଲୀ କୋର ଟିମ୍ କିମ୍ବା ଷ୍ଟେଟ୍ କୋର୍ ଟିମ୍ ସହିତ ଜିଲ୍ଲାର ଆଇସିୟୁ ଡାକ୍ତରଙ୍କ ନିୟମିତ ଟେଲି ପରାମର୍ଶ ଯୋଜନା କରନ୍ତୁ । ଏମ୍ସ, ନୂଆଦିଲ୍ଲୀ ଦ୍ୱାରା ସପ୍ତାହରେ ଦୁଇଥର ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଟେଲି-ପରାମର୍ଶ କରାଯାଏ
କୋଭିଡ ଉପଯୁକ୍ତ ଆଚରଣ (ସିଏବି) ର କଠୋର କାର‌୍ୟ୍ୟକାରିତା ଦୋହରାଯାଇଥିଲା । ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ତୁରନ୍ତ ଅନୁପାଳନ ପାଇଁ ନିମ୍ନଲିଖିତଗୁଡ଼ିକ ଦର୍ଶାଯାଇଥିଲା:

● ଖିଲାପକାରୀଙ୍କ ଉପରେ ଦଣ୍ଡବିଧାନ ପାଇଁ ପୋଲିସ୍ ଆଇ, ବିପର‌୍ୟ୍ୟୟ ପରିଚାଳନା ଆଇନ ଏବଂ ଅନ୍ୟାନ୍ୟ ଆଇନଗତ ଏବଂ ପ୍ରଶାସନିକ ବ୍ୟବସ୍ଥାର ବ୍ୟବହାର
● ମାସ୍କ ପିନ୍ଧିବା ଏବଂ ଶାରୀରିକ ଦୂରତା ବଜାୟ ରଖିବା ପାଇଁ ସ୍ଥାନୀୟ ଅଧିକାରୀ, ରାଜନୈତିକ, ସାଂସ୍କୃତିକ, କ୍ରୀଡା, ଧାର୍ମିକ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ବ୍ୟବହାର
● ବଜାର, ମେଳା ଏବଂ ସାମାଜିକ ଏବଂ ଧାର୍ମିକ ମଣ୍ଡଳୀ ଉପରେ ଧ୍ୟାନ ଦିଅନ୍ତୁ ଯାହା ସୁପର ସ୍ପ୍ରେଡର୍ଣ୍ଟ ହୋଇପାରେ
● ଟୀକାକରଣ ଭଳି ସିଏବି ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ, ଏବଂ ଟୀକାକରଣ ପରେ ମଧ୍ୟ ଏହାକୁ ଅନୁସରଣ କରିବା ଆବଶ୍ୟକତା ପାଇଁ ସଚେତନତା
● ମଲ୍ଟି ମିଡିଆ ଏବଂ ବହୁପକ୍ଷୀୟ ପ୍ରଭାବଶାଳୀ ପ୍ଲାଟଫର୍ମ ମାଧ୍ୟମରେ ” ଦବାଇ ଭି, କଡାଇ ଭି ବର୍ତ୍ତାର ପ୍ରଚାର ।

ଦୈନିକ କୋଭିଡ ମାମଲା ବୃଦ୍ଧି କ୍ଷେତ୍ରରେ ପ୍ରାଥମିକ ବୟସ ବର୍ଗଙ୍କ ପାଇଁ ଟୀକାକରଣକୁ ସନ୍ତୁଷ୍ଟ କରିବାକୁ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନିମ୍ନଲିଖିତ ପରାମର୍ଶ ଦିଆଯାଇଥିଲା

● ଯୋଗ୍ୟ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ସମ୍ମୁଖ କର୍ମଚାରୀ ଏବଂ ଯୋଗ୍ୟ ବୟସ ବର୍ଗର ୧୦୦% ଟୀକାକରଣର ସମୟ ସୀମା ଯୋଜନା ପ୍ରସ୍ତୁତ କରାଯିବ
● ପର‌୍ୟ୍ୟାପ୍ତ ଟିକା ମାତ୍ରା ନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ସମନ୍ୱୟ ଉପରେ ଜୋର ଦିଆଯାଇଥିଲା ଯେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଟିକା ଅଭାବ ନାହିଁ; କେନ୍ଦ୍ର କ୍ରମାଗତ ଭାବରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଆବଶ୍ୟକତା ପୂରଣ କରିବ
● ଆବଶ୍ୟକ ପୁନଃ ଆବଣ୍ଟନ ପାଇଁ ରାଜ୍ୟ ସ୍ତରରେ ପ୍ରତ୍ୟେକ କୋଲ୍ଡ ଚେନ୍ ପଏଣ୍ଟରୁ ବ୍ୟବହାରର ଦୈନିକ ସମୀକ୍ଷା

କ୍ୟାବିନେଟ ସଚିବ ମୁଖ୍ୟ ଶାସନ ସଚିବମାନଙ୍କୁ ରାଜ୍ୟ ପ୍ରଶାସନକୁ ଅଧିକ ସୁଦୃଢ କରିବାକୁ ଏବଂ ନିକଟରେ ଥିବା କୋଭିଡ ମାମଲାର ମୁକାବିଲା ପାଇଁ ସମସ୍ତ ସମ୍ବଳକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଆଜି ଏକ ବୈଠକରେ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟ ବିଭାଗକୁ ଉଦ୍ୟମ ବିସ୍ତାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯୋଇଛି । ଜନସ୍ୱାସ୍ଥ୍ୟ ପଦକ୍ଷେପ ଏବଂ କୋଭିଡ-୧୯ ସହିତ କ୍ଲିନିକାଲ୍ ମ୍ୟାନେଜମେଣ୍ଟଣ୍ଟ ପାଇଁ କେନ୍ଦ୍ର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ଜାରି ରଖିଛି ବୋଲି ଜୋର ଦିଆଯାଇଥିଲା ।

Categories
ଜାତୀୟ ଖବର ବିଶେଷ ଖବର

ବଢିଲା କରୋନା ଚିନ୍ତା , 11ଟି ରାଜ୍ୟର ମୁଖ୍ୟ ସଚିବଙ୍କ ସହିତ ସମୀକ୍ଷା କଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ, କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ଡିଜି ପୋଲିସ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ଗତ ଦୁଇ ସପ୍ତାହରେ ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ବୃଦ୍ଧି ପାଉଥିବା କୋଭିଡ-୧୯ ସଂକ୍ରମଣ ଓ ମୃତ୍ୟୁ ନେଇ ହୋଇଥିବା ରିପୋର୍ଟ ଉପରେ ଫୋକସ୍ କରିଛନ୍ତି ।

ପନ୍ଦର ଦିନ ମଧ୍ୟରେ କୋଭିଡ ସ୍ଥିତିର କ୍ରମାଗତ ଅବନତି ହେତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଚିବ ଦର୍ଶାଇଛନ୍ତି ଯେ ମାର୍ଚ୍ଚ ୨୦୨୧ ରେ ବର୍ତ୍ତମାନର କୋଭିଡ ମାମଲା ଅଭିବୃଦ୍ଧି ହାର ୬.୮% ରହିଛି ଯାହାକି ପୂର୍ବବର୍ଷର ରେକର୍ଡ ୫.୫% (ଜୁନ୍ ୨୦୨୦) ରେକର୍ଡକୁ ଅତିକ୍ରମ କରିଛି । ଏହି ସମୟରେ ଦେଶରେ କୋଭିଡ ମୃତ୍ୟ କ୍ଷେତ୍ରରେ ୫.୫% ଅଭିବୃଦ୍ଧି ହାର ମଧ୍ୟ ରିପୋର୍ଟ ହୋଇଛି । ସେପ୍ଟେମ୍ବର ୨୦୨୦ ରେ କୋଭିଡ ସଂକ୍ରମଣର ପିକ୍ ସମୟରେ ଦେଶରେ ଦୈନିକ ପ୍ରାୟ ୯୭,୦୦୦ ନୂତନ କୋଭିଡ ମାମଲା ରିପୋର୍ଟ ହେଉଥିବାବେଳେ ଦେଶ ବର୍ତ୍ତମାନ କୋଭିଡର ୮୧,୦୦୦ ଦୈନିକ ନୂତନ ମାମଲାରେ ପହଞ୍ଚିଛି ।

ଏକ ବିସ୍ତୃତ ଉପସ୍ଥାପନା ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡର ବର୍ତ୍ତମାନର ସ୍ଥିତିକୁ ଦର୍ଶାଇଥିବାବେଳେ କେନ୍ଦ୍ରୀୟ ସଚିବ (ସୂଚନା ଓ ପ୍ରସାରଣ) କୋଭିଡକୁ ପ୍ରତିହତ ଲାଗି ଜନସାଧାରଣଙ୍କ ମଧ୍ୟରେ ପ୍ରଭାବଶାଳୀ ଆଚରଣ ପରିବର୍ତ୍ତନ ଯୋଗାଯୋଗର ଉପାୟ ଦର୍ଶାଇଥିଲେ । ଜେନୋମ କ୍ରମରେ ଜୀବାଣୁଙ୍କର ମ୍ୟୁଟାଣ୍ଟଣ୍ଟ ଷ୍ଟ୍ରେନ୍ ବିଷୟରେ ଅଧିକ ବିସ୍ତୃତ ଅଧ୍ୟୟନ ପାଇଁ କ୍ଲିନିକାଲ୍ ଏବଂ ଏପିଡେମୋଲୋଜିକାଲ୍ ତଥ୍ୟ ପ୍ରଦାନ ପାଇଁ ରାଜ୍ୟଗୁଡିକ ଏକ ମାର୍ଗଦର୍ଶିକା ଅନୁସରଣ କରିବାର ଆବଶ୍ୟକତା ଉପରେ ଡକ୍ଟର ଭି.କେ.ପାଉଲ ଗୁରୁତ୍ୱ ଦେଇଛନ୍ତି ।

କେନ୍ଦ୍ର ଗୃହ ସଚିବ ଦର୍ଶାଇଛନ୍ତି ଯେ ୧୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ଯେଉଁମାନେ ଦୈନିକ କୋଭିଡ ମାମଲାରେ ବୃଦ୍ଧି ଘଟାଉଛନ୍ତି, ସେମାନେ କଣ୍ଟେନମେଣ୍ଟ ଏନ୍ଫୋର୍ସମେଣ୍ଟ କାର‌୍ୟ୍ୟକଳାପ ପ୍ରଦର୍ଶନ କରିନାହାନ୍ତି । ଏ ବାବଦରେ ଉପଯୁକ୍ତ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ଡିଜି (ପୋଲିସ) ଙ୍କୁ ଅନୁରୋଧ କରିଛନ୍ତି ।

୧୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଦୈନିକ ବୃଦ୍ଧି ପାଉଥିବା ମାମଲା ଏବଂ ଦୈନିକ ବୃଦ୍ଧି ପାଉଥିବା ମୃତ୍ୟୁ ହେତୁ ‘ଗୁରୁତର ଚିନ୍ତାଜନକ ରାଜ୍ୟ’ ଭାବରେ ବର୍ଗୀକୃତ କରାଯାଇଛି । ଏମାନେ ଗତ ୧୪ ଦିନ ମଧ୍ୟରେ ୯୦% କୋଭିଡ ମାମଲା (୩୧ ମାର୍ଚ୍ଚ ସୁଦ୍ଧା) ଏବଂ ୯୦.୫% ମୃତ୍ୟୁ (୩୧ ମାର୍ଚ୍ଚ ସୁଦ୍ଧା) ଯୋଗଦାନ କରିଛନ୍ତି ଏବଂ ଗତ ବର୍ଷ ସେମାନଙ୍କର ପ୍ରାରମ୍ଭିକ ରିପୋର୍ଟର ଶିଖର ଅତିକ୍ରମ କରିବାକୁ କିମ୍ବା ନିକଟତର ହୋଇଛନ୍ତି । ମହାରାଷ୍ଟ୍ରରେ ପରିସ୍ଥିତି ବିଶେଷ ଚିନ୍ତାଜନକ ବୋଲି ଦର୍ଶାଯାଇଥିଲା ।

ପୂର୍ବରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଥିବା ଷ୍ଟାଣ୍ଡାର୍ଡ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ପାଳନ କରି ସକ୍ରିୟ ମାମଲା ଏବଂ ଦୈନିକ ମୃତ୍ୟୁକୁ ନିଶ୍ଚିତ କରିବା ପାଇଁ ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ଅନ୍ୟ ଏକ ଚିନ୍ତାଜନକ ଦିଗ ଦର୍ଶାଇ ଦ୍ୱିତୀୟ ଏବଂ ତୃତୀୟ ବର୍ଗର ସହର ସହିତ ସହରତଳି ଅଞ୍ଚଳରେ କୋଭିଡ ମାମଲାରେ ସମ୍ପ୍ରତି ତୀବ୍ର ଗତି ରେକର୍ଡ ହୋଇଛି; ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବା ଏହି ଅଞ୍ଚଳରୁ ଗ୍ରାମାଞ୍ଚଳରେ ସଂକ୍ରମଣର ବିସ୍ତାର ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଅସୁବିଧାରେ ପକାଇବବୋଲି ଦର୍ଶାଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ପୁଣି ଥରେ ଅନିର୍ଦ୍ଦିଷ୍ଠ ସମୟ ପାଇଁ ବନ୍ଦ ହେଲା ସ୍କୁଲ, କରୋନା ଯୋଗୁଁ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ

ଚେନ୍ନାଇ, କରୋନା ଭୟଭୟତା ପୁଣି ମାଡି ଆସିଛି। ଫଳରେ ପୁଣି ଥରେ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତି କରିଛନ୍ତି ତାମିଲନାଡୁ ସରକାର। ଆସନ୍ତା 22 ତାରିଖଠାରୁ ଅନିର୍ଦ୍ଦିଷ୍ଠ କାଳ ପାଇଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଏଥିରେ ନବମ, ଦଶମ ଏବଂ ଏକାଦଶ ଶ୍ରେଣୀ ବନ୍ଦ ହେବ ବୋଲି କୁହାଯାଇଛି। ପୂର୍ବରୁ ଅନ୍ୟ ଶ୍ରେଣୀଗୁଡିକ ବନ୍ଦ ରହିଛି। କେବଳ ବୋର୍ଡ ପରୀକ୍ଷା ପାଇଁ 12ଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ ଅନୁମତି ଦିଆଯାଇଛି।

ତାମିଲନାଡୁରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତି ନିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ରାଜୀବ ରଂଜନ କହିଛନ୍ତି। ତେବେ 12ଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରୀକ୍ଷା ବେଳେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାଇ ରଖିବା ପାଇଁ କୁହାଯାଇଛି। ଏଥିସହିତ ହଷ୍ଟେଲଗୁଡିକ ମଧ୍ୟ ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

କରୋନା ପାଇଁ ତାମିଲ ନାଡୁରେ ସ୍କୁଲଗୁଡିକ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ ରହିଥିଲା। ଗତ ଜାନୁୟାରୀ ମାସ 19 ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର ସ୍କୁଲଗୁଡିକ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ମାତ୍ର ଦୁଇ ମାସ ପରେ ପୁଣିଥରେ ସ୍କୁଲ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍କୁଲ ଖୋଲିବା ପରେ ଓଡିଶାର ୩ଟି ସ୍କୁଲରେ ୧୯ ଜଣ ଛାତ୍ରଛାତ୍ରୀଙ୍କୁ କରୋନା, ଚିନ୍ତାରେ ଅଭିଭାବକ

ଲାଇକେରା, ସୁନ୍ଦରଗଡ଼ ଜିଲ୍ଲା ଲଇକେରା ବ୍ଲକର  ୩ଟି ସ୍କୁଲରେ ୧୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ବ୍ଲକ ଶିକ୍ଷା ନିରୀକ୍ଷକ ଉଚ୍ଚ କର୍ତ୍ତୁପକ୍ଷକଙ୍କୁ ଅବଗତ କରାଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ଶରୀରେ କରୋନା ପରି ଲକ୍ଷଣ ଆସିବାରୁ ସେମାନଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ରିପୋର୍ଟ ଆସିବା ପରେ ୧୯ ଜଣ ଛାତ୍ରଛାତ୍ରୀଙ୍କର କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ଜେଓ ସରକାରୀ ହାଇସ୍କୁଲ ସାହାସପୁରର ୯ ଜଣ ଛାତ୍ରଛାତ୍ରୀ ହୋଇଥିବା ବେଳେ କେଜିପି ସରକାରୀ ହାଇସ୍କୁଲ ସାଲେଟିକିରାରେ ୨ ଜଣ , ହେମସାଗର ହାଇସ୍କୁଲ ପାକେଲଖୋଲରେ ୮ ଜଣ ଛାତ୍ରଛାତ୍ରୀଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏହି ଖବର ଆସିବା ପରେ ଛାତ୍ରଛାତ୍ରୀ ଏବଂ ଅଭିବାକ ମହଲରେ ଚିନ୍ତାର ବିଷୟ ପାଲଟିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆସନ୍ତାକାଲି ପୁଣି ଥରେ ହେବ କୋଭିଡ଼ ଟିକାଦାନର ମକ୍‍ ଡ୍ରିଲ୍‍,୩ ଲକ୍ଷ ଟିକାଦାନକାରୀ ହେବେ ସାମିଲ

ନୂଆଦିଲ୍ଲୀ, ଦେଶବ୍ୟାପୀ କୋଭିଡ଼ ୧୯ ପ୍ରତିଷେଧକ ଟିକାଦାନ ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଗୁଆ ସକାରାତ୍ମକ ପଦକ୍ଷେପ ଗ୍ରହଣ ସ୍ୱରୂପ ଏଭଳି ଅଭ୍ୟାସ ଟିକାଦାନ ପ୍ରକ୍ରିୟା କରାଯାଉଛି ଏବଂ ସେଥିରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ସରକାର ତଥା ଅନ୍ୟ ହିତଧାରକମାନଙ୍କ ସହଯୋଗ ନିଆଯାଇଛି। ଗତ କିଛି ମାସ ଧରି କୋଭିଡ଼ ୧୯ ପ୍ରତିଷେଧକ ଟିକାଦାନ ଯେଭଳି ଦେଶବ୍ୟାପୀ ସୁରୁଖୁରୁ ଭାବେ ସମ୍ପାଦନ କରାଯାଇ ପାରିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି।

ଭାରତୀୟ ଭେଷଜ ମହାନିର୍ଦ୍ଦେଶକ (ଡିସିଜିଆଇ)ଙ୍କ ପକ୍ଷରୁ ନିକଟରେ ଦେଶରେ ଜରୁରିକାଳୀନ ଭିତ୍ତିରେ ଦୁଇଟି କୋଭିଡ଼ ପ୍ରତିଷେଧକ ଟିକା ପ୍ରଦାନ ନିମନ୍ତେ ମଂଜୁରି ପ୍ରଦାନ କରାଯାଇଛି । ନିକଟ ଭବିଷ୍ୟତରେ କୋଭିଡ଼ ୧୯ ପ୍ରତିଷେଧକ ଟିକା ରୋଗୀମାନଙ୍କୁ ଦେବାଲାଗି ଉପଲବ୍ଧ ହେବାର ଆଶା କରାଯାଉଛି । ତେଣୁ ଦେଶବ୍ୟାପୀ ଏଭଳି ଟିକାଦାନ ପ୍ରକ୍ରିୟାକୁ ଯୋଜନାବଦ୍ଧ ଭାବେ ସାକାର କରିବା ନିମନ୍ତେ ଏକ ସୁବ୍ୟବସ୍ଥିତ ‘ମକ୍‍ ଟିକାଦାନ’ ଅଭିଯାନ ସଂପାଦନ କରାଯାଉଛି ।

ବାସ୍ତବ ଟିକାଦାନ ପୂର୍ବରୁ ଏକ ପ୍ରୋତ୍ସାହନ ପ୍ରକ୍ରିୟା ଭାବେ, ଆଉ ଏକ ପର‌୍ୟ୍ୟାୟ ‘ଡ୍ରାଏ ରନ୍‍ ବା ମକ୍‍ ଡ୍ରିଲ୍‍ ଦେଶର ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ୭ଶହ ଜିଲ୍ଲାରେ ଜାନୁଆରୀ ୮ ତାରିଖ ଦିନ ସମ୍ପାଦନ କରାଯିବ। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ କୋଭିଡ଼ ୧୯ ପ୍ରତିଷେଧକ ଟିକାର ଯୋଗାଣ ଏବଂ ପ୍ରଦାନକୁ ଯୋଜନାବଦ୍ଧ ଭାବେ ସମ୍ପନ୍ନ କରିବା ହେଉଛି ଏହାର ଉଦ୍ଦ୍ୟେଶ। ପ୍ରତ୍ୟେକ ଜିଲ୍ଲା ଏହି ଡ୍ରାଏ ରନ୍‍ ଟିକାଦାନ ସକାଶେ ତିିନି ପ୍ରକାରର କାର‌୍ୟ୍ୟାନ୍ୱୟନ ସ୍ଥାନ; ଯାହାକି ପୂର୍ବ ଥରର ଡ୍ରାଏ ରନ୍‍ ଭଳି ହୋଇଥିବ ସେସବୁକୁ ସରକାରୀ ସ୍ୱାସ୍ଥ୍ୟ ସେବାକେନ୍ଦ୍ର , ଘରୋଇ ଫାସିଲିଟି ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଆଉଟରିଚ୍‍ ସାଇଟ ଆଦିରେ ସଂପାଦନ କରିବେ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ ଜାନୁଆରୀ ୭, ୨୦୨୧ ତାରିଖ ଦିନ ଏକ ବୈଠକରେ ଆଲୋଚନା କରିବେ ଯେଉଁଥିରେ ଏହି ଡ୍ରାଏ ରନ୍‍ ଟିକାଦାନ ସଂପର୍କରେ ଆଲୋଚନା କରାଯିବାକୁ ସ୍ଥିର ହୋଇଛି। ଏଭଳି ଟିକାଦାନ ଅଭିଯାନର ସମସ୍ତ ଯୋଜନା ଯେଉଁଥିରେ ହିତାଧିକାରୀ ପଂଜୀକରଣ, ମାଇକ୍ରୋପ୍ଲାନିଂ ଏବଂ ସ୍ଥିରୀକୃତ ସ୍ଥାନ ଓ ସମୟରେ ଟିକାଦାନ ଇତ୍ୟାଦି କାର‌୍ୟ୍ୟ ଜିଲ୍ଲା କଲେକ୍ଟର ବା ଜିଲ୍ଳା ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ପରୀକ୍ଷଣ କରାଯିବ।

ଏଭଳି କୋଭିଡ଼ ୧୯ ପ୍ରତିଷେଧକ ଟିକା ସଂପର୍କୀତ ସମସ୍ତ କାର୍ଯ୍ୟାବଳୀ ଏହି ଡ୍ରାଏ ରନ୍‍ ବେଳେ ରାଜ୍ୟ, ଜିଲ୍ଲା, ବ୍ଲକ୍‍ ଏବଂ ହସପିଟାଲ ସ୍ତରର ଅଧିକାରୀମାନଙ୍କୁ ଉତ୍ତମ ରୂପେ ସୂଚନା ଦିଆଯିବ।ଏହା ଫଳରେ ସବୁ ସ୍ତରରେ ସ୍ଥାନୀୟ ପ୍ରଶାସନ ଟିକାଦାନର ଯୋଜନା, ପ୍ରବର୍ତ୍ତନ ଏବଂ ରିପୋଟିଂ ବ୍ୟବସ୍ଥା, ବାସ୍ତବ ଟିକାଦାନ ପୂର୍ବରୁ ଯେକୌଣସି ପ୍ରକାର ଚାଲେଞ୍ଜକୁ ଚିହ୍ନଟ ଏବଂ ସେଭଳି ସମସ୍ୟାର ଦୂରୀକରଣ ତଥା କାର‌୍ୟ୍ୟକ୍ରମ ପରିଚାଳକମାନଙ୍କ ମନୋବଳ ବୃଦ୍ଧି କରାଯାଇପାରିବ ଏବଂ ସମଗ୍ର ଦେଶରେ ପ୍ରତିଷେଧକ ଟିକାଦାନ କାର‌୍ୟ୍ୟ ସୁଚାରୁରୂପେ ସଂପାଦନ ହୋଇପାରିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି କାର‌୍ୟ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ନିରବଚ୍ଛିନ୍ନ ଭାବେ ଯୋଗାଯୋଗରେ ରହିବା ସହ ସେମାନଙ୍କ ଠାରୁ ପ୍ରତିକ୍ରିୟା ସଂଗ୍ରହ କରିବେ ଏବଂ ସେମାନଙ୍କୁ ସକଳ ପ୍ରକାର ସହଯୋଗ ଯୋଗାଇଦେବେ । ଏଥିସହ ବାସ୍ତବ ଟିକାଦାନ ପୂର୍ବରୁ ଉତ୍ପନ୍ନ ଯେକୌଣସି ପ୍ରକାର ଚାଲେଞ୍ଜକୁ ଚିହ୍ନଟ କରିବା ସହ ସେସବୁକୁ ନିର୍ଦ୍ଧାରିତ ସମୟରେ ସମାଧାନ କରିବା ସୁନିଶ୍ଚିତ କରିବେ।

ସମଗ୍ର ଟିକାଦାନ ଡ୍ରାଏ ରନ୍‍ ପ୍ରକ୍ରିୟାକୁ ସାକାର କରିବା ନିମନ୍ତେ “କୋ-ୱିନ” ନାମକ ଏକ ସଫ୍ଟୱେର୍‍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବିକଶିତ କରାଯାଇଛି ଯାହା ମାଧ୍ୟମରେ କେତେ କୋଭିଡ଼ ୧୯ ଟିକା ମହଜୁଦ ରହିଛି, ସେସବୁର ଭଣ୍ଡାରଣ ତାପମାତ୍ରା କେତେ ଏବଂ ପ୍ରତ୍ୟେକ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଟ୍ରାକିଂ କରିବା କାର‌୍ୟ୍ୟ ରିଅଲ ଟାଇମ ଭିତ୍ତିରେ ସଂପାଦନ କରାଯାଇପାରିବ।

ଏହି ସଫ୍ଟୱେର ସମସ୍ତ ସ୍ତରରେ କାର‌୍ୟ୍ୟକ୍ରମ ପରିଚାଳକମାନଙ୍କୁ ସହାୟତା ଯୋଗାଇଦେବ ଯଦ୍ୱାରା ସେମାନେ ଏହି ଟିକା ଦାନ ଅଧିବେଶନକୁ ସୁରୁଖୁରୁ ଭାବେ ସମ୍ପାଦନ କରିପାରିବେ। ଏଥିପାଇଁ ଏକ ୨୪*୭ କଲ୍‍ ସେଣ୍ଟର ସ୍ଥାପନ କରାଯାଇଛି ଯାହା କୋ-ୱିନ ବ୍ୟବହାରକାରୀମାନଙ୍କୁ ସମସ୍ତ ପ୍ରକାର ଟେକ୍ନିକାଲ ପ୍ରଶ୍ନାବଳୀର ଉତ୍ତର ଯୋଗାଇଦେବ । ସେହିଭଳି କୋଲ୍ଡ ଚେନ୍‍ ସଂସାଧନ ଯଥା ବହନକାରୀ ଫ୍ରିଜର, ବରଫ ଲାଇନଯୁକ୍ତ ରେଫ୍ରିରିଜେଟର, ଡିପ୍‍ ଫ୍ରିଜର ଇତ୍ୟାଦି ଏବଂ ପର‌୍ୟ୍ୟାପ୍ତ ପରିମାଣର ସିରିଞ୍ଜ୍‍ ଓ ଅନ୍ୟାନ୍ୟ ଲଜିଷ୍ଟିକ୍ସ କୋଭିଡ଼ ୧୯ ଟିକାଦାନ ଅଭିଯାନ ନିମନ୍ତେ ସୁନିଶ୍ଚିତ କରାଯାଇଛି।

ସାରା ଦେଶରେ ପ୍ରାୟ ୧.୭ ଲକ୍ଷ ଟିକାଦାନକାରୀ ଏବଂ ୩ ଲକ୍ଷ ଟିକାଦାନ ଟିମ୍‍ ସଦସ୍ୟମାନଙ୍କୁ ଏବେସୁଦ୍ଧା ତାଲିମ ପ୍ରଦାନ ପ୍ରକ୍ରିୟା ଜାରି ରହିଛି, ଯାହାକି ଟିକାଦାନ ସ୍ଥଳରେ ସୁଚାରୁରୂପେ ସେମାନଙ୍କର ଦାୟିତ୍ୱ ସଂପାଦନରେ ସହାୟକ ହେବ। ଟିକାଦାନ କେନ୍ଦ୍ରରେ ହିତାଧିକାରୀଙ୍କ ତନଖି, ଟିକା ଦାନ, କୋଲ୍ଡ ଚେନ୍‍ ଓ ଲଜିଷ୍ଟିକ୍ସ ପରିଚାଳନା, ବାୟୋ ମେଡ଼ିକାଲ ବର୍ଜ୍ୟ ପରିଚାଳନା, ଏଇଏଫଆଇ ପରିଚାଳନା ଏବଂ କୋ-ୱିନ୍‍ ସଫ୍ଟୱେରରେ ରିପୋଟିଂ ଆଦି କାର‌୍ୟ୍ୟ ସଂପର୍କରେ ଏହି ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି।

କୋଭିଡ଼ ୧୯ ପ୍ରତିଷେଧକ ଟିକାଦାନର ସମସ୍ତ ପ୍ରସଙ୍ଗ ସଂପର୍କୀତ ବିସ୍ତୃତ କାର‌୍ୟ୍ୟାନ୍ୱୟନ ଗାଇଡ଼ଲାଇନ ଜାରି କରାଯିବ ଯେଉଁଥିରେ ଟିକାଦାନ ଅଧିବେଶନ ଯୋଜନା ଓ ପରିଚାଳନା, ଟିକାଦାନ ସ୍ଥଳୀ ଲେ ଆଉଟ୍‍ ଏବଂ ଏହାର ଆୟୋଜନ, ଏଇଏଫଆଇ ପରିଚାଳନା, ଆଇଇସି ବାର୍ତ୍ତା, ସଂକ୍ରମଣ ପ୍ରତିରୋଧ ଏବଂ ନିୟନ୍ତ୍ରଣ ଅଭ୍ୟାସ ଇତ୍ୟାଦି କାର‌୍ୟ୍ୟ ସଂପର୍କରେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସମସ୍ତ ସୂଚନା ପ୍ରଦାନ କରାଯାଇସାରିଛି ଏବଂ ଏହି ପ୍ରକ୍ରିୟାରେ ସେମାନେ ମଧ୍ୟ ଅଭ୍ୟସ୍ତ ହୋଇସାରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସିଗଲା କରୋନା ଟୀକା, ଏବେ ଜାଣନ୍ତୁ କେମିତି ଆଉ କେବେ ନେବେ ଏହି ଟୀକା

ନୂଆଦିଲ୍ଲୀ, ବହୁ ପ୍ରତିକ୍ଷିତ କରୋନା ଟୀକା ବର୍ତ୍ତମାନ ଆସିଗଲା। ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ତିଆରି କରୋନା ଟୀକାକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଡିସିଜିଆଇ ଭି.ଜି ସୋମାନୀ ଘୋଷଣା କରିଛନ୍ତି। ଏହି ଦୁଇଟି ଟୀକା ହେଲା କୋଭାକ୍ସିନ ଏବଂ କୋଭାସିଲ୍ଡ। ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ଏବଂ ଭାରତ ବୟୋଟେକ୍‌ର କୋଭାକ୍ସିନ ବାହାର କରିଛନ୍ତି। ଏହି ଦୁଇ ପ୍ରକାରର ଟୀକା ଲୋକଙ୍କୁ ଦୁଇଟି ଡୋଜ ଦିଆଯିବ।

ପ୍ରଥମେ ଆସନ୍ତୁ ଜାଣିବା ଭାରତରେ ଏହି ଟୀକା କିପରି ବଣ୍ଟନ କରାଯିବ। ଏଭଳି ଟିକା ଦେଶରେ ବଣ୍ଟନ ପାଇଁ ଭାରତ ସରକାର ଏକ ଭିନ୍ନ ପଦ୍ଧତି ମନୋନିତ କରିଛନ୍ତି। ତାହା ହେଲା ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ନିର୍ବାଚନ ସମୟରେ ଯେଉଁ ଭଳି ଭାବେ ମତଦାନ ବୁଥଗୁଡ଼ିକ ସ୍ଥାପିତ ହୋଇଛି, ଏହି ଟୀକା ପାଇଁ ମଧ୍ୟ ସେହିପରି ବୁଥ୍ ତିଆରି କରିବାକୁ ଭାରତ ସରକାର ଯୋଜନା କରିଛନ୍ତି। ନିର୍ବାଚନ ବୁଥ ପରି ଦଳ ଗଠନ ହେବ। ବ୍ଲକ ସ୍ତରରେ ଏକ ରଣନୀତି ପ୍ରସ୍ତୁତ ହେବ।

ଏହି ଅଭିଯାନ ପାଇଁ ସରକାରୀ ଏବଂ ବେସରକାରୀ ଡାକ୍ତରମାନଙ୍କୁ ବିଶେଷ ଦାୟିତ୍ବ ଦିଆଯିବ। ଜନସାଧାରଣଙ୍କ ଅଂଶଗ୍ରହଣ ପାଇଁ  ସେମାନଙ୍କୁ ଆବଶ୍ୟକ ତାଲିମ ମଧ୍ୟ ଦିଆଯିବ। ଟୀକାକରଣ ସମ୍ବନ୍ଧରେ ବିଭିନ୍ନ ବିଭାଗରେ ବିଭିନ୍ନ ପ୍ରକାରର ଭୁଲ ଧାରଣା ଅଛି। ତେଣୁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏହି ଦିଗରେ ସଚେତନତା ଅଭିଯାନ କରିବାକୁ କହିଛନ୍ତି। ଏହା ବ୍ୟତୀତ ଟୀକାକରଣର କୈଣସି ପାର୍ଶ୍ୱ ପ୍ରତିକ୍ରିୟାର ମୁକାବିଲା ପାଇଁ ରାଜ୍ୟମାନଙ୍କୁ ମଧ୍ୟ ପ୍ରସ୍ତୁତ ହେବାକୁ କୁହାଯାଇଛି। ଆଲର୍ଜି ପ୍ରତିକ୍ରିୟାର ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟମାନଙ୍କୁ ଚିକିତ୍ସା ବ୍ୟବସ୍ଥା ବଜାୟ ରଖିବାକୁ କୁହାଯାଇଛି।

ତେବେ ଏହି ଟୀକା ଆସିବା ପରେ ଏହାକୁ ସଂରକ୍ଷଣ କରି ରଖିବା ହେଉଛି ବଡ ଦାୟିତ୍ବ। କାରଣ ଟୀକା ଯଦି ଠିକ ଭାବେ ସଂରକ୍ଷଣ ହୋଇ ରହିଲା ନାହିଁ ତେବେ ତାହା କାମ କରିବ ନାହିଁ। ଟୀକା ସଂରକ୍ଷଣ କରି ରଖିବା ଏବଂ ବିଭିନ୍ନ ସ୍ଥାନକୁ ପରିବହନ କରିବା ବ୍ୟୟ ବହୁଳ ହୋଇପାରେ। କାରଣ ଏଥିପାଇଁ ଫ୍ରିଜର ବା ରେଫ୍ରିଜରେଟର ଆବଶ୍ୟକତା ଥାଏ।

ତେବେ ଆଉ କେତେକଙ୍କ ମନରେ ସନ୍ଦେହ ଥାଏ ଯେ ଏହି ଟୀକା ଆସିବା ପରେ ପ୍ରଥମେ କାହାକୁ ଦିଆଯିବ। ମୋଦୀ ସରକାରଙ୍କ ମିଶନ ଟୀକା ଅନୁଯାୟୀ ପ୍ରଥମେ ଭାରତରେ 30 କୋଟି ଲୋକଙ୍କୁ ଟୀକା ଲଗାଇବାକୁ ଯୋଜନା ରହିଛି। ପ୍ରାଥମିକତା ଭିତ୍ତିରେ ସ୍ୱାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଏବଂ ବରିଷ୍ଠ ନାଗରିକମାନଙ୍କୁ ଟୀକାକରଣ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଏସଏମଏସ ମାଧ୍ୟମରେ ଟୀକାକରଣର ତାରିଖ, ସମୟ ଏବଂ ସ୍ଥାନ ଦିଆଯିବ। ଏହି ବାର୍ତ୍ତାରେ ଟିକା ପ୍ରଦାନ କରୁଥିବା ଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମ ମଧ୍ୟ ରହିବ।

ସେହିପରି କେତେକଙ୍କ ମନରେ ପ୍ରଶ୍ନ ରହିଛି ଯେ, ମଣିଷଙ୍କୁ ଏହି ଟୀକା କେତେ ଡୋଜ ଦିଆଯିବ।  ବର୍ତ୍ତମାନ ଟୀକା ବାହାର କରିଥିବା ଦୁଇ ସଂସ୍ଥାର ତଥ୍ୟ ଅନୁସାରେ ଲୋକଙ୍କୁ ଦୁଇଟି ଡୋଜ ଟୀକା ପ୍ରଦାନ କରାଯିବ। ଉଭୟ ଡୋଜକୁ ଠିକ୍ ସମୟରେ ରଖିବା ପାଇଁ ମନ୍ତ୍ରଣାଳୟ ଏକ କରୋନା ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ ପ୍ରସ୍ତୁତ କରିଛି। ପ୍ରଥମ ଡୋଜ ଦିଆଯିବା ପରେ ଦ୍ୱିତୀୟ ଡୋଜ ପାଇଁ SMS ପଠାଯିବ। ଯେତେବେଳେ ଟୀକାକରଣ ସମ୍ପୂର୍ଣ୍ଣ ହେବ, ଏକ ଡିଜିଟାଲ୍ QR ଆଧାରିତ ପ୍ରମାଣପତ୍ର ମଧ୍ୟ ସୃଷ୍ଟି ହେବ। ଏହି ସାର୍ଟିଫିକେଟ୍ ଟିକା ପରିଚୟର ପ୍ରମାଣ ହେବ।

ତେବେ ସମସ୍ତେ ଜାଣିବା ଆବଶ୍ୟକ ଯେ, ଭ୍ୟାକସିନ ଆସିଗଲେ କରୋନା ଭୂତାଣୁ ପୃଥିବୀରୁ ଉଭେଇ ଯିବ ନାହିଁ। ଏହା ବାୟୁ ମଣ୍ଡଳରେ ରହିବ। କେବଳ ଆପଣଙ୍କ ଶରୀରରେ ସେହି ଭୂତାଣୁ ପ୍ରବେଶ କଲେ କିଛି ହେବ ନାହିଁ। ସେଥିପାଇଁ ଏହି ଟୀକା ଦିଆଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶହୀଦ କୋଭିଡ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇଥିଲେ ଏବଂ ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ  ବୋଲି କହିଥିଲେ। କୋଭିଡ ବିରୁଦ୍ଧରେ ଏହି ଲଢେଇରେ ଆମ ନିଶ୍ଚିୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢତାର ସହ କହିଥିଲେ।

ଶହୀଦ କୋଭିଡ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ  ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ। ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, “ ଆପଣଙ୍କ ପରିବାରର ତ୍ୟାଗକୁ ଏ ଜାତି ସବୁବେଳେ ସମ୍ମାନର ସହ ମନେ ରଖିବ।” ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୦ ଥିଲା ମାନବ ଇତିହାସର ଏକ ସଂକଟମୟ ବର୍ଷ। ସାରା ବିଶ୍ବ ସହ ଓଡିଶା ମଧ୍ୟ ଏହି ସଂକଟର ସାମନା କରିଛି ଏବଂ ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ନିଷ୍ଠା, ତ୍ୟାଗ ଓ ସେବା ଯୋଗୁ ଆମେ ଆଜି ଭଲ ସ୍ଥିତିରେ ରହିଛୁ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଦୁଃଖର କଥା ଯେ ଏହି ଯୁଦ୍ଧରେ ଆମର ୧୦୦ରୁ ଅଧିକ କୋଭିଡ ଯୋଦ୍ଧା ଶହୀଦ ହୋଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ। ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାର ଆପଣମାନଙ୍କ ସହିତ ଅଛନ୍ତି। ଏ ଶୂନ୍ୟତା କେବେ ବି ପୂରଣ କରିହେବ ନାହିଁ। ଆମେ କେବଳ ଆପଣମାନଙ୍କୁ ଏତିକି ସହାୟତା କରିପାରିବୁ ଯେଉଁଥିରେ ସେମାନଙ୍କୁ ପରିବାରର ସଦସ୍ୟଙ୍କ ପରଲୋକ ଯୋଗୁ ଯେପରି ଆପଣଙ୍କ ପରିବାର କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି। ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଥିଲେ।

ମାଲକାନଗିରି, କଟକ, ବରଗଡ, ବାଲେଶ୍ବର ଓ ଗଞ୍ଜାମରେ ଉପସ୍ଥିତ ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାର ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଶହୀଦ ମାନଙ୍କ ପରିବାରବର୍ଗ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା ଓ ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଓ ତତ୍ତ୍ବାବଧାନରେ ଓଡିଶା ସଫଳତାର ସହ କୋଭିଡ ଯୁଦ୍ଧର ମୁକାବିଲା କରିପାରିଛି।୧୦ ଲକ୍ଷ ପ୍ରବାସୀ ଓଡିଆଙ୍କ ଆଗମନ ସମୟରେ ରାଜ୍ୟର ପରିଚାଳନା ଉଲ୍ଲେଖନୀୟ ଥିଲା ବୋଲି ସେ କହିଥିଲେ। ଆମର ସଠିକ ଯୋଜନା ଓ ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ କୋଭିଡ ଯୁଦ୍ଧରେ ସଫଳତା ମିଳିପାରିଛି ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର କହିଥିଲେ ଯେ ଓଡିଶା ଅତ୍ୟନ୍ତ ସଫଳତାର ସହ କୋଭିଡ ଯୁଦ୍ଧର ମୁକାବିଲା କରିଛି। ଏଥିରେ ୧୦୧ ଜଣ କୋଭିଡ ଯୋଦ୍ଧା ଶହୀଦ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୯୬ ଜଣ ଶହୀଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ବାକି ୫ ଜଣ ଶହୀଦଙ୍କ ପରିବାରକୁ ସହାୟତା ଦିଆଯିବ।

ଏହି କାର୍ଯ୍ୟକ୍ରମରେ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ସଂପର୍କରେ ଏକ ଭିଡିଓ ଚିତ୍ର ପଦର୍ଶନ କରାଯାଇଥିଲା। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଜି ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୫୧ ଜଣ ଚିହ୍ନଟ ହୋଇଥିବାବେଳେ ୧୧୨ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୭ହଜାର ୫୪୨କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୨ ହଜାର ୬୪୮ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୩୬ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୪୩ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୨ଟି ଜିଲ୍ଲାରୁ ମୋଟ୍‌ ୨୬୩ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ଜିଲ୍ଲାରୁ ସର୍ବାଧିକ ୪୫ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲାରୁ ୧୪ ଜଣ, ବରଗଡ଼ ଜିଲ୍ଲାରୁ ୩ ଜଣ, ଭଦ୍ରକ ଜିଲ୍ଲା ରୁ ୭ ଜଣ, ବଲାଙ୍ଗୀର ଜିଲ୍ଲାରୁ ୪ଜଣ, କଟକରୁ ୨୯ ଜଣ, ଦେଓଗଡରୁ ୪ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂପୁର ଜିଲ୍ଲାରୁ ୧ଜଣ, ଯାଜପୁର ଜିଲ୍ଲାରୁ ୧୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ, କଳାହାଣ୍ଡି ଜିଲ୍ଲାରୁ ୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୪ଜଣ, କେନ୍ଦୁଝର ଜିଲ୍ଲାରୁ ୮ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧ ଜଣ,  ନୂଆପଡ଼ା ଜିଲ୍ଲାରୁ ୧୧ ଜଣ, ପୁରୀ ଜିଲ୍ଲାରୁ ୧୬ ଜଣ,  ରାୟଗଡା ଜିଲ୍ଲାରୁ ୨ଜଣ,  ସମ୍ବଲପୁର ଜିଲ୍ଲାରୁ ୪ଜଣ, ସୁନ୍ଦରଗଡରୁ ୪୧ ଜଣ  ଏବଂ ଷ୍ଟେଟ ପୁଲ୍‌ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କରୋନାର ଭାଇରସର ନୂଆ ଷ୍ଟ୍ରେନ୍‌କୁ ନେଇ ଭାରତରେ ହଲ୍‌ଚଲ୍‌ : କେନ୍ଦ୍ର ନିକଟରେ ଏହି ଦାବି ରଖିଲେ କେଜରୀଓ୍ବାଲ ଓ ଗେହଲେଟ୍‌

ଲଣ୍ଡନ: ପୁଣି କରୋନା ଭାଇରସ୍‌ ଆତଙ୍କ ଖେଳାଇଛି । ଚୀନ୍‌ର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଥିବାବେଳେ ବ୍ରିଟେନରେ କରୋନା ଭାଇରସ୍‌ର ଏକ ନୂଆ ଷ୍ଟ୍ରେନ୍ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି । କରୋନାର ଏହି ନୂତନ ଷ୍ଟ୍ରେନ୍‌ ଯୋଗୁଁ ୟୁରୋପ ବ୍ରିଟେନ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ କରିଛି । ଏବେ ଭାରତରେ ମଧ୍ୟ ଏହି ଦାବି ଉଠିଛି । ସୋମବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ  ଅଶୋକ ଗେହେଲଟ୍‌ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଏହି ପ୍ରସଙ୍ଗକୁ ନେଇ ଟୁଇଟ୍‌ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓବାଲ କହିଛନ୍ତି ଯେ, ୟୁକେରେ କରୋନାର ନୂଆ ଷ୍ଟ୍ରେନ୍‌ ଯୋଗୁଁ ହଲ୍‌ଚଲ୍‌ ସୃଷ୍ଟି ହୋଇଛି । ଏହା ସୁପରସ୍ପ୍ରେଡର ପରି କାମ କରୁଛି । ଏପରି ସମୟରେ ଭାରତ ସରକାର ୟୁକେକୁ ସମସ୍ତ ଉଡାଣ ବ୍ୟାନ୍‌ କରିବା ଉଚିତ୍‌ ।

ସେହିପରି ଅଶୋକ ଗେହେଲଟ୍‌ ମଧ୍ୟ ଟୁଇଟ୍‌ କରି କହିଛନ୍ତି ଯେ, ୟୁକେରେ ଦେଖାଦେଇଥିବା କରୋନର ନୂତନ ଷ୍ଟ୍ରେନ୍‌ ଅତ୍ୟନ୍ତ ଚିନ୍ତାଜନକ । ଭାରତ ସରକାର ଏନେଇ ତୁରନ୍ତ ପଦକ୍ଷେପ ନେବା ଉଚିତ୍‌ । ୟୁକେ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡିକରୁ ଆସୁଥିବା ବିମାନକୁ ବ୍ୟାନ୍‌ କରିବା ଆବଶ୍ୟକ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ VUI-202012/01 ମିଳିଛି । ଏହାକୁ ନେଇ ବିଜ୍ଞାନ ଜଗତ ହଲଚଲ୍‌ ହୋଇଯାଇଛି । ଏହି ନୂଆ ଷ୍ଟ୍ରେନ୍ ର ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ୍ ମଧ୍ୟ ଲକ୍ ଡାଉନ୍ ଲାଗୁ କରିଦେଇଛି । ଜର୍ମାନୀ, ଫ୍ରାନ୍ସ, ନେଦରଲାଣ୍ଡ ସମେତ ୟୁରୋପର ବହି ଦେଶଗୁଡିକ ୟୁକର ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । (ଏଜେନ୍ସି)