Categories
ଆଜିର ଖବର ଜାତୀୟ ଖବର

ଆଇସିଏମ୍‌ଆରର ଡାଇରେକ୍ଟର ବଳରାମ ଭାର୍ଗବଙ୍କୁ କରୋନା

ନୂଆଦିଲ୍ଲୀ : ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍ଆର)ର ଡାଇରେକ୍ଟର ଡା. ବଳରାମ ଭାର୍ଗବ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ଆଇସିଏମ୍‌ଆରର ସୂଚନା ଅନୁସାରେ 59 ବର୍ଷୀୟ ଡାକ୍ତର ଭାର୍ଗବଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଏମ୍ସର ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ବିଗତ ୨୪ ଘଣ୍ଟା ମଧ୍ୟରେ ୨୨୮୯୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୩୩୮ ଜଣଙ୍କର ମୃତ୍ୟୁ ଘଟିଛି । ୨୨୮୯୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୯୯ ଲକ୍ଷ ୭୯ ହଜାର ୪୪୭ରେ ପହଞ୍ଚିଛି । ଏହା ସହିତ ୩୩୮ ନୂତନ ମୃତ୍ୟୁକୁ  ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୭୮୯ରେ ପହଞ୍ଚିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ, ୨୧ ଜଣ ସୁସ୍ଥ

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୨୦ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୨୭୩ କୁ ବୃଦ୍ଧି ହୋଇଛି।

ତେବେ ଆଜି ଭୁବନେଶ୍ବରରୁ ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୬୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୫୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୩୦ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବିଶ୍ଵର ପ୍ରଥମ ରାଷ୍ଟ୍ର ଭାବେ କୋରୋନରୁ ମୁକ୍ତ ହେଲା ଏହି ଦେଶ

ୱେଲିଙ୍ଗଟନ: ବିଶ୍ୱର ୨୧୩ଟି ଦେଶ କରୋନାରେ ସଂକ୍ରମିତ ହୋଇ ୧୬ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି।  କରୋନା ସଂକ୍ରମଣ ପୁଣି ଥରେ ବିଶ୍ଵର ଅନେକ ଦେଶରେ ବୃଦ୍ଧି ପାଉଥିବା ବେଳେ ନ୍ୟୁଜିଲାଣ୍ଡ ଏହି ମହାମାରୀରୁ ସମ୍ପୁର୍ଣ୍ଣ ମୁକ୍ତ ହୋଇଛି।

ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ନ୍ୟୁଜିଲାଣ୍ଡ କୋରୋନରୁ ମୁକ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେନ୍ ଖୁସିରେ ନାଚିଛନ୍ତି। ଦେଶର ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଥିବା ବେଳେ କୌଣସି ସଂକ୍ରମିତ ନଥିବା ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ଲଗାଯାଇଥିବା କରୋନା କଟକଣାକୁ ହଟାଇ ଦିଆଯାଇଛି। ଏପରି କି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା ଭଳି କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୪୨ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୪୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୫୩, ସୁନ୍ଦରଗଡରୁ ୪୩, ଖୋର୍ଦ୍ଧାରୁ ୩୩, ରାୟଗଡ଼ାରୁ ୩୩, ମୟୂରଭଞ୍ଜରୁ ୩୦, ଯାଜପୁରରୁ ୨୯, କେନ୍ଦୁଝରରୁ ୨୮, କଟକରୁ ୨୫, କେନ୍ଦ୍ରାପଡାରୁ ୧୯, ନୂଆପଡାରୁ ୧୯, ବାଲେଶ୍ବରରୁ ୧୮, ସମ୍ବଲପୁରରୁ ୧୬, ଜଗତସିଂହପୁରରୁ ୧୩, କଳାହାଣ୍ଡିରୁ ୧୩, ପୁରୀରୁ ୧୧, ବରଗଡରୁ ୭, ଗଞ୍ଜାମରୁ ୭, ବୌଦ୍ଧରୁ ୫, ଝାରସୁଗୁଡାରୁ ୫, ଭଦ୍ରକରୁ ୪, ବଲାଙ୍ଗିରରୁ ୪, ଢେଙ୍କାନାଳରୁ ୪, କୋରାପୁଟରୁ ୪, ସୋନପୁରରୁ ୪, ଦେବଗଡରୁ ୩, କନ୍ଧମାଳରୁ ୨, ନବରଙ୍ଗପୁରରୁ ୨, ମାଲକାନଗିରିରୁ ୧ ଓ ଷ୍ଟେଟପୁଲରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୭ ହଜାର ୪୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୨୯୯ କୁ ବୃଦ୍ଧି ହୋଇଛି। ତେବେ ୩୦୪୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୭୮୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କରୋନା ଅପଡେଟ: ୨୪ ଘଣ୍ଟାରେ ୨୬  ହଜାର ୫୬୭ ନୂତନ ଆକ୍ରାନ୍ତ, ୩୮୫ ମୃତ

ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ହଜାର ୫୬୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୮୫ ଜଣଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୫୬୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୩ ହଜାର ୭୭୦ ରେ ପହଞ୍ଚିଛି। ୩୮୫ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୦ ହଜାର ୯୫୮ ରେ ପହଞ୍ଚିଛି।

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୪୫ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ନୂତନ ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୧ ଲକ୍ଷ ୭୮ ହଜାର ୯୪୬ ରେ ପହଞ୍ଚିଛି। ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୩ ହଜାର ୮୬୬ ରେ ପହଞ୍ଚିଛି।

Categories
ଆଜିର ଖବର ମନୋରଂଜନ ସିନେମା

କରୋନା ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ, ଜାଣନ୍ତୁ କିଏ

ମୁମ୍ବାଇ :  କରୋନା ଯୋଗୁଁ ଆମଠାରୁ ବହ ଅଭିନେତା, ନେତାମାନେ ହାରିଯାଇଛନ୍ତି । ଆଜି ପୁଣି କରୋନା ଯୋଗୁଁ ଆଉ ଜଣେ ଅଭିନେତ୍ରୀ ଆମ ହାତ ଛାଡିଛନ୍ତି । ଟେଲିଭିଜନ୍‌ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ମାତ୍ର 34 ବର୍ଷ ବୟସରେ ଦିବ୍ୟାଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ସେଭେନ୍ ହିଲ୍ସ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଦିବ୍ୟାଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି।  ଦିବ୍ୟାଙ୍କ ମୃତ୍ୟୁକୁ ନେଇ ଟେଲିଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି। କିଛି ଦିନ ହେଲା ଦିବ୍ୟା ଭେଣ୍ଟିଲେଟରରେ ରହିଥିଲେ । ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଦେଇଛନ୍ତି ଦିବ୍ୟା। ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ଗୁଲାବୋ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲେ। ‘ସିଲ୍‌ସିଲା ପ୍ୟାର୍‌ କା’, ‘ଉଡାନ୍‌’, ‘ଜିତ୍‌ ଗୟୀ ତୋ ପିୟା ମୋରେ’ରେ ମଧ୍ୟ ଦିବ୍ୟା ନଜର ଆସିଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନା ଯୋଗୁଁ ମୃତ୍ୟୁବରଣ କଲେ ଆଉ ଜଣେ ପ୍ରଭାବଶାଳୀ ନେତା, ଜାଣନ୍ତୁ କିଏ

ନୂଆଦିଲ୍ଲୀ : କରୋନା ଯୋଗୁଁ ସାରା ବିଶ୍ବ ଏବେ ଭୀତତ୍ରସ୍ତ । ବହୁ ନେତା, ଜନନେତା, ଅଭିନେତା,ସାଧାରଣ ଜନତା ସମସ୍ତେ କରୋନାର ଶିକାର ହେଉଛନ୍ତି । କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ସୁଦାନର ପୂର୍ବତନ ପ୍ରଧାନମନ୍ତ୍ରୀ ସାଦିକ୍‌ ଅଲ ମହଦୀ । ମୃତ୍ୟୁବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ସେ ଗତ ତିନି ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ  ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା । ଯାହାଫଳରେ ତାଙ୍କୁ ୟୁଏଇରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ମାସରେ, ସେ ଏକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ତାଙ୍କ ପରିବାର ଲୋକେ ସୂଚନା ଦେଇଥିଲେ ।

84 ବର୍ଷୀୟ ସାଦିକ୍‌ ଅଲ୍‌ ମହନ୍ଦୀ ସବୁଠାରୁ ଦୀର୍ଘ ସମୟ ଧରି ସୁଦାନର ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । 1989 ମସିହାରେ ସେନା କ୍ଷମତା ପରିବର୍ତ୍ତନ କରି ତାଙ୍କୁ ଗାଦିଚୁତ କରିଥିଲା । ସେବେଠାରୁ ସୁଦାନରେ ପ୍ରଧାନମନ୍ତ୍ରୀଙ୍କ ସ୍ଥାନରେ ଶାସନର କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ରହିଥିଲା । ତେବେ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ବି ସାଦିକ ଅଲ୍‌ ମହନ୍ଦୀ ସୁଦାନ୍‌ର ସବୁଠୁ ପ୍ରଭାବଶାଳୀ ନେତା ରୂପେ ପରିଚିତଥିଲେ । କେବଳ ସୁଦାନ୍‌ରେ ନୁହେଁ ସାରା ବିଶ୍ବରେ ମଧ୍ୟ ତାଙ୍କର ନାମ ରହିଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପୁଣି ଥରେ ଦେଶରେ ଲାଗୁ ହୋଇପାରେ ଲକ ଡାଉନ, ଡିସେମ୍ବରରେ ବଢିପାରେ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଦିନକୁ ଦିନ ଅଣଆୟତ ହେବାରେ ଲାଗିଛି। ଫଳରେ ଏହାକୁ ନେଇ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି.। ମୁଖ୍ୟତଃ ଦିଲ୍ଲୀ, ମୁମ୍ବାଇ ଏବଂ ଅହମଦାବାଦ ପରି ସହରରେ ଏହା ସ୍ଥିତ ଆହୁର ଗମ୍ଭୀର ହେବାରେ ଲାଗିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଆସନ୍ତା ଡିସେମ୍ବରରେ ଏହାର ସ୍ଥିତି ଆହୁରି ଖରାପ ହେବ। ସେତେବେଳେ କରୋନା ଦ୍ବିତୀୟ ପର୍ଯ୍ୟାୟ ଆସିବ ବୋଲି କୁହାଯାଉଛି। ଫଳରେ ପୁଣିଥରେ ବିଭିନ୍ନ ସ୍ଥାନରେ ଲକଡାଉନ ପରି ଆଇନ ଲାଗୁ କରାଯିବ।

ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଯାହା ତାହା ସବୁଠାରୁ ବ୍ୟତିବ୍ୟସ୍ତ କରିଦେଇଛି। ଦିଲ୍ଲୀରେ ପ୍ରତି ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବାର ଜଣାପଡିଛି। ଦିଲ୍ଲୀ ସରକାର ବିଭିନ୍ନ କଟକଣା ହଟାଇ ଦେବା ପରେ ଏହି ସ୍ଥିତ ବିଗିଡି ଯାଇଛି ବୋଲି କୁହାଯାଉଛି। ମୁଖ୍ୟ କଥା ହେଲା ଦିଲ୍ଲୀ ପାଇଁ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଢିବାରେ ଲାଗିଛି। ସେଥିପାଇଁ ମହାରାଷ୍ଟ୍ର ସରକାର ବାହାର ରାଜ୍ୟରୁ ଆସିଲେ କରୋନା ନେଗେଟିଭି ରିପୋର୍ଟ ଆଣିଲେ ଭିତରକୁ ଛଡା ଯିବ ବୋଲି ନିଷ୍ପତି କରାଯାଇଛି। ତଥାପି ମୁମ୍ବାଇରେ କରୋନା ନିୟନ୍ତ୍ରଣ ହେବାରେ ନାଆଁ ଧରୁ ନାହିଁ।

Categories
ଆଞ୍ଚଳିକ

ଗଂଜାମ କରୋନା ଅପଡେଟ: ନୂତନ ୧୮ ସଂକ୍ରମିତ ଚିହ୍ନଟ, ୧ ମୃତ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମରେ ଗତ ଦୁଇଦିନ ହେଲା ସଂକ୍ରମିତ ସଂଖ୍ୟା କମ ରହିଥିଲେ ମଧ୍ୟ ଦୁଇଦିନ ମଧ୍ୟରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ପୁଣିଥରେ କରୋନାର ଦ୍ୱିତୀୟ ପ୍ରବାହ ଆଡ଼କୁ ଲୋକଙ୍କୁ ସଂକିତ କରିଛି। ଗତକାଲି ୩୪୨୯ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଆଜି ୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ୧୮ ଜଣ ସ୍ଥାନୀୟ ସଂକମ୍ରିତ ମଧ୍ୟରୁ ସର୍ବାଧିକ ବ୍ରହ୍ମପୁରରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବେଲଗୁଣ୍ଠା ବ୍ଲକ୍‌ରୁ ୧, ଭଂଜନଗରରୁ ୧, ଛତ୍ରପୁରରୁ ୧, ଦିଗପହଣ୍ଡିରୁ ୨, ଖଲିକୋଟରୁ ୪, କୁକୁଡ଼ାଖଣ୍ଡିରୁ ୧ ଅଛନ୍ତି। ଆଜି ମଧ୍ୟ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ଆକ୍ଟିଭ୍ ସଂଖ୍ୟା ୬୭ରେ ପହଞ୍ଚିଛି । ସମୁଦାୟ ମୃତ୍ୟୁ ସଂଖ୍ୟା ୨୩୮ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୭୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର:  ରାଜ୍ୟରେ ଆଜି ୭୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୩୭ ଜଣ ଚିହ୍ନଟ ହୋଇଥିବାବେଳେ ୩୧୨ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ହଜାର ୪୦୮କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୭ ହଜାର ୮୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୯୫୦ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୫୨୭ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍‌ ୭୪୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୮୮ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୫, ବାଲେଶ୍ଵରରୁ ୩୮,  ବରଗଡରୁ ୨୪, ଭଦ୍ରକରୁ ୧୫, ବଲାଙ୍ଗିରରୁ ୨୪,  କଟକରୁ ୩୭, ଦେବଗଡରୁ ୨,  ଢେଙ୍କାନାଳରୁ ୩୧, ଗଜପତିରୁ ୫,  ଗଞ୍ଜାମରୁ ୭, ଜଗତସିଂହପୁରରୁ  ୪୮, ଯାଜପୁରରୁ ୧୮, ଝାରସୁଗୁଡାରୁ ୨୪, କଳାହାଣ୍ଡିରୁ ୧୪, କନ୍ଧମାଳରୁ ୭, କେନ୍ଦ୍ରାପଡାରୁ ୩୦, କେଉଁଝରରୁ ୪୧, କୋରାପୁଟରୁ ୩, ମାଲକାନଗିରିରୁ ୧୦, ମୟୂରଭଞ୍ଜରୁ ୭୮, ନବରଙ୍ଗପୁରରୁ ୧୭, ନୟାଗଡରୁ ୬, ନୂଆପଡାରୁ ୧୪, ପୁରୀରୁ ୧୫, ରାୟଗଡାରୁ ୨,  ସମ୍ବଲପୁରରୁ ୨୮, ସୋନପୁରରୁ ୨ ଜଣ, ସୁନ୍ଦରଗଡରୁ ୫୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୨୧ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୧୦୦ ନୂତନ ସଂକ୍ରମିତ ଚିହ୍ନଟ: ୪୪୭ ମୃତ୍ୟୁ

ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୧୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣଙ୍କର ମୃତ୍ୟୁ ଘଟିଛି। ୪୧ ହଜାର ୧୦୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲକ୍ଷ ୧୪ ହଜାର ୫୭୯ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୫୨୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୯ ହଜାର ୬୩୫ ରେ ପହଞ୍ଚିଛି। ତେବେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮୨ ଲକ୍ଷ ୫ ହଜାର ୭୨୮ରେ ପହଞ୍ଚିଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୨୧୬ ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୬୮୪ ନୂତନ ସଂକ୍ରମିତ ଚିହ୍ନଟ: ୫୨୦ ମୃତ୍ୟୁ

ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୬୮୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨୦ ଜଣଙ୍କର ମୃତ୍ୟୁ ଘଟିଛି। ୪୪ ହଜାର ୬୮୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଲକ୍ଷ ୭୩ ହଜାର ୪୭୯ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୫୨୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୯ ହଜାର ୧୮୮ ରେ ପହଞ୍ଚିଛି। ତେବେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮୧ ଲକ୍ଷ ୬୩ ହଜାର ୫୭୨ରେ ପହଞ୍ଚିଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୦ ହଜାର ୭୧୯ ରେ ପହଞ୍ଚିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କରୋନା ଉପରେ କେତେ ପ୍ରତିଶତ ଫଳପ୍ରଦ ହେଉଛି ସ୍ପୁଟନିକ ଭି, ଜାଣନ୍ତୁ

ମସ୍କୋ : ଋଷ ପକ୍ଷରୁ ବିକଶିତ କରାଯାଇଥିବା କରୋନା ଟୀକା 92 ପ୍ରତିଶତ ଫଳପ୍ରଦ ବୋଲି ଋଷ ପକ୍ଷରୁ ଦାବି କରାଯାଇଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହି ତଥ୍ୟ ସାମ୍ନାକୁ ଆସିଥିବା ନେଇ ମସ୍କୋ ପକ୍ଷରୁ କୁହାଯାଇଛି । ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ବିକଶିତ ଏହି ଟୀକାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ ବ୍ୟବହାରିକ ଅନୁମତି ପ୍ରଦାନ କରିଥିଲା ଋଷ । ସେତେବେଳେ ଏହାକୁ ନେଇ ବିବାଦ ମଧ୍ୟ ଦେଖା ଦେଇଥିଲା । 66 ପ୍ରତିଶତ ଋଷ ସ୍ୱାସ୍ଥ୍ୟକର୍ମୀ ଟୀକାର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଉଠାଇଥିଲେ ।

ଏହାପରେ 40 ହଜାର ସ୍ୱେଚ୍ଛାସେବୀଙ୍କୁ ନେଇ ଋଷ ପକ୍ଷରୁ ଟୀକା ଉପରେ ଅଧିକ ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣ ପରେ ଏହି ଟୀକା କରୋନା ଉପରେ 92 ପ୍ରତିଶତ ଫଳପ୍ରଦ ବୋଲି ତଥ୍ୟ ପ୍ରକାଶ ପାଇଛି । ବୁଧବାର ମସ୍କୋ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯାଇଛି । ବେଲାଋଷ, ୟୁଏଇ , ଭେନେଜୁଏଲା ସମେତ ଭାରତର ବିଭିନ୍ନ ସ୍ଥାନରେ ସ୍ପୁଟନିକ-ଭିର ପରୀକ୍ଷଣ କରାଯାଇଛି । ଅଗଷ୍ଟ 11 ତାରିଖରେ ଋଷ ପକ୍ଷରୁ ଏହି ଟୀକାର ବ୍ୟବହାର ଆରମ୍ଭ କରାଯାଇଥିବା ବେଳେ ଡକ୍ଟର ରେଡ୍ଡୀ ଏହି ଟୀକାର 10 କୋଟି ଡୋସେଜ କ୍ରୟ କରିବା ପାଇଁ ଅଗ୍ରୀମ ଚୁକ୍ତି କରିସାରିଛି । ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ପୂର୍ବରୁ ଆମେରିକୀୟ କମ୍ପାନୀ ଫାଇଜର ଏହାର ଟୀକା 90 ପ୍ରତିଶତ ଫଳପ୍ରଦ ବୋଲି ସୂଚନା ପ୍ରଦାନ କରିଥିଲା ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୨୮୧ ନୂତନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୨୮୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୨ ଜଣଙ୍କ ମୃତ୍ୟୁ ହୋଇଛି। ଭାରତର ମୋଟ ଆକ୍ରାନ୍ତ ସଂଖ୍ୟା ୮୬ ଲକ୍ଷ ୩୫ ହଜାର ୯୨୧ରେ ପହଞ୍ଚିଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୭୧ କୁ ବୃଦ୍ଧି ହୋଇଛି। ତେବେ ଦେଶରୁ ମୋଟ ୮୦ ଲକ୍ଷ ୧୩ ହଜାର ୭୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪ ଲକ୍ଷ ୯୪ ହଜାର ୬୫୭ ଟି ସକ୍ରିୟ ମାମଲା ରହିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କଲେ ଆଉ ୧ ହଜାର ୪୪୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୪୪୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।  ଖୋର୍ଦ୍ଧାରୁ ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୦୭, ବରଗଡରୁ ୯୯, ସୁନ୍ଦରଗଡରୁ ୯୮, କଳାହାଣ୍ଡିରୁ ୭୨, ଜଗତସିଂହପୁରରୁ ୭୦, ନୂଆପଡ଼ାରୁ ୬୮, କେନ୍ଦୁଝରରୁ ୬୬, ମୟୂରଭଞ୍ଜରୁ ୬୬, ବାଲେଶ୍ବରରୁ ୫୮, ପୁରୀରୁ ୫୭, ଅନୁଗୁଳରୁ ୫୩, ଭଦ୍ରକରୁ ୪୯, ବଲାଙ୍ଗିରିରୁ ୪୯, କେନ୍ଦ୍ରାପଡ଼ାରୁ ୪୯, ସମ୍ବଲପୁରରୁ ୪୩, ଯାଜପୁରରୁ ୪୧, ଝାରସୁଗୁଡ଼ାରୁ ୨୯, ମାଲକାନଗିରିରୁ ୨୮, ନବରଙ୍ଗପୁରରୁ ୨୮, ଢେଙ୍କାନାଳରୁ ୨୩, ସୋନପୁରରୁ ୨୨, ଗଞ୍ଜାମରୁ ୧୯, କୋରାପୁଟରୁ ୧୭, କନ୍ଧମାଳରୁ ୧୨, ନୟାଗଡରୁ ୧୨, ରାୟଗଡାରୁ ୭, ଗଜପତିରୁ ୬, ଦେବଗଡ଼ରୁ ୫ ଏବଂ ଷ୍ଟେଟ ପୁଲରୁ ୩୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୯୧ ହଜାର ୧୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩ ହଜାର ୭୮୦ ମଧ୍ୟରୁ ୧୧ ହଜାର ୩୩୬ ଜଣ ଚିକିତ୍ସିଧୀନ ଥିବା ବେଳେ ୧୪୫୪ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୯୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର:  ରାଜ୍ୟରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। ଆଜି ରାଜ୍ୟରେ ଏକ ହଜାରରୁ କମ୍‌ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତିନିମାସ ୨୦ ଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ହଜାର ତଳକୁ ଖସିଛି। ରାଜ୍ୟରେ ଆଜି ୯୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୭୨ ଜଣ ଚିହ୍ନଟ ହୋଇଥିବାବେଳେ ୪୧୫ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩ହଜାର ୭୮୦କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୯ ହଜାର ୬୮୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୧୩୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୨୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍‌ ୯୮୭ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୧୦୭ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ ଏବଂ ଖୋର୍ଦ୍ଧାରୁ ୮୬, ବାଲେଶ୍ଵରରୁ ୨୫,  ବରଗଡରୁ ୩୧, ଭଦ୍ରକରୁ ୪, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୭, କଟକରୁ ୮୫,  ଦେବଗଡରୁ ୨,  ଢେଙ୍କାନାଳରୁ ୨୨, ଗଞ୍ଜାମରୁ ୯, ଜଗତସିଂହପୁରରୁ  ୪୫, ଯାଜପୁରରୁ ୨୭, ଝାରସୁଗୁଡାରୁ ୩୪, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୮, କେନ୍ଦ୍ରାପଡାରୁ ୬୦, କେଉଁଝରରୁ ୩୦, କୋରାପୁଟରୁ ୭, ମାଲକାନଗିରିରୁ ୪,  ମୟୂରଭଞ୍ଜରୁ ୮୪, ନବରଙ୍ଗପୁରରୁ ୨୨, ନୟାଗଡରୁ ୧୧, ନୂଆପଡାରୁ ୪୧, ପୁରୀରୁ ୨୯, ରାୟଗଡାରୁ ୧୧,  ସମ୍ବଲପୁରରୁ ୧୭, ସୋନପୁରରୁ ୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୧୮ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

କରୋନା ଅପଡେଟ୍‌ : ଗତ 24 ଘଣ୍ଟାରେ 38 ହଜାର 74ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ :  ଦେଶରେ ଧୀରେ ଧୀରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟୁଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 38 ହଜାର 74 ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 448ଜଣଙ୍କର ମୃତ୍ୟୁ ହୋଇଛି ।  ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 85 ଲକ୍ଷ 91 ହଜାର 731ରେ ପହଞ୍ଚିଥିବାବେଳେ ମୋଟ୍‌ ମୃତ୍ୟୁ ସଂଖ୍ୟା  1 ଲକ୍ଷ 27 ହଜାର 59ରେ ପହଞ୍ଚିଛି । ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା 79 ଲକ୍ଷ 59 ହଜାର 406 ରହିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 05 ହଜାର 265 ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୧ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୦୮ ଜଣ ଚିହ୍ନଟ ହୋଇଥିବାବେଳେ ୫୧୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨ହଜାର ୭୯୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୮ ହଜାର ୧୬୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୧୩୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୨୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର 219 ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଓ ବାଲେଶ୍ବରରୁ ସର୍ବାଧିକ ୧୦୭ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୭୮, ବରଗଡରୁ ୩୯, ଭଦ୍ରକରୁ ୨୨, ବଲାଙ୍ଗିରରୁ ୪୬, ବୌଦ୍ଧରୁ୫, କଟକରୁ ୧୦୬,  ଦେବଗଡରୁ ୯,  ଢେଙ୍କାନାଳରୁ ୩୦, ଗଜପତିରୁ 9, ଗଞ୍ଜାମରୁ ୩୦, ଜଗତସିଂହପୁରରୁ  ୫୩, ଯାଜପୁରରୁ ୩୨, ଝାରସୁଗୁଡାରୁ ୩୬, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୧୦, କେନ୍ଦ୍ରାପଡାରୁ ୫୦, କେଉଁଝରରୁ ୪୦, କୋରାପୁଟରୁ ୨୮, ମାଲକାନଗିରିରୁ ୫,  ମୟୂରଭଞ୍ଜରୁ ୮୩, ନବରଙ୍ଗପୁରରୁ ୧୩, ନୟାଗଡରୁ ୨୩, ନୂଆପଡାରୁ ୩୧, ପୁରୀରୁ ୩୪, ରାୟଗଡାରୁ ୭,  ସମ୍ବଲପୁରରୁ ୩୨, ସୋନପୁରରୁ ୨୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୧୯ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ 57ଜଣ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 97

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 57 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 88 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 13 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 44ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି।

ସେହିପରି ଆଜି 97 ଜଣ ସୁସ୍ଥ ହୋଇଛନ୍ତି । ନୂତନ 57 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 704ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 670ଜଣ ସୁସ୍ଥ ହୋଇଥିବାବେଳେ 181ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 832ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୧ ହଜାର ୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୩୩ ଜଣ ଚିହ୍ନଟ ହୋଇଥିବାବେଳେ ୬୦୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧ହଜାର ୫୭୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୬ ହଜାର ୮୫୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର 239 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୧୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୪୩୪ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୯୦, ବାଲେଶ୍ବରରୁ ୯୯, ବରଗଡରୁ ୬୫, ଭଦ୍ରକରୁ ୩୧, ବଲାଙ୍ଗିରରୁ ୬୬, ବୌଦ୍ଧରୁ୬, କଟକରୁ ୧୪୧,  ଦେବଗଡରୁ ୫,  ଢେଙ୍କାନାଳରୁ ୨୧, ଗଜପତିରୁ ୬, ଗଞ୍ଜାମରୁ ୧୭, ଜଗତସିଂହପୁରରୁ  ୬୮, ଯାଜପୁରରୁ ୩୩, ଝାରସୁଗୁଡାରୁ ୩୧, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୧୨, କେନ୍ଦ୍ରାପଡାରୁ ୫୪, କେଉଁଝରରୁ ୫୦, କୋରାପୁଟରୁ ୨୫, ମାଲକାନଗିରିରୁ ୧୪,  ମୟୂରଭଞ୍ଜରୁ ୮୦, ନବରଙ୍ଗପୁରରୁ ୨୭, ନୟାଗଡରୁ ୧୭, ନୂଆପଡାରୁ ୩୫, ପୁରୀରୁ ୭୭, ରାୟଗଡାରୁ ୯,  ସମ୍ବଲପୁରରୁ ୩୮, ସୋନପୁରରୁ ୧୨,  ସୁନ୍ଦରଗଡରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୨୮ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟା ମଧ୍ୟରେ 45 ହଜାର 674ଜଣ ଆକ୍ରାନ୍ତ ଚିହ୍ନଟ, 559ଜଣ ମୃତ

ନୂଆଦିଲ୍ଳୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ ନୂଆ 45ହଜାର 674ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 559ଜଣଙ୍କର ମୃତ୍ୟୁ ହୋଇଛି ।  ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ 85 ଲକ୍ଷ 7ହଜାର 754 ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ସେହିପରି ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 16ହଜାର 121ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ସୁଦ୍ଧା କରୋନାରୁ ସମୁଦାୟ 79ଲକ୍ଷ 68ହଜାର 968ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 49 ହଜାର 082ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସକ୍ରିୟ ଅଛନ୍ତି 5 ଲକ୍ଷ 12ହଜାର 665ଜଣ।