Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଅବକାରୀ ବିଭାଗକୁ ବଡ ସଫଳତା : 940 ଲିଟର ଦେଶୀମଦ ସହିତ 14 ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ଗଞ୍ଜାମ : ଗଞ୍ଜାମ ଜିଲ୍ଲାପାଳ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇ 940 ଲିଟର ଦେଶୀମଦ ଜବତ କରାଯିବା ସହିତ 14 ଜଣଙ୍କୁ ଗିରଫ କରାଯାଇଛି । 27 ଏବଂ 28 ତାରିଖ ଦୁଇଦିନ ଧରି ଏକାଧିକ ସ୍ଥାନରେ ଚଢାଉ କରି ଅବକାରୀ ବିଭାଗ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଆସ୍କା ଥାନା ଅନ୍ତର୍ଗତ କେନ୍ଦୁପଦର, ବାଲିସିରିଆ ଏବଂ ପାକଳପଲୀ ସହିତ ସୋରଡା ଏବଂ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଳରାମପୁର, ଭାଳିଆପଲ୍ଲୀ ଏବଂ ମାଟିଖାଲରେ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ 940 ଲିଟର ଦେଶୀ ମଦ, 3700 କିଗ୍ରାର ଫର୍ମେଣ୍ଟେଡ୍‌ ଓ୍ବାଶ୍‌ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ଗିରଫ 14 ଜଣଙ୍କୁ କୋର୍ଟ ଚାଲାଣ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡିଛି ।