କରୋନା ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ, ଜାଣନ୍ତୁ କିଏ

Published: Dec 7, 2020, 10:24 am IST

ମୁମ୍ବାଇ :  କରୋନା ଯୋଗୁଁ ଆମଠାରୁ ବହ ଅଭିନେତା, ନେତାମାନେ ହାରିଯାଇଛନ୍ତି । ଆଜି ପୁଣି କରୋନା ଯୋଗୁଁ ଆଉ ଜଣେ ଅଭିନେତ୍ରୀ ଆମ ହାତ ଛାଡିଛନ୍ତି । ଟେଲିଭିଜନ୍‌ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ମାତ୍ର 34 ବର୍ଷ ବୟସରେ ଦିବ୍ୟାଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ସେଭେନ୍ ହିଲ୍ସ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଦିବ୍ୟାଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି।  ଦିବ୍ୟାଙ୍କ ମୃତ୍ୟୁକୁ ନେଇ ଟେଲିଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି। କିଛି ଦିନ ହେଲା ଦିବ୍ୟା ଭେଣ୍ଟିଲେଟରରେ ରହିଥିଲେ । ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଦେଇଛନ୍ତି ଦିବ୍ୟା। ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ଗୁଲାବୋ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲେ। ‘ସିଲ୍‌ସିଲା ପ୍ୟାର୍‌ କା’, ‘ଉଡାନ୍‌’, ‘ଜିତ୍‌ ଗୟୀ ତୋ ପିୟା ମୋରେ’ରେ ମଧ୍ୟ ଦିବ୍ୟା ନଜର ଆସିଥିଲେ ।

Related posts